ଧାନମାଣିକା
ଧାନମାଣିକା
ନଦୀ ପାର ଦେଶରେ ଦୁଇ ପଡୋଶୀ ରହୁଥିଲେ. ଜଣଙ୍କ ଘରେ ପ୍ରଥା ଅନୁଯାୟୀ ମାର୍ଗଶିର ମାସ ର ପ୍ରତ୍ୟେକ ଗୁରୁବାର ଲଷ୍ମୀ ପୂଜା ହେଉଥିଲା ବେଳେ ଆଉ ଜଣଙ୍କ ଘରେ ଲଷ୍ମୀ ପୂଜା କଣ ସେମାନେ ଜାଣିନଥିଲେ. ପ୍ରଥମ ପଡୋଶୀ ଖୁବ ଧନ ଧାନ୍ୟ ପରିବାର ନଥିଲେ ମଧ୍ୟ ଠିକ ଠାକ ଚଳିଯିବାରେ କିଛି ଅସୁବିଧା ନଥିଲା କିନ୍ତୁ ଦ୍ୱିତୀୟ ପଡୋଶୀ ଖୁବ ହଇରାଣ ହରକତ ହୋଇ ରହୁଥିଲେ. ଏମିତିକି ଓଳିଏ ଖାଇଲେ ଓଳିଏ ଉପାସ ରହୁଥିଲେ. ପ୍ରଥମ ପଡୋଶିନୀ ଙ୍କ ଧାନମାଣିକା ପୂଜା ତଥା ଚିତା, ଝୋଟି, ଷୋଳ କୋଠି ପଦ୍ମ ଦେଖି ଦ୍ୱିତୀୟ ପଡୋଶୀନୀ ଆଗ୍ରହ ପ୍ରକାଶ କରି ଏ ସମସ୍ତ ପୂଜା ବିଦ୍ଧି ବିଧାନ ବିଷୟରେ ପ୍ରଥମ ପଡୋଶୀନୀ ଙ୍କୁ ପଚାରି ବୁଝି ଆଗ୍ରହ ର ସହିତ ଏ ବର୍ଷ ମାର୍ଗଶିର ମାସର ପ୍ରତ୍ୟେକ ଗୁରୁବାର ଲଷ୍ମୀ ପୂଜା କଲେ. ତାଙ୍କ ଆଗ୍ରହ ଦେଖି ସତକୁ ସତ ମାଆ ଲଷ୍ମୀ ଦିନେ ଉଭା ହେଲେ ତାଙ୍କ ଗୃହରେ ତ ଦ୍ୱିତୀୟ ପଡୋଶୀନୀ ତାଙ୍କ ପାଦ ଧୋଇ ନିଜ ଶାଢ଼ୀ ପଣତରେ ପାଦ ପଦ୍ମ ଦ୍ବୟ ପୋଛି ତାଙ୍କ ଘରେ ସବୁଦିନ ପାଇଁ ରହିଯିବାକୁ ଅନୁନୟ ବିନୟ କରିଥିଲେ ତ ମାଆ ପଦ୍ମାଳୟା କହିଥିଲେ ମୁଁ ଚଞ୍ଚଳା. ତୁମ ଭାବ ଭକ୍ତିରେ ପ୍ରସନ୍ନ. ତୁମ ହୃଦୟର ଶ୍ରଦ୍ଧାରେ ମୁଁ ସନ୍ତୁଷ୍ଟ କିନ୍ତୁ ମତେ ଚଞ୍ଚଳ ଫେରିବାକୁ ହେବ ନଚେତ ମୋ ଦେଢ଼ଶୁର ଭାରି ରାଗି ଲୋକ ମୋ ସ୍ୱାମୀଙ୍କୁ କହି ମତେ ଘରୁ ବାହାର କରିଦେବେ. ଥରେ ଶ୍ରୀୟା ଚଣ୍ଡାଳୁଣୀ ଘରେ ଉଭା ହୋଇ ନାମ ନେଇଛି ଆଉ ମତେ କିଛି କୁହନା.ମତେ କେବଳ ପାଣି ମୁନ୍ଦେ ଦିଅ ପିଇବାକୁ ମୁଁ ଫେରିଯିବି. ଦ୍ୱିତୀୟ ପଡୋଶୀନୀ ଅନୁନୟ ବିନୟ କରି ଗୁହାରି କଲେ ମାଆ ମୁଁ ପାଣି ଆଣି ଆସିବା ପର୍ଯ୍ୟନ୍ତ ମୋ ଘର ଛାଡ଼ି ଯିବେନି. ମାଆ ସନ୍ତୁଷ୍ଟ ନେତ୍ର ମେଲି ପାଟି ଖୋଲି ତଥାସ୍ତୁ କହିଲେ.
ପଡୋଶୀନୀ ସ୍ତ୍ରୀ ଲୋକ ଜଣକ ପାଣି ଆଣିବାକୁ ବାରିପଟ କୁଅ ମୂଳକୁ ଦଉଡ଼ିଲେ. ବାଲ୍ଟିରେ ଦଉଡି ବାନ୍ଧି କୁଅ ଭିତରକୁ ବାଲ୍ଟି ଛାଡୁ ଛାଡୁ ନିଜେ ପଡିଗଲେ. ପଡିଗଲେ ତ ପଡିଗଲେ ଏକାବେଳେ ଚାଲିଗଲେ. ପାଣି ଧରି ଫେରିନଥିବା ଭକ୍ତକୁ ଅପେକ୍ଷା କରି ମାଆ ଲଷ୍ମୀ କିନ୍ତୁ ଫେରିପାରିନଥିଲେ କାରଣ ସେ ଭକ୍ତକୁ କଥା ଦେଇ ସାରିଥିଲେ ତୁମେ ଫେରିବା ଯାଏଁ ତୁମ ଘରେ ମୁଁ ଅଛି. ମୃତ୍ୟୁ କବଳିତ ସ୍ତ୍ରୀ ଲୋକ ଜଣଙ୍କ ସିନା ଫେରିଲେନି ହେଲେ ତାଙ୍କ ପରେ ତାଙ୍କ ସ୍ୱାମୀ, ପୁତ୍ରଙ୍କର ଭାଗ୍ୟ ଉଦୟ ହେଲା. ସମସ୍ତେ ଦେଖିଲେ ଜିରୋ ରୁ ହିରୋ ହୋଇ କୋଟିପତି ହୋଇଗଲେ ସେମାନେ. ସେଦିନ ଶ୍ରୀୟା ଚଣ୍ଡାଳୁଣୀ ବର ମାଗି ନେଇ ସୁଖୀ ହୋଇଥିଲା. ଦେବ ମୋର ଯୋଗଷ୍ଠ କୁ ଲକ୍ଷେ ପଦ୍ମ ଗାଈ... କୋଳକୁ ନନ୍ଦନ ତାର ହସ୍ତେ ସୁନାବାହୀ... ବସିବି ମୁଁ ଚାରିଯୁଗ ଅମର ବର ପାଇ. ସେଦିନ ମାଆ ଲଷ୍ମୀ କହିଥିଲେ ଧନଧାନ୍ୟ ସବୁ ଦେଇପାରିବି କିନ୍ତୁ ଅମର ବର ଦେବାକୁ ଶକ୍ତି ମୋର ନାହିଁ. ଏଠି ଏହି ପଡୋଶୀନୀ କିଛି ନମାଗି କେବଳ କହିଥିଲେ ମାଆ ମୁଁ ପାଣି ଆଣି ଆସିବା ଯାଏଁ ମୋ ଘରୁ କୁଆଡେ ଯିବେନି. ସ୍ତ୍ରୀ ଲୋକ ଜଣଙ୍କ ଫେରିନାହାଁନ୍ତି ତ କଥା ଦେଇ କଥା ରଖୁଥିବା ମାତା ସେ ପରିବାରରେ ଅଛନ୍ତି ଯେତେବେଳେ ଆଉ ଗରିବୀ ରହିବ କୁଆଡେ!ଖାଲି ଧନ ଧାନ୍ୟ ଗୋପ ଲଷ୍ମୀ ଦେଖି ପ୍ରଥମ ପଡୋଶୀନୀ କହୁଥିଲେ ମାଆ ଯାହାର ସାହା ତାର ଆଉ ଡର କାହାକୁ ଭୟ କାହାକୁ!ପରିବାର ରେ ମାଆ ଲଷ୍ମୀ ଅଦୃଶ୍ୟ ଭାବେ ରହି କର୍ମ ଜରିଆରେ ଯୋଗେଇ ଦେଇଥିଲେ ପରିବାର ଲୋକଙ୍କୁ ଆୟ ର ସ୍ରୋତ. ଏବେ ସେ ପରିବାର ସଦସ୍ୟ ଚଳଚଞ୍ଚଳ ଜୀବନ୍ତ ମାଆ ଙ୍କୁ ହରେଇ ମା ଚଞ୍ଚଳା ଙ୍କୁ ପାଇ ଗରୀବ ଲୋକ ଙ୍କ ସାହାଯ୍ୟ କରିଚାଲିଥିଲେ.ନଦୀ ପାର ସେଇ ଘରେ ଚଞ୍ଚଳା ଲଷ୍ମୀ ତାଙ୍କ ଛାୟା ଛାଡ଼ି ମନ୍ଦିରକୁ ଠିକ ସମୟରେ ଲେଉଟି ଆସିଥିବାରୁ ଦୁଇଭାଇ ଜଗା ଓ ବଳିଆ ଏହାର ସୁରାକ ପାଇନଥିଲେ.
