Siddhartha Tripathy

Abstract Romance Tragedy

3  

Siddhartha Tripathy

Abstract Romance Tragedy

ଚରିତ୍ରହୀନା

ଚରିତ୍ରହୀନା

5 mins
187



" ବାହାଘର ମଜା ବାହାରୁଛି ଏବେ ମୁଣ୍ତ ହୋଇଗଲା ଚନ୍ଦା ହୋ,

ଜାଣିଥିଲେ ବାହା ହୋଇ ମୁଁ ନଥାନ୍ତି ଏ ବଡ଼ ଅଡୁଆ ଧନ୍ଦା ହୋ । "

ସୁନ୍ଦର ଓଡିଆ ଗୀତକୁ ପୁରୁଷପ୍ରଧାନସମାଜରେ ପୁରୁଷମାନଙ୍କ ପସନ୍ଦ। କିନ୍ତୁ ପୁରୁଷ ବାହାହୋଇ ଚନ୍ଦା ହୋଇ ଯାଏନା। ବରଂ ତାର ପୂର୍ବପିଢ଼ିର ପ୍ରଭାବରୁ ସେ ଚନ୍ଦା। ଡୋଷ ଲଦାହୁଏ ନାରୀ ଜାତି ଉପରେ। ସବୁଠି ଦୋଷୀ ସାବ୍ୟସ୍ତ ହୁଏ ନାରୀ। ପୁରୁଷ ପିତ୍ତଳ ମାଠିଆ।

କଳା ମଚମଚ ଚେହେରା ଯୁବକ ବି ଖୋଜିବସେ ତନୁପାତଳୀ। କିନ୍ତୁ ଝିଅଟିର ସୁନ୍ଦର ସ୍ବାମୀ ବାଛିବାର ଅଧିକାର ନଥାଏ।

ଆକାଶରେ କଳା ମେଘର ବାଦଲଖଣ୍ଡ ମାନ ଡେଣା ଝାଡି ଉଡି ବୁଲୁଥିଲେ। ବାହାରେ କୁଣ୍ଡା ଝଡ଼ା ବର୍ଷା ଆରମ୍ଭ ହୋଇଯାଇଥିଲା।ନିୟତି କଫି ଦୁଇ ମଗ ଧରି ବାଲକୋନୀକୁ ଆସିବା ବେଳେ ଶାଶ୍ଵତ ଦୂର ଆକାଶ କୁ ଏକ ଲୟରେ ଚାହିଁ ରହିଥିଲା।ଶାଶ୍ଵତ ନିୟତି ର ପଦପାତ ଶୁଣି ପଛକୁ ଚାହିଁବା ବେଳେ ହଠାତ୍ ତା ନଜର ଲମ୍ବିଗଲା,କବାଟ ଆଡ଼କୁ।ସେଇଠି କିଛି ଗୋଟାଏ ଥିବା ର ଦେଖି ଜୋର ରେ ଚିତ୍କାର କରି ଉଠିଲା ଶାଶ୍ଵତ ଆଉ ତାପରେ।

କାହାଣୀର ପୃଷ୍ଠଭୂମିକୁ ଯିବା।


ଆରେ ! ଏ କ'ଣ କଲ ? ଶାଶ୍ଵତର ଚିତ୍କାରରେ ନିୟତି ହାତରୁ କଫିମଗ ପଡ଼ି ଖଣ୍ଡ ବିଖଣ୍ଡିତ ହୋଇ ଯାଇଥିଲା। 


କବାଟକୁ ଆଉଜି ଭାବି ଚାଲୁଥିଲା ନିୟତି ;


ଜାଣିଛ ସିଦ୍ଧାନ୍ତ !

ସବୁ ନାରୀଙ୍କର ଶାରୀରିକ ଗଠନ ସମାନ ହେଲେ ବି ମାନସିକ ରୁଚି ସମାନ ନୁହେଁ। ଆଖି ବୁଜିଦେଲେ ପାପ, ପୁଣ୍ୟ, ଆଲୋକ - ଅନ୍ଧାର ସମାନ। କିନ୍ତୁ ସବୁ ନାରୀ ଆଖି ବୁଜିଦେଇ ସୁଖୀ ହୋଇ ପାରନ୍ତି ନାହିଁ। ମୋ ଭଳି ଅନେକ ନାରୀ ଆଖି ଖୋଲା ରଖି ଆଖିର ଲୁହକୁ ସଙ୍ଖାଳି କରି ବାକି ଜୀବନ ବିତେଇ ଦେବାର ତପସ୍ୟାରେ ଆତ୍ମମଗ୍ନା ହୁଅନ୍ତି।


ଆଉ ତମ ପରି ପୁରୁଷ ??

ଆମ ପ୍ରେମର ବିଚ୍ଛେଦ ଓ ମୋ ବାହାଘର ପରେ ଅବିବାହିତ ରହି ନିଜକୁ ମହାନ କରିବା ସହ ମତେ ଜଳେଇ ଜଳେଇ ମାରୁଛ।

ତମେ କି ନୃଶଂସ ! ନିଜକୁ ଜାଳିଦେଲ।

ମତେ ଲାଗୁଛି ମୁଁ ବନିଗଲି ତମ ପାଇଁ ଚରିତ୍ରହୀନା ।

ନାରୀ ତା ଜୀବନର ପ୍ରଥମ ପ୍ରେମକୁ ଭୁଲିପାରେ ନାହିଁ ; ପୁରୁଷ ଭୁଲିପାରେ ନାହିଁ ତା ପ୍ରଥମ ପ୍ରେମ। ମୁଁ ସାଧାରଣ ଗୋଟିଏ ଝିଅ। ମନେଅଛି ସିଦ୍ଧାନ୍ତ ! ସେଦିନ ତମେ ଘରକୁ କପ୍ ଧରି ଚିନି ଟିକେ ମାଗିବାକୁ ଆସିଥିଲ । 


ଘରେ କେହି ନଥିଲେ। କବାଟ ଖୋଲାଥିଲା। ତମେ ଭିତରକୁ ପଶି ଆସିଲ। ମୁଁ ନିର୍ଭୟରେ ଗାଧେଇସାରି ତଉଲିଆ ଗୁଡେ଼ଇ ହେଇ ଗାଧୁଆଘରୁ ବାହାରୁଥିଲି। ତମେ ହତବାକ ହୋଇ ମତେ ଅନେଇଥିଲ ଓ ମୁଁ ତମକୁ। ତମେ ନିର୍ଲଜ୍ଜ ସାହିତ୍ୟିକ ପରି କହୁଥିଲ, ଓଃ ! ଏତେ ସୁନ୍ଦର ସର୍ଜନା ଭାଗବାନଙ୍କର। 


ଆମେ ଦୁହେଁ ସାରଙ୍ଗପକ୍ଷୀ ହୋଇ ଉଡ଼ିଯିବା କି ? ମୁଁ ପ୍ରକୃତିସ୍ଥ ହୋଇ ପଚାରିଲି,କ'ଣ କହିଲେ ?

ତମେ କହିଲ, ନା ନା ଚିନି ଟିକେ ଦରକାର ଥିଲା। ମୁଁ ଆପଣଙ୍କ ହାତରୁ ମଗ ନେଲାବେଳେ ଆପଣଂକ ହାତର ଆଙ୍ଗୁଠି ଥରୁଥିଲା ଆଉ ମୋର ସମଗ୍ର ଶରୀର। ଆପଣ ପାଖକୁ ଲାଗି ଆସିଲେ। ମୁଁ ଭୟରେ ଛେପ ଢୋକିଲି। ତଉଲିଆ ଖସିଗଲା ମୁଁ ଭିତରକୁ ଦୌଡ଼ିଲି।


ତାପରେ ବାରମ୍ବାର କଲେଜ ଯିବା ଆସିବା ସମୟରେ ଆମ ଚାରି ଆଖିର ମିଳନ, ତୃପ୍ତିର ହସ।

ସେ ଦିନଗୁଡାକ ଥିଲା ସେମିତି। ସମ୍ପର୍କ ବଢିଥିଲା। ଚିଠି ଲେଖିବାରେ କ୍ଳାନ୍ତି ନଥିଲା। ଯେତେ ଲମ୍ବା ଚିଠି ଲେଖିଲେ ବି ମନର ସବୁ କଥା ଶେଷ ହେଉନଥିଲା। ମନେ ଅଛି ସିଦ୍ଧାନ୍ତ ! ରାଜଗୁରୁ ସାହିର ସେଇ ଅବ୍ୟବହୃତ ଘର !


ପ୍ରତ୍ୟହ ଚାରି ଆଡକୁ ନଜର କରି ଅପେକ୍ଷା କରେ ସେଇଠି।

ହଁ , ଚିଠି ଲେଖା ଆଉ ଅପେକ୍ଷା -- ଏ ଦୁଇଟି ତ ଅବିବାହିତ ପ୍ରେମର ମୁଦ୍ରାର ଦୁଇ ପାଖ ଭଳି। ପ୍ରତିଦିନ ଖଣ୍ଡେ କାହିଁକି, ପାଞ୍ଚ ଖଣ୍ଡ ଚିଠି ଲେଖିବି ବୋଲି ମୁଁ ତମ ପାଖରେ ଆଗ୍ରହ ପ୍ରକାଶ କରିଥିଲି।



ତମକୁ ଗୋଟିଏ ସର୍ତ୍ତ ରଖିଥିଲି ; ଚିଠି ଉପରେ ଫ୍ରାମ ଜାଗାରେ ଜଣେ ମିଛ ଝିଅର ନାଆଁ ଲେଖିଦେବ। ତା ନହେଲେ କାହା ହାତରେ ଚିଠି ପଡ଼ିଲେ ମୁଁ ଲାଜରେ ମରିଯିବି। ତମ ସହ ମୋରସମ୍ପର୍କ ତମ ଘରେ କାହାକୁ ଅଜଣା ନାହିଁ। ତମେ ସେଇ ନିଭୃତ ପରିତ୍ୟକ୍ତ ଘରେ ମୋତେ ଜାବୁଡ଼ି ଧରି ଚୁମ୍ବନଟିଏ ଅଙ୍କିଦେଲ। ମୋ ମୁହଁସାରା ଲଜ୍ଜାର ନାଲି ସ୍ୟାହି ଅଜାଡ଼ି ହୋଇ ପଡ଼ିଲା।


ତମେ କେତେ କଥା ବୁଝେଇଛ ପ୍ରେମ ଓ କାମ ବିଷୟରେ। କିନ୍ତୁ ସେଦିନ ସେଇ କୋମଳ ଚୁମ୍ବନରେ ମୁଁ ବି ମୋ ସଂଯମତା ହରେଇ ତମ ଉପରେ ଢ଼ଳି ପଡ଼ିଲି। ତମେ ମୋ ପତଳା ଶାଢୀଟିକୁ ମୋ ଶରୀରରୁ ଅଲଗା କରିଦେଲ ।


ମୋର ମୁଦ୍ରିତ ଚକ୍ଷୁ ତମକୁ କମୋଡ୍ଡିପନାର ଚରମ ସୀମାରେ ପହଞ୍ଚାଇ ଦେଇଥିଲା। 

ହଠାତ୍ .....

ଚିତ୍କାର କରି ଉଠିଲି ମୁଁ ଓ ଉଠିଗଲି। ସେଦିନ ଦେବଦୂତ ସାଜି ବିଛାଟିଏ ମୋ ଉଲଗ୍ନ ଶରୀରକୁ ଚୁମ୍ବନ କରି ସାରିଥିଲା। ମୁଁ ଶାଢ଼ୀ ପିନ୍ଧି ଦୌଡି ଚାଲିଗଲି। ତମେ କେତେବେଳେ ସେଠାରୁ ଗଲ ଜାଣିବାର ଅବକାଶ ନଥିଲା।


ତାପରଠୁ ଆଉ ସେମିତି ସୁଯୋଗ ମିଳିପାରିନାହିଁ। କିନ୍ତୁ ପ୍ରେମର ପକ୍ଷୀ ଲାଗିସାରିଥିଲା।ଆମେ ବାହା ହେବାର ଶପଥ ନେଇସାରିଥିଲେ। ତମେ ଡାକ୍ତରୀ ପଢିବାକୁ ବାହାରକୁ ଚାଲିଗଲ । 



ମୁଁ ଅବଳା, ଦୁର୍ବଳା , ସଂସ୍କାରୀ ଝିଅଟି ବାଧ୍ୟହୋଇ ପରିବାରର ବାଧ୍ୟବାଧକତାରେ ବାହା ହୋଇଗଲି।

ଜାଣିଛ ସିଦ୍ଧାନ୍ତ ! ବାସର ରାତିରେ ମୋ ସ୍ବାମୀଙ୍କ ସ୍ପର୍ଶରେ ବି ମୁଁ ତମକୁ ଦେଖୁଥିଲି। କିନ୍ତୁ ମୋ ସ୍ବାମୀ ଶାଶ୍ଵତଙ୍କୁ ମୁଁ ଆମ ପ୍ରେମ ବିଷୟରେ ଅବଗତ କରେଇଲି।


ସେ ଆଁ କରି ମୋତେ ଅନେଇ କହୁଥିଲେ , କେତେ ବିଧବା ସାବିତ୍ରୀ ସ୍ୱାମୀର ମୃତ୍ୟୁ ପରେ ଅନ୍ୟ ଜଣକୁ ବିବାହ କରି ଆକଣ୍ଠ ସୁଖରେ ଜୀବନ ବିତାଉଛନ୍ତି। ଅଥଚ ସତୀ - ସାବିତ୍ରୀଙ୍କୁ ସ୍ୱାମୀର ମୃତ୍ୟୁ ପରେ ସେଇ କଦାକାର କୁସ୍ଚିତ ଜମ ପଛରେ ସ୍ୱାମୀର ଜୀବନ ଭିକ୍ଷା କରି କାନ୍ଦି କାନ୍ଦି ଦୌଡିଥିଲେ। ମୁଁ ସାବିତ୍ରୀଙ୍କ ନିର୍ବୋଧତାକୁ ଆଦର୍ଶ ମାନେନାହିଁ।


କିନ୍ତୁ ଆଜିକାଲି ପୁଅ ହେଉ ବା ଝିଅ କେତେ ପ୍ରେମ ବିଚ୍ଛେଦ ପରେ ପତି ସହ ସତୀ ସୀତାର ଅଭିନୟ କରି ସୁନ୍ଦର ଜୀବନ ଅତିବାହିତ କରନ୍ତି।

ତମେ ତ ଆଜିପରି ଦିନରେ ନିଜର ସମସ୍ତ କଥା ନିର୍ଭୟରେ କହିଗଲ ।


ନାରୀଟିଏ ଟିକେ ସାହାରା ପାଇଲେ ଲତା ଜାତୀୟ ଗୁଳ୍ମ ପରି ଗୁଡେ଼ଇ ହୋଇଯାଆନ୍ତି। ସେଇ ଗୁଡେ଼ଇ ହୋଇ ମୁଁ ଆଜି ଦୁଇଟି କନ୍ୟାର ଜନନୀ।

କିନ୍ତୁ ଧିରେ ଧିରେ ଶାଶ୍ବତର ଅତ୍ୟାଚାର ଆରମ୍ଭ ହେଲା କାରଣ ମୋ ସୌନ୍ଦର୍ଯ୍ୟ ନଷ୍ଟ ହୋଇ ସାରିଥିଲା। ଜାଣିଛ , ତମ ପୁରୁଷ ଜାତିଟା ଭାରୀ ଚାଲାକ୍। ଶାଶ୍ବତ ପ୍ରତ୍ୟେକ କଥାରେ ତମର ଓ ମୋର ସମ୍ପର୍କ ଉପରେ ଆଙ୍ଗୁଠି ଦେଖାଇ ଚରିତ୍ରହୀନା କୁହନ୍ତି।


ପ୍ରେମରେ ପଡ଼ିବା ବଡ଼ କଥା ନୁହଁ ; ବଡ଼କଥା ପ୍ରେମକୁ ସ୍ଥାୟୀ କରିବା। ସମସ୍ତେ ପ୍ରଜାପତି, ମହୁମାଛି ପରି ପ୍ରେମ କରି ଜାଣନ୍ତି ; କିନ୍ତୁ ଲଘୁ ପ୍ରଣୟ ବେଶୀଦିନ ସ୍ଥାୟୀ ହୁଏ ନାହି। ପ୍ରେମ ପ୍ରାଣର ଏକ କଳା। ସାହିତ୍ୟ, ସଙ୍ଗୀତ, ଭାସ୍କର୍ଯ୍ୟ ପରି ପ୍ରେମ ମଧ୍ଯ ସାଧନାର ବସ୍ତୁ। ପୃଥିବୀରେ ଏପରି କୌଣସି ଅମର ପ୍ରେମର ଲିଖିତ କାହାଣୀ ନାହିଁ ଯାହା ତ୍ୟାଗର ଅଶ୍ରୁ, ସ୍ୱେଦ ଆଉ ଶୋଣୀତରେ ଲବଣାକ୍ତ ହୋଇନାହିଁ।


ତମେ ଜିତିଗଲ ସିଦ୍ଧାନ୍ତ। ତମେ ପ୍ରତିଷ୍ଠିତ ହୋଇ ବି ଆମ ପ୍ରେମକୁ ସମ୍ମାନ ଦେଇ ଅବିବାହିତ ରାହିଗଲ କିନ୍ତୁ ମୁଁ ପରା ସଂସ୍କାରୀ ତଥା ବାପା ମାଆର ଚାବିଦିଆ କଣ୍ଢେଇ। ପ୍ରେମକରି ଇତର ଜାତିରେ ତମକୁ ବାହା ହୋଇଥିଲେ ସମାଜ ଚରିତ୍ରହୀନା କହିଥାନ୍ତା। ସ୍ୱାମୀକୁ ସମସ୍ତ ସତ୍ୟ କହି ବି ଆଜି ବନିଗଲି ଚରିତ୍ରହୀନା। ଜାଣିଛ ସିଦ୍ଧାନ୍ତ, ଏସବୁର ଆଭାସ ପାଇ ବି ସେ ସୌମ୍ୟଟା ମୋତେ ପ୍ରେମ ନିବେଦନ କରି ଚାଲିଛି ତା ଦୁଃଖ କାହାଣୀ କହି। ତା ପ୍ରେମ ନିବେଦନ ଶୁଣିଲେ ମୋ ଉପରୁ ନିଜ ବିଶ୍ବାସ ଉଠିଯାଏ। ଲାଗେ ମୁଁ କ'ଣ ସତରେ ଚରିତ୍ରହୀନା ??


ପୁରୁଷ କ'ଣ ସତରେ ପିତ୍ତଳ ମାଠିଆ? ଶାଶ୍ବତକୁ କେବେ ପଚାରିବାର ସାହସ କରିନାହିଁ କିମ୍ବା ସେ କେବେ କହି ନାହାଁନ୍ତି ନିଜ ଚରିତ୍ର ବା ଚରିତ୍ରିକ ଦୁର୍ବଳତା।

ଏସବୁ ଭାବି ବିଶେଷ କରି ସୌମ୍ୟର ପ୍ରେମ ନିବେଦନ ପରଠୁ ଆରମ୍ଭ ହୋଇଛି ମୋ ମୁଣ୍ତବ୍ୟଥା ; ଅମୃତାଞ୍ଜନ ଶିଶି। ଆଜି ମୋ ପାଇଁ ଦେଵତା ମାନେ ଦାରୁ, ଶାଳଗ୍ରାମ ମନେ ହୁଏ ଶିଳା।


ଧଡାସ ଚାପୁଡ଼ା ସହ ଚରିତ୍ରହୀନା ଗାଳିରେ ପ୍ରକୃତିସ୍ଥ ହେଲା ନିୟତି। ଶାଶ୍ବତ ଏତିକି କହି ବାହାରିଗଲେ। କିଛି ସମୟ ପରେ ଚୌକି ଉପରେ ବସିଗଲା ନିୟତି। ନିଃଶ୍ୱାସ ପ୍ରଖର ହେଉଥିଲା। ଦୁଃଖ ସଙ୍ଗୀତ ଶୁଣିବାକୁ ଟିଭିର ଚ୍ୟାନେଲ ବଦଳେଇବା ସମୟରେ ଦେଖିଲା କୌଣସି ହୋଟେଲରେ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ସମୟରେ ଶାଶ୍ବତ ସହ ବେଶ୍ୟା ଜଣେ ।

ଓଃ ! ବାଃ ରେ ଚରିତ୍ରବାନ ପୁରୁଷ । ଏତେ ନୀତିଶିକ୍ଷା ଦେଉଥିବା ଶାଶ୍ବତ ଏତେ ଚରିତ୍ରବାନ । ସତରେ ପୁରୁଷ ପିତ୍ତଳ ମାଠିଆ !!!!!


ହେ ନପୁଂସକ ପୁରୁଷ ! ନାରୀ ନୁହେଁ ଖେଳନା କଣ୍ଢେଇ। ଖେଳନାହିଁ ତା ଆତ୍ମବିଶ୍ବାସ ସହ। ନଚେତ ଜଳିଯିବ ସଚରାଚର ବିଶ୍ବ ବ୍ରହ୍ମାଣ୍ଡ। ପ୍ରେମ ନୁହେଁ ପାପ। ପ୍ରେମ ନୁହେଁ ଚରିତ୍ରର ପ୍ରମାଣପତ୍ର। ପ୍ରେମ ନୁହେଁ ଦେଶନେଣର ହିସାବ ଖାତା। ଶାଶ୍ଵତୀର ଶ୍ୱାସ ପ୍ରଖର ହେଇଥିଲା। ଚୌକି ଉପରେ ହସ୍ତ ଦୃଢ଼ ହେଉଥିଲା। ଆଖି ବାହାରକୁ ବହାରି ଆସୁଥିଲା। ବୋଧେ ଶାଶ୍ବତୀ ।


Rate this content
Log in

Similar oriya story from Abstract