ଦୁଇଧାର ଲୁହ
ଦୁଇଧାର ଲୁହ
ଗୋକୁଳାନନ୍ଦ ସାରକୁଁ ଦେଖିଲେ ମନରେ ଆସେ କେତେ ଦୁଃଖକୁ ପିଇ ଉପରକୁ ହସି ଚାଲୁଥିବାର ବ୍ୟକ୍ତି।ଆଜକୁ କୋଡିଏ ବର୍ଷ ତାଙ୍କ ସହିତମିଶିଲା ପରେବି ,ଜାଣିପାରି ନଥିଲି ତାଙ୍କ ଭିତର କୋହ।ସାଧାରଣ, ସରଳ, ଓ ସ୍ୱାଭିମାନି ସେ। କେବେ ବି କାହାପାଖରେ ମୁଣ୍ଡ ନଇଁ ବାର ଦେଖିନାହିଁ।ଯାହା ପେନସନ ପାଆନ୍ତି , ସେଇଥିରେ ଦୁଇ ପୁଅ ଓ ତାଙ୍କର ପତ୍ନୀ ଚଳନ୍ତି।ସଂସ୍କୃତ ଭାଷାରେ ଅଗାଧ ପଣ୍ଡିତ୍ୟର ଅଧିକାରୀ।ଶୁଣିଛି ତାଙ୍କର ଝିଅ ଅନ୍ୟଜାତିରେ ପଳେଇ ଗଲା ବୋଲି ସାର ଅବଶ ହୋଇଗଲେ।ଦୁଃଖରେ ଭାଙ୍ଗି ପଡିଲେ । କିନ୍ତୁ କେବେ ସେଇ ଦୁଃଖ କାହାକୁ ଜଣାଇ ନାହାନ୍ତି। ଅଜାଗ ଘା ଦେଖି ହୁଏନାହିଁ କି ଦେଖେଇ ହୁଏନି। ଭିତରେ ଭିତରେ ସାର ଜର୍ଜରିତ। ଚିନ୍ତାରେ ରୋଗ ବସା ବାନ୍ଧି ବସେ।ବୃକକକ ରୋଗରେ ପୀଡିତ ହେଲେ।ଦୁଇପୁଅ ଅର୍ଦ୍ଧ ପାଗଳ। ବେକାରୀ। ତେଣୁ ସେଇ ଝିଅ ଆସି କଟକ ନେଇ ବଡ଼ ଡାକ୍ତର ଦେଖେଇ ଡାଲୁସନ କରାଇଲା। ବର୍ଷକ ପରେ ପତ୍ନୀ କଂ ଦେହାନ୍ତ। ଗୋଟିଏ ପୁଅବି ଦେହାନ୍ତ ହେଲା। ସାର ଦୈନ୍ୟତା ଭିତରେ ରୋଗରେ ପଡ଼ିବର୍ଷା ମୁଖର ରାତ୍ରିରେ ଚାଲିଗଲେ। ଶୁଣିଲା ପରେ କେବଳ ଆଖିରୁ ଦୁଇଟୋପ ଲୁହ ଗଡ଼ିଗଲା।