Sunanda Mohanty

Abstract Thriller Others

4.2  

Sunanda Mohanty

Abstract Thriller Others

ଛାଇ ଆରପାଖ ଚେହେରା

ଛାଇ ଆରପାଖ ଚେହେରା

3 mins
228


ନିତା ସଭିଙ୍କ ମନ ବୁଝେ. ମାଇଁଶାଶୁ ହୁଅନ୍ତୁ କି ଖୁଡି ଶାଶୁ, ପିଉସୀ ଶାଶୁ ହୁଅନ୍ତୁ କି ମାଉସୀ ଶାଶୁ. କାହାର ଲୁଣ କାଠୁଆ ଦରକାର ତ କାହାର ତେଲ ହଳଦୀ କାଠୁଆ, ସବୁ ସଜାଡି ରଖିଥାନ୍ତି ସମସ୍ତଙ୍କ ମନଜାଣି ନିତା. ଶାଶୁ ଯେବେ ନଣନ୍ଦ ବାହାଘର ପରେ ପରେ ତାଙ୍କ ଅଣ୍ଟା ଚାବି ପେନ୍ଥା ନିତାଙ୍କ ଅଣ୍ଟାରେ ଝୁଲେଇ ଦେଲେ ନିତା ଏକଦମ ଘାବେରେଇ ଯାଇଥିଲେ. ଏତେ ବଡ଼ ଘରର ଚାବି ପେନ୍ଥା ନେଇ ସେ କଣ କରିବେ ଭାବୁ ଭାବୁ ଶାଶୁ କହିଥିଲେ ବଡ଼ବୋହୁର ଖାଲି ଦାଇତ୍ୱ ନୁହେଁ ଅଧିକାର ଏଇଟା. ଛବିପେନ୍ଥା ଭିତରେ ଅଧିକାର କଥାଟା ହଜମ ହେଉନଥିଲା ନିତାଙ୍କର. ସବୁ ଘର ଦୁଆର ଚାବି ଭିତରେ ଭଣ୍ଡାର ଘର ସହ ସିନ୍ଦୁକ ଚାବି ମଧ୍ୟ ଥିଲା ସେଥିରେ. ପୁଣି ସବୁ ଘରର ନାମ ଭିନ୍ନ ଭିର୍ନ୍ନ. ପୁଣି କୋଉ ଘରର ନାମ କେତେ ପ୍ରକାରେ ଯେମିତି ଟିଭି ଘର, କାଠପଟା ଘର, ତଳବାରି ଘର, ଉପର ଅଗଣା ଘର. ତା ସାଙ୍ଗକୁ କୋଉଟା ଗାନ୍ଧିଜୀଙ୍କ ଘର, କୋଉଟା ଶାସ୍ତ୍ରୀଜୀଙ୍କ ଘର, କୋଉଟା ପୁଣି ସୁବାସ ବୋଷଙ୍କ ଘର. ପିଲାଟିଏ ର ମାଆ ହେବା ପରେ ମଧ୍ୟ ସେ ବୁଝିନଥିଲେ ଏତେ ଘରର ନାମକରଣ ଏମିତି ଭିର୍ଣ୍ଣେ ଭିର୍ଣ୍ଣେ କିଏ କଲା??ଓ କାହିଁକି. ବିଶେଷ କରି ସ୍କୁଲ ପରି ଗାନ୍ଧିଜୀଙ୍କ କକ୍ଷ ସୁବାସ ବୋଷଙ୍କ କକ୍ଷ ପରି ଏ ଘରେ ସେମିତି ନାମକରଣରେ ବିସ୍ମିତ ଥିବା ନିତା, ଯୋଉଦିନ ଗାନ୍ଧିଜୀଙ୍କ ଘର ଖୋଲିଥିଲେ ଭାବିଥିଲେ ତା ଭିତରେ ବୋଧେ ଗାନ୍ଧୀଙ୍କ ତୈଳଚିତ୍ର ସାଙ୍ଗକୁ ତିନିମାଙ୍କଡ ମୂର୍ତ୍ତି ଥିବେ. ଜଣେ ମାଙ୍କଡ଼ ଆଖି ବୁଜି ଥିବ, ଜଣେ କାନ ଓ ଅନ୍ୟ ଜଣେ ପାଟି ବୁଜି ନିଶ୍ଚୟ କହୁଥିବେ ଭଲ କଥା ଶୁଣିବା, ଖରାପ କଥା କହିବା ନାହିଁ ଆଉ ଜଣେ କହୁଥିବ ଭଲକଥା ଦେଖିବା, ଖରାପ କଥା ଦେଖିବା ନାହିଁ, ଶେଷ ଜଣଙ୍କ କହୁଥିବ ଭଲ କଥା ଶୁଣିବା ଖରାପ କଥା ଶୁଣିବା ନାହିଁ. ପୁଣି ବୋଧହୁଏ ଥୁଆ ହୋଇଥିବ ଗାନ୍ଧିଜୀ ପିନ୍ଧୁଥିବା ଭଳି ଖଦଡ଼ ଧୋତି, ଅଣ୍ଟା ବନ୍ଧା ଘଣ୍ଟା, ହାତରେ ଧରିଥିବା ଭଳି ବାଡ଼ି, ସୂତା କଟା ଅରଟ. କାନ୍ଥ ସାରା ନିଶ୍ଚୟ ଟଙ୍ଗା ଯାଇଥିବ ଗାନ୍ଧିଜୀଙ୍କ ଅହିଂସା ନୀତି ଆଧାରିତ ଲେଖା ସବୁ ଆଉ କର୍ମମୟ ଜୀବନର ଗାଥା ଯଥା ବିଭିର୍ଣ୍ଣ ସମୟରେ ହୋଇଥିବା ଆନ୍ଦୋଳନ ସବୁର ଫଟୋଚିତ୍ର. ତ ସେଦିନ ସେ ଦୁଆର ଖୋଲିଛନ୍ତି କି ନାହିଁ ଶାଶୁଙ୍କର ତୀବ୍ର ଗର୍ଜ୍ଜନ ଗାନ୍ଧୀ ଘର ଖୋଳୁଛୁ କି ନିତା?? ହଁ ମାଆ ବାସନ୍ତୀ ମାଉସୀଙ୍କୁ ଧରି ଘରଟା ପରିସ୍କାର ପରିଚ୍ଛର୍ଣ୍ଣ କରିନଦେଲେ, ଗାନ୍ଧୀ ଜୟନ୍ତୀ ଦିନ ଧୂପ ଦୀପ ଦେଇ ଗାନ୍ଧୀଙ୍କ ସ୍ମୃତି ଚାରଣ କରିବାକୁ ହେବ ନା ମାଆ?? ଖିଲି ଖିଲି ହସରେ ଶାଶୁଙ୍କର ନିତା ହୃଦୟ ତନ୍ତ୍ରୀରୁ ଝରିପଡୁଥିଲା ମୁଠା ମୁଠା ଡର ଭୟର ମଉଳା ଫୁଲ. ଶାଶୁ କିନ୍ତୁ ମୁଣ୍ଡ ଆଉଁସି ଦେଇ କହିଲେ ମୁଁ ଠିକ ବୁଝିଗଲି ତୁ ଏ ଚାବି ପେନ୍ଥାର ଉପଯୁକ୍ତ ଦାୟାଦ. କିନ୍ତୁ ମାଆ ଏ ଘର ଗାନ୍ଧିଘର ନାମ କରଣ ହୋଇଛି ପିଇସା ଶଶୁରଙ୍କ ପାଇଁ. ସେ ଏ ଘରେ ଗାନ୍ଧିଜୀ ରୂପେ ପରିଚିତ. ତାଙ୍କୁ ତୁମେ ଦୁଇ ପଦ କହିଲେ ମଧ୍ୟ ସେ ଧରନ୍ତି ନାହିଁ. ସତ୍ୟ ପଥରେ ସଦା ପରିଚାଳିତ ସେ. ସେ ଆସିଲେ ଏ ଘର ଖୋଲାଯାଏ. ତୋ ପିଇସା ଓ ପିଇସୀ ଶାଶୁଙ୍କ ରୁମ ଏଇଟା.ନିତାର ସବୁ ଭୟ କଟି ଯାଇଥିଲା. ସେ ଭାବୁଥିଲା କେଡେ ସୁନ୍ଦର ବିଚାରଧାରା ଏ ଘରର. ସତରେ ସ୍ୱର୍ଗ ପରି ଅଟେ ସେହି ଘର ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର.।

   ଏଣିକି ନିତା ବୁଝିଯାଇଥିଲେ ଅଣ୍ଟାରେ ଚାବି ପେନ୍ଥା ବାନ୍ଧିବା ଅର୍ଥ ନୁହେଁ ଖାଲି ଦୁଆର ଖୋଲି ସଫା କରିବା ଓ ନିର୍ଦିଷ୍ଟ ଅତିଥି ଆସି ଫେରିଯିବା ପରେ ପୁଣି ଦୁଆର ତାଲାଦବା ବରଂ କରିବା ବରଂ ପିଢ଼ି ପରେ ପିଢ଼ି ଘରର ଦାଇତ୍ୱ ମର୍ଯ୍ୟାଦା, ସଂସ୍କୃତି ରକ୍ଷା କରିବା ସହ ଘରକୁ ଘର ପରି ଅନୁଭବ ହେବାକୁ ଦେବା. ଚାବି ପେନ୍ଥା ଉତ୍ତରାଧିକାରୀ ସୂତ୍ରରେ ଏକ ଶୁଙ୍ଖଳିତ ମୁରବୀ ପଣିଆ ସହିତ ଦାଇତ୍ୱ ଓ କର୍ତ୍ତବ୍ୟପରାୟଣତା. ଘରେ ଥିବା ସ୍ନେହ ଶ୍ରଦ୍ଧା ଓ ସହାନୁଭୂତି ଭିତରେ ଭଲପାଇବା ଥିଲେ ଟାଣି ହୋଇ ଆସିବେ ବନ୍ଧୁ ପରିଜନ ସହ ଆପଣା ଜନ. ଶାଶୁ ନିତାଙ୍କୁ ଚାବି ପେନ୍ଥା ଖାଲି ଦେଇନଥିଲେ ବରଂ ଗୁରୁ ପରି ବାଟ ବାତାଉଥିଲେ ମାଆ ପରି ହାତ ଧରି କର୍ତ୍ତବ୍ୟପରାୟଣତା ଶିଖାଉଥିଲେ. ହଠାତ ମାଆ ହାର୍ଟ ଆର୍ଟାକରେ ଚାଲିଗଲେ ତ ନିତା ସ୍ଥାଣୁ ପାଲଟିଗଲା, ସ୍ତବ୍ଧ ହୋଇଗଲା ପରିବେଶ, ରାହା ସାହା ଆହା କରିବାକୁ ନିତା ଖୋଜୁଥିଲେ ଅନ୍ୟ ଏକ ମୁରବୀ ଶ୍ରେଣୀୟ ଗୁରୁ. ଆଉ ଅଚିରେ ମିଳିଯାଇଥିଲେ ସେହି ଗୁରୁ ସବୁ, ଯଥା ପିଇସୀ, ମାଉସୀ, ଖୁଡି, ମାଇଁ ଶାଶୁ ଇତ୍ୟାଦି.ଯିଏ ବତେଇ ଦେଉଥିଲେ ବାଟ. ବନ୍ଧୁ ଶଙ୍ଖୁଳା, ଗୁଆ ଦିଆ ନିଆ ସହ ଆନ୍ତରିକ ସ୍ନେହ ଶ୍ରଦ୍ଧା ପରିପୂର୍ଣ୍ଣ ବାତାବରଣ ଭିତରେ ଲୋଡ଼ା ଖୋଜା ହୋଇ ବିପଦରେ ବନ୍ଧୁ ହୋଇ ଠିଆ ହେବା. ସମ୍ପଦ ବେଳେ ଅଧୀର ନହୋଇ ବିପଦ ବେଳେ କାତର ନହୋଇ ସମତୁଲ ଭାବେ ପରିବାରର ମର୍ଯ୍ୟଦା ରକ୍ଷା କରିବାକୁ ଅଣ୍ଟା ଭିଡୁଥିଲେ ନିତା.ଛାଇ ପଛର ଚେହେରା ହୋଇ ଶାଶୁ ଗୁରୁ ପାଲଟି ଯାଇଥିଲେ ନିତାର. ପ୍ରତିଟି କର୍ତ୍ତବ୍ୟ କରିବା ପୂର୍ବରୁ ଶାଶୁ ଥାଆନ୍ତି ଛାଇ ପରି ପାଖେ ପାଖେ.।


Rate this content
Log in

Similar oriya story from Abstract