Sandipa Pattanayak

Romance

3  

Sandipa Pattanayak

Romance

ଏବେ ଏବେ ନୂଆ ସାଜିଛି ଏ

ଏବେ ଏବେ ନୂଆ ସାଜିଛି ଏ

1 min
120



ଏ ଆଖିର ଦରଜ ଇଏ ଏବେ ଏବେ ତ କମିଛି 

କେତେ ଲୁହ ଝରାଇ ଏବେ ତ ଶାନ୍ତ ହେଇଚି 

ଏହି ଏବେ ଏବେ ତ ତୁମ ସ୍ମୃତି 

ମୋ ଜୀବନେ ପୂର୍ଣ୍ଣଛେଦ ଦେଇଚି।।


ସେ ମିଠା କଥା ଆଉ ସ୍ୱପ୍ନ ସବୁ 

ଏହି ଏବେ ଏବେ ତ ଅତୀତ ସାଜିଛି 

ସେହି କାହାଣୀର ନାୟିକା କିଛି ଦିନ ହେବ 

ଏକା ଏକା ବିରହୀ ବର୍ତ୍ତମାନକୁ ବିତାଉଛି।।


ଏହି ଏବେ ଏବେ ତ ନିଜର ମୂଲ୍ୟକୁ 

ସେ ଅମୂଲ୍ୟ ବାଢି ଦେଇଚି 

ସେ ନିଜଠୁ ହାରିଯିବା ପରେ ଏବେ ଏବେ ତ 

ଆଗକୁ ବଢିଛି ଖାଲି ନିଜ ପାଇଁ।।


କେବେ ହରେଇ ଦେଇଚି ଆଉ କେବେ 

ଖୁବ୍ କିଛି ଜିତି ଯାଇଚି 

ସବୁ କିଛି ତାକୁ ଏବେ ଏବେ ତ ମିଳିଛି 

ଏବେ ତ ଭୁଲି ଯାଇଚି ନିଜକୁ ଆଉ ନିଜରକୁ।।


ଏବେ ଏବେ ତ ବର୍ଷାରେ ଭିଜି ହଜେଇ ଦେଇଚି 

ନିଜ ଲୁହର ଠିକଣାକୁ 

ଏବେ ଏବେ ତ ତାକୁ ବାଟବଣା କରି 

ନିଜେ ହସି ପାରୁଛି।।


ନା ଏହି ଏବେ ଏବେ ତ ଆଉ ଅପେକ୍ଷା କରୁନି 

କାହାକୁ ସେ ଦର ଆଉଜା କବାଟ ଫାଙ୍କରେ 

ଏବେ ଆଉ ନାହିଁ ଅପେକ୍ଷା କାହା ଆସିବା ଯିବାରେ 

ସେ ବାଟ ସେମିତି ପଡ଼ି ରହିଚି।।


ଅନେକ ବାଟୋଇ ଯାନ୍ତି ଆଉ ଫେରନ୍ତି 

ହେଲେ ଏବେ ଆଉ ଅପେକ୍ଷା ନାହିଁ କାହା ପାଦ ଚିହ୍ନକୁ 

ଆଉ କେହି ଫେରି ଚାହୁଁ ନାହିଁ 

ସେହି ଅମଡ଼ା ବାଟକୁ।।


ଏହି ଏବେ ଏବେ ତ ଶାନ୍ତ ପଡି ଯାଇଚି 

ସବୁ ପ୍ରେମର ଝଡ଼ ତାର 

ଏବେ ଶାନ୍ତ ଏକାକୀ ଦାୟୀ ସାଜି ଠିଆ ହୋଇ ରହିଚି 

ସ୍ମୃତିକୁ ଛାତିରେ ସାଉଁଟି କାନ୍ଥକୁ ଡେରି ହେଇ।।



Rate this content
Log in

Similar oriya story from Romance