Lalita Mohan Mishra

Others

3  

Lalita Mohan Mishra

Others

ଧନ ଓ ଧ୍ୟାନ

ଧନ ଓ ଧ୍ୟାନ

2 mins
200


ଜଣେ ସାଧୁ ଜଙ୍ଗଲରେ ରହୁଥିଲେ । ପ୍ରତିଦିନ ସେ ଦେଖୁଥିଲେ, ଜଣେ କାଠ କଟାଳି କାଠ କାଟି ନେଉଛି । ଦିନେ ସାଧୁ ତାକୁ ଡାକି କହିଲେ, ତୁମେ ଏତେ ପରିଶ୍ରମ କରୁଛ ? ତଥାପି ତୁମକୁ ଦୁଇମୁଠା ଖାଇବାକୁ ମିଳି ପାରୁନାହିଁ । ତୁମେ ଜଙ୍ଗଲର ଟିକିଏ ଆଗକୁ ଯାଅ, ଚନ୍ଦନ ଗଛ ପାଇବ । ତାହାକୁ କାଟି ବିକ୍ରୟ କଲେ, ତୁମକୁ ଆଉ ସାତ ଆଠ ଦିନ ପର୍ଯ୍ୟନ୍ତ କଠିନ ପରିଶ୍ରମ କରିବାକୁ ପଡିବ ନାହିଁ । ଏହା ଶୁଣି କାଠ କଟାଳି ମନରେ ଭାବିଲା, ଆମର ଖାନଦାନି ଆଜି ପର୍ଯ୍ୟନ୍ତ ଜଙ୍ଗଲର କାଠ କାଟି ଆସୁଛନ୍ତି । କିନ୍ତୁ ଜଙ୍ଗଲର ଭଲ ଗଛକୁ ତାଙ୍କ ଠାରୁ ଆଉ ଅଧିକ କିଏ ଚିହ୍ନି ପାରିବ ? ତଥାପି ସେ ସାଧୁଙ୍କ କଥା ଶୁଣି ଆଗକୁ ଗଲେ ଏବଂ ଚନ୍ଦନ ବୃକ୍ଷ ପାଇଲେ । ତାହାକୁ ବିକ୍ରୟ କରି ସେ ଏତେ ଟଙ୍କା ପାଇଲେ ଯେ, ଆଠ ଦଶ ଦିନରେ ଥରେ ଜଙ୍ଗଲକୁ ଆସିଲେ । ଦିନେ ସାଧୁ ତାଙ୍କୁ ଡାକି କହିଲେ,ତୁମେ ଜଣେ ବଡ ମୂର୍ଖ ! ତୁମ ମନକୁ କେବେ ଅତିକ୍ରମ କରି ନାହିଁ ଯେ ଆଗରେ କଣ ଅଛି ? ଏହାର ଆଗକୁ ଏକ ରୂପା ଖଣି ଅଛି । ସେଥିରୁ ତୁମେ ରୂପା ବାହାର କରି ବିକ୍ରୟ କଲେ, ଆଉ ପନ୍ଦର ଦିନ ପର୍ଯ୍ୟନ୍ତ କଠିନ ପରିଶ୍ରମ କରିବାକୁ ପଡିବ ନାହିଁ । ସାଧୁଙ୍କ କଥା ଶୁଣି କାଠ କଟାଳି ଆଗକୁ ଯାଇ, ଏକ ରୂପା ଖଣି ପାଇଲା । ବର୍ତ୍ତମାନ ସେ ପନ୍ଦର ଦିନରେ ଥରେ ଜଙ୍ଗଲକୁ ଆସିଲା । କାହାଣୀ ଏହିପରି ଚାଲିଲା । କାଠ କଟାଳିଟି ରୂପା ପରେ ସୁନା ଏବଂ ସୁନା ପରେ ହୀରା ଖଣି ପାଇଲା । ଏବେ ସେ ମାସରେ ଦୁଇ ମାସରେ ଥରେ ଜଙ୍ଗଲକୁ ଆସୁଥିଲା । ଦିନେ ସାଧୁ ତାଙ୍କୁ ଡାକି କହିଲେ, ତୁମେ ପ୍ରକୃତରେ ମୂର୍ଖ ? ତୁମେ ହୀରା ପରେ କ’ଣ ଅଛି ବୋଲି କେବେ ପଚାରିଛ ? ଏହି ପ୍ରଶ୍ନଟି ତୁମର ମନକୁ କେବେ ଅତିକ୍ରମ କରି ନ ଥିଲା ବୋଧହୁଏ ? କାଠ କଟାଳିଟି ବର୍ତ୍ତମାନ କୋଟିପତି । ସେ ସାଧୁଙ୍କ ନିକଟରେ ଅହଂକାର ଭାବ ପ୍ରକାଶ କରି କହିଲା, ବର୍ତ୍ତମାନ ହୀରା ପରେ ଆଉ ଅଧିକ କଣ ଥିବ ? ଏହା ଶୁଣି ସାଧୁ କହିଲେ,ହେ ମୂର୍ଖ ! ତୁମେ ଦେଖୁ ନାହଁ କି ଯେ ସୁନା ଏବଂ ହୀରା ଖଣି ବିଷୟରେ ଅବଗତ । ସେ ଏହି ଗଛ ମୂଳରେ ବସି କଣ କରୁଛି ? ସେ କ’ଣ ପାଇଛି ? ଯାହା ହୀରାଠାରୁ ଅଧିକ ମୂଲ୍ୟବାନ ? ଏହା ଶୁଣି କାଠ କଟାଳି କାନ୍ଦିବାକୁ ଲାଗିଲା । ସାଧୁଙ୍କୁ ପଚାରିଲା ମୋର ଭବିଷ୍ୟତ ବିଷୟରେ ଟିକେ କୁହନ୍ତୁ ? ସାଧୁ କହିଲେ, ଧ୍ୟାନ ଆଗରେ ଧନ କିଛି ନୁହେଁ...



Rate this content
Log in