Disambar Meher

Others

3  

Disambar Meher

Others

ଦିଲବାଲା ମୁନା ମେଲା

ଦିଲବାଲା ମୁନା ମେଲା

2 mins
393


 ରାମୁର୍ ପରିବାର୍ ବଏଲେ ଚାଏର୍ ବଛରର୍ ପୋ ରାଜୁ ଆର୍ ସେ । ରାଜୁର୍ ମାଁ ମଲା ଉତାରୁ ରାମୁ ଏକା ତାର୍ ମାଁ ବୁଆ ।ସକାଲ୍ ପାଏଲେ ଛୁଆକେ ଗୁଧା ପୁଧା କରି ଚା' ଲିଆ ମୁଠେ ଖୁଏଦେସି ଆର୍ ହରବରି ନେ ସଁକାର୍ ଘରକେ ଧରତ୍ ମରତ୍ ଧାଇଁ ଆଏସି । ସଁକାର୍ ଅଫିସର୍ ଲୋକ୍ ଘରର୍ କାମ୍ ଧାମ୍ ନେ ସମିଆଁ ନାଇଁ ନା ତାକର୍ ପାସେ ହେତିର୍ ଲାଗି ରାମୁକେ ହଲିଆ ରଖିଛନ । ରାମୁ ଘରର୍ ରନ୍ଧା ବଢା ,ଧୁଆ ପୁଛା ସନେ ସଁକାର୍ ର ପିଲାକେ ଇସ୍କୁଲ୍ ନିଆ ଅନା ଭି କରସି । ମାସର୍ ମୁଡେ ୧୫୦୦ ଟଁକା ଦରମା । ଦିନ୍ ବେଲା ମାହାଜନ୍ ଘରେ କବାର୍ ବୁତା କରିକରି ଅଗଲ୍ଲା ଭାତ୍ ଲିତାକେ ବାପ୍ ପୋ ମୁଠେକ୍ ମୁଠେକ୍ 


ଖାଏସନ୍ ଆର୍ ରେତ୍ ବେଲା ଘରେ ହାଁଣିନେ ଚାଉଲ୍ ପସେକ୍ ସିଖେଇକରି ଡାଲ୍ ତୁନ୍ ଶାଗ୍ ବନେକରି ବାପ୍ ପୋ ସଟାପଟା ଚଲି ଜାଏସନ ।


ଦିନେକ୍ ସକାଲୁ ରାଜୁ ଭୋକ୍ ଲାଗୁଛେ ବୋଲି ତାର୍ ବୁଆକେ ଲିଆ ଚାହା ମୁଠେ ମାଗ୍ଲା ।ରାମୁ ଲିଆ ଡବାକେ ଦେଖ୍ଲା ଜେ ପସେକ୍ ନେଇଁ,ଚାଉଲ୍ ପସେକ୍ ସିଝାଲେ ପୋ ଖାଏତା ବୋଲି ଚାଉଲ ବସ୍ତାକେ ଭି ଦେଖି ଦେଖ୍ଲା ହେନ ଭି ମୁଠେ ନେଇଁ,ତାର୍ ହାତେ ଭି ଗୁଟେ ପଏସା ପତର୍ ନେଇଁ, ନାଇଁ ହେଲେ ବିସକୁଟ୍ କି ପାରୁଟି ଗୁଟେ ଆନିଦେତା ।ହାତେ ପାଏନ୍ ଗୁଟେକ୍ ଗିଲାସ ଧରିକରି ଆସ୍ଲା "ଧନରେ ଇଟା ପି ଥ ମାହାଜନ୍ ଘର୍କେ ଗଲେତ ମୁଠେ ମୁଠେ ଖାଏମାନା ଦମ୍ ଧରିଥ ପୁତା ।


ରାଜୁକେ ଧରିକରି ମାହାଜନ୍ ଘର୍କେ କବାର କରି ଆସ୍ଲା ।ମାହାଜନ୍ ନାସ୍ତା ବନାବାକେ ରାମୁକେ କହେଲେ ।ନାସ୍ତା ବନେଇକରି ଟେବୁଲ୍ ନେ ରଖିଦେଲା ।ମହାଜନ୍ ମଟମଟ୍ ଖଉଥିଲେ ଆର୍ ଭୂଇଁନେ ବସିକରି ରାଜୁ ଭୋକେ ଛଟପଟ୍ ହେଇ କରି ମହାଜନ୍ ଖାଏବାର୍ ଟାକେ ଡୁଗ୍ ଡୁଗ୍ ଦେଖୁଥାଏ ।ମହାଜନ୍ ଖାଇକରି ଅଫିସ୍ ବାହାର ବାର୍ ସମିଆଁନେ ରାମୁ ୫୦ ଟଁକା ଗୁଟେ ମାଗ୍ଲା ଘର୍ ଲାଗି ଚଉଲ୍ ଦେଲ୍ ଘିନବାକେ ।ଫେର୍ ରାମୁ ଘର୍ ସଫା ସୁତର୍ କାମ୍ ନେ ଲାଗିଗଲା ।


ଛନେକ୍ ଗଲା ଉତାରୁ ମାହାଜନ୍ ରାମୁକେ ଫୁନ୍ କଲେ ତାକର୍ ସାନ ବାବୁକେ ଇସ୍କୁଲ୍ ନୁ ଘର୍କେ ଆନବାର୍ ଲାଗି । ରାମୁ ଚାଲିଚାଲି ମାହାଜନର୍ ପିଲାକେ ଆନବାକେ ଗଲା ।ଇସ୍କୁଲନୁ ଧରିକରି ଆଏବାର୍ ବାଟେ ମାହାଜନର୍ ପିଲା ଆଇସକିରିମ୍ ଖାଇମି ବେଲା ।ଛୁଆ ପାସେ ତ ପାଏସା ନେଇନ୍ ମାତର୍ ତାର୍ ମନ୍ ଆଇସକିରିମ଼୍ ଖାଏବାର୍ ଲାଗି ନି ଖାଏଲେ ମନ୍ ଦୁଖ୍ ହେଇଜିବା ହେତିର୍ ଲାଗି ନିଜେ ପଛେ ଦିନେକ୍ ଭୁକେ ସୁଏମି ବଏଲା ଆର୍ ରାମୁ ତାର୍ ମୁନାନେ ଥିବାର୍ ୫୦ଟଁକାକେ ବାହାର କରି ଘିନିଦେଲା ।


ଆଇସକିରିମ୍ ଖେଇ ଖେଇ କରି ମାହାଜନର୍ ପୋ ରାମୁ ସନେ ଘର୍କେ ଆଏଲା । ପୋ ଆଇସକିରିମ୍ ଖାଏବାର୍ ଦେଖ୍ଲା ଆର୍ କିଏ ଘେନି ଦେଲା ବୋଲି ତାର୍ ପୋ କେ ପଚାରଲା । ଛୁଆ ରାମୁ କକା ୫୦ ଟଁକିଆ ଆଇସକିରିମ୍ ଘିନିଦେଲେ ଇ କଥାକେ ସୁନି କରି ମାହାଜନ୍ ଲାଜେ ମୁଡ୍ କେ ତଲ୍ କରିଦେଲେ ଆର୍ ରାମୁକେ ଆବ୍ରିକରି କହେଲେ ତୁଇ ଗରିବ୍ ହେଲେ କାଣାହେଲା ରାମୁ ତୋର୍ ହୁରୁଦ୍ ଧନି ଆଏ ।



Rate this content
Log in