Sunanda Mohanty

Abstract Thriller Others

3  

Sunanda Mohanty

Abstract Thriller Others

ଚକମା

ଚକମା

4 mins
163


ଝୁମା ଭାବୁଥିଲା ସେଥର ଗଣେଷ ପୂଜାକୁ ସବୁ ଭଲରେ ଭଲରେ ସରିଲା ପରେ ବାପା କେମିତି ସନ୍ଧ୍ୟାରେ ବୋଉକୁ ନେଇ ଠାକୁ ଠା ଗଣେଷ ପୂଜା ମଣ୍ଡପ ବୁଲେଇ ଆଣନ୍ତି. ବୋଉ ଯେବେ ସେଥର ନୂଆ ଶାଢ଼ୀ ଖଣ୍ଡକ ପିନ୍ଧି ବାପାଙ୍କ ସଙ୍ଗେ ଗଣେଷ ପୂଜା ଦେଖିବାକୁ ବାହାରିଥିଲା କି ଖୁସି ତାର. କହିଥିଲା ଏଇ ଶାଢ଼ୀ ଖଣ୍ଡକ ପିନ୍ଧେଇ ମତେ ମଶାଣୀ ଛାଡ଼ିବୁ ହେଲେ ଯେତେ ଖୋଜିଲେ ମଧ୍ୟ ଠିକ ସମୟରେ ଶାଢ଼ୀ ଖଣ୍ଡକ ମିଳିନଥିଲା. ଆଜି ବାପାଙ୍କ ଆଲମିରାରେ ସେହି ଶାଢ଼ୀ ଖଣ୍ଡକ ଦେଖି ଝୁମା ଝାଡ଼ିଝୁଡି ରଖିବାକୁ ଯାଉଛି ବାପା କଣ ଭାବିଲେ କହୁଥିଲେ ଥାଉ ମାଆ ସେଇଟା ବୋଉର. ସେମିତି ବଡ଼ ଭାଉଜ ଆଜି ତୁଳସୀ ମୂଳେ ପାଣିଦେବାକୁ ଯାଇ ବୋଉର ପିତ୍ତଳ ଢାଳ ଧରି ଯିବା ଦେଖି ବାପା କହୁଥିଲେ ଢାଳଟା ବୋଉର. ଝୁମା ବଞ୍ଚେଇ କହିନଥିଲେ ଭାଉଜ କାଳେ ଖରାପ ଭାବିବେ ବୋଲି ଝୁମା ଭାବୁଥିଲା ବେଳେ ପଢା ଶିକ୍ଷିତ ଉଚ୍ଚମନା ଝିଅ ବଡଭାଉଜ କହିଥିଲେ ହଁ ବାପା ବୋଉଙ୍କ ଢାଳଟା ଚିକ ଚିକ କରି ମାଜି ରଖିଦେବି. ଖୁସି ହୋଇଯାଇଥିଲେ ବାପା. ସାନ ବୋହୁ ପିନ୍ଧିଥିବା ନୂଆ ସୁନା ଚୁଡ଼ି ଦିପଟ ଦେଖି ବାପା ଯେବେ କହିଥିଲେ ଏଇ ହଳଟା ବୋଉର, ତ ସାନ ଭାଉଜ କହିଥିଲେ ହଁ ବାପା ବୋଉ ମତେ ବୋହୁ କରି ଆଣିଲା ବେଳେ ଦେଇଥିଲେ. ଅପାଙ୍କୁ ହାର ଆଉ ମତେ ଏଇ ଚୁଡ଼ି. ବାପା କହୁଥିଲେ ହଉ କିନ୍ତୁ ତା କାନ ପେଣ୍ଡିଫୁଲ କେହି ନେବନି. ସେଥିରେ ତାର ଭାରି ଶ୍ରଦ୍ଧା. ଦୁଇଭାଉଜ ଶିକ୍ଷିତ ସଂସ୍କାରୀ ଥିଲେ ତ ବୁଝିଥିଲେ ବାପାଙ୍କ ମନର ଅବସ୍ଥା ଏବର୍ଷ ଘର ତୋଳା ପାଇଁ ଦୁଇ ଭାଇ ବାପାଙ୍କ ସହ କଥା ହୋଇ ବୋଉର ଗମ୍ଭୀରି ଘରଟାକୁ ଗୋଟେ ଅନ୍ୟ କୁନ୍ଦି ଘର ସହ ମିଶାଇ ବଡ଼ ରୁମଟିଏ କାଢିବାର ଯୋଜନା କରି ଯେମିତି ଭାଙ୍ଗିଛନ୍ତି ପ୍ରଳୟ ହେଲା ଘରେ. ବାପା କହିଲେ କାହା ଅନୁମତି ନେଇ ସେ ଘର ଭାଙ୍ଗିଲ ବୋଉର??ତୁମେ ଭଲ କରି ଜାଣ ବୋଉର ଯାବତୀୟ ଜିନିଷ ପତ୍ର ସେ ଘରେ. ଏମିତିକି ନିଜେ ସେ ତା ରୁମଟାକୁ ଓଳାଇ ପରିସ୍କାର କରେ. ବାଘ ଘରେ ମିରିଗ ନାଟ ଲାଗିଛି. ତା ରୁମରେ ହାତ ମାରିବାକୁ କିଏ କହିଲା କହି ଆରମ୍ଭ କରିଦେଲେ ବାପା ଫୋପଡ଼ା ଫିଙ୍ଗା. ଝୁମା ବୁଝେଇଲା ବାପାଙ୍କୁ ଯେଉଁ ମଣିଷ ଆଉ ନାହିଁ ତା ଗମ୍ଭୀରା ଘର ଥାଇ ଆଉ ଲାଭ କଣ ବାପା??ଭେଁ ଭେଁ କାନ୍ଦି ଉଠିଲେ ବାପା କହିଲେ କେତେ କହିବି ସେ ଅଛି ବୋଲି. ଶରୀରଟା ସିନା ନାହିଁ ହେଲେ ତାର ପ୍ରତ୍ୟେକ ଜିନିଷରେ ସେ ପରା ଅଛି. ଏଇ ଦେଖୁନୁ ପ୍ରତି ବର୍ଷ ଗଣେଷ ପୂଜାରେ ବ୍ରହ୍ମକମଳ ଫୁଟୁଛି କେମିତି!ଗୋଟେ ବର୍ଷ, ଗଣେଷ ପୂଜାରେ ବ୍ରହ୍ମକମଳ ଗଛ ଲଗାଇ ବୋଉ କହିଥିଲା ଫୁଟିଲେ ତୁମେ ପିନ୍ଧିବ ଠାକୁର, ତା ମନ ରଖି ଗଣେଷ ଠାକୁର ତାଙ୍କ ଚତୁର୍ଥୀ ପୂଜାରେ ପ୍ରତି ବର୍ଷ ଫୁଲ ଫୁଟାଉଛନ୍ତି. ଆଉ ତୁମେ ସବୁ ତା ପୁଅ ଝିଅ ହୋଇ ତା ସ୍ମୃତି ଲିଭେଇ ଦେବାକୁ ବସିଛ?ଜାଣିଛ ଏଇ ଘର ପାଇଁ ସେ କଣ ହୁଏ! କୋଉଠି ମୂଷା ଗାତ କଲା,କୋଉଠି ଉଇ ଲାଗିଲା ଜଗି ଥାଏ. କିଛି ଦିନ ଭଡା ରହୁ ରହୁ ଗୋଟେ ପରିବାର ଚାରିବର୍ଷ ରହିଗଲେ ବୋଲି ଏକାଜିଦ ତାଙ୍କୁ ଘରୁ କାଢ଼. ସେମାନେ ରହୁ ରହୁ କାଳେ ମୋ ଘର ନେଇଯିବେ. ଯେତେ ବୁଝେଇଲେ ଶୁଣି ନଥିଲା. ଶେଷକୁ ନିଜେ ସେମାନଙ୍କୁ ବାହାର କରିଥିଲା ବୋଲି ବୋଉର ମୋର ଭୀଷଣ ପାଟିତୁଣ୍ଡ ହୋଇଥିଲା ତ ଏଇ ଗମ୍ଭୀରା ଘରେ ଋଷି ଶୋଇଥିଲା ପ୍ରଥମ କରି ମୋ ଠୁ ଅଲଗା ଭାବେ. ଏବେ ବି ସେ ଘରେ ସେ ରହିଛି. ସ୍ଥାଣୁ ପାଲଟି ଯାଇଥିଲେ ପୁଅ ଝିଅ ମାନେ, ସେହିଦିନୁ ଘରର ଅନେକ ପରିବର୍ତ୍ତନ ଭିତରେ ବି ଗମ୍ଭୀରା ଘର ମୁଣ୍ଡ ଟେକି ଛିଡା ହୋଇଥିଲା ବାପାଙ୍କ ଗୁରୁ ବାକ୍ୟ ନିର୍ଦେଶରେ ବୋଉର ସ୍ମୃତି ବହନ କରି. ଏ ଭିତରେ ପ୍ରଥମ ଦ୍ୱିତୀୟ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ଯାଇ କେତେ ବର୍ଷ ବିତି ଗଲାଣି. ବୋଉ ନାହିଁ କିନ୍ତୁ ବୋଉ ଅଛି ବୋଲି ଭାବି ବାପା ଅଛନ୍ତି, ପୁଅ ଝିଅ ନାତି ନାତୁଣୀଙ୍କ ଗୁରୁ ରୂପେ ବିନଦାସ ।

  ପ୍ରଥମେ ପ୍ରଥମେ ବୋଉର ଆବର୍ତ୍ତମାନ ପରେ ଭାଙ୍ଗି ପଡୁଥିବା ବାପା ଏବେ ଏବେ ବୋଉର ବ୍ୟବହୃତ ଜିନିଷ ସବୁକୁ ସାଇତା ଶୃଙ୍ଖଳାରେ, ଅନ୍ୟ ଉପରେ ନଚିଡ଼ି ନିଜେ ସଜାଡି ରଖୁଛନ୍ତି. ନାତି ମୁନା ବଡ଼ ହୋଇଗଲାଣି. ପାଠ ଶାଠ ପଢି ଚାକିରୀ କଲାଣି. ଝୁମା ବୋହୁ ଦେଖିବାକୁ ଗଲାବେଳେ ନେଇଯାଏ, ଗୁରୁ ପରି ବାପାଙ୍କୁ. କୋଉ ଝିଅକୁ କହିବେ ତୋ ବୋଉ ପରି ପାଦ କାହିଁ,ତ କୋଉ ଝିଅକୁ କହିବେ ବୋଉ ପରି ଆଖି ନାହିଁ, କାହାର ବୋଉ ପରି ଚୁଟି ନାହିଁ ତ ସବୁ ପ୍ରସ୍ତାବ କଟିଯାଏ. ଦୁଇ ପୁଅଙ୍କର ବଢନ୍ତା ପୁଅ ଝିଅ ଜେଜେଙ୍କୁ ଚିଡ଼େଇଲେ ବାପା ମାଆ ଆକଟ କରି କହନ୍ତି ଆରେ ଜେଜେମା ବହୁତ ସୁନ୍ଦର ଥିଲେ, ପୁଣି ମୁନା ଭାଇକୁ ପିଲାଦିନୁ ପାଖରେ ରଖି ବଡ଼ କରିଛନ୍ତି ତ ତା ବୋହୁ ଜେଜେମା ପରି ଦେଖିବାକୁ ହେବା ଦରକାର ବୋଲି ଜେଜେ ଭାବୁଛନ୍ତି. କଲେଜ ମାଟି ମାଡିସାରିଥିବା ନାତି ନାତୁଣୀମାନେ ଥଟ୍ଟା କରନ୍ତି ଖୁବ. ପୁଣି ଚୁପ ହୋଇଯାଆନ୍ତି, ବାପା ମାଆଙ୍କ ଆକଟରେ ।

   ଶେଷକୁ ଦିନେ ମୁନା ଆସିଲା ଅଜାଙ୍କ ପାଖକୁ. କହିଲା ଜାଣିଛ ଅଜା,ମାଆ ବାବା ଗୋଟେ ଝିଅ ଠିକ କରିଛନ୍ତି ଯେ ସେ ଅବିକଳ ଆଈ ଭଳି ଦେଖିବାକୁ. ମୁଁ ଏ ଯୁଗର ପୁଅ ହୋଇ ଆଈ ଭଳି ପୁରୁଣାକାଳିଆ ଝିଅକୁ କେମିତି ବାହା ହେବି କହିଲ? ଅଜା ମୁନା ପାଖକୁ ଲାଗି ଆସି କହିଲେ ଆଈ ପାସଙ୍ଗରେ ନର୍ଗୀସ କି ମଧୁବାଳା କମ ପଡୁଥିଲେ ସେତେବେଳେ.ପୁଣି ହେମାମାଳିନୀ ବୋଲି କିଏ କହୁଥିଲା ତ ଶ୍ରୀଦେବୀ ଭଳିକିଏ.କେଜାଣି ଅଜା,ମୋର କିନ୍ତୁ ସ୍ମାର୍ଟ ଝିଅ ଦରକାର. ଅଜା କହିଲେ ଆରେ ନାତିଆ କେଡେ କେଡେ ସ୍ମାର୍ଟ ଝିଅ, ଆଈ ଆଗରେ ଫିକା ଦିଶିବେ. ମୁନା ଫଟୋଟିଏ ଅଜାଙ୍କ ହାତକୁ ବଢ଼େଇ ଦେଇ କହିଲା ହେଇ ଦେଖୁନ, ଏଇ ଝିଅ, ପୁରା ଆଈ ପରି. ସତେତ କହି ଖୁସିରେ ଫାଟି ପଡିଲେ ବାପା. ଝୁମାକୁ କହିଦେଲେ ସେଇ ଝିଅ ତାଙ୍କର ପସନ୍ଦ. ବାପାଙ୍କ ମନରେ କଷ୍ଟ ଦେବାକୁ ଚାହୁଁନଥିବା ପରିବାର ସେଇଠି ରାଜି ହୋଇ ବାହାଘର ହୋଇଗଲା. ସମସ୍ତେ ଖୁସି.ବାପା ଗମ୍ଭୀରି ଘରୁ ବୋଉ ଆଲମିରାରୁ ତା ପିନ୍ଧା ଗଣେଷ ପୂଜା ଶାଢ଼ୀ ଓ ପେଣ୍ଡିଫୁଲ ବୋହୁକୁ ମୁହଁଚାହାଁ ଦେଲାବେଳେ ନାତି ନାତୁଣୀ ମାନଙ୍କ ଧମାକା କେହି ବୁଝି ନଥିଲେ. କୋଉଠି ରାଜି ହେଉନଥିବା ବୟୋଜ୍ୟେଷ୍ଠ ଗୁରୁ ତୁଲ୍ୟ ଅଜା ତଥା ଜେଜେଙ୍କୁ,ଆଇର ଝିଅଦିନ ଫଟୋ ଦେଖାଇ ରାଜି କରିବା ଧମାକାରେ ବାହାଘର ହୋଇଯାଇଥିଲା ସମସ୍ତଙ୍କ ମାନପସନ୍ଦ ଝିଅ ସହିତ ।

   



Rate this content
Log in

Similar oriya story from Abstract