Kamalini Panigrahi

Others

4  

Kamalini Panigrahi

Others

ଦୁହିତା

ଦୁହିତା

2 mins
268



ଦୁହିତା ଦୁଇ କୂଳକୁ ହିତା । ଯିଏ ଲୁହକୁ ନିଜର କରି ଧର୍ଯ୍ୟ ଓ ସାହସର ସହ ନିଜ ପିତୃ ଗୃହ ଓ ଶାଶୂ ଘରର ଦାୟିତ୍ଵ ଉତ୍ତମ ରୂପେ ସଂପାଦନ କରିଥାଏ ତାହାକୁ ଦୁହିତା କୁହାଯାଏ ।


 ମିଶ୍ରବାବୁଙ୍କର ଦୁଇଟି ସନ୍ତାନ ଗୋଟେ ପୁଅ ପ୍ରଥମେ ଆଉ ତାର ଦୁଇ ବର୍ଷପରେ ଗୋଟିଏ କନ୍ୟାରତ୍ନ ହୋଇଥାଏ । ଘରେ କିନ୍ତୁ ଝିଅକୁ ପାଇ କେହି ଖୁସି ନ ଥିଲେ । ପୁଅ ଜନ୍ମ ହେଲାପରେ ଯେମିତି ଖୁସିରେ ମିଠା ବଣ୍ଟା ହେଉଥିଲା । କି,କଥା? ପୁଅ ପୋଷିବ!!!!ବଂଶ ରକ୍ଷା କରିବ... ବାପା ମାଆଙ୍କ ନାଁ ରଖିବ... ଏହି ଅନ୍ଧ ବିଶ୍ୱାସକୁ ନେଇ ବାପା ମାଆ ପୁଅକୁ ସବୁଥିରେ ଅଧିକା ସୁଯୋଗଦେଲେ ଏବଂ ଝିଅକୁ କୌଣସି ଧ୍ୟାନ ଦେଲେନାହିଁ । କିନ୍ତୁ ଝିଅ ପରି(ମିଶ୍ରବାବୁଙ୍କ ଝିଅ) ସବୁଥିରେ ପ୍ରଥମ ସ୍ଥାନରେ ରହୁଥିଲା । ଖେଳ,କୁଦ,ଗୀତ,ନାଚ,ପାଠ ସବୁଥିରେ ପ୍ରଥମ କିନ୍ତୁ କାହାର ମନରେ ହରଷ ନଥାଏ । ପରେଶର(ମିଶ୍ରବାବୁଙ୍କ ପୁଅ)ସଫଳତାରେ ସମସ୍ତଙ୍କର ଧ୍ୟାନ ଥାଏ । ମିଶ୍ର ବାବୁ ଜଣେ କଲେଜ ଲେକ୍ଚର ଯାହା ଦରମା ପାଆନ୍ତି ପିଲାଙ୍କ ପିଛା ଖର୍ଚ୍ଚ କରିଦିଅନ୍ତି । ପରେଶ୍ ଗୋଟେ ବଡ ଇଞ୍ଜିନିୟର ହୋଇ ଆମେରିକାରେ ରହୁଛି । ବାପା ମାଆଙ୍କ ମନ ବହୁତ୍ ଖୁସି... ଯାହା ହେଉ ତାଙ୍କ ଆଶା,ସ୍ୱପ୍ନ ଆଜି ସାକାର ହୋଇଛି ତାଙ୍କ ପୁଅ ଗୋଟେ ଏତେ ବଡ ଇଞ୍ଜିନିୟର ଯେ....ମିଶ୍ରବାବୁ ଅବସର ପ୍ରାପ୍ତ  

 ହୋଇ ଘରେ ଅଛନ୍ତି ।


ଝିଅ ପରୀ କୁ ଗୋଟେ ଭଲ ବର ଦେଇ ବାହା କରିଛନ୍ତି ତାର ଗୋଟେ କ୍ଲାସମେଣ୍ଟ ପୁଅକୁ ଯିଏ ଜଣେ ଶିକ୍ଷକ.. ପରୀ ବହୁତ୍ ଖୁସିରେ ଅଛି । ଶାଶୁ ଘରେ ସମସ୍ତଙ୍କ ମନ କିଣି ନେଇଛି । ଶାଶୁ,ଶଶୁର ସମସ୍ତେ ପରିକୁ ଝିଅ ପରି ଦେଖନ୍ତି । ଘରର ସବୁ ଦାୟିତ୍ଵ ନେବା ସହ ମଝିରେ ମଝିରେ ବାପା ମାଆ ଙ୍କୁ ଦେଖି ଯାଏ । ଆଜକୁ ୭ ବର୍ଷ ହୋଇଗଲା । ପରେଶ ତାର ଅଫିସର ଏକ ସୁନ୍ଦରୀ ଝିଅକୁ ବାହାହୋଇ ଆମେରିକାରେ ସେଟେଲ ହୋଇଯାଇଛି । ଘରକୁ ବାପା, ମାଆଙ୍କୁ ଯେମିତି ସିଏ ସବୁ ଦିନପାଇଁ ଭୂଲି ଯାଇଛି । ବାପା, ମାଆ ଦୁଇଟା ଯେତେବେଳେ ନିଜର କଷ୍ଟକୁ ସମ୍ଭାଳି ପାରନ୍ତିନି ଫୋନ କଲେ କହେ ।


ବାପା!!! ଆପଣ ତ ପେନ୍ ସନ୍ ପାଉଛନ୍ତି ଖାଇ ପିଇ ରହିଛ ଅସୁବିଧା କ,ଣ ଅଛି । ଯଦି ଦେହ ଖରାପ୍ ହେଉଛି ବୃଦ୍ଧଶ୍ରମରେ ପରୀକୁ କହିବ ଛାଡ଼ିଦେବ । ପୁଅର ଏମିତି କଥା ଶୁଣି ମିଶ୍ରବାବୁ ଫୋନ କାଟି ଦିଅନ୍ତି । ଆଉ ସ୍ତ୍ରୀକୁ ମିଛ କୁହନ୍ତି ଯେ ପୁଅ ଆସିଲେ ଆମକୁ ନେଇଯିବ । ମିଛରେ ମିଛରେ ଏବେ ଶରୀର ଅସୁସ୍ଥ ହୋଇପଡ଼ିଲା । ଦେଖିବାକୁ ପାରୀ ସବୁଦିନ ଆସେ ଆଉ ବାପା ମାଆଙ୍କ ସେବା କରି ଚାଲିଯାଏ । ହଠାତ୍ କଲ ଆସିଲା ଅର୍ଦ୍ଧ ରାତ୍ରୀରେ ଘରର ଚାକର ଫୋନ କଲା ବାପା ଚାଲିଗଲେ । ପରୀ ତାର ଶାଶୁଙ୍କ ଠାରୁ ଆଦେଶ ନେଇ ଚାଲିଗଲା । ବାପାଙ୍କ ଶୁଦ୍ଧି କ୍ରିୟା ପାଇଁ ଭାଇକୁ କଲ କଲା ହେଲେ ଭାଇ ସଫା ମନା କରିଦେଲା ଜରୁରୀ ମିଟିଙ୍ଗ ଅଛୁ ବୋଲି । ଶେଷରେ ପରୀ ମୁଖାଗ୍ନି ଦେଇ ଶୁଦ୍ଧି କ୍ରିୟାକଲା ଆଉ ମାଆଙ୍କୁ ସାଥିରେ ନେଇ ଶାଶୁଘରେ ରଖିଲା । ଝିଅର ଏମିତି କର୍ତ୍ତବ୍ୟ ଦେଖି ମାଆ କାନ୍ଦି ପକାଇଲେ କହିଲେ ପୁଅ ପାଇଁ ଏତେ ଖର୍ଚ୍ଚ କରି ଭୁଲ୍ କଲି ମୋ ସୁନା ଝିଅକୁ ହତାଦର କରି ଭୁଲ୍ କରିଛି । ତୁ ମୋ ଦୁହିତା ଦୁଇ କୂଳ ପାଇଁ ତୁ ଜନ୍ମ ହୋଇଛୁ । ଆଜି ମୁଁ ଗର୍ବ କରୁଛି ତୋତେ ଜନ୍ମ ଦେଇକି ।

 


Rate this content
Log in