Smruti Ranjan

Comedy Inspirational

4  

Smruti Ranjan

Comedy Inspirational

ଚକଲେଟ

ଚକଲେଟ

3 mins
234



      କୁହାଯାଏ ଫେବୃଆରୀ ମାସ ପ୍ରେମୀ ମାନଙ୍କର ମାସ ବୋଲି , ସେଥିରେ କେତେ ରଙ୍ଗ ବେରଙ୍ଗର ଡେ ଆସେ । ସେଥି ମଧ୍ୟରୁ ଚକଲେଟଡେ , ଗୋଲାପ ଡେ, ଆଳୁ ଡେ , ପିଆଜ ଡେ, ରସୁଣ ଡେ ଆହୁରି ଏମିତି କେତେ ପ୍ରକାର ଡେ ଅଛି । ସେ ସବୁ ମୁଁ ପରେ କେତେବେଳେ ମନେ ପକେଇ କହିବି ।

              ସେଥି ମଧ୍ୟରୁ ଚକୋଲେଟ ଡେ ହେଉଛି ଅନ୍ୟତମ।  ତେଣୁ ଚକୋଲେଟ ଡେ ଆସୁଥିବାରୁ ଗିରିଶ ମଧ୍ୟ୍ୟ ସକାଳୁ ଉଠି କ୍ୟାଲେଣ୍ଡରରେ ତାରିଖ ଦେଖି ଖୁସି ହେଇଗଲା । ମନେ ମନେ ଭାବିଲା ଆଜି ଚକୋଲେଟ ଡେ ରେ ଗୋଟେ ଭଲ ଦାମୀକିଆ ଚକୋଲଟ ଦେଇ ତା'କୁ ଖୁସୀ କରିଦେବି । ଆରମରେ ଉଠି ଗାଧୁଆ ପାଧୁଆ ସାରି ଗୋଟେ ବୋତଲ ଫଗ ନିଜ ଦେହରେ ଢାଳି ହେଇ ପଡି ଦୋକାନ'କୁ ବାହାରି ପଡ଼ିଲା ।

       ବାଟରେ ଯିବା ସମୟରେ ଗିରିଶ'ର ଫଗ ବାସ୍ନାରେ ସେ ଖଣ୍ଡ ମଣ୍ଡଳ ପ୍ରକମ୍ପିତ ହେଉଥାଏ ।ଭୁଲ ବଶତଃ ଯଦି କୋଉ ବାଟୋଇ ସେ ବାଟରେ ଚାଲି ଯାଉଥାଏ ,ତେବେ ତା ଦେହରେ ମଧ୍ୟ ଫଗର ମଧୁର ବାସ୍ନା ନେସି ହେଇ ପଡୁଥାଏ ।

            ଇତି ମଧ୍ୟରେ ଗିରିଶ ଦୋକାନ ପାଖରେ ପହଞ୍ଚି ସାରି ପ୍ରେମିକା ପାଇଁ ଗୋଟେ ଶହେ ଟଙ୍କାର ଚକୋଲଟେ ଓ ତା ନିଜ ପାଇଁ ଗୋଟେ ଦଶ ଟଙ୍କାର ଚକୋଲଟେ କିଣି ଆଣି ପାର୍କରେ ଅପେକ୍ଷା କଲା ।

           ଦିର୍ଘ ଦୁଇ ଘଣ୍ଟା ଅପେକ୍ଷା କଲା ପରେ ଗିରିଶ ଦେଖିଲା ମ୍ୟାଡାମ ଆମର ଦୂରରୁ ହସିହସି ଆସୁଛନ୍ତି । ସେତେବେଳକୁ ଗିରିଶ ର ଫଗ ବାସ୍ନା କର୍ପୂର ଭଳି ଉଡିଯାଇ କନା ପଡିଲା ଭଳି ବାସ୍ନା ହେଉଥାଏ । ଦୁଇ ଘଣ୍ଟା କାଳ ଅପେକ୍ଷା କରିଥିବାରୁ ଗିରିଶ ନାକ ଆଗରେ ରାଗକୁ ଧରି ବସିଥାଏ । ମ୍ୟାଡାମ ଆମର ଦୂରରୁ ହସି ହସି ଆସି ଗିରିଶ ପାଖରେ ବସି ପଡ଼ିଲେ । ଆଉ ଧୀରେକି ଗୋଟେ ମଧୁର ଚୁମା ଗିରିଶ ଗାଲରେ ଆଙ୍କିଦେଇ ପଚାରିଲେ :"ବେବି ମୋ ପାଇଁ କଣ ଗିଫ୍ଟ ଆଣିଛ ?" 

         ଚୁମା'ର ରାସାୟନିକ ଭାଗ ଏତେ ଅଧିକ ଥିଲା ଯେ ଗିରିଶ ପୁରା ବରଫ ତରଲୀଳା ଭଳି ତରଳି ଗଲା।ଖୁସିରେ ହଳଦିଆ ପୋକରା ଦାନ୍ତ ଗୁଡ଼ାକୁ ନିକୁଟି ଦେଇ ଚକୋଲେଟ ଟାକୁ ପ୍ରେମିକା ହାତକୁ ବଢ଼େଇ ଦେଲା ।ଆଉ ପ୍ରେମିକା ମହାଶୟ ନଅଙ୍କ ଦୁର୍ଭିକ୍ଷରୁ ଉଠି ଆସିଲା ପରି ଏକା ଗ୍ରାସରେ ଚକୋଲେଟ ଟାକୁ ଗ୍ରାସି ଦେଇ,"ଓ...., ବେବି ତମେ ବହୁତ ସୁଇଟ, ତମେ ଏମିତି, ତମେ ସେମିତି,ଏମିତ କେତେ କଣ ମିତି ମାତିରେ ପୋତି ଦେଇ ଧୀରେକି ବାଟ କାଟି ଚାଲିଗଲା।

        ବିଚରା ଗିରିସ, ତା' ଯିବା ବାଟକୁ ଭକୁଆ ହେଇ ଚାହିଁ ରହିଥାଏ । ଏ ସବୁ ଭିତରେ ଭିତରେ ଗିରିଶ ତା' ଦଶ ଟଙ୍କାର ଚକଲେଟ କଥା ସମ୍ପୂର୍ଣ୍ଣ ଭୁଲିଯାଇଥିଲା।ଚକୋଲେଟ କଥା ମନେ ପଡିବାରୁ ହଟାତ କିଛି ଜ୍ଞାନ ଉଦୟ ହେଲା । ଆଉ ସେ ଚକୋଲେଟ ନ ଖାଇ ସାର୍ଟ ପକେଟ ରେ ରଖି ଘର ବାହୁଡା ହେଲା।

           ଘରେ ପହଞ୍ଚୁ ପହଞ୍ଚୁ ସାର୍ଟ ଟି ଟିକେ ଝାଳୁଆ ଝାଳୁଆ ବାସ୍ନାରେ ମହକୁ ଥାଏ। ତେଣୁ ସଫା କରିବାକୁ ମା'ଙ୍କ ଜିମାରେ ଦେଇ ବାବୁ ଖଟ ଉପରେ ଚିତ୍ କାତ୍ ହେଇ ପଡିଗଲେ, ଯେମିତି କୁଆଡ଼େ ମହିମ କମେଇବାକୁ ଯାଇଥିଲା !!

    ଏପଟେ ମାତୃ ଦେବୀ ସାର୍ଟଟିକୁ ସଫା କରିବାକୁ ନେଲା ବେଳକୁ ସାର୍ଟ ପକେଟରୁ ଦଶ ଟଙ୍କାର ଚକୋଲେଟ ମିଳିଲା। ମାତୃ ଦେବୀ ଟିକେ କୁତ୍ରିମ ଅସନ୍ତୋଷ ପ୍ରକାଶ କରି ପ୍ରଶ୍ନ କଲେ,"ଏ ଚକୋଲଟ କାହା ପାଇଁ ?"

         ଗିରିଶ ପୁଣି ସେହି ହଳଦିଆ ପୋକରା ବତୀଶ ଦାନ୍ତ ନିକୁଟି ଦେଇ କହିଲା :" ମାଆ ଆଜି ଚକୋଲଟ ଡେ ଥିଲା ତ ସେଥିପାଇଁ ମୁଁ ତୋ ପାଇଁ ଗୋଟେ ନେଇ ଆସିଥିଲି। "

      ମାତୃ ଦେବୀ ଟିକେ ମୁରୁକୀ ହସି ଦେଇ କହିଲେ ,ଏତେ ଦାମିକା ଚକୋଲେଟ ଆଣିବାର କଣ ଥିଲା ? ଟଙ୍କାର ନେଇ ଆସିଥିଲେ କଣ ହେଇ ନ ଥାନ୍ତା !! ଏତିକି କହି ମା' ସଫା କରିବାକୁ ଚାଲିଗଲେ । ଗିରିଶ ମଧ୍ୟ ଖଟ ଉପରେ ଗଡ଼ପଡ଼ ହେବାକୁ ଲାଗିଲା ।

        କିଛି ସମୟ ପରେ ଗିରିଶ'ର ମାଆ ଆସି ତା ମୁଣ୍ଡ କୁ ଧୀର ଆଉଁସି ଚକୋଲଟର ଛୋଟ ଛୋଟ ଭାଗ କରି ତା ପାଟିରେ ଆଉ ତା ଛୋଟ ଭଉଣୀ ପାଟିରେ ଦେଲେ । ଯେତେବେଳ ଶେଷ ଭାଗ ତା ଭଉଣୀ କୁ ଦେବାକୁ ଡାକିଲେ, ଗିରିଶ ସେ ଚକୋଲଟ'କୁ ଛଡ଼େଇ ଆଣି ତା ମାଆ ପାଟିରେ ଜୋର କରି ଦେଇ ଦେଇ , ମନେ ମନେ ବସି ଚିନ୍ତା କଲା," ପ୍ରେମିକାକୁ ଶହେ ଟଙ୍କା ର ଚକୋଲଟ ଦେଲି । କିନ୍ତୁ ସେ ଗୋଟେ ଧନ୍ୟବାଦ ଦେବା ଦୂର , ଓଲଟି କିଛି ନ କହି ଖାଲି ବତୀଶ ଦାନ୍ତ ଦେଖେଇ ହସି ଦେଇ ଚାଲିଗଲା ! ଆଉ ମାଆକୁ ଦଶ ଟଙ୍କା ର ଚକୋଲଟ ଦେଲି ଯେ, ସେ ତାକୁ ନ ଖାଇ ଆମ ମାନଙ୍କ ଭିତରେ ବାଣ୍ଟିଦେଲା ! ଏଠି କାହାର ପ୍ରେମ ନିଃସ୍ୱାର୍ଥପର, ମାଆ ନା ପ୍ରେମିକା ??



Rate this content
Log in

Similar oriya story from Comedy