Pramod Kumar Jena

Inspirational

3  

Pramod Kumar Jena

Inspirational

ଚିନ୍ତାଧାରା

ଚିନ୍ତାଧାରା

1 min
405



ଗାଆଁ ରାସ୍ତା ଦିନ ନଅଟାରୁ ଦଶଟା ଭିତରେ ବେଶ୍ ଗହଳି ଥାଏ ସ୍କୁଲ୍ ଯାଉଥିବା ଛୁଆଙ୍କ ମେଳରେ l କିଏ କାନ୍ଦୁଥିବ, କାହାର ସ୍କୁଲ୍ ଯିବାର ଇଚ୍ଛା ନ ଥିବ ତ କାହା ଉପରେ ଗାଳି ପଡୁଥିବ l ଘରୁ ବାହାରିବା ବେଳକୁ ସବୁ ପ୍ରକାର ନାଟ l କିନ୍ତୁ ଥରେ ସ୍କୁଲ୍ ମୁହାଁ ହୋଇଗଲେ ପିଲାମାନେ ଘର କଥା ପୁରା ଭୁଲିଯାଆନ୍ତି l ବହିବସ୍ତାନୀ... ସିଲଟ.. ଆସନ ଧରି ଧାଡି ଧାଡି ପିଲା ଚାଲିଥାଆନ୍ତି ସ୍କୁଲ୍ ଆଡେ l ପରସ୍ପର ମଧ୍ୟରେ କଥାବାର୍ତ୍ତା ହୋଇ ସ୍କୁଲରେ ପହଞ୍ଚି ନିଜ ନିଜ ଜାଗାରେ ପ୍ରାର୍ଥନା ପାଇଁ ଠିଆ ହୋଇଯାଆନ୍ତି l


       ସେ ଦିନ ଯାଉ ଯାଉ ହଠାତ୍ ରାସ୍ତାରେ ତୁଳସୀର ନଜର ପଡିଲା ଗୋଟିଏ ଦଶ ପଇସା ଉପରେ l ଖୁସି ହୋଇ ଉଠେଇଲା l କ’ଣ ସେଇଠା ଜାଣିବା ପାଇଁ ସମସ୍ତେ ତା’କୁ ଘେରିଗଲେ l ପୁଣି କ’ଣ ହେଲା କେଜାଣି ତଳେ ରଖିଦେଲା l କହିଲା, ‘ନା’ ରେ ବାବା l ଏଇଟା ଅନ୍ୟ କାହାର ପଇସା l ଅନ୍ୟର ପଇସା ନେଲେ ମୋର ଦୁଇଗୁଣା ପଇସା ହଜିଯିବ l ଠାକୁରେ ସବୁ ଦେଖୁଛନ୍ତି l’ ଯେମିତି ତଳେ ପକେଇ ଦେଇଛି, ରମେଶ ଝଟ୍ କରି ତା’କୁ ତଳୁ ଉଠେଇନେଲା l କହିଲା, ‘ମୋର ବୋଧେ କୋଉ ଦିନ ପାଞ୍ଚ ପଇସା ହଜି ଯାଇଥିଲା l ସେଥିପାଇଁ ଠାକୁରେ ମୋତେ ଦଶ ପଇସା ଦେଲେ l’

      

 ଆମେ ସବୁ ଅବାକ୍ ହୋଇ ଦୁହିଁଙ୍କ ମୁହଁକୁ ଚାହିଁ ରହିଲୁ, ଜାଣିବାକୁ ତାଙ୍କ ଭିତରୁ କିଏ ଠିକ୍ କହୁଥିଲା l



Rate this content
Log in

Similar oriya story from Inspirational