Basanti Pattnaik

Inspirational

3  

Basanti Pattnaik

Inspirational

ଚିଠି

ଚିଠି

2 mins
175



ଭାଇ ପ୍ରଣାମ,


ଉପଦେଶ ନୁହେଁ, ଉଦାହରଣ ହିଁ ମନକୁ ଛୁଇଁ ଥାଏ, ଆପଣ ଙ୍କର ଉପାଖ୍ୟାନ ଟିକୁ ପଠନ କଲି, ଥରେ ନୁହେଁ ବହୁବାର ପଠନ କଲି କିନ୍ତୁ କ୍ଷମା କରିବେ ମନକୁ ଛୁଇଁ ପାରିଲା ନାହିଁ,

କିଛି ଟା ଉକ୍ତି ବାରମ୍ବାର ନିଜ ବିବେକ କୁ ପ୍ରଶ୍ନ ପଚାରି ତାର ଉତ୍ତର ସନ୍ତୋଷ ଜନକ ପାଉନଥିଲି ।


  ସୂର୍ଯ୍ୟ ଦେବତା ଆମକୁ ଆଲୋକ ପ୍ରଦାନ କରୁଛନ୍ତି ସେଥିପାଇଁ ସେ ଦେବତା, ସାଧାରଣ ଜନତା ଭୋଟ ଦେଉଛନ୍ତି ସେ ମଧ୍ୟ ଏକ ପ୍ରକାର ନେତା ମାନଙ୍କର ଦେବତା ।


ଜଣେ ନେତା କ୍ଷମା ପ୍ରାର୍ଥନା କରୁଛି ଆପଣ ଙ୍କର ସଭା ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଭାଷଣକୁ ଦର୍ଶକମାନଙ୍କ ଆଗରେ ବୁଝାଇ କହିଥିଲେ ଆମେ ମାନେ ଭୋଟ ନେଉଛୁ ତେଣୁ ନେତା.......ମୋ ମତରେ ଏକ ପ୍ରକାର ଭଣ୍ଡେଇ ଦେଇ ତାଙ୍କ ଉକ୍ତି କୁ ସର୍ବ ସମୁକ୍ଷରେ ଅତି ଚତୁରତାର ସହ ଥୋଇଦେଲେ,ମୁଢ ମନୁଷ୍ୟ ଆମ ମାନଙ୍କ ପରି ହସିଦେଇ ତାଙ୍କୁ ମହାନତା ର ସମ୍ମାନ ଜଣାଇ ଜୋରରେ ତାଳି ମାରିଲେ।


      ବାସ୍ତବରେ ଆଉ କେତେ ଦିନ? ଆମେ ମାନେ ଏମିତି ଚାତୁର୍ଯ୍ୟ ଭରା ଭାଷଣ ରେ ଭାଷିବା???


        ଦିଆସିଲି କାଠି ର ଅଗ୍ନି ଖାଲି ଯୁବ ପୀଢ଼ି ଙ୍କୁ ଓ ତାଙ୍କ ଶାରୀରିକ ଆଭୂଷଣ କୁ ଚକ୍ ମକ୍ କରି ଜାଳି ପୋଡୀ ଛାରଖାର କରୁନାହିଁ ବରଂ ପୁଖାନୁପୂଖ ଭାବରେ ବିବେଚନା କଲେ ଆଜିର ଯୁବପିଢି ଙ୍କୁ କିଛି ଭଦ୍ର ଖୋଳ ଭିତରେ ରହି ଭଦ୍ର ଚିକଣା କଥା କହି ଉପଦେଶ ଦେବା ଛଳରେ କିଛି ବରିଷ୍ଠ ନେତା ଏହି ଦିଆସିଲି କାଠି ର ତେଜ ର ନିଆଁ ରେ ନିଜ ଶରୀରର ଗରମ୍ କୁ ଜାଳିବା ସହିତ ଅନ୍ୟର ସରଳତାର ସୁଯୋଗ ନେଇ ତାକୁ ମଧ୍ୟ ‌‌‌‌‌‌‌‌‌‌‌‌‌‌‌‌‌‌‌‌ଜାଳିଦେଇ ଛାରଖାର କରିଥାନ୍ତି ତେଣୁ ଏହି ନିଆଁ ର ତେଜ ଉଭୟ କ୍ଷେତ୍ରରେ ନିଜକୁ ଏଥିରୁ ସଜାଗ ରହିବା ପାଇଁ ଉଦାହରଣ ର ଉପଯୋଗୀ ରହିଛି।


       ‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌କିଛି ଧନଶାଳୀ ନେତା ବିଭିନ୍ନ ଅନୁଷ୍ଠାନ,ବେବସାୟ ଆଳରେ ଗଢ଼ି ଥାଆନ୍ତି ଓ ତାଙ୍କ ର କଳା ଧନକୁ ଅତି ଚତୁରତାର ସହିତ ଧଳା କରିଥାନ୍ତି, ହଁ ମାନୁଛି କିଛି ଟା ନିଯୁକ୍ତି ପ୍ରଦାନ କରି ଯୁବପିଢି ମାନଙ୍କ ପାଇଁ ମହାନ୍ ଦାତା ହୋଇଥାଆନ୍ତି କିନ୍ତୁ ବିଚାର କଲେ ଏହି ପୁଞ୍ଜିବାଦୀ ମାନେ ଏହି ଅନୁଷ୍ଠାନ ମାଧ୍ୟମରେ ବହୁଳ ପୁଞ୍ଜି ଏକାଠି କରି ଥାଆନ୍ତି, ଏହି ମାନେ ନିଜ ସୁବିଧା ଆଗ ଦେଖିଥାନ୍ତି, କେହି ଏଠାରେ ମହାନ୍ ନୁହଁନ୍ତି, ଅତି କ୍ଷିପ୍ର ଚାଲାକ୍ ଲୋକ ତାର ‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌ଛଳ କଥା ବାର୍ତ୍ତା ରେ ଭାଷଣ ଦେଇ ସାଧାରଣ ଜନତା ଙ୍କୁ ଭଣ୍ଡେଇ ଚାଲିଛି, ଆମେ ତାଙ୍କୁ ବଳିଦାନ ର ଉଦାହରଣ ସ୍ୱରୂପ ମହାନ୍ ପୁରୁଷ ସମ୍ବୋଧନ କରି ସର୍ବ ସମ୍ମୁଖରେ ଥୋଉଛୁ ତେଣୁ ବାସ୍ତବରେ ମୁଁ ଦୁଃଖିତ

ଓ ମର୍ମାହତ,ଆଉ କେତେ ଦିନ ଆମେ ଯୁଆଡେ ବର୍ଷା ସିଆଡେ ଛତା ର ଉକ୍ତି କୁ ଯଥାର୍ଥ କରିବା?


        ସ୍ପଷ୍ଟବାଦୀ ମଣିଷ ଏ ସମାଜ ରେ ବୀରଳ।

ଛୋଟ ଦିଆସିଲି କାଠି ପରି ଯଦି ସ୍ପଷ୍ଟବାଦୀ ମଣିଷ ଏ ସମାଜ ରେ ଶ୍ରୃଷ୍ଠି ହେବେ ତେବେ ନିର୍ଭୀକତା, ଦାମ୍ଭିକତା, ଓ ସର୍ବ ସମୁକ୍ଷରେ ଆଙ୍ଗୁଠି ଦେଖେଇ କଥା କହିବାର କ୍ଷମତାକୁ ବୁଝାଇପାରେ, ତାହାଲେ ଏ ସମାଜ ର କିଛି ଟା ପରିବର୍ତ୍ତନ ହେବ।


     କ୍ଷମା କରିବେ, ମୋର ମନର ଅଭିମାନ କୁ ଲେଖନୀ ମାଧ୍ୟମରେ ଜଣାଇଲି।ଆପଣ ପଢି ସତ୍ୟତା କୁ ହୃଦୟଙ୍ଗମ କରିବେ।

                   


Rate this content
Log in

Similar oriya story from Inspirational