Bhagirathi Mohanty

Tragedy Classics Others

4  

Bhagirathi Mohanty

Tragedy Classics Others

ଛୁଟି

ଛୁଟି

4 mins
379


ଛୁଟି ହେଲେ ଶୋଇ ବାକୁ ଭଲ ଲାଗେ । ବ୍ୟାଙ୍କ ଚାକିରି । ଘରୁ ଅତି କମରେ ଚାରି ପାଞ୍ଚ କିଲୋମିଟର ହେବ । ଯେମିତି ଯାଅ ଠିକ୍ ସମୟରେ ପହଞ୍ଚି ବାକୁ ପଡ଼ିବ । ଗଲା ଠାରୁ ଆସିବା ପର୍ଯ୍ୟନ୍ତ ଲାପଟପ୍ ଆଗରେ ବସିବାକୁ ପଡ଼ିବ । କାଉଣ୍ଟରରେ ଗଦା ଗଦା ଲୋକ । ସମସ୍ତେ କହିବେ ମାଡାମ୍ ଏଇଟା ବହୁତ ଅରଜେଣ୍ଟ , ଏଇଟା ଆଗ କରି ଦିଅନ୍ତୁ     ସେ କହେ," ନିଃଶ୍ବାସ ମାରିବାକୁ ଦିଅ । କିଏ ନ କହୁଚି ମୋ'ଟା ଆଗ କରିଦିଅ ?ସମସ୍ତଙ୍କର ହେବ । ମୋର ତୁମ ମାନଂକ ପରି ଦୁଇଟି ହାତ; କାମ ନକରି ବସିଛି କି ? ଫର୍ମ ପୂରଣ କରି ଆଣିଛନ୍ତି ଭୁଲ। ତାକୁ ସଂଶୋଧନ କରିବି । ନୂଆ ଆକାଉଣ୍ଟ ଖୋଲିବା ପାଇଁ ତିନି କପି ଫଟୋ ଦରକାର, ଏସ୍. ବି. ଆଇ . ରେ ଆକାଉଣ୍ଟ ଥିବା ଲୋକର ଉଇଟ୍ନେସ , ଏ ସବୁ ରେଡିନକରି ଆକାଉଣ୍ଟ ଆଜି ଖୋଲିଦିଅ, କହୁଛନ୍ତି। ଯାଅ ମ୍ୟାନେଜରଙ୍କୁ କୁହ ; ସିଏ କହିଲେ ମୁଁ କରିଦେବି ।"

  ଏଇ ନଭେମ୍ବର ମାସଟି ବେଶି ଭିଡ଼ । ଜୀବନ ପ୍ରମାଣ ପତ୍ର ଦେବା ପାଇଁ ବୁଢା, ମାନଙ୍କର ଭିଡ । ବୁଝୁ ନାହାଁନ୍ତି ସେମାନେ, ମାସ ସାରା ପଡ଼ିଛି , ଛାନିଆ ହୁଅ ନାହିଁ। ଯେତିକି ପେନସନ ହୋଲଡର ଆଉ ଅନ୍ୟାନ୍ୟ କାମ କରିବା ପାଇଁ ଛିଡ଼ା ହୋଇଛନ୍ତି , ଆଜି ରାତିପାହିଗଲେ ବି ସରିବନି" ।

  ସଙ୍ଗୀତା ସିକୁରିଟି ଗାଡ଼ କୁ ଡାକ ପକାଏ ," ଆସ , ଆରେ ଦେଖ ଏଠି କ'ଣ ଚାଲିଛି। ଶୃଙ୍ଖଳା ରକ୍ଷାକର । ଇଏ କି ପାଟି ଓହୋ଼ଃ ମୁଁ ଆଉ ପାରିବିନି ।" କମ୍ପ୍ୟୁଟରରୁ ହାତ ଉଠେଇ ସେ ଉପରକୁ ଚାହେଁ। ଚଷମା ଖୋଲି ମୁହଁ ପୋଛେ । ବୋତଲରୁ ପାଣି ପିଏ। ସିକୁରିଟି ଆସି କଷ୍ଟୋମାର୍ ମାନଙ୍କୁ ଲାଇନ୍ ରେ ଠିଆ କରାଏ । ଏତେ ବଡ଼ ଲାଇନ୍, ପ୍ରବେଶ ଦ୍ବାର ପର୍ଯ୍ୟନ୍ତ ଲମ୍ବି ଯାଇଛି

  ଦୁଇଟା ବାଜେ। ସିଟ୍ ଛାଡି ଠିଆ ହୁଏ ସେ। ଏବେ ଟିଫିନ୍ ଛୁଟି ।ଲୋକ ଗହଳି କାଟି ସେ ୱାଶ ରୁମ୍ ଯାଏ । ଗୋଡ଼, ହାତ, ମୁହଁ ଭଲ କରି ଧୁଏ ।କମନ୍ ରୁମ କୁ ଯାଇ ଟିଫିନ୍ ବାକ୍ସ ଖୋଲେ । ଦୁଇ ପଟ ରୁଟି ଆଉ ସବଜି।ମନ ଟା ଆମ୍ୱିଳିଆ ହୋଇଯାଏ । ୟାକୁ କ'ଣ ସିଏ ଖାଇବ! ସେ ଭୁଲିଯାଏ ଏ ଟିଫିନ୍ ହିଁ ସିଏ ନିଜେ କରିଛି ବୋଲି ! ଆଉ କିଏ କରିବ ? ସମସ୍ତେ ବ୍ୟସ୍ତ ନିଜ ନିଜର ଚାକିରି କୁ ଯିବା ପାଇଁ; ବାପା, ମାଆ, ଭାଇ , ଭାଉଜ । ବାପା ଶିକ୍ଷକ କୁ, ମାଆ ଶିକ୍ଷୟିତ୍ରୀ। ଭାଇ ଡେନା ବ୍ୟାଙ୍କ, ଭାଉଜ ପଞ୍ଜାବ ନେସନାଲ୍ ବ୍ୟାଙ୍କ । ଏତେ ବଡ଼ ଘର, କାର୍ , ଏତେ ପଇସା, କିନ୍ତୁ ଶାନ୍ତି ନାହିଁ। ତା'ର କମର୍ସ ରେ ଗ୍ରାଜୁଏସନ୍ ପରେ, ସେ ବ୍ୟାଙ୍କ ଚାକିରି କରି ବାକୁ ମନସ୍ଥ କରି କଠିନ ପରିଶ୍ରମ କଲା। ଗାଇଡ୍ ବହି କିଣି ଦିନ ରାତି ଏକ କରି ପଢିଲା । ଏତେ ଭାଗ୍ୟବତୀ ଯେ ଏସ. ବି. ଆଇ . ରେ ଏକାଥରେ ପାଇଗଲା ।

   ସମସ୍ତ ଙ୍କ ଆଗରେ ତା'ବାପା ଛାତି ବାଡେଇ କରି କହିଲେ," ମୋ ଝିଅ ଷ୍ଟେଟ୍ ବ୍ୟାଙ୍କ ରେ ଚାକିରି ପାଇଗଲା, କିଛି ଦିନ ପରେ, ମ୍ୟାନେଜର ହୋଇଯିବ ; ଲକ୍ଷେ ଉପରେ ଦରମା ପାଇବ। ବ୍ୟାଙ୍କ ରେ ଚାକିରି କଲେ ତ ଗଣ୍ଡା ଗଣ୍ଡା କ୍ୟାଣ୍ଡିଡେଟ୍ ବାହା ହେବା ପାଇଁ ଲାଇନ୍ ଦେବେ।

 ମୋର ଆଉ ଚିନ୍ତା କ'ଣ "?

  ସଙ୍ଗୀତା ଭାବନା ରାଜ୍ୟରୁ ଫେରି ଆସି ଟିଫିନ୍ ଖାଇବା ରେ ମନ ଦେଲା । ଥକାରେ ଆଖି ଦୁଇଟି ତଳ ନଇଁ ଆସୁଥିଲା । ସେ ଟାଣି ଓଟାରି ରୁଟି ଦିଖଣ୍ଡ ପାଟିରେ ପୂରେଇଲା।ଅର୍ଥ ସର୍ବସ୍ବ ଦୁନିଆ ରେ ; ତମର ଅର୍ଥ ନାହିଁ ତ ତୁମ କୁ କେହି ପଚାରିବେ ନି । ତାକୁ ଯଦି କିଏ ହୃଦୟ ର କଥା ଖୋଲି କରି କହ ବୋଲି ପଚାରେ ସେ କହିବ , ଭଲ ଗୃହିଣୀ ଟିଏ ହବା ପାଇଁ ସିଏ ଚାହେଁ। ତାକୁ ଭଲ ପାଉଥିବା, ତା' ମନ କଥା ବୁଝି ପାରୁଥିବା, ଜୀବନ ସାଥୀ ,  ଟିଏ ଚାହେଁ। ସୁନ୍ଦର ସମ୍ପର୍କ ଟିଏ ଚାହେଁ। ଏଇଟା ତା'ର ସ୍ବପ୍ନ। ଅନ୍ତର ତଳର କଥା ।

   ଟିଫିନ୍ ଛୁଟି ସରିଯାଇ ଥାଏ, ମାତ୍ର ଲୋକ ଗହଳି କମି ନଥାଏ । ଏଥର ଯାଇ କମ୍ପ୍ୟୁଟର ଆଗରେ ବସିବ । ଟଙ୍କା ଦବ; ନବ ବି । ଏଇଠି ଟଙ୍କା ନେଣ ଦେଣ ।  ଷ୍ଟାଫ୍ ଛୁଟିରେ ଅଛନ୍ତି , ତା' ଉପରେ ସବୁ ଦାଇତ୍ୱ। ସେ ଛୁଟି ପାଇଁ କେତେ ଥର ଚାହିଁ ଲାଣି, ମିଳୁନି । ସେ ବୟସରେ କେତେ ସାନ, ବୁଢା ମାନେ ତାକୁ " ନମସ୍କାର ମାଡାମ୍ "କହନ୍ତି, କେବଳ କାମ ଟା ଜଲଦି କରି ଦେବା ପାଇଁ। ଏଇଟା ଜଲଦି ର ଦୁନିଆଁ; ଡେରି ହୋଇଗଲେ ପଛେଇ ଯିବ । ସଙ୍ଗୀତା, କାମ କରି ଦେଇଥିବା କଷ୍ଟୋମାର୍ ମୁହଁ କୁ ଅନାଏ । ଆତ୍ମ ତୃପ୍ତିର ହସ ତା' ମୁହଁରେ ।

   ଖୁସିରେ ଉଛୁଳି ଉଠି  ଲୋକଟି ବାରମ୍ବାର ନମସ୍କାର କରେ ; ସେତେବେଳେ ସେ ଭୁଲିଯାଏ, ସଙ୍ଗୀତା ତା'ର ଝିଅ ବୟସ ର ;ନାତୁଣୀ ପରି । ଆନନ୍ଦ ରେ ପୁଲକିତ ହୋଇ ପଡେ ସଙ୍ଗୀତା । ପାଞ୍ଚଟା ବାଜେ । ଗେଟ୍ ବନ୍ଦ ହୋଇ ଯାଏ । ସେ ଦିନ ର ନେଣ ଦେଣ ଶେଷ। ତଥାପି ପଛ ପଟ ଆଉ ଗୋଟେ ଡୋର ଖୋଲା ଥାଏ । ସେଇଟି ଏମରଜେନସି ଡୋର୍ । ଯାହାର ନିହାତି କାମ ଥାଏ ସେ ବନ୍ଧୁକ ଧାରୀ ଗାଡ଼୍ ମାନଙ୍କୁ ଅନୁରୋଧ କରି ଭିତରକୁ ପଶେ ।

   ଏବେ ଗ୍ରାହକ ମାନଙ୍କର ଛୁଟି ହୋଇ ଯାଇଥିଲେ ବି, ଷ୍ଟାଫ୍ ମାନଙ୍କର ଛୁଟି ହୋଇନଥାଏ । ଟଙ୍କା ପଇସା କଥା, ଟିକେ ଭୁଲ୍ ହୋଇ ଗଲେ ହାତରୁ ଭରଣ କରିବାକୁ ପଡ଼ିବ । ସବୁ ଅପଟୁଡେଟ୍ କରି ସାରିବା ବେଳକୁ ରାତି ନ' । ଶ୍ରାନ୍ତ, କ୍ଳାନ୍ତ ହୋଇ ସମସ୍ତେ ଘର କୁ ଫେରନ୍ତି । ଶନିବାରରୁ ସଙ୍ଗୀତା ପ୍ଲାନ୍ କରିଥାଏ ସେ ଆସନ୍ତା କାଲି ରବିବାର ଛୁଟି ଦିନଟା କେମିତି କଟେଇବ । ସାଙ୍ଗ ମାନଙ୍କ ସହିତ ପିକ୍ନିକ୍ କୋଉଠିକ ଯିବ ? ବର୍ଗର, ବରିଆନି ସେମାନଙ୍କ ସହିତ କୋଉଠି ଖାଇବ, ଅଡିନାରି ନା ଷ୍ଟାର ହୋଟେଲରେ । ଲମ୍ବା ଛୁଟି ଦିନ ମାନଙ୍କରେ ସେ ସାଙ୍ଗ ମାନଙ୍କ ଘରେ ରହି ଯାଏ । ତା'ର କେହି ବୟ ଫ୍ରେଣ୍ଡ୍ ନାହାନ୍ତି। ସେ ଲିଭ୍ ଇନ୍ ରିଲେସନ କୁ ଭଲ ପାଏ ନାହିଁ । ଆଜିକାଲି ସମସ୍ତେ ମତଲବି ।ଠକ। ଭଣ୍ଡ ।

       ଛୁଟି ସରିଯାଏ , ପୁଣି ସେ କାମକୁ ଫେରେ । ରୁଟିନ୍ ବନ୍ଧା ଜୀବନ ଆଗକୁ ବଢି ଚାଲେ । ଛୁଟି, କାମ; କାମ, ଛୁଟି ଭିତରେ ପେଶି ହୋଇ ଯାନ୍ତି ଆଗ କୁ ଯିବା ପାଇଁ ବଦ୍ଧ ପରିକର ହୋଇ ଥିବା ପ୍ରତ୍ୟେକ ମଣିଷ । କେତେବେଳେ ଅସଲ ଛୁଟି ଦିନ ଆସିଯିବ ସେଥିପାଇଁ ପ୍ତସ୍ତୁତ ହେବା ପୂର୍ବରୁ ତାହା ଆସିଯାଏ ।


Rate this content
Log in

Similar oriya story from Tragedy