Anita Jena

Inspirational


4.0  

Anita Jena

Inspirational


ଦୋଷୀ

ଦୋଷୀ

4 mins 115 4 mins 115


ସେଦିନ ଅଫିସରୁ ଟିକେ ଜଲ୍ଦି ପଳେଇ ଆସିଲେ ରମାକାନ୍ତ ବାବୁ । ମୁହଁ ବିଷର୍ଣ୍ଣ ଦେଖା ଯାଉ ଥାଏ, ଆସି ବସି ପଡ଼ିଲେ ସୋଫା ଉପରେ । ପତ୍ନୀ ସବିତା ଦେବୀ ସନ୍ଧ୍ୟା ଆଳତୀ କରୁଥାନ୍ତି, ରମାକାନ୍ତ ବାବୁଙ୍କ ଆସିବା ଦେଖି ଜଲ୍ଦି ଜଲ୍ଦି କାମ ସାରି ପାଣି ଗିଲସେ ଆଣି ବଢେଇ ଦେଲେ । ଆଉ ପାଖରେ ବସି ପଚାରିଲେ ଆଜି ଏମିତି ଏତେ ଚିନ୍ତାରେ କଣ ପାଇଁ ଦେଖା ଯାଉଛ ? କଣ ହେଇଛି ? ମୁହଁ ପୁରା ଶୁଖି ଯାଇଛି ।


ରମାକାନ୍ତ ବାବୁ - ହଁ, ଗାଁରୁ ଫୋନ୍ ଆସିଥିଲା, ମାଆ ଦେହ ବହୁତ୍ ଖରାପ । ଦେବ ମଉସା କହୁଥିଲେ, ମାଆ ଖଟରୁ ଉଠି ପାରୁନି ସବୁବେଳେ ମୋ ରମା ରମା ବୋଲି ଡାକୁଛି । ମନଟା ମୋର ଜମା ବି ଭଲ ଲାଗୁନି ।


ସବିତା ଦେବୀ - ଓ ଏଇ କଥା, ଏମିତି ବା ଅନେକ ଥର ତମ ମାଆ ବେମାର ହଉଛନ୍ତି, ପୁଣି ଦି ଦିନର ଭଲ । ଯାହା କୁହ ଖାଲି ପଇସା ଝଡେଇ ବାକୁ ଭଲ ଯୋଜନା କରୁଛନ୍ତି ତମ ମାଆ । ଭାରି ଚାଲାକ ସେ । ଛାଡ଼ ମଣିଷ ତା ପ୍ରକୃତି କେମିତି ଛାଡିବ, ପୁଅ ବୋହୂ ବୋଲି ଆଜି ଯାଏଁ କଲେଣି କଣ ତମ ମାଆ ଆମ ପାଇଁ ? ଖାଲି ବୋଝ ହେଇ ଅଛନ୍ତି ଆମ ଉପରେ । ଆଣ ଔଷଧ, ସେ ମାସରେ ବନ୍ଧୁବାନ୍ଧବ ଘର ବାହାଘର, ପ୍ରତି ବର୍ଷ ଧାନ ବୁଣା, ଅମଳ ସବୁ ପାଇଁ ଟଙ୍କା ଦିଅ । ଏଥର କିଛି ଶୁଣ ନାହିଁ, ଗାଁକୁ ତାଙ୍କ ପାଖକୁ ଯିବା ତ ଦୂରର କଥା ଗୋଟେ ଟଙ୍କା ବି ପଠେଇବ ନାହିଁ ତମେ । ବହୁତ୍ ହେଇ ଗଲା ତମ ମାଆଙ୍କର ଡ୍ରାମା । ଆମେ ଆଉ ଯିବା ନାହିଁ ସେ ବୁଢୀ ପାଖକୁ ।


ରମାକାନ୍ତ ବାବୁ - ଗୋଟେ କଷି କରି ଥାପଡ ବସେଇ ଦେଲେ ସବିତା ଦେବୀଙ୍କ ଗାଲରେ, ଆଉ ଜୋରରେ ଚିତ୍କାର କରି କହିବାକୁ ଲାଗିଲେ, ବନ୍ଦ କର ସବିତା ବନ୍ଦ କର । କଣ ଜାଣିଛ ତମେ ମୋ ମାଆ ବିଷୟରେ । ଯାହାକୁ ତମେ ଡ୍ରାମା ଭଲ କରୁଛି କହୁନ ସେ ହଉଛି ମୋ ପାଇଁ ଦେବୀ, ଛିଃ ଆଜି ତମକୁ ମୋ ପତ୍ନୀ କହିବାକୁ ବି ଘୃଣା ଲାଗୁଛି । ମୋ ମାଆ ଡ୍ରାମା କରୁଛି ନା ଶୁଣ ତାହେଲେ ସେ ମୋ ପାଇଁ ନା ନା ଆମ ପାଇଁ ଆଉ କଣ କଣ ଡ୍ରାମା କରିଛି ସବୁ ? 

   ତମକୁ ଭଲ ପାଇ ବିବାହ କରିବାକୁ ଚାହିଁଲି ହେଲେ ଘରେ ବାପା ଜମା ବି ରାଜି ନଥାନ୍ତି, କେବେ ଭାବିଚ ତମେ କେବେ ପଚାରିଛ ମତେ! ବାପା କେମିତି ରାଜି ହେଲେ ନା ତମକୁ ତ ଖାଲି ତମ ଇଚ୍ଛା ଆଉ ଖୁସି ଦରକାର୍, ଏଇ ମୋ ମାଆ ମୋ ମାଆ ହିଁ ବାପାଙ୍କୁ ଅନେକ ବୁଝେଇ ଆମ ବାହାଘର ପାଇଁ ରାଜି କରେଇଥିଲା । ବିବାହ ପରେ ତମ ଚାଲିଚଳନ କଥାବାର୍ତ୍ତା ସବୁ କିଛି ବଦଳି ଗଲା, ମୋ ମାଆ ସହ ତମେ କେବେ ଭଲରେ ବସି ପଦୁଏ କଥା ବି ହେଇନ, ମୁଁ ସବୁ ସହି ଯାଏ କିଛି କୁହେ ନାହିଁ, କାହିଁକି ଜାଣିଛ, ଏଇ ମୋ ମାଆ ପାଇଁ ସେ ହିଁ ମତେ ସବୁବେଳେ ତମକୁ କିଛି ନ କହିବା ପାଇଁ କୁହେ, ନୂଆ ନୂଆ ଘର ଛାଡ଼ି ଆସିଛ ସେଥି ପାଇଁ ଏମିତି ହଉଚ ବୋଲି କହି ମତେ ବୁଝେଇ ଦେଲା ମାଆ । ମନେ ଅଛି ସେଦିନ ତମେ ବି ମୋ ସହ ଚାକିରୀ ଜାଗାକୁ ଆସିବ ବୋଲି ମୋ ସହ ଯୁକ୍ତି କଲ ସେ କଥାକୁ ମାଆ ଶୁଣି ଦେଇଥିଲା ଆଉ ମାଆ ହିଁ ମତେ ବାଧ୍ୟ କରିଥିଲା ଆଉ ବାପାଙ୍କୁ ବୁଝେଇ ତମକୁ ମୋ ସହ ଏଠିକି ପଠେଇ ଦେଲା । ନହେଲେ ବାପା ଯାଉ ଭଳି ରାଗି ଲୋକ ଥିଲେ ସେ କେବେ ବି ମାଆକୁ ବେମାର ଅବସ୍ଥାରେ ବି ରୋଷେଇ କରିବାକୁ ଛାଡ଼ି ତମକୁ ମୋ ସହ ଛାଡ଼ି ନ ଥାନ୍ତେ । 

 ଏତିକି ନୁହେଁ ଖାଲି, ଯେତେବେଳେ ତମର ଦେହ ଖରାପ୍ଥିଲା ନୂଆ ନୂଆ ଚାକିରୀ ଟଙ୍କା ଟିଏ ନଥିଲା ପାଖରେ ତମ ଚିକିତ୍ସା ପାଇଁ ଟଙ୍କା କୋଉଠୁ ଆସିଲା ଜାଣିଛ, ଯାହାକୁ ତମେ ଡ୍ରାମା ଭଲ କରୁଛି କହୁଛ ସେ ମୋ ମାଆ ହିଁ ବାପାଙ୍କ ଅଜାଣତରେ ନିଜର ସବୁଠୁ ପ୍ରିୟ ଦାମୀ ହାର ବିକି ଟଙ୍କା ଦେଇଥିଲା ମତେ । ତମେ ଆଜି ବଞ୍ଚିଚ କେବଳ ମାଆ ପାଇଁ । ବାପାଙ୍କ ଦେହ ଖରାପ ହେଲା ମାଆ ତମକୁ ଫୋନ କରି କହିଲା ହେଲେ ତମେ ସେ କଥା ବି ମତେ କହିଲ ନାହିଁ, ବାପା ଚାଲିଗଲେ ପରେ ମୁଁ ଜାଣିବାକୁ ପାଇଲି, ଶେଷ ସମୟରେ ବାପାଙ୍କୁ ଦେଖି ପାରିଲି ନାହିଁ କେବଳ ତମ ଯୋଗୁଁ ସେଥିରେ ବି ମୋ ମାଆ ଟିକେ ବି ଅଭିମାନ କଲା ନାହିଁ, ଏକଥା ଜାଣିଲା ପରେ ମୁଁ ତମ ଉପରେ ବହୁତ୍ ରାଗି ଥିଲି ହେଲେ ମାଆ ନିଜର ରାଣ ଦେଇ ତମକୁ କିଛି ନ କହିବା ପାଇଁ ବାରଣ କରିଥିଲା । ସବୁ ଜାଣି ବି ମୁଁ ତମକୁ କିଛି କହି ପାରିଲି ନାହିଁ, ଭୁଲ କରିଛି ମୁଁ ଯଦି ପ୍ରଥମରୁ ତମକୁ ତାଗିଦ୍ କରି ଥାନ୍ତି ତାହେଲେ ଆଜି ମୋ ମାଆ ବିଷୟରେ କହିବାକୁ ତମେ ଟିକେ ବି ସାହସ କରି ନ ଥାଆନ୍ତ । 

  ଆଜି ତମର କୌଣସି କଥା ମୁଁ ଶୁଣିବି ନାହିଁ । ବାପାଙ୍କ ଭଳି ମାଆକୁ ହରେଇବାକୁ ଚାହୁଁ ନାହିଁ ମୁଁ । ସନ୍ଧ୍ୟାର ଆଗମନରେ ଯେମିତି ସୂର୍ଯ୍ୟ ଅସ୍ତ ହେଇ ଯାଏ ସେମିତି ମୋ ଜୀବନରୁ ବାପାଙ୍କ ଭଲ ପାଇବା ଅସ୍ତ ହେଇ ସାରିଛି, ଆଉ ଆଜି ମୋ ମାଆକୁ ମୁଁ ଏମିତି କଷ୍ଟରେ ଏକା ଛାଡି ଗୋଟେ ସ୍ୱାର୍ଥପର ପୁଅ ହେବାକୁ ଚାହୁଁ ନାହିଁ । ତମ ଭଳି ଝିଅ ହିଁ ବୋହୂ ନାଁରେ ଗୋଟେ ଲେଖା କଳଙ୍କ ।

   ମୋ ମାଆକୁ ତ ଢେର୍ କଥା କହିଲ ତମେ, କେବେ ଭାବିଛ ଆମର ବି ଗୋଟେ ପୁଅ ଅଛି ଯେବେ ସେ ବଡ଼ ହବ ଆଉ ତମେ ବୋହୂ ଆଣିବ ଘରକୁ ବୋହୂ ତମର ଠିକ୍ ତମ ପରି ହବ କଣ କରିବ ସେତେବେଳେ ତମେ ସବିତା । 

  ମୋ ମାଆ ମୋ ପାଇଁ ତ୍ୟାଗର ଦେବୀ, ତା ଭଲ ପାଇବାକୁ ମୁଁ ଏମିତି ମୋ ଜୀବନରୁ ଅସ୍ତ ହେବାକୁ ଦେବି ନାହିଁ । ମୁଁ ଯାଉଛି ଗାଁ କୁ, ମାଆକୁ ସାଙ୍ଗରେ ନେଇ ଆସିବି ଏଠି ବଡ଼ ମେଡିକାଲ୍ରେ ମାଆର ଚିକିତ୍ସା କରେଇବି । ଯଦି ମୋ ମାଆ ଆସିଲେ ତମର ଏତେ ଅସୁବିଧା ତେବେ ତମେ ଯାଇ ପାର ତମ ରାସ୍ତାରେ, ମୋଠୁ ଆଉ କିଛି ବି ଆଶା ରଖିବ ନାହିଁ । (ଭେଁ ଭେଁ କରି କାନ୍ଦି ଉଠିଲେ ରମାକାନ୍ତ ବାବୁ )


 ସବିତା ଦେବୀ ମଧ୍ୟ ନିଜ ଭୁଲ ବୁଝି ପାରି ରମାକାନ୍ତ ବାବୁଙ୍କୁ କ୍ଷମା ପ୍ରାର୍ଥନା କଲେ ।


ରମାକାନ୍ତ ବାବୁ - ଭୁଲ ମତେ ମାଗିଲେ ଲାଭ କଣ, ଭୁଲ ମାଗିବାର ଅଛି ତ ମୋ ମାଆକୁ ମାଗ ଯଦି ସେ ତମକୁ କ୍ଷମା କରି ଦବ ତାହେଲେ ମୋର ଆଉ କୌଣସି ଅସୁବିଧା ନାହିଁ । କିନ୍ତୁ ମନେ ରଖ ମୋ ମାଆ ମୋର ସବୁ କିଛି । ମୋ ସିନା ମୋ ମାଆର ସୁଯୋଗ୍ୟ ସନ୍ତାନ ହେଇପାରିଲି ନାହିଁ, ତା ପୁଅ ହେବାର ଯୋଗ୍ୟତା ସିନା ମୁଁ ହରେଇ ବସିଛି ହେଲେ ମାଆ ମୋର ପାଇଁ ପ୍ରତ୍ୟେକ୍ଷ ଦେବୀ । ତା ବିଷୟରେ କିଛି ନ ଜାଣି ତମେ କେବେ ବି ଆଉ ତାକୁ ଦୋଷୀ କହିବା ନାହିଁ । ଜୀବନରେ ଅନେକ ଭୁଲ ମୁଁ କରିଛି ହେଲେ ସବୁ ଭୁଲ୍କୁ ମାଆ ହିଁ ତା ପଣତ କାନିରେ ଘୋଡେଇ ଦେଇଛି ସଭିଙ୍କ ଆଖି ଆଢୁଆଳରୁ । ହେଲେ ଚୀର ଦିନ ପାଇଁ ମାଆ ଆଗରେ ମୁଁ ନିଜକୁ ଦୋଷୀ ଅନୁଭବ କରିବି ଏଥି ପାଇଁକି ମୁଁ କେବେ ପୁଅର କର୍ତ୍ତବ୍ୟ କରି ପାରିଲିନି । ପାରିଲିନି ମୁଁ .....



Rate this content
Log in

More oriya story from Anita Jena

Similar oriya story from Inspirational