Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Pratap Chandra Mishra

Inspirational


4  

Pratap Chandra Mishra

Inspirational


ଦାମ୍ଭିକ ଉକ୍ତି

ଦାମ୍ଭିକ ଉକ୍ତି

3 mins 137 3 mins 137

ବସ୍ରେ ଚଢ଼ିଲା ବେଳୁ କୌଶିକ ଦ୍ୱନ୍ଦ୍ୱରେ ରହିଥିଲା। ମନଟା କାଦୁଅ ପାଣିରେ ଗୋଳିଆ ଭଳି ଖାଲି ଘାଣ୍ଟି ହେଉଥିଲା ।ପୁଣି ବସ୍ରେ ପ୍ରବଳ ଭିଡ଼। ଯଦୁପୁର ଗାଁ ରୁ ସୁଦୂର ରାଜଧାନୀକୁ ସରକାରୀ ବସ୍ ସେହି ଗୋଟିଏ। ଗାଆଁ ଟା ସାରା ଲୋକ ନିଜ ନିଜ କାମ ପାଇଁ ସହରକୁ ଯିବାକୁ ହେଲେ ସେହି ଗୋଟିଏ ଗାଡି ହିଁ ଭରସା। ହେଲେ କୌଶିକର ଆଜି ଅବେଳରେ ଯିବାକୁ ପଡୁଛି।ଯଦି ଯୋଜନା ମୁତାବକ ଗ୍ରସ୍ଥ କରିଥାନ୍ତା ତାହାହେଲେ ସେ ନିଜ ପସନ୍ଦର ସିଟ ଗୋଟେ ଆଗୁଆ ଯୋଗାଡ଼ କରିପାରିଥାନ୍ତା।କିନ୍ତୁ ଯେହେତୁ ଅଚାନକ ଗ୍ରସ୍ତ ତେଣୁ କଷ୍ଟ ରେ ହେଉ ସେ ନିଜକୁ ଆଡଜଷ୍ଟ କରି ନେବ । ମଝି ରାସ୍ତା ରେ ହୁଏ ତ ବସିବା ପାଇଁ ସିଟ ଟେ ମିଳିଲେ ସେ ଟିକେ ଶାନ୍ତି ରେ କାଲି ସକାଳୁ ତାର କାମ କରିବା ସହଜ ହୋଇଯିବ ଭାବୁଥାଏ।

ଗାଡି ଚାଲୁଥାଏ। ରାସ୍ତା ରେ ଘାଟି ଓ ଅସାଧୁ ଲୋକ ଙ୍କ ଭୟ ; ଜଙ୍ଗଲିଆ ରାସ୍ତା ରେ ପଡେ। ତେଣୁ ଗାଡି ବାଲା ମାନେ ସତର୍କ ହୋଇ ଆଗକୁ ଯିବାକୁ ଯୋଗାଡ଼ ହୋଇଗଲେ।

ଯାତ୍ରୀ ମାନଙ୍କୁ ବି ସତର୍କ କରାଇ ଦେଲେ।

ହେଲେ କୌଶିକ ଅଥୟ ହୋଇ ଗାଡି ଭିତରେ ଠିଆ ହୋଇଥାଏ।ହଠାତ୍ ବସ୍ ଅଟକି ଗଲା। ଜଣାଗଲା କୌଣସି ଅଜଣା ବ୍ୟକ୍ତି ଗାଡି ଅଟକାଇ ଦେଉଛି। ଗାଡି ଯେମିତି ଅଟକିଛି ମୁଖା ପିନ୍ଧା ବନ୍ଧୁକ ଧାରୀ ବ୍ୟକ୍ତି ଚାରି ଜଣ ଗାଡି ର ଡୋର ଖୋଲିବାକୁ କହି ପଶି ଆସିଲେ। ସମସ୍ତ ଙ୍କୁ ଧମକ ଦେଲେ ଯିଏ ଯାହା ଟଙ୍କା ଅଳଙ୍କାର ରଖିଛି ଶୀଘ୍ର ସେମାନଙ୍କ ଦିଆଯାଇଥିବା ବ୍ୟାଗ୍ ରେ ପକାଇବାକୁ।

ଯାତ୍ରୀ ମାନେ ଭୟଭୀତ ହୋଇ ପାଟି କଲେ।ବଞ୍ଚାଅ ବୋଲି । କିନ୍ତୁ ଜଙ୍ଗଲ ନିର୍ଜନ ଜାଗା ରେ କିଏ ବା ଆସିବ?

ସେହି ଅବସ୍ଥା ରେ ମୁଖା ପିନ୍ଧା ଲୋକ ମାନେ ଧମକ ଦେଲେ ପାଟି କଲେ ଗୁଳି ମାରିବାକୁ। ସମସ୍ତେ ନୀରବି ଯାଇ ଥିଲେ। ଉପାୟ ନ ପାଇ ଜଣେ ଜଣେ ଯାହା ରଖିଥିଲେ ସେମାନଙ୍କ ବ୍ୟାଗ୍ ରେ ପକାଇ ନିଜ ସିଟ କୁ ଯାଇ ବସିଥିଲେ। କୌଶିକ ର ମୁଣ୍ଡ କିଛି କାମ କରୁନି।ସେ ଉପାୟ ଖୋଜୁ ଥାଏ ଏ ବିପଦ ରୁ ବଞ୍ଚିବ କେମିତି? ମୋବାଇଲ ସଂକେତ ବି ନାହିଁ। ଥିଲେ ହୁଏ ତ କିଛି କଣ କରି ପୋଲିସ କୁ ଜଣାଇ ପାରନ୍ତା। 

ଗାଡି ରେ ଥିବା ଛୋଟ ଛୁଆ ଓ ସ୍ତ୍ରୀ ମାନେ ବିକଳ ରେ କାନ୍ଦୁଥାନ୍ତି।

କୌଶିକ ନିଶ୍ଚୟ କିଛି କରିବ ଭାବି ଅଥୟ ହେଉଥାଏ। ସେ ମନରେ ଅଦମ୍ୟ ସାହସ ନିଜକୁ ନିଜେ ନେଇ ଭାବୁ ଥାଏ ତା ବାପା ଙ୍କ ଉପଦେଶ । ବିପଦ ରେ ଅଧର୍ଯ୍ୟ ନ ହୋଇ ଚିତ୍ତ କୁ ସ୍ଥିର କରି ସମାଧାନ ବାଟ ଖୋଜିବା ହିଁ ବୁଦ୍ଧିମାନ ଙ୍କ କାମ।ତେଣୁ କୌଶିକ କିଛି ଚିନ୍ତା କରି ଚାଲିଛି।ଏବଂ ସେ ଅଧୈର୍ଯ୍ୟ ନ ହୋଇ।ନିଜକୁ ପତ୍ରକାର ବୋଲି ପରିଚୟ ଦେଇ ସେହି ଅଭଦ୍ର ବ୍ୟକ୍ତି ଙ୍କ ନିକଟତର ହେବା ଭାବି ଯାତ୍ରୀ ମାନଙ୍କୁ ବନ୍ଧୁକ ମୁନ ରେ ରଖିଥିବା ବ୍ୟକ୍ତି ସାମ୍ନାକୁ ଗଲା। ନିଜ କଥାରେ ପତ୍ରକାର ଙ୍କ ଭଳି ବିଭିନ୍ନ ଆଳରେ ସେ ବ୍ୟକ୍ତିର ମାନସିକ ସ୍ଥିତି ବୁଝିବା ଲାଗିଲା। ଏବଂ ତା ର ଅନ୍ୟମନସ୍କ ଫାଇଦା ବଳ ରେ ବନ୍ଧୁକ କୁ କରାୟତ କରିବା ସଫଳ ହେଲା ଓ ଅନ୍ୟ ବନ୍ଧୁକ ଧାରୀ ଙ୍କ ବନ୍ଧୁକ ଛଡାଇ ନିଜ ଅକ୍ତିଆର କୁ ଆଣିବା ସମ୍ଭବ କରି ପାରିଲା। ଉପସ୍ଥିତ ଯାତ୍ରୀ ଓ ଗାଡି ର କର୍ମଚାରୀ ମାନେ ଏକାଠି ହୋଇ ଗାଡି ରେ ଥିବା ରସି ରେ ସବୁ ମୁଖା ପିନ୍ଧା ଅଭଦ୍ର ମାନଙ୍କୁ ବାନ୍ଧି ପକାଇଲେ। ସମସ୍ତ ଙ୍କ କଡା ବଳୟରେ ବସ ର ଯାତ୍ରୀ ଓ କର୍ମଚାରୀ ଙ୍କ ସତର୍କତା ସହ ଯେତେ ପାରିଲେ ଶୀଘ୍ର ନିକଟସ୍ଥ ଥାନା କୁ ଯିବା ପାଇଁ ପ୍ରୟାସ କରି ସଫଳତା ଅର୍ଜନ କରିଥିଲେ। ପୋଲିସ କୁ ହସ୍ତାନ୍ତର କରି ଅପରାଧୀଙ୍କୁ ହାଜତରେ ରଖିଲା ପରେ ସମସ୍ତେ ଆଶ୍ଵସ୍ଥ ହୋଇଥିଲେ। କୌଶିକର ଉପସ୍ଥିତ ବୁଦ୍ଧି ଓ ପରାକ୍ରମକୁ ଭୂୟସୀ ପ୍ରଶଂସା ମିଳୁ ଥିଲା। ସତ ସତିକା ପତ୍ରକାର ମାନେ ଏ ଘଟଣା କୁ ବ୍ୟାପକ ପ୍ରଚାର କରିଦେଇଥିଲେ। 

ସକାଳୁ ଟେଲିଭିଜନ ପରଦା ରେ କୌଶିକ କହୁଥାଏ ,ଭୟଙ୍କର ରାତ୍ରିର ନିର୍ଭୟ କାହାଣୀ ଓ ଉପସ୍ଥିତ ବୁଦ୍ଧି ସହ ଧୈର୍ଯ୍ୟର ପରିଚୟ ହିଁ ଅସାଧ୍ୟ ସାଧନ କରିଥାଏ ବୋଲି।


Rate this content
Log in

More oriya story from Pratap Chandra Mishra

Similar oriya story from Inspirational