Panchanan Jena

Children Stories

3.8  

Panchanan Jena

Children Stories

ଡକୱର୍ଥ ଲୁଇସ୍‌

ଡକୱର୍ଥ ଲୁଇସ୍‌

4 mins
157



ଲମ୍ବା ଛବିଶ ଦିନିଆ ଦଶହରା ଛୁଟି ଏ ବର୍ଷ ଅକ୍ଟୋବର ମାସରେ ମିଳିବ ବୋଲି ସାଙ୍ଗମାନେ ଆଲୋଚନା କରୁଥିଲେ ନବୋଦୟ ହଷ୍ଟେଲରେ । ଶୁଣି ଦୀର୍ଘଶ୍ଵାସ ପକଉ ପକଉ ମନେ ମନେ କୁରୁଳି ଉଠୁଥିଲା ଷଷ୍ଠ ଶ୍ରେଣୀରୁ ନଷ୍ଟ ନାମରେ ପରିଚିତ ନଟିଆ ଓରଫ ନଟବର ସାହୁ । ବହୁତ ମଜା କରିବା -- ଦଶହରା- ଲକ୍ଷ୍ମୀପୂଜା-ଦୀପାବଳୀ-କାଳିପୂଜା ଆହୁରି କେତେ କ'ଣ ସବୁ ପର୍ବ-ପର୍ବାଣୀ- ମେଳା-ମେଲଣ ଶୁଣି ଶୁଣି ଆଙ୍ଗୁଠି ରେଖାରେ ଗଣି ଗଣି ନଟବର ମନରେ ଏକ ଅହେତୁକ ଖୁସିର ଭବିଷ୍ୟତ ଦେଖି ପାରୁଥିଲା ତଥା ମସ୍ତିଷ୍କର ସମୁଚ୍ଚ ଦିଗବଳୟରେ ସ୍ମିତହାସ୍ୟ ଜରିଆରେ ବୋଧଗମ୍ୟ କରି ପାରୁଥିଲା ।


ସାଙ୍ଗ ପରେଶ ସାହୁ ମୁଣ୍ଡ କୁଣ୍ଡୁଉ କୁଣ୍ଡୁଉ ଆଇନା ଆଗରେ ବଲିଉଡ୍‌ ସିନେମା ତାରକା ୟୁଥ ଆଇକନ୍ ରଣବୀର ସିଂ ଭଳିଆ ଅଳ୍ପ ଅଳ୍ପ ଭିଜା ବାଳରେ ନୂଆ ନୂଆ ଆକାର ପ୍ରକାରରେ ଚୁଟି ସଜଉ ସଜଉ ଟିକିଏ ଗମ୍ଭୀର ମୁଦ୍ରାରେ କହି ପଳେଇଲା -- 


"ବାୟା ହେଲ କି ସର୍ବେ ? ବାଉଳି ହୁଅନା ଭାଇମାନେ ? ବେଶି ଖୁସି ଲଡୁ ଚୋବେଇ ଯାଅନା ସାଙ୍ଗଗଣ । 


ପୁଣି ଟିକିଏ ତରକ ମରକ ହେଲା ପରେଶ । ହଷ୍ଟେଲର ପ୍ରୀଫେକ୍ଟ । ତାକୁ ନାୟକ ସାର୍ କ୍ୟାପଟେନ୍‌ ବାଛିଛନ୍ତି । ନେତା ଗୁଣ ଅଛି ଟିକିଏ । ଭାବିଲା, ଶବ୍ଦ- ଢେଲାଟି ଠିକ୍ ସ୍ଥାନରେ ଲକ୍ଷ୍ୟଭେଦ କରିଛି । 


ପୁଣି ପୂରା ଷ୍ଟାଇଲରେ ନାଟକୀୟ ଢଙ୍ଗରେ ଆଇନା ଆଗରେ ଅଭିନୟ ମୁଦ୍ରାରେ ସଂଳାପ ବିଳାପ କରିଲା ----


ଛୁଟି ଖୋଲୁ ଖୋଲୁ ପରା ହାଫ୍ ଇୟରଲି ପରୀକ୍ଷା । ତୁମକୁ ମେଳା ବୁଲିବାକୁ ଦେବ କିଏ ?ତୁମ ଫଉଜକୁ ମସ୍ତିର ପାଠଶାଳାରେ ମଉଜ କରିବାକୁ ମନା ପରା | କରେ।ନା କାଳରେ ଯେଉଁ ଦେଢ ବର୍ଷ ଘରେ ଦହଗଞ୍ଜ ହେଇଥିଲ, ଗୃହ ରୂପକ କାରାଗାର ଭିତରେ ଭୁତାଣୁ ଠାରୁ ବେଶି ଭୟଙ୍କର "ପଢ଼ ପଢ଼"ର ତାଳ ଫୋଟକାର ଅନବରତ ଫାଙ୍କା ଆବାଜରେ ଯଉଁ ସନ୍ତୁଳି ହେଉଥିଲ, ଖୁସିର ସ୍ୱାଧୀନତା, ଖେଳର ସ୍ୱଚ୍ଛଳତା କେତେ ପାଉଥିଲ କ'ଣ ସବୁ ଭୁଲି ଗଲ କିରେ ସାଙ୍ଗମାନେ !


କାନମୁଣ୍ଡା ଆଉଁସୁ ଆଉଁସୁ ନଟବର ଦ୍ଭାବିଲା -- ଆରେ ସତ କଥା ତ । ଆଜି ମର୍ଣ୍ଣିଙ୍ଗ ଏସେମ୍ବ୍ଲିରେ ପରା ଭାଇସ୍ ପ୍ରିନସିପାଲ ତ୍ରିପାଠୀ ମ୍ୟାଡାମ ହିଲିଡ଼େ ହୋମ ୱର୍କ ଘରକୁ ଯିବା ପୂର୍ବରୁ ଦଶହରା ଛୁଟି ପୂର୍ବରୁ ଲାଷ୍ଟ working day ପୂର୍ବରୁ ସବୁ ଶିକ୍ଷିକା -ଶିକ୍ଷକ ମାନଙ୍କୁ ଦେଇ ଦେବାକୁ ଅନୁରୋଧ କରୁଥିଲେ । ନିଜ ଦୁଇ କାନକୁ ବାଁ ହାତରେ ମୋଡି ଦେଲା । ଧେତ୍ । ମୋ ଦ୍ଵାରା କିଛି ବି ହେବନି ?


 ଆପେ ଆପେ ସରସିଆ ମନଟା ଖଟା ଖଟା ହେଇଗଲା, ଆମ୍ବିଳ ହୋଇଗଲା । ଯେମିତି ଲାଗିଲା ମେଳାରେ ବୁଲୁ ବୁଲୁ ପାଦ ଗୋ---ଗୋବର ଉପରେ ପଡିଗଲା ପରି ଲାଗିଲା ନଟବରକୁ । ଯେମିତି ସହସା ଚିକ୍ ମିକ୍ ଖରାବେଳେ ହଠାତ୍‌ କଳାହାଣ୍ଡିଆ ବାଦଲ ଘୋଟେଇ ଆସିଲା ଯେମିତି । ପାଟିରେ ଫୁଲଉଥିବା ବେଲୁନକୁ କିଏ ଯେମିତି ପିନ୍ ଫୁଡେଇ ଦେଇ ଖୁସି ପର୍ବରେ ପାଣି ଛିଞ୍ଚି ଦେଲା ।


---- --------- --------


ପରୀକ୍ଷା ସରିଲା ୧୫ ତାରିଖ ପରେ, ପନ୍ଦର ନଭେମ୍ବର ପରେ । ଦଶହରା ଛୁଟି ପରେ, ସୁନିୟନ୍ତ୍ରିତ ଭାବରେ । ଆଗାମୀ ରବିବାର ଦିନ ରିପୋର୍ଟ କାର୍ଡ ଅଭିଭାବକମାନଙ୍କ ଗହଣରେ କୃତି ବିଦ୍ୟାର୍ଥୀମାନଙ୍କୁ ବିତରଣ କରିବା କଥା ପ୍ରିନସିପାଲ ମିଶ୍ର ମ୍ୟାଡ଼ାମ୍ ମଧ୍ୟ ଅନଲାଇନ୍‌ ଓ ଅଫଲାଇନ୍ ମାଧ୍ୟମରେ ସୂଚନା ଦେଇ ଦେଲେ ।


ସେହି ସୁ-ଅବସର ଆସିଗଲା । ବହୁତ ଗହଳି ଚହଳି ବିଦ୍ୟାଳୟ ପ୍ରାଙ୍ଗଣରେ । ସମସ୍ତେ ଖୁସି ଖୁସି । ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି ପ୍ରଗତି ପତ୍ର ବଣ୍ଟାଯିବାର ପରୀକ୍ଷା ବିଭାଗ ଦ୍ଵାରା ।


ନଟବର କିନ୍ତୁ ବହୁତ ଦୁଃଖିତ । କାରଣ ଅସୁସ୍ଥତା କାରଣରୁ ବାପା-ବୋଉ ଆସି ପାରିବିନି । ବିଚରା ବଡ଼ ମନସ୍ତାପରେ ଅଛି । ମଞ୍ଚ ଉପରକୁ ଯାଇ ରିପୋର୍ଟ କାର୍ଡ଼ ଥଙ୍ଗ ଥଙ୍ଗ ହୋଇ ମୁଖ୍ୟ ଅତିଥିଙ୍କ କର କମଳରୁ ନେଲା ଯେ ମନ କିନ୍ତୁ ମାନୁ ନ ଥିଲା । କାରଣ ବାପା କିମ୍ଵା ବୋଉ ମୋ ସାଥିରେ ମଞ୍ଚରେ ଥିଲେ ପରୀକ୍ଷା ପର୍ବରେ ଗର୍ବରେ ଫାଟିପଡୁଥାନ୍ତା । ଲାଗିଥାନ୍ତା କି ଆଜାଦୀର ଅମୃତ ମହୋତ୍ସବ ପାଳନରେ ସେ ବି ଯୋଗଦାନ କରିଛି । ମାତ୍ର କହିବା ବାହୁଲ୍ୟ, ଅନୁଶୋଚନାରେ ମ୍ରୀୟମାଣ ନଟବର ବହୁତ ଦୁଃଖରେ ଥିଲା ।


ହାଉସ୍ ମାଷ୍ଟର ନାୟକ ସାରଙ୍କ ଫୋନରୁ ସନ୍ଧ୍ୟାବେଳକୁ ଘରକୁ ଫୋନ କଲା ନଟବର । ଖୁସି ଖବର, ପ୍ରଗତିର ପ୍ରସସ୍ତି ପତ୍ର ବିଷୟରେ ମନରେ ଚାପି ଯାକି ହୋଇ ରହିଥିବା ସକାଳ ପହରରୁ ଆକୁଣ୍ଠିତ ଉତ୍କଣ୍ଠା ସବୁକୁ ଗଳ ଗଳ ଅନର୍ଗଳ କହି ଦେବ ଭାବି ଭାବି ।


ନବବର - ହ୍ୟାଲୋ ବାପା ! ପ୍ରଣାମ । ଦେହ କେମିତି ଅଛି ବାପା ? 


ବାପା -- ହଉ ହେଲା । ଟିକେ ଭଲ ଲାଗୁଛି । ହଉ ଶୁଣ ରେ ପୁଅ । ତୋ ଦେହ ଭଲ ଅଛି ତ ! 


ଟିକେ ରହି ରହି ଢୋକ ପରେ ଢୋକ ହାବୁକାକୁ କଣ୍ଠା ତଳକୁ ଠେଲୁ ଠେଲୁ ବାପା ପୁଣି ଆରମ୍ଭ କଲେ ---


କହିଲୁ ପୁଅ, କେତେ ରେଙ୍କ ପାଇଛୁ ? ଟୋଟାଲ ମାର୍କ କେତେ ? ପରସେଣ୍ଟେଜ୍‌ ସବୁ କହ । ତୋ ସେକସନରେ କେତେ ପୋଜିସନ ? ପୂରା କ୍ଲାସରେ କେତେ ରେଙ୍କ ମିଳିଲା ?


ନଟବର - ବାପା ! ଏତେ ପ୍ରଶ୍ନ ଏକାଥରେ । ମୋତେ ଲାଗୁଛି ବାପା ମୁଁ ନୁହଁ ତୁମେ ପରୀକ୍ଷା ଦେଇଥିଲ ! ତୁମ ଦେହ ଖରାପ ଅଛି ପରା । ଏତେ ଗୁଡାଏ ପ୍ରଶ୍ନ ଏକା ନିଃଶ୍ଵାସରେ ।


ବାପା - ମୋର ଇଚ୍ଛା ସ୍ୱପ୍ନ ଅଭିଲାଷ ସବୁ କହିଦେଲୁରେ ନଟ ।


ନଟବର - ବାପା ! ମୋର ରେଙ୍କ ପୂରା ଷଷ୍ଠ ଶ୍ରେଣୀରେ ଥାର୍ଡ଼ ମାତ୍ର ମାର୍କ ଫାଷ୍ଟ ପିଲା ପ୍ରହଲ୍ଲାଦ ବେହେରା ସହିତ ସମାନ ।


ବାପା - ଏମିତି କେମିତି ହେଲା । ଖରାପ ଲାଗିଥିବ ତୋତେ ।


ନଟବର - କ୍ରିକେଟ ପରି ଏ ବର୍ଷ ଡକୱର୍ଥ ଲୁଇସ୍ ପ୍ରଣାଳୀ ପରୀକ୍ଷାରେ ଲାଗୁ ହେଲା ଆମ ବିଦ୍ୟାଳୟରେ ।


ବାପା -- କଣ କହିଲୁ । ନୂଆ ଆବିଷ୍କାର କି ? ୨୦୨୦ ନୂଆ ଶିକ୍ଷା ନୀତିରେ ଥିବ ବୋଧେ ।


ନଟବର - ନାଁ ବାପା । ସମାନ ମାର୍କ ଏବଂ ସମାନ ରେଙ୍କ ଆସିଲେ ବାପାଙ୍କ ମାର୍କ ଓ ବୋଉଙ୍କ ମାର୍କ ବି ଦେଖାଯିବ ।

 ପିତା-ମାତାଙ୍କ ଷଷ୍ଠ ଶ୍ରେଣୀର ମାର୍କକୁ କାଉଣ୍ଟକୁ ନେଇ ସମାନ ମାର୍କ ରଖିଥିବା ପିଲାଙ୍କର ରେଙ୍କ ନିର୍ଦ୍ଧାରଣ ହେବ ।


ବାପା -- ପୂରା ଚୁପ୍ ରହିଲେ । ଯେମିତି କିଏ ଗଦ ଶୁଙ୍ଘେଇ ଦେଲା ।


ନଟବର --- ବୋଉ ନାହିଁ ବୋଧହୁଏ । ଜେଜମା'ର ସେବା କରୁଥିବ ତଳ ଘରେ । ମନ ଦୁଃଖ କରିବିନି । ସମସ୍ତଙ୍କୁ ବୁ--- ଝେ---ଇ---


ସେ ପଟୁ ଫୋନ ବାପା କାଟିଦେଲେ ବୋଧହୁଏ ଧାରଣା ହେଲା ନଟବରର । ଚାଲିଥିବା ଟି-୨୦ କ୍ରିକେଟ ବିଶ୍ଵକପରେ ଡକୱର୍ଥ ଲୁଇସ୍ ନିୟମ ଅନୁସାରେ ୦୧ ରନ୍ ବ୍ୟବଧାନରେ ଆୟର୍ଲାଣ୍ଡ ଠାରୁ ହାରି ଯାଇଥିବା ଇଂଲଣ୍ଡ ଟିମ୍ ପରି ଲାଗୁଥିଲା ପରିବେଶ ।



Rate this content
Log in