Satyabati Swain

Tragedy

4  

Satyabati Swain

Tragedy

ଦୃଶ୍ୟ (p - 29)

ଦୃଶ୍ୟ (p - 29)

4 mins
322



   ସେଦିନ ନୋଳିଆ ବସ୍ତିର ଏକ ' ଦୃଶ୍ୟ ' ଚକିତ କରିଥିଲା ଆମକୁ। ବିସ୍ମୟରେ ଆମ୍ ସଭିଙ୍କ ଆଖି ଅଟକି ଗଲା ଗୋଟିଏ ଜାଗାରେ। ଖୁଣ୍ଟରେ ବନ୍ଧା ହୋଇଥିଲେ ସେ। ସେ କିନ୍ତୁ କୌଣସି ପଶୁ ନ ଥିଲେ।


  ଏ ଥିଲା ପୁରୀର ଏକ ନୋଳିଆ ବସ୍ତିର ଦୃଶ୍ୟ। ଆମେ ସାର୍ ଙ୍କ ସହ ଗୋଟେ ସର୍ଭେ କରିବା ପାଇଁ ସେ ବସ୍ତିକୁ ଯାଇଥିଲୁ । ଘର ଘର ବୁଲି ତଥ୍ୟ ଆଣୁଥିଲୁ।କେତେ ସଦସ୍ୟ।ପୁରୁଷ ମହିଳା। ଛୋଟ ପିଲା; ଝିଅ ଓ ପୁଅ। ସଦସ୍ୟ ମାନଙ୍କର କାହାର କାହା ସହ କି ସମ୍ପର୍କ। କିଏ କେଉଁ ଯାଏ ପଢିଛନ୍ତି। ବୃତ୍ତି କଣ ? ସରକାରୀ ଚାକିରୀ ଅଛି କି ନାହିଁ। କେତେ ଜଣ ରୋଜଗାର କ୍ଷମ। ଘରେ ଦୁଇ ଚକିଆ, ଚାରି ଚକିଆ ଯାନ ଅଛି କି ନାହିଁ। ପାନୀୟ ଜଳର ଉତ୍ସ କଣ। ରୋଷେଇ କେଉଁଥିରେ କରନ୍ତି। ଯେମିତି କି ଗ୍ୟାସ୍, ଇଣ୍ଡକ୍ସନ, ମାଇକ୍ରୋଓଭାନ୍ ହିଟର, ଷ୍ଟୋଭ, ଚୁଲି। କେଉଁ ଇନ୍ଧନ ବ୍ୟବହାର କରନ୍ତି ଇତ୍ୟାଦି।


   ସ୍ନାତକ ଶେଷ ବର୍ଷ। ଏପ୍ରିଲ ମାସରେ ସେ ବର୍ଷ ପ୍ରବଳ ଖରା ହେଉଥାଏ। ଦୁଇ ଦଳ ହୋଇ ଆମେ ଘର ଘର ବୁଲି କେଉଁ ସ୍ତମ୍ଭରେ କଣ ଲେଖା ହେବ ପଚାରି ଲେଖୁଥାଉ। ବସ୍ତିଟିର ସର୍ଭେ ସରିବାକୁ ଆଉ ଗୋଟେ କି ଦୁଇଟି ଘର ଥାଏ। ପାଖରୁ ପାଣି ଶେଷ। ସେ ବସ୍ତି ଶେଷ ଆଡ଼କୁ ଗଛ ମୂଳେ ଚାନ୍ଦିନୀଟିଏ ହୋଇଥାଏ।ସବୁ ପିଲା ସେଇଠି ବସି ପଡ଼ିଲୁ।


  ଆଉ ଏ ଖରାରେ ଯାଇ ହେବନି ସାର୍ । ପାଣି ...ପାଣି ବ୍ୟବସ୍ଥା କରନ୍ତୁ ସାର୍।


  ଆରେ ଆଉ ଗୋଟେ ଦୁଇଟା ଘର ଅଛି। ସାରି ଆନନ୍ଦ ବଜାରକୁ ପଲେଇବା। ଖାଇ ପିଇ ପୁରୀ ବୁଲିବା।ସାନ୍ଧ୍ୟ ଆଳତୀ ଦର୍ଶନ କରି ଫେରିବା।


ଏବେ ଆଗ ପାଣି ଦରକାର ସାର୍।


  ହେଉ କହି ସାର୍ କେଉଁଠି ନଳକୂପ ଅଛି ଲୋକଙ୍କୁ ପଚାରିଲେ।


   ଜଣେ ବ୍ୟକ୍ତି ଆମ ବସିଥିବା ଚାନ୍ଦିନୀ ପଛ ପଟେ ନଳକୁଅ ଅଛି ବୋଲି ଦେଖାଇ ଦେଲେ। ସମସ୍ତେ ନିଜ ନିଜ ବଟଲରେ ପାଣି ପୂର୍ଣ୍ଣ କରିବା ସହ ପେଟେ ପେଟେ ପିଇଲୁ। ଓଃ ଭଗବାନ କି ଶୋଷ !


  ଖରା ତେଜ ବଢ଼ୁଥିଲା। ଆଉ ଆଗକୁ ଯିବାକୁ ମନ କହୁ ନଥିଲା। ସାର୍ ଦୁହେଁ କିନ୍ତୁ ଚାଲ ଚାଲ ଶୀଘ୍ର କାମ ସାର୍ ବୋଲି ରଡି କଲେ। 


  ଦିବ୍ୟ, ଟିନି, ଦୃଷ୍ଟି, ଦ୍ରାକ୍ଷା ଏବଂ ମୁଁ ଚାନ୍ଦିନୀ ଆରପାଖ ରାସ୍ତା କ୍ରସ କରି ଗୋଟିଏ ଦୁଇ ମହଲା ବିଶିଷ୍ଟ ସୁନ୍ଦର ଦେଖା ଯାଉଥିବା ଘରକୁ ଗଲୁ। ସେଠି କିନ୍ତୁ ଯେଉଁ ଦୃଶ୍ୟ ଦେଖିଲୁ ଆବା କାବା ହୋଇଗଲୁ।


ୟାଙ୍କୁ ଏମିତି ଖୁଣ୍ଟରେ ବାନ୍ଧିଛ କାହିଁକି ?


ପାଗେଳି ହୋଇ ଯାଇଛନ୍ତି।  କୁଆଡେ ନାଇଁ କୁଆଡେ ପଳଉଛନ୍ତି । ଏଣୁ ୟାଙ୍କ ସୁରକ୍ଷା ପାଇଁ ଏମିତି ବାନ୍ଧିଛୁ ।


ତୁମେ ତାଙ୍କର କଣ ହୁଅ ?


ମଝିଆ ବୋହୁ।  


ଏ ତୁମର କଣ ହେବେ ? ଶାଶୁ ତ ?


ହଁ ଶାଶୁ ମାଆ।


  ବାରଣ୍ଡା ଖୁଣ୍ଟରେ ହାତ ପଛକୁ କରି ବନ୍ଧା ହୋଇଛନ୍ତି ପଇଁଚାଳିଶ ରୁ ପଚାଶ ବର୍ଷ ଭିତର ବୟସ୍କା ଜଣେ ମହିଳା। ହ୍ୟାପ ପ୍ୟାଣ୍ଟ ଓ ଗଞ୍ଜିଟିଏ ପିନ୍ଧାଇ ଦିଆଯାଇଛି ତାଙ୍କୁ। ଚୁପ୍ ଚାପ୍ ଧକେଇଲା କୁକୁର ପରି ଗୋଡ଼ ଲମ୍ବେଇ  ଖୁଣ୍ଟକୁ ଆଉଜି ବସିଛନ୍ତି। ସଫା ଟଫା ଦିଶୁଚନ୍ତି। ମୁଣ୍ଡ ବି କୁଣ୍ଡା ହୋଇ ନାଲି ଟିକିଲିଟିଏ ଲଗେଇ ଦେଇଛନ୍ତି। ସ୍ୱାସ୍ଥ୍ୟ ମଧ୍ୟ ଉତ୍ତମ।ରଙ୍ଗ ସଫା। ଘର ଲୋକେ ତାଙ୍କୁ ବାନ୍ଧିଲେ ମଧ୍ୟ ତାଙ୍କର ଯତ୍ନ ନେଉଛନ୍ତି ତାହା ତାଙ୍କ ବେଶ ପୋଷାକରୁ ବାରି ହୋଇ ପଡୁଥିଲା।


  ଆମକୁ ଦେଖି ସେ ଆକୁଳ ହୋଇ କହିଲେ, ମୋ ହାତ ଟିକେ ଖୋଲି ଦେଲ ବାବୁ ପାଖକୁ ଯିବି।


ଆ ଆ ବାବୁ ଆ। ଡାକ ଛାଡିଲେ ମହିଳା ଜଣଙ୍କ।


ପାଗେଳି କେମିତି ହେଲେ ?


    ଦୁଇ ବର୍ଷ ତଳେ ହଠାତ୍ ଏକ ଆକସ୍ମିକ ଦୁଘଟଣା ପରଠାରୁ ମାଆଙ୍କ ଅବସ୍ଥା ଏମିତି ହୋଇଛି।


ଦୁର୍ଘଟଣା !


   ମାଆଙ୍କର ତିନି ପୁଅ।ବାବୁ ଭାଇ ବିକ୍ରମ,ଟୁବୁ :

ସଂଗ୍ରାମ, ଓ ଶିବୁ ସମ୍ପଦ। ବାବୁ ଭାଇ ଭାରି ମେହେନତି ମଣିଷ। ତାଙ୍କରି ପରିଶ୍ରମରୁ ଏ ଘର ଦ୍ୱାର ସବୁ କିଛି। ବଡ଼ ଦାଣ୍ଡରେ ବି ଦୁଇଟି କୋଠା ଘର ଭଡାରେ ଲାଗିଛି। ଭାଇ ସତେକି ସମୁଦ୍ରର ମଣିଷ।ହୁଲି ଡଙ୍ଗା ନେଇ ଗଭୀର ସମୁଦ୍ର ଭିତରକୁ ଯାଇ ମାଛ ମାରିବାରେ ସେ ଓସ୍ତାତ୍ । ବାପା ଭାଇ ମାଆ ଓ ବଡ଼ ଭାଉଜ ସେଇ ମାଛ ଧରା କାମରେ ଦିନ ରାତି ଲାଗିଥାନ୍ତି।ଭାଇ ଡଙ୍ଗା ନେଇ ଗଲେ ଟ୍ରକ ଟ୍ରକ ମାଛ ନେଇ ଫେରନ୍ତି। ସେତିକ ବେପାରୀଙ୍କୁ ଧରେଇ ଦେଇ ଗୋଟିଏ ସନ୍ଧ୍ୟା ହେବା ପୂର୍ବରୁ ସମୁଦ୍ର ଭିତରକୁ ଯାଆନ୍ତି। । ଆଉ କିଛି ମାଛ ବାପା ମାଆ ଓ ଭାଉଜ ନିକଟ ମାଛ ହାଟକୁ ବିକ୍ରି କରିବାକୁ ନିଅନ୍ତି। ଯଦି କେବେ ମାଛ ବଳି ପଡେ ଶୁଖୁଆ କରି ବିକନ୍ତି। ଲକ୍ଷପତି ହେଲେ ବି କୁଳ ବେଉସା ଛାଡ଼ନ୍ତି ନାହିଁ ଏ ଘର ଲୋକେ।


   ମୋ ସ୍ୱାମୀ ଟୁବୁ : ସଂଗ୍ରାମ ପାଠ ପଢି ବ୍ୟାଙ୍କରେ ଚାକିରୀ କରିଛନ୍ତି।କିନ୍ତୁ ଛୁଟି ଦିନରେ ସେ ବି ମାଛ ମାରିବାକୁ ଯାଆନ୍ତି।ସମୁଦ୍ର ଯେମିତି ଏମାନଙ୍କ ମାଆ।ଝଡି ବଢ଼ିକୁ ଏ ନୋଳିଆ ମାନଙ୍କର ଖାତିରି ନ ଥାଏ । 


   ସବୁଦିନ ସମାନ ଯାଏନି। ଦିନେ ଭାଇ ସମୁଦ୍ରର ଅନେକ ଭିତରକୁ ଯାଇଥିଲେ। ହଠାତ୍ ଭୟଙ୍କର ସାମୁଦ୍ରିକ ଝଡ଼ଟିଏ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଲା। ମାଛ ଧରାଳିଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ କଳ ଗାଉଣା ପ୍ରଚାର କଲା। ଯେଉଁମାନେ ଯାଇଛନ୍ତି ସେମାନେ ଶୀଘ୍ର ଫେରି ଆସିବାକୁ କୁହାଗଲା। ପ୍ରତି ନୋଳିଆ ରେଡ଼ିଓଟିଏ ପାଖରେ ରଖିଥାନ୍ତି ପାଣିପାଗ ସୂଚନା ପାଇବା ପାଇଁ। ଏବେ ତ ଫୋନ୍ ରୁ ସବୁ ସୂଚନା ସହଜରେ ମିଳି ପାରୁଛି। ଭାଇଙ୍କ ସହ ଫୋନ୍ ରେ କଥା ହୋଇ ବାପା କହିଲେ, ଶୀଘ୍ର ଫେରିଆ। ଭୟଙ୍କର ଝଡ଼ ହେବାର ଅଛି ଆଜି ସକାଳ ସୁଦ୍ଧା।


    ହଁ ବାପା କହି ଭାଇ ସିନା ଫୋନ୍ ରେ କହିଲେ କିନ୍ତୁ ଫେରି ପାରିଲେ ନାହିଁ। ଫେରିବାକୁ ତାଙ୍କୁ ଅନେକ ସମୟ ଲାଗିଥାନ୍ତା। ଲାଗିଥାନ୍ତା। ସକାଳ ହେବା ପୂର୍ବରୁ କିନ୍ତୁ ଝଡ଼ ପ୍ରବଳ ବେଗରେ ଆସି ଯାଇଥିଲା। ଭାଇ ଫୋନ୍ ରେ କହିଲେ ବାପା ମୁଁ ହୁଏତ କୂଳ ଧରି ପାରିବି ନାହିଁ। ଭୟଙ୍କର ଝଡ଼।ଡଙ୍ଗା ସମ୍ଭାଳି ପାରୁ ନାହିଁ। ସମୁଦ୍ରକୁ ଡରଉଥିବା ତୁମର ଏ ପୁଅ ବିକ୍ରମ ଆଜି ଖୁବ୍ ଅସହାୟ ହୋଇ ପଡୁଛି। ମୁଁ ଆଉ ତୁମ ମାନଙ୍କୁ ଦେଖି ପାରିବି ନାହିଁ ବାପା। ମୋ ଝିଅ ପୁଅ ଓ ବିଚି ତୁମକୁ ଲାଗିଲେ। ମାଆ ମୋ ବିଷୟରେ ପଚାରିଲେ କହିବ ମୁଁ ମାଛ ମାରିବାକୁ ଯାଇଛି ସକାଳ ସୁଦ୍ଧା ଫେରି ଆସିବି। ବାପା ବାପା ମୋ ଡଙ୍ଗା ବୁଡି ଯାଉଛି ବାପା। ବା ....ପା। ତାପରେ ଆଉ ଭାଇଙ୍କ କଥା ଆଉ ଶୁଭି ନ ଥିଲା।ଝଡ଼ ଦୁଇ ଦିନ ଧରି ହେଲା। ଚାରିଦିନ ପରେ ଦେଖା ଗଲା ଆମ ଘାଟ ଠାରୁ ବହୁ ଦୂରରେ ଡଙ୍ଗାର ଖଣ୍ଡେ ପଟାକୁ ଜାବୁଡ଼ି ଧରିଥିବା ଭାଇଙ୍କ ଶବ ଲାଗିଥିଲା ଯାହାକୁ କାଉ ମାନେ ଘେରି ଖୁମ୍ପୁଥିଲେ।


    ସେବେଠାରୁ ମାଆ ମୁଣ୍ଡ କାମ କରୁନି। ଦୁଇ ଦୁଇ ଥର ବାବୁ ବାବୁ ଡାକି ସମୁଦ୍ର ଭିତରକୁ ପଳେଇ ଥିଲେ। ବହୁ କଷ୍ଟରେ ଉଦ୍ଧାର କରା ଯାଇଛନ୍ତି। ମାଆଙ୍କୁ ବଞ୍ଚେଇ ରଖିବା ପାଇଁ ଏମିତି ବାନ୍ଧିବାକୁ ବାଧ୍ୟ ହେଉଛୁ। ମେଡ଼ିସିନ୍ ଖାଉଛନ୍ତି । ଡାକ୍ତର କହିଛନ୍ତି ଭାଇ ମରିଛନ୍ତି ସେ ଯେଉଁ ଦିନ ଗ୍ରହଣ କରି ନେବେ ହୁଏତ ତା ପରଠାରୁ ଭଲ ହୋଇ ଯାଇ ପାରନ୍ତି। ରାତିରେ ଖୁଆଇ ସାରି ମେଡ଼ିସିନ ଟିଏ ଖାଇଲେ ସୁନା ପିଲା ପରି ଶୋଇ ପଡ଼ନ୍ତି ସକାଳ ଆଠ କି ନଅ ଯାଏ। ତାଙ୍କ ପୁଅ,ବାପା ଓ ବଡ଼ ଭାଉଜ ମାଆଙ୍କୁ ମେଣ୍ଟାଲ ହସ୍ପିଟାଲରେ ରଖିବାକୁ ଚାହିଁଲେ ନାହିଁ।ସେଠି ଅବହେଳା ହେବେ ବୋଲି।


ଓ ଗଡ୍ କହି ମୋ ଭିତରୁ ଦୀର୍ଘଶ୍ବାସ ଟିଏ ବାହାରି ଆସିଲା ମୋ ପିଞ୍ଜରା ଥରେଇ।




Rate this content
Log in

Similar oriya story from Tragedy