Win cash rewards worth Rs.45,000. Participate in "A Writing Contest with a TWIST".
Win cash rewards worth Rs.45,000. Participate in "A Writing Contest with a TWIST".

Satyabati Swain

Tragedy


4  

Satyabati Swain

Tragedy


ଛୋଟ ହାତୀ

ଛୋଟ ହାତୀ

6 mins 232 6 mins 232

ସ୍କୁଲରେ ପ୍ରଥମ ଦିନ।ନାଁ ଲେଖାଇବା ପାଇଁ ଭାଇ ମୋତେ ସାଙ୍ଗରେ ନେଇ ଯାଇଥିଲେ।ଏତେ ବଡ଼ ସ୍କୁଲ ଦେଖି ମୋତେ ଭାରି ଡର ଲାଗିଲା।ସ୍କୁଲ ଗେଟ୍ ଖୁବ୍ ବଡ଼ ଓ ଉଚ୍ଚ।ବଡ଼ ଗେଟ୍ ପାଖେ ଛୋଟ ଗେଟ୍ ଟିଏ ଅଛି।ପ୍ରାର୍ଥନା ପରେ ବଡ଼ ଗେଟ୍ ରେ ତାଲା ଝୁଲେ।ଛୋଟ ଗେଟ୍ କେବଳ ଜଣେ ଗଲା ପରି।

ନିହାତି କାହାର ଦରକାର ପଡ଼ିଲେ ସେଇ ଛୋଟ ଗେଟ୍ ଦେଇ ବାହାରକୁ ଯାଆନ୍ତି।ପ୍ରଥମରୁ ଗେଟ୍ ଦେଖି ମୁଁ ଭୟରେ ଥରିଲି ସ୍କୁଲ ଭିତରକୁ ଯିବାକୁ ଆହୁରି ଭୟ ଲାଗିଲା।


ଭଗବାନ ପିଅନ ଗେଟ୍ ଖୋଲିଲେ।ମୋତେ ନେଇ ଭାଇ ଅଫିସକୁ ଗଲେ।ଗେଟ୍ ପାଖରୁ ଅଫିସ୍ ପର୍ଯ୍ୟନ୍ତ ଲମ୍ବିଛି ଏକ ରାସ୍ତା।ରାସ୍ତାର ଦୁଇ କଡ଼ ବିଭିନ୍ନ ଫୁଲ ଗଛ ଲଗା ଯାଇଛି।ରାସ୍ତାର ବାଁ କଡେ ପ୍ରାର୍ଥନା ପଡିଆ ଓ ଡାହାଣ ପଟେ ହଷ୍ଟେଲ ଯିବାକୁ  ବାଟ । ବଡ଼ ବଡ଼ ଗଛ ବି ଲାଗିଛି।ସ୍କୁଲଟିର ପରିବେଶ ଚମତ୍କାର।ପିଲା ଖୁସି ହୋଇଯିବେ ଏହାର ମାହୋଲ ଦେଖିଲେ।ଶିକ୍ଷକ ମାନେ ଅତି ଯତ୍ନ ନିଅନ୍ତି ପିଲା ମାନଙ୍କର।

ବୟସ ତୁଳନାରେ ମୋର ସ୍ୱାସ୍ଥ୍ୟ ଏକଦମ୍ ଖରାପ।ମୋତେ କେହି ଦେଖି କହିବ ନାହିଁ ମୁଁ ଅଷ୍ଟମ ଶ୍ରେଣୀରେ ପଢିବି।ଡରକୁଳା ଆଖିକୁ ଥାକୁଲ୍ ଥାକୁଲ ବାଗୁଲି ବାଳ।ହାତ ଗୋଡ଼ କଣି ପରି।ସେଇଥିପାଇଁ ସାଙ୍ଗମାନେ ଡାକୁଥିଲେ ବଣି। 

ସ୍ୱରାଜ ସ୍କୁଲରେ ନାଁ ଲେଖା ପୂର୍ବରୁ ପିଲାଙ୍କୁ ପ୍ରବେଶିକା ପରୀକ୍ଷା ଦେବାକୁ ପଡେ।ମୋ ସହ ଚାରିଶହ ପିଲା ପ୍ରେବେଶିକା ପରୀକ୍ଷା ଦେଲେ।ସେଥିରୁ ଦୁଇଶହ ସତେଇଶି ଜଣଙ୍କୁ ନାମ ଲେଖାପାଇଁ ଡକା ଗଲା।ଦୁଇ ଜଣ ପିଲା ପ୍ରଥମ ସ୍ଥାନ ଅଧିକାର କରିଥିଲେ।ମୁଁ ଆଉ ପ୍ରଭୁ। 

ପ୍ରଭୁ ସେକ୍ସନ ଅଫିସରଙ୍କ ପୁଅ।ତାଙ୍କ ଘର ବାଲେଶ୍ଵର। ତା ବାପା ଏଇଠି ଚାକିରୀ କରୁଥିବାରୁ ସେ ସ୍ୱରାଜ ସ୍କୁଲରେ  ନାମ ଲେଖାଇଥିଲା। ପ୍ରବେଶିକା ପରୀକ୍ଷା ଦିନୁ ସେ ମୋତେ ଯେତିକି  ଭଲ ପାଉଥିଲା ସେତିକି ତାର ପ୍ରତିଦ୍ବନ୍ଦୀ ଭାବୁ ଥିଲା।ମୋ ସେକ୍ସନ କ ଓ ତାର ଖ।ଏହିପରି ଛଅଟି ସେକ୍ସନ ଆମ ଅଷ୍ଟମ ଶ୍ରେଣୀରେ ଥିଲା।

ସେକ୍ସନ ଭିନ୍ନ ହେଲେ ମଧ୍ୟ ରିସେସ୍ ସମୟରେ ପ୍ରଭୁ ମୋ ପାଖକୁ ତା ଟିଫିନ୍ ନେଇ ପଳାଇ ଆସେ।ମୋ ସାଙ୍ଗ ମାନେ କୁହନ୍ତି ହେଇ ଦେଖ "ଛୋଟ ହାତୀ "ଆସିଗଲେ।ପ୍ରଭୁ ଦେଖିବାକୁ ସେମିତି ଗାବୁଲିଆ ଥିଲା।ଅଷ୍ଟମ ଶ୍ରେଣୀରେ ପଢିଲେ ବି ଦଶମ ପିଲା ପରି ଲାଗୁଥିଲା।ନାକ ତଳ ପଡି ଆସୁଥିଲା ଶାଗୁଆ ଶାଗୁଆ ।

ମୋତେ ଖରାପ ଲାଗେ ସେ ଯେତେବେଳେ ସମସ୍ତଙ୍କ ଆଗରେ ସେ ଶତାବ୍ଦୀ ଶତାବ୍ଦୀ ରଡି ଛାଡେ।ଭାରି ମଜାଳିଆ କଥା କହି ସମସ୍ତ ଙ୍କୁ ହସାଏ।

ଶତାବ୍ଦୀ ତୁ କେମିତି ଡାଇଟିଂ କରୁଛୁ କହିଲୁ? ତୁ କଣି, ବଣି।ମୋତେ ଦେଖ୍ ଚୁଡା ଫୁଲିଲା ପରି ହେଉଛି।

ଡାଇଟିଂ !! ଫିକ୍ କରି ହସିଦିଏ ମୁଁ। ମୁଁ ଯାଉ ଆସୁ ଖାଉଥାଏ।ମୋ ଦେହରେ କାଇଁ ଲାଗୁନି ବୋଲି ମା ବ୍ୟସ୍ତ ହେଉଛି।

ନାଇଁ ନାଇଁ ତୁ ପୁରା ଠିକ୍ ଅଛୁ ଶତାବ୍ଦୀ।ମୋ ପରି ହେବାକୁ ଚେଷ୍ଟା କରିବୁନି। ମୋତେ ଯିଏ ଦେଖୁଛି କହୁଛି କଣ କଲେଜରେ ପଢୁଛ ଛୋଟ ହାତୀ ?

ହା ହା ଆମେ ସବୁ ସାଙ୍ଗ ତା କଥା ଶୁଣି ହସି ଉଠୁ।ସେ ମୁହଁଟି ଆମ୍ବିଳା କରି ଗୋଡ଼ ହାତ ଛାଟି ଚାଲିଯାଏ।

ଛଅଟି ସେକ୍ସନ ରେ ମୁଁ ପ୍ରଥମ ଓ ସେ ଦ୍ୱିତୀୟ ହୁଏ।ସେଥିପାଇଁ ବେଳେବେଳେ ସେ ମୋତେ ରାଗେ।


ସୂତ୍ରରେ ମୁଁ ଦିନକୁ କେତେ ଘଣ୍ଟା,କେମିତି,କାହା ପାଖେ ଟିଉସନ୍ ହେଉଛି ଆଦି ଜାଣିବାକୁ ଚାହେଁ।ଦ୍ଵିତୀୟ ହେଉଛି ବୋଲି ମନ ଊଣା କରେ ବି। ସମସ୍ତେ ତାକୁ ଛୋଟ ହାତୀ ଛୋଟ ହାତୀ କହି ମଜା ଉଡାନ୍ତି ।ମୁଁ କିନ୍ତୁ ଡାକେ ପ୍ରଭୁ।

ସମସ୍ତେ ମୋତେ ଛୋଟ ହାତୀ କହି ହସିଲା ବେଳେ ତୁ କାହିଁକି ମୋତେ ପ୍ରଭୁ ଡାକୁ ଶତାବ୍ଦୀ?

ତୋ ନାଁ ପ୍ରଭୁ ଦତ୍ତ । ମୁଁ କାଇଁକି ଛୋଟ ହାତୀ ଡାଳିବି। ତୁ ମଣିଷ ପିଲା ହାତୀ ଛୁଆ ହୋଇଛୁ କି ?

ତୁ ମୋର ସବୁଠୁ ଭଲ ସାଙ୍ଗ। ସବୁଦିନେ ମୋ ସାଙ୍ଗ ରହିବୁ ତ

ମୁଁ ତ ରହିବି ବଡ଼ ହେଲେ ତୁ ରହିଲେ ହେଲା ।

ସେ ତା ଘଣ୍ଟିକା ଛୁଇଁ କହିଲା ,"ସାଇ ରାଣ ମୁଁ ସବୁବେଳେ ତୋ ସାଙ୍ଗ ରହିବି ।"

ମୁଁ ବି ଆଙ୍ଗୁଳିକୁ ଭି କଲି। ସେ ମୁଠି ଦେଖେଇଲା ।ଧୀରେ କି ମୁଁ ସେ ମୁଠିକୁ ସ୍ପର୍ଶ ଦେଲି।

ସେଇ ପ୍ରଭୁ ଦଶମ ପରୀକ୍ଷା ଆଉ ଅଳ୍ପ ଦିନ ବାକି ଥାଏ ଦିନେ ମୋତେ ଖେଳ ପଡିଆ ଆଡ଼କୁ ଡାକି ନେଇ କହିଲା, ଶତାବ୍ଦୀ ପରୀକ୍ଷା ପରେ ଆଉ ଦେଖା ହେବନି।କିଏ କୁଆଡେ ଚାଲିଯିବା।ତୋ ମନଦୁଃଖ ହେବନି।


ହଁ ହେବ।କିନ୍ତୁ ଆମେ କଣ ଏଇଠି ସବୁବେଳେ ପଢ଼ୁଥିବା? ସ୍କୁଲ ଛାଡି ଆଗକୁ ବଢିବାକୁ ହେବ ନା।


ତା ତ ସତ।ମୁଁ ତୋର ମନେ ରହିବି ତ ଶତାବ୍ଦୀ !


ହଁ, ସାଙ୍ଗ ଟା କେତେ ପ୍ରତିଦ୍ୱନ୍ଦିତା କରୁ ମୋତେ ହଟେଇବାକୁ।ତୁ ଜାଣିଛୁ ପ୍ରଭୁ ଖାସ୍ ତୋ ପାଇଁ ସବୁ ପରୀକ୍ଷାରେ ଶହେକୁ ଶହେ ଆଣିବା ଚେଷ୍ଟା ରେ ଥାଏ।କହିବାକୁ ଗଲେ ତୁ ମୋ ଭଲ ପଢିବାର ପ୍ରେରଣାର ଉତ୍ସ ।


ଭାରି ଚାଲାକ୍ ତ।ମୋ ଯୋଗୁଁ ଭଲ ପଢ଼ିଲୁ ତା ବଦଳରେ ମୋତେ କିଛି ଦେବା କଥା ନା ନାଇଁ ?


କହୁନୁ କଣ ଦେବି ?


କିଣା ଜିନିଷ ହେବ ନାହିଁ।


ଆଉ ! ତୁ କଣ ଚାହୁଁ ପ୍ରଭୁ ?


ତୁ ମୋତେ ଲବ୍ କରିପାରିବୁ! ଦେଇ ପାରିବୁ ତୋ ଭଲ ପାଇବା

ପାଗଳ ପିକ୍ଚର ଫିକ୍ଚର ଦେଖୁଛୁ କିରେ?ଯା ଯା ଟପ୍ କରିବା ପାଇଁ ପଢା ପଢି କର।ମୋତେ ଅଧିକ ନମ୍ବର ରଖି ଟପେଇବାକୁ ଚେଷ୍ଟା କର।ଦଶମ ପରୀକ୍ଷା ନ ଦେଉଣୁ ପୁଅ ଲବ୍ କଲାଣି।

ଏତକ କହି ହସି ହସି ମୁଁ ତା ପାଖରୁ ଦଉଡ଼ି ପଳାଇ ଆସିଲି।


ସେଇ ଦିନୁ ସେ ମୋତେ ଦେଖିଲେ ହାଣ୍ଡିଟା ପରି ମୁହଁ କରେ।ଏମିତି ଦଶମ ପରୀକ୍ଷା ସରି ଗଲା।ଆମେ ଦୁହେଁ ଟପ୍ ଶହେ ପିଲାଙ୍କ ଭିତରେ ଥିଲୁ।ମୋ କଥା ସତ କରି ପ୍ରଭୁ ମୋ ଠାରୁ ଦୁଇ ନମ୍ବର ଅଧିକ ରଖିଥିଲା।ସାର୍ଟିଫିକେଟ୍ ଆଣିଲା ଦିନ ସେ ଦେଖି ବି କିଛି କହିଲା ନାହିଁ।ମୋତେ ବହୁତ ଖରାପ ଲାଗିଲା।ମୋ ତରଫରୁ କହିଲି, କଂଙ୍ଗ୍ରାଟସ୍ ପ୍ରଭୁ , ତୁ ମୋଠାରୁ ଦୁଇ ନମ୍ବର ଅଧିକ ରଖିଛୁ।


ତୁ କଣ ଭାବୁଥିଲୁ ତୁ ମୋତେ ନମ୍ବରରେ ଅଧିକ ପଢିକି ରଖୁ ?


ଆଉ !


ମୁଁ ତୋତେ ଦୟା କରେ।ତୋ ମୁହଁର ଖୁସି ପାଇଁ ଜାଣି ଜାଣି କିଛି ନମ୍ବର ଆସିଲେ ବି ମୁଁ ଛାଡି ଆସେ।ତୁ ଜାଣିନୁ ଶତାବ୍ଦୀ ତୋ ମୁହଁକୁ ହସ କେମିତି ମାନେ।


ଆଁ ଆଜିଯାଏ ମିଛଟାରେ ମୁଁ ପ୍ରଥମ ହୋଇ ଆସୁଥିଲି!! ନିଜ ଉପରେ ଖୁବ୍ ରାଗ ହେଲା।


ହେଉ ହେଉ ଏତେ ଦାନୀ କର୍ଣ୍ଣ ଦେଖେଇ ହଅନା।ତିନି ବର୍ଷ

ଭିତରେ ପାରିଲୁ ନାହିଁ ଟପେଇ ତ ସେଇପାଇଁ ଏମିତି ମିଛ କହୁଛୁ।


ହେ ଯା ମ ଏ ପ୍ରଭୁ କେବେ ମିଛ କୁହେନି।ତୁ କିନ୍ତୁ ମିଛେଇ ଶତାବ୍ଦୀ।ମୋତେ ଭଲ ପାଉ କିନ୍ତୁ ସ୍ୱୀକାର କରିବାକୁ ଚାହୁଁନାହୁଁ । ଦିନେ ମୋ ଭଲ ପାଇବା ପାଇଁ ପାଗଳ ହେବୁ ଭବିଷ୍ୟ ବାଣୀ କରୁଛି।


ସେଇ ଆମ ଶେଷ ଦେଖା।ତା ବାପାଙ୍କ ବଦଳି ହୋଇ ଯାଇଥିଲା।ସେ ଭୁବନେଶ୍ବର କେଉଁ କଲେଜରେ  ପଢୁଥିଲା ମୁଁ ଜାଣି ନଥିଲି।ମୁଁ ରେଭେନ୍ସା ରେ ପଢ଼ିଲି।ସତ କଥା କଲେଜରେ ମୋ ରୁମ ମେଣ୍ଟ୍ ଯେତେ ବେଳେ ତାଙ୍କ ବଏ ଫ୍ରେଣ୍ଡ୍ ଙ୍କ କଥା ହୁଅନ୍ତି ସେତେବେଳେ ପ୍ରଭୁ ମୋର ସତରେ ଖୁବ୍ ମନେ ପଡେ ।ଇଚ୍ଛା ହୁଏ କୁହନ୍ତି ପ୍ରଭୁ ତୁ ମୋ ବଏ ଫ୍ରେଣ୍ଡ୍।


ସମୟ ସବୁ ଭୁଲେଇ ଦେଲା।ଏହା ଭିତରେ ପନ୍ଦର ବର୍ଷ ବିତିଗଲାଣି ସ୍କୁଲ ଛାଡିବା।ଆମ ବ୍ୟାଚର ସମସ୍ତେ ପ୍ରାୟ ଘର ସଂସାର କଲେଣି।ମୁଁ ବି ଚାକିରୀ ସହ ବିବାହ କରି ଦୁଇ ବର୍ଷର ଝିଅଟିଏ ମୋର।କିନ୍ତୁ ଏତେ ଦିନ ପରେ ଆମ ଗାଁ ର ସୁବୋଧ ଫୋନ୍ ମୋତେ ମୋଡି ମାଡି ଭାଙ୍ଗି ଦେଲା।


ଜାଣିଛି ସିତୁ ଆମ ସାଙ୍ଗ ସେଇ ଛୁଆ ହାତୀ ପ୍ରଭୁ ସହ ଦେଖା ହୋଇଥିଲା।


ପ୍ରଭୁ ସହ ! ଦେବୁ ତ ତା ଠିକଣା ।ତା ସହ ମୋର କିଛି କଥା ଥିଲା।


ଆଗ ଶୁଣୁ ତ। ହଠାତ୍ ହାଇଦ୍ରାବାଦରେ ଗୋଟେ କମ୍ପାନୀରେ ତା ଦେଖା ହୋଇ ଗଲା। ପରସ୍ପର ଭଲ ମନ୍ଦ କଥା ହେଉ ହେଉ ଜାଣିଲି ଯେ ସେ ଅନ୍ ମ୍ୟାରେଡ୍ । ଅନ୍ ମ୍ୟାରେଡ଼ କାହିଁକି ପ୍ରଶ୍ନର ଉତ୍ତରରେ କହିଲା ଜଣକୁ ଭଲ ପାଉଥିଲି । ନିଷ୍ଠୁର ହୃଦୟ ହିଁନ ଝିଅଟି ସ୍ୱୀକାର କଲାନି ତ। ହୋ ହୋ ହୋଇ ହସି ଉଠି ସେ ପୁଣି କହିଲା ଇଟ୍ସ ଏ ଜୋକ୍। ଇଚ୍ଛା ହେଲା ନାହିଁ ମ୍ୟାରେଜ୍ କରିନି।ସେମିତି କେହି ମିଳିଲେ କରିନେବି।


ସେଇ ପ୍ରଭୁ ଦୁଇ ଦିନ ହେବ କରୋନାରେ ଚାଲିଗଲା।


ଓଃ ଭଗବାନ !ମୁଁ ପଥର ହୋଇଗଲି।ଏତେ ଦିନ ପରେ" ପ୍ରଭୁ" ତୋ ଖବର ପାଇଲି ଯେ କେମିତି ଖବର ଦେଖ।ତୁ ସତରେ ଏତେ ଭଲ ପାଉଥିଲୁ ମୋତେ !! ଶେଷରେ ଯେଉଁ ଭଲ ପାଇବାର କେଉଁ ଦିଗ କି ଭବିଷ୍ୟତ ନଥିଲା ସେଇ ଭଲ ପାଇବା ପାଇଁ ତୋର କି ତ୍ୟାଗ ଅନ୍ ମ୍ୟାରେଡ଼ ରହିଗଲୁ !!

ପ୍ରଥମ ଥର ଆକାଶଙ୍କୁ ଚାହିଁ କହିଲି ଛୋଟ ହାତୀ ତୁ ଏ କଣ କଲୁ ? ବଞ୍ଚିଥିବା ଯାଏ ପାହାଡ଼ଟିଏ ମୋ ମୁଣ୍ଡରେ ଲଦି ଦେଇ ଚାଲିଗଲୁ ।



Rate this content
Log in

More oriya story from Satyabati Swain

Similar oriya story from Tragedy