ଦରିଦ୍ରତା
ଦରିଦ୍ରତା
ଛିଣ୍ଡାବସ୍ତ୍ର ପିନ୍ଧି ଏକ ଭିକାରୀ ମନ୍ଦିର କଡ ରେ ଭିକ ମାଗେ l ସମସ୍ତ ଙ୍କୁ ନେହୁରା ହୋଇ କିଛି ପଇସା ଯୋଗାଡ କରିନିଏ, ଯାହା ବି କମାଏ ଦିନ ରାତି ଗୋଟିଏ ଦିନ ଚଳିଯାଏ l
ଘର ବୋଲି ତାହାର ସେହି ମନ୍ଦିର ର ଅଗଣାଟି
ତା ସଂସାର ରେ ଆହା କରିବା ପାଇଁ ତା ନିକଟେ ଜଣେ
ହେଲେ ଆତ୍ମୀୟସ୍ଵଜନଙ୍କୁ ପାଖରେ ପାଏ ନାହିଁ l ସେ ବି ଦିନେ ଶିକ୍ଷିତ ଯୁବକ ଟିଏ ଥିଲା.l ଚାକିରି କରି ସଂସାର ଚଳଉଥିଲା ହସ ଖୁସି ରେ ଦିନ ବିତିଯାଉଥିଲା l ହଠାତ୍ ଦିନେ ତା ସ୍ତ୍ରୀ ବଡ ରୋଗ ରେ ପୀଡିତ ହେଲା, ଏତେ ବଡ ରୋଗ କୁ ତା ପାଖରେ ଥିବା ପଇସା l ନିଅଣ୍ଟ ହେଲା କଣ କରିବ ତାକୁ କିଛି ବୁଦ୍ଧି ବାଟ ଦିଶିଲା ନାହିଁ, କରଜ କରି ମଧ୍ୟ ତା ସ୍ତ୍ରୀ କୁ ବଞ୍ଚାଇ ପାରିଲା ନାହିଁ l
କାଳକ୍ରମେ କରଜ କରିଥିବା ପଇସା ବଢି ବଢି
ଚାଲିଲା l ଲୋକେ ତାକୁ ଗାଳି ଗୁଲଜ କରି ତା
ଘର ତା ଠାରୁ ଛଡାଇ l ନେଲେ ଅନ୍ୟମନସ୍କ ରହି ବିଦ୍ୟାଳୟ କୁ ଯିବା ଛାଡିଦେଲା l ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ଏହି ମନ୍ଦିର ରେ ଭିକ ମାଗୁଛି, ଦରିଦ୍ରତା ର ଭାବ ବୁଝିବା ପାଇଁ ମାନବିକତା ମଣିଷ ଭୂଲି ସାରିଲାଣି l