Sunanda Mohanty

Drama Thriller Children

3  

Sunanda Mohanty

Drama Thriller Children

ଚକୋଲେଟ୍ ଓ କୁକୁର

ଚକୋଲେଟ୍ ଓ କୁକୁର

1 min
151


 ଅଣ୍ଡା ଆକୃତି ର ପିଠା ରୁଟି, ଡବା, ସାବୁନ ଖୋଳ ସହ ସାବୁନ ବି ମଞ୍ଜୁସାଙ୍କର୍ ଭାରି ପସନ୍ଦ। ତା ଛଡା ଅଣ୍ଡା ଖାଇବା, ଖୁଆଇବା ଓ ଭଜା ତରକାରୀ, କେକ୍, ପାଉଁରୁଟି ଇତ୍ୟାଦି ରେ ମଞ୍ଜୁସା ଙ୍କ ପସନ୍ଦ ମଧ୍ୟ। ଏମିତିକି ଭିଡିଓରେ ଚୀନର ଲୋକମାନେ ଚାଉମିନ୍ ଓ ମ୍ୟାଗିରେ ସିଝା ଅଣ୍ଡା ଗୋଟା ଗୋଟା ଖାଇଯିବା ଦୃଶ୍ୟରେ ମଧ୍ୟ ସେ ବିଭୋର ହୁଅନ୍ତି ଓ ନିଜେ ସେହିପରି କରି ଖାଆନ୍ତି ଓ ଖୁଆନ୍ତି। କାର୍ତ୍ତିକ ମାସରେ, ଘରକୁ ଆମିଷ ପଶିବା ନିଷେଧ ବେଳେ, ଝିଅ ଓ ନାତୁଣୀ ଘରକୁ ଆସିଥାନ୍ତି। ଦୁଇବର୍ଷ ହେଲାଣି ନାତୁଣୀକୁ, ଏଯାଏଁ ଶାମୁକାରେ ଜୋର ଜବରଦସ୍ତି ଛତୁଆ ପାଳୁଅ ବାର୍ଲି ଇତ୍ୟାଦି ଦିଆଗଲା ବେଳେ ଯୋଉ କାନ୍ଦ ଛାଟିପିଟି ହୁଏ। କିନ୍ତୁ ଅଣ୍ଡା ଟେ ଭାଜି ବା ଭୂଜିଆ ବା ପୋଜ କଲେ ଦି ତିନି ଗୁଣ୍ଡା ଖାଇଦିଏ କେତେବେଳେ କିମିତି। ମଞ୍ଜୁସା ବ୍ୟସ୍ତ ହୋଇ ପଡନ୍ତି। ଝିଅ ଘରେ ଥିବା ଅଣ୍ଡା ଆକୃତି ଜିନିଷ ସବୁ ଦେଖାଇ ଖୁଆଇବାକୁ ଚେଷ୍ଟା କରି ବିଫଳ ହୁଏ। ଅଜା ତାର ସହି ନପାରି ବଜାର ନେଇ ଅଣ୍ଡା ସିଝା, ଅଣ୍ଡା ରୋଲ କିଣି ଖାଆନ୍ତି ଓ ନାତୁଣୀକୁ ଖୁଆନ୍ତି କିନ୍ତୁ କଣ ଟିକେ ଚାଖି ଥୁ ଥୁ ହୁଏ ତ ଅଜା ଅଳ୍ପ କୁକୁରକୁ ଦେଇ, କୁକ ଖାଉଛି ତୁ ଖା କହିଲେ ବି କୁକୁର କୁ ଭୋ ବୋଲି କହି ତାକୁ ସବୁ ଦେଇଦେବାକୁ ନିର୍ଦ୍ଦେଶ ତଥା ଅନୁରୋଧ କରୁଥାଏ ନାତୁଣୀ। ଏଥର ଅଜା ଅଣ୍ଡା କୃତି ଚକୋଲେଟ୍ ସହ ଛୋଟ କୁକୁର ଛୁଆଟିଏ ନେଇଆସିଛନ୍ତି ଘରକୁ। ନାତୁଣୀ ଖୁବ ଖୁସି। ଅଣ୍ଡୁ ଅଣ୍ଡୁ କହି ଭାତ ସହ ଚକୋଲେଟ୍ ଗୋଳେଇ ଛୁଆ କୁକୁର ସହ ତା ପାଟିକୁ ଦେଲେ ଖାଇଦେଉଥାଏ କିଛି ଭାତ ଡାଲି ଆଳୁ ଚକଟା ତ ସଭିଏଁ ଖୁସି।ମଞ୍ଜୁସା ହସି ହସି କହୁଥିଲେ, ମୋ ନାତୁଣୀ ମୋ ପରି ହେଇଛି।



Rate this content
Log in

Similar oriya story from Drama