Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Pratap chandra Mishra

Children


4.0  

Pratap chandra Mishra

Children


ଦୃଢ଼ତା

ଦୃଢ଼ତା

4 mins 223 4 mins 223


ଶନିବାର ସକାଳ ସ୍କୁଲ।ପ୍ରାତଃ ଶୀଘ୍ର ଉଠି ଯିବାକୁ ହବ। ପୁଣି ପରିଦର୍ଶକ ଆସୁଛନ୍ତି। ଗୁରୁମା ତାଗିଦ୍ କରି କହିଛନ୍ତି ଯିଏ ଠିକ୍ ସମୟ ରେ କ୍ଲାସ ରେ ଉପସ୍ଥିତ ନ ହବ ତାକୁ ଦଣ୍ଡ ମିଳିବ। ଏବଂ ହୋମ ୱାର୍କ ଯାହା ଦିଆ ଯାଇଛି ସେ ସବୁ ମଧ୍ୟ ପୁରା କରି ଆଣିବାକୁ ହେବ । ତେଣୁ ସମୟ ପୂର୍ବରୁ ସଜାଗ ହୋଇ ସ୍କୁଲରେ ଉପସ୍ଥିତ ହେଲେ ଯାଇ ତ୍ରାହି ମିଳିବ। ସେଥିପାଇଁ ଅମ୍ଳାନ ସଚେତନ ହୋଇ ସବୁ କାମ ସାରି ରାତିରେ ଶୀଘ୍ର ଶୋ ବାକୁ ଗଲା। ସକାଳୁ ଶୀଘ୍ର ଉଠିବାକୁ ପଡ଼ିବ। ଏବଂ ଏ ବିଷୟ ନେଇ ତାର ଘନିଷ୍ଟ ସାଙ୍ଗ ବିଧାନକୁ ବି ବୁଝାଇ ଦୁହେଁ ଯୋଜନା କରି ଥିଲେ।


ସକାଳ ହେଲା। ଯୋଜନା ପ୍ରକାରେ ଉଭୟେ ସେଭଳି ସମୟ ସହିତ ଘରୁ ସ୍କୁଲକୁ ଯିବାକୁ ବାହାରିଲେ।ଗାଆଁ ମହାଦେବ ଦଣ୍ଡେଶ୍ୱର ଓ ମାକାଳିଙ୍କ ମନ୍ଦିରର ପ୍ରାତଃ ଆଳତି ଘଣ୍ଟ, କାହାଳୀ,ହୁଳହୁଳି ଓଙ୍କାର ଧ୍ଵନି ସେମାନଙ୍କ କର୍ଣ୍ଣ ପଟଳରେ ମୃଦୁ ମଳୟ ଦେଇ ବହି ଯାଉ ଥିଲା ବେଳେ ଦଣ୍ଡକାଳୀଙ୍କ ଦର୍ଶନ ଚିନ୍ତା ଓ ଆଧ୍ୟାତ୍ମିକ ଚେତନା ପ୍ରବଳ ହେଉଥାଏ। କିନ୍ତୁ ବିଦ୍ୟା ଅର୍ଜନ ପ୍ରଥମ କର୍ମ ବିଦ୍ୟାର୍ଥୀ ପାଇଁ ତା ପରେ ଗୁରୁ ମା ଙ୍କ କଡା ଚେତାବନୀ କ୍ଲାସ ରେ ଉଚିତ୍ ସମୟରେ ନିଜ ନିଜ ଉପସ୍ଥାନ ଦେବାକୁ। ତେଣୁ ଦୂରରୁ ଦଣ୍ଡକାଳୀ ଙ୍କୁ ଦୁହେଁ ଭକ୍ତି ପୂତ ପ୍ରଣାମ ଜଣାଇ ଆଗକୁ ଅଗ୍ରସର ହେଲେ।

କିଛି ବାଟ ଗଲା ପରେ କଦମ୍ବ, ଆମ୍ବତୋଟା । ତା ପରେ ଗାଁ ପୋଖରୀ।ସେଠାକୁ ଗାଆଁ ର ଲୋକ ମାନେ ସ୍ନାନ ଶୌଚ ଓ ନିତ୍ୟ କର୍ମ ସମ୍ପାଦନ କରିବାକୁ ଆସନ୍ତି। ଦେଶ ଅଗ୍ରଗତି ଓ ଉନ୍ନତି ଓ ପ୍ରଗତି ହେଲେ କଣ ହେବ। ସହରୀ ବାବୁ ଓ ମୁଷ୍ଟିମେୟ ନେତା ଆଉ ଗାଆଁ ଟାଉଟରଙ୍କ ପ୍ରାଦୁର୍ଭାବ ଯୋଗୁଁ ସରକାରଙ୍କ ଉନ୍ନତି ମୂଳକ ଯୋଜନା ଏଠାରେ ଅପହଞ୍ଚ। ତେଣୁ ଗରିବ ଗୁରୁବା ମାନେ ପ୍ରାଥମିକ ଆବଶ୍ୟକତା ଯେମିତି ସ୍ବାସ୍ଥ୍ୟ,ଶିକ୍ଷା,ସ୍ବଚ୍ଛତା ଇତ୍ୟାଦି ରୁ ବଞ୍ଚିତ।ତେବେ ପୁରୁଣା କାଳ ବ୍ୟକ୍ତି ମାନେ ଅଭ୍ୟାସ ଗତ ଓ ଉଚିତ୍ ଶିକ୍ଷା ପ୍ରାପ୍ତି ରୁ ସ୍ବଚ୍ଛତା ଏବଂ ପରିବେଶ ପ୍ରତି ସଚେତନର ଅଭାବ ଯୋଗୁଁ ଖୋଲା ଆକାଶ ତଳେ ଏଠି ସେଠି ମଳ ତ୍ୟାଗ କରିବା ଓ ପୋଖରୀକୁ ଯାଇ ଶୌଚ ହେବା ଯେମିତି ସ୍ବର୍ଗ ସୁଖ ମଣି ଥାନ୍ତି। ଯେତେ ବୁଝାଇଲେ ବା ସତର୍କ କରିଲେ ସୁଦ୍ଧା ପରିବାରର ଲୋକ ବାହାରେ ଅସନା କରି ଜୀବନକୁ ବିପଦରେ ପକାଇ ଥାନ୍ତି।ନିଜ ଘରେ ପାଇଖାନା କରି ସ୍ନାନ ଶୌଚ ସୁବିଧା କରିବାକୁ ସରକାର ସବୁ ସୁବିଧା କରିଛନ୍ତି। କେବଳ ଆମର ମନୋବଳ ଓ ସଠିକ୍ ମାର୍ଗରେ ଗଲେ ସୁବିଧାର ସୁଯୋଗ ପାଇ ବା।ପରିବାରର ସଦସ୍ୟ ମାନେ ପୋଖରୀ ମୁହାଁ ନ ହୋଇ ନିଜେ ସୁରକ୍ଷା ରହିବା ସହ ଅନ୍ୟ ଲୋକଙ୍କ ଜୀବନ ନିରାପଦ କରିପାରିବା।


କିନ୍ତୁ ଆଜି ଅମ୍ଳାନ ଓ ବିଧାନ ଯିବା ରାସ୍ତାରେ ଦେଖିଲେ ରଘୁ ମଉସାଙ୍କ ମା ସେ ଆମ୍ବ ଗଛ ମୂଳେ ବସି ଛନ୍ତି।ତାଙ୍କ ବୟସ ପଞ୍ଚଷଠି ହେବ।

ଆଖିକୁ ଭଲ ଦେଖା ଯାଉନାହିଁ। ଏ ଦୁହେଁ ପହଞ୍ଚି ବୁଝିଲା ବେଳକୁ ସେ ମା କହିଲେ,ବାପା ମୁଁ ପୋଖରୀ ପାଣି ପାଇଁ ଆସି ଥିଲି। ହେଲେ ମୋର ଦୃଶ୍ୟ କମ ଯୋଗୁଁ ଆଉ ବାଟ ବାରି ପାରୁନି ।ମତେ ପୋଖରୀ ନିକଟରେ ଟିକେ ଛାଡ଼ି ଦେବ। ତମର ଭଲ ହେବ। ଏକଥା ଶୁଣି ବିଧାନ ଗର ଗର ହୋଇ ବୁହେ ବୁଢ଼ୀକୁ ଗାଳି ଦେଲା। କହିଲା ତତେ ତ ଦେଖା ଯାଉନି ଏତେ ବାଟ କାହିଁକି ଆସିଲୁ? ତା ପରେ ପାଇଖାନା ସୁବିଧା ସରକାର ଯୋଗାଇ ଦେଉଛନ୍ତି,ମଉସା କାହିଁକି ଘର ପାଖରେ ତାହା କରୁନାହାନ୍ତି? ଆମର ବେକ ଉଛୁର ହେଲାଣି। ଆମେ ତତେ କିଛି ସାହାର୍ଯ୍ୟ କରିପାରିବୁ ନାହିଁ। ଯେମିତି ଆସିଥିଲୁ ସେମିତି ଯାଆ,ନହେଲେ କଷ୍ଟ ଭୋଗ କରେ ତେବେ ଯାଇ ଆଉ କେବେ ଏମିତି କାଣ୍ଡ କରିବୁ ନାହିଁ। ଚାଲ ଅମ୍ଳାନ ଆମେ ଯିବା।ସେ ବୁଢ଼ୀ ଥାଉ ଏଠି।ସିଆଡେ ଗୁରୂମା ଦଣ୍ଡିବେ। ଚାଲ .....।କହି ଅମ୍ଳାନର ହାତ ଟାଣିଲା ଓ ଆଗକୁ ଯିବାକୁ ଉଦ୍ୟତ ହେଲା। ହେଲେ ଅମ୍ଳାନର ମନ ମାନୁ ନ ଥାଏ। ସେ ବିଧାନକୁ କହିଲା ମାଆକୁ ନେଇ ଯଥା ସ୍ଥାନ ରେ ଛାଡି ଦେଇ ସ୍କୁଲ କୁ ଯିବାକୁ। କିନ୍ତୁ ବିଧାନ ଅରାଜି ହୋଇ ଅମ୍ଳାନକୁ ଛାଡ଼ି ସ୍କୁଲକୁ ଚାଲିଗଲା।ଅମ୍ଳାନ ଖୁସି ର ସହ ବୁଢ଼ୀ ମାଆ କୁ ଆଶ୍ଵାସନା ଦେଇ ତାର ହାତ ଧରି ବାଟ କଡ଼େଇ ସେ ଚାହୁଁ ଥିବା ସ୍ଥାନରେ ପହଞ୍ଚାଇ ଦେଲା। ବୁଢ଼ୀ ମା ଆଶୀର୍ବାଦ ଦେଇ ଉନ୍ନତି କର ବୋଲି କଲ୍ୟାଣୀ କଲା। ଅମ୍ଳାନ ପରବର୍ତ୍ତୀ ସମୟରେ ବିଳମ୍ବରେ ସ୍କୁଲରେ ପହଞ୍ଚିଲା। ପୂର୍ବ ଯୋଜନାନୂସାରେ ଶନିବାର ଦିନ କାର୍ଯ୍ୟ ନିର୍ଘଣ୍ଟ ଅନୁସାରେ ପରିଦର୍ଶକ ଆସି ଯାଇ ଥାନ୍ତି। ଶିକ୍ଷକ,ବିଦ୍ୟାର୍ଥୀ ସମସ୍ତେ ତତ୍ପର ପରିଦର୍ଶକ ଙ୍କ ପଛରେ। ଏତେ ବିଳମ୍ବ ରେ ଅମ୍ଳାନ ଆସିଥିବା ଯୋଗୁଁ ପ୍ରଧାନ ଗୁରୁଜୀ ଓ ଶ୍ରେଣୀ ଗୁରୁଁ ମା ବିଳମ୍ବ କାରଣ ପଚାରି ବୁଝିଲେ ଏବଂ ତାଗିଦ୍ କଲେ ପରିଦର୍ଶକଙ୍କ ଦୃଷ୍ଟିକୁ ନ ଯିବା ପାଇଁ। କାରଣ ସେ ଜାଣିଲେ କିଛି ବିପରୀତ କାର୍ଯ୍ୟ ପନ୍ଥା ନେଇ ପାରନ୍ତି। କିନ୍ତୁ ଅମ୍ଳାନ ସାହାସ କରି କ୍ଲାସ ଯିବାକୁ ସ୍ଥିର କଳା ବାରଣ ସତ୍ବେ ।ନିଜେ ମନସ୍ଥ କଳା ସେ ତ କିଛି ଭୁଲ କରି ନାହିଁ। ଅସହାୟକୁ ସାହାର୍ଯ୍ୟ ହାତ ଦେଲା। ବିଳମ୍ବ ହେଲେ କିଛି ଅସୁବିଧା ନାହିଁ। ଆଉ ଯଦି କିଛି ଦଣ୍ଡ ମିଳେ ତେବେ ମିଛ କହି ନିଜକୁ ଲୁଚାଇ ରହିବା କ୍ଷତି ଦଣ୍ଡ ଭବିଷ୍ୟତରେ ଚିରଦିନ ରହିବ , ତା ଅପେକ୍ଷା ସତ କହି ଦଣ୍ଡ ପାଇବା ଶ୍ରେୟସ୍କର। ତେଣୁ ଅମ୍ଳାନ ସାହାସର ସହ ଗୁରୁଜୀଙ୍କ ଅନୁମତି ନେଇ କ୍ଲାସରେ ଉପସ୍ଥିତ ହେଲା।ସେ ବେଳକୁ ପରିଦର୍ଶକ ସେହି କ୍ଲାସରେ ଥିଲେ।ପିଲା ମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରୁ ଥିଲେ ।ଏ ସମୟରେ ଅମ୍ଳାନ ପହଞ୍ଚିଲା। ତାକୁ ଦେଖି ପରିଦର୍ଶକ କାରଣ ପଚାରିଲେ। ଅମ୍ଳାନ ଗୋଟି ଗୋଟି କରି ପ୍ରତି ମୁହୂର୍ତ୍ତର ଘଟଣା ପରିଦର୍ଶକଙ୍କୁ କହିଥିଲା। ବିଦ୍ୟାଳୟର ସବୁ ବିଦ୍ୟାର୍ଥୀ ଗୁରୁଜୀ ଓ ଗରୁମା ମାନେ ଉପସ୍ଥିତ ଥିଲେ। ସବୁ କିଛି ଶୁଣି ଥିଲେ।

ପରିଦର୍ଶକ ଅବାକ୍ ହୋଇ ଅମ୍ଳାନକୁ କୁଣ୍ଢାଇ ପକାଇ ଅଜସ୍ର ଆଶୀର୍ବାଦ ଢ଼ାଳି ଦେଲେ। ଉପସ୍ଥିତ ଥିବା ସମସ୍ତଙ୍କୁ ଅମ୍ଳାନ ଭଳି ସାହାର୍ଯ୍ୟ ଓ ସହଯୋଗର ହାତ ବଢ଼ାଇ ସଂସାରରେ ବଞ୍ଚିବା ସହ ଅନ୍ୟକୁ ବଞ୍ଚାଇଲେ ନିଶ୍ଚୟ ଦୁନିଆ ରେ ବଡ଼ ଲୋକ ହୋଇପାରିବ ବୋଲି ଦୃଢ ଉକ୍ତି ପ୍ରତିପାଦନ କରିଥିଲେ। ଏହି ବିଦ୍ୟାଳୟ ରେ ଏ ଭଳି ପ୍ରତିଭା ଦେଖି ପ୍ରଧାନ ଗୁରୁଜୀ ଓ ସମସ୍ତ ଶିକ୍ଷକ ,ଶିକ୍ଷୟତ୍ରୀଙ୍କୁ ଭୂରି ଭୂରି ପ୍ରଶଂସା କରିବା ସହ କୋମଳ ମତି ଶିଶୁଙ୍କୁ ଭବିଷ୍ୟତର ସୁ ନାଗରିକ କରି ଗଢ଼ିବାକୁ ଉପଦେଶ ଦେଇ ସେହି ଠାରୁ ପ୍ରତ୍ୟାବର୍ତ୍ତନ କରିଥିଲେ।

ବିଦ୍ୟାଳୟର ଗୁରୁଜୀ ଓ ଗୁରୁ ମା ଏବଂ ଅଭିଭାବକ ଓ ଗାଆଁରେ ଏ ଘଟଣା ପ୍ରଘଟ ହେବା ପରେ ଅମ୍ଳାନର ଖାତିର ଆହୁରି ବଢ଼ିଯାଏ। ବିଧାନରକୁ ମନ୍ତ୍ରଣା ନିଜକୁ ଜୀବନ ସାରା ଘୃଣ୍ୟ ହୋଇ ସେ ଅକ୍ଷମଣୀୟ ଅପରାଧି ବୋଲି ଭାବି ଜୀବନ ବିତାଉ ଥାଏ। ଏବଂ ଏ ଘଟଣା ପରେ ଗାଆଁର ସରପଞ୍ଚ ସ୍ବଚ୍ଛତା ଉପରେ ଧ୍ୟାନ ଗୁରୁତ୍ଵ ଦେଇ ଘରେ ଘରେ ପାଇଖାନା କରିବାକୁ ନିଷ୍ପତ୍ତି ନେଇ ସରକାରଙ୍କ ନିକଟରେ ଦୃଢ ତା ପ୍ରତିପାଦନ କଲେ। ଓ ଗାଆଁର ଜନ ଜୀବନ ସୁରକ୍ଷା ପାଇଁ ତତ୍ପର ହୋଇ ଉଠିଲେ। ଅମ୍ଳାନ ନିଜର ଉନ୍ନତ ଚିନ୍ତା ଧାରା ନେଇ ତା ଜୀବନ ବିତାଇବାକୁ ପାଠ ପଢା ସହ ଅଗ୍ରସର ହେବାକୁ ଲାଗିଲା।



Rate this content
Log in

More oriya story from Pratap chandra Mishra

Similar oriya story from Children