Mamatamanjari Das

Abstract Tragedy Inspirational

4  

Mamatamanjari Das

Abstract Tragedy Inspirational

ବୟସର କ୍ଳାନ୍ତ ଅପରାହ୍ନ

ବୟସର କ୍ଳାନ୍ତ ଅପରାହ୍ନ

4 mins
276


ସକାଳ ର ବାଳ ଅରୁଣିମା ଝରକା ଫାଙ୍କରେ ଘର ସାରା 

ବିଛାଇ ଦେଇଛି ତାର ରକ୍ତିମ ଆଭା । 

ବାରଣ୍ଡାରେ ଏପଟ ସେପଟ ହେଉଛନ୍ତି ଅତନୁ ବାବୁ । 

ଆଜି କାହିଁକି ଯମାରୁ ଭଲ ଲାଗୁନି ତାଙ୍କୁ ।

ସକାଳୁ ସକାଳୁ ମଣିଂ ୱାର୍କ କରି ଆସି ବସିଥିଲେ 

ବଗିଚାର ସେହି କୃଷ୍ଣ ଚୂଡା ଗଛ ତଳେ ।

ଯୌବନ ର ପ୍ରଥମ ପାହାଚରେ ପଦାର୍ପଣ କଲେ ଯେତେବେଳେ

ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଅମିତା ଙ୍କୁ ।

ଗୋଟିଏ ଗୋଟିଏ ହୋଇ ତିନୋଟି ପିଲା ଆସିଥିଲେ 

ଅମିତା ଙ୍କ କୋଳକୁ ।

ଘରକାମ ପିଲାଙ୍କ କାମ ସହ ଗଛ ଲଗେଇ ବା ଅମିତାଙ୍କର ଥିଲା ବଡ ସଉକ ।

ବଡ ପୁଅ ଅନିମେଷ ଜନ୍ମ ହେବା ପୂର୍ବରୁ ସେ

ଏହି କୃଷ୍ଣ ଚୂଡା ଗଛ ଲଗେଇ ଥିଲେ ।

ପୁଅ ଜନ୍ମପରେ ପୁଅ ଯେପରି ଶଶିକଳା ପରି ବଢିଲା ଗଛଟି ବି ସେହିପରି ବଢିଲା ।

ଅନିମେଷ ପରେ ଅନିକେତ ଓ ଅରୁଣିମା ଆସିଲେ ।

ପିଲାମାନଙ୍କୁ ମଣିଷ କରିବାରେ ଏତେ ବ୍ୟସ୍ତ ରହିଲେ ଯେ ଅମିତା ନିଜଠାରୁ ବି ନିଜେ ଦୂରେଇ ଗଲେ ।

ବଡ ପୁଅ ଡାକ୍ତର ,ସାନ ପୁଅ ସାଇଁଟିଷ୍ଟ ଆଉ ଝିଅ ଇଞ୍ଜିନିୟର ।

ହସ ଖୁସିର ସଂସାର ଚାଲିଥିଲା ।

ସମସ୍ତେ ନିଜ ସଂସାର ରେ ବାନ୍ଧି ହୋଇଗଲା ପରେ ବାହାରକୁ ଚାଲିଗଲେ ସେମାନଙ୍କ ସ୍ୱପ୍ନର ଦୁନିଆକୁ ।

ଏକା ରହିଗଲେ ଅତନୁ ଓ ଅମିତା ।

ଚାଳିଶ ବର୍ଷର ଘର ସଂସାର ଭିତରେ ଅମିତା ସ୍ୱମୀଙ୍କୁ କେବେ କିଛି ମାଗି ନଥିଲେ ।

କିନ୍ତୁ ଥରେ ସଂଧ୍ୟାରେ ଏହି ଗଛ ମୂଳରେ ବସି ସେ ତାଙ୍କ ପାଖକୁ ସ୍ୱାମୀ ଅତନୁଙ୍କୁ ଡାକିଲେ ।

ଅତନୁ ଆସି ପାଖରେ ବସିଯାଇ କହିଲେ "କଣ ଅମି ବୟସର କ୍ଳାନ୍ତ ଅପରାହ୍ନ ରେ ମୋ କୋଳ 

ଦରକାର ନା କଣ୍ ?

ଅମିତା କହିଲେ, ଗୋଟିଏ କଥା କହିବି ରଖିବ ?

ଅତନୁ--ଗୋଟିଏ କାହିଁକି ତୁମର ଶହେ କଥା ବି ରଖିବି ।

ହେଲେ ମୋତେ ଗୋଟିଏ କଥା କୁହ ଏ ବୟସରେ ତୁମେ ଏ ଗଛ ମାନଙ୍କ ପାଇଁ ଏତେ ପରିଶ୍ରମ କଣ୍ ପାଇଁ କରୁଛ ?

ଥରେ ଭାବିଲ ଆମ ପରେ ଏ ଗଛ ରହିବ ନାଁ ଏ ଘର ।

ଶରୀର ତୁମର ଦୂର୍ବଳ ହୋଇ ଗଲାଣି ,ଟିକିଏ ରେଷ୍ଟ ନିଅ।

ଜୀବନ ସାରା ତ ଖଟିଲ ,କେତେବା ଆଉ ଖଟିବ ତୁମେ ?

ଅମିତା କହିଲେ ସେକଥା ଛାଡ ,ତୁମେ ଏହି କୃଷ୍ଣ ଚୁଡା ମୂଳରେ ଗୋଟିଏ ଚଉତ୍ରା କରି ପଥର ବେଞ୍ଚ୍ ଗୋଟିଏ କରି ଦିଅନ୍ତ ନି ।

ଅତନୁ ହେଲେ ସେ ସବୁ କଣ୍ ହେବ ଅମୁ ?

ଅମିତା ଯୌବନ ତ ପିଲାଙ୍କ ପାଇଁ ବଳଦ ପରି ଖଟି ଖଟି ସରିଗଲା ,ଏବେ ପରା ବୟସର କ୍ଳାନ୍ତ ଅପରାହ୍ନ ।

ସାଙ୍ଗ ହୋଇ ଆମେ ଦୁହେଁ ସେହି ଗଛ ମୂଳେ ବସିବା ,ବସନ୍ତର ମଳୟ ଦେହରେ ବାଜିବ , ପ୍ରକୃତିର ଶୋଭାକୁ ମନଭରି ଉପଭୋଗ କରିବା , ଆଉ ତୁମ କୋଳରେ ମୁଣ୍ଡରଖି ମୁଁ ଶୋଇବି।

କିଛି ବୁଝି ପାରୁ ନଥିଲେ ଅତନୁ ,ତଥାପି ଭାବିଲେ ସାହାଜାହାନ ସିନା ହୋଇ ପାରିବିନି ,ହାତ ଧରି ଯାହାର ପାଦ ସହ ପାଦ ମିଳାଇ ଚାଳିଶି ବର୍ଷ ହେଲା ଚାଲୁଛି ତା'ପାଇଁ କଣ୍ ଏତିକି କରି ପାରିବିନି !

ତା ପରଦିନ ସକାଳୁ ସକାଳୁ ସେ ରାଜମିସ୍ତ୍ରୀ ଡାକି କାମ ଆରମ୍ଭ କରି ଦେଲେ ।

ଦୁଇ ଚାରିଦିନ ଭିତରେ କାମ ସରିଗଲା ।

ପାଣି ଦବା ରଙ୍ଗ କରିବା ମିଶାଇ ପନ୍ଦର ଦିନରେ କାମ ଶେଷ ।

ଅମିତା ଙ୍କର ଖୁସି କହିଲେ ନସରେ । 

ଏ ବୟସରେ ବି ଚପଳ ମତି ପ୍ରେମିକାଟେ ପରି ସେ ଖୁସିରେ ଅତନୁଙ୍କୁ କୁଣ୍ଢେଇ ପକେଇଲେ ।

ଏଥର ସବୁଦିନ ଅତନୁ ମର୍ଣ୍ଣିୱର୍କ ରୁ ଫେରି ସେହି ଗଛ ମୂଳେ ବସନ୍ତି ।

ଅମିତା ଚା କରି ନେଇ ଯାଆନ୍ତି ଓ ଦୁହେଁ ସାଙ୍ଗ ହୋଇ 

ବସି ପିଅନ୍ତି ଉଦ୍ଦାମ ଯୌବନ ରେ ପାଦ ଥାପିଥିବା ପ୍ରେମିକ

ପ୍ରେମିକା ପରି ।

କଥାରେ ଅଛି" ସବୁଦିନ ନଥାଏ ଚାନ୍ଦିନୀ ରାତି କି ସବୁବେଳେ ନଥାଏ ଭାବ ପିରତୀ "।

ହଠାତ୍ ଅମିତା ଙ୍କ ଦେହ ଖରାପ ହେଲା ।

ବହୁତ ଡାକ୍ତର ଦେଖାଇବା ପରେ ବଡ ପୁଅକୁ ଫୋନ କଲେ

କିଛି ଆଶା ରଖି ଯେ ସେତ ଡାକ୍ତର ହୁଏତ ଅମିତା ଙ୍କୁ ଭଲ

କରିଦେବ ।

ହେଲେ ଦୁଇଦିନ ଫୋନ୍ କରିବା ପରେ ପୁଅ ଫୋନ୍ ତ ଉଠାଇଲା କିନ୍ତୁ କହିଲା"ତୁମେ କଣ୍ ଜାଣି ପାରୁ ମୁଁ କେତେ କାର୍ଯ୍ୟ ବ୍ୟସ୍ତ ବୋଲି ।

ଯଦି ଦେହ ମୁଣ୍ଡ କଣ ଖରାପ ହେଉଛି ସେଠାରେ କଣ କେହି ଡାକ୍ତର ନାହାନ୍ତି ନା କଣ୍ ?

ଆଉ କିଛି କହିବା ପୂର୍ବରୁ ଫୋନ୍ କାଟି ଦେଇଥିଲା ସେ ।

ଦୁଇଧାର ଲୁହ ବୋହିଗଲା ନିଜ ଅସହାୟ ପଣକୁ ନିନ୍ଦା କରି।

ଅମିତା ଆସି ଲୁହ ପୋଛିଦେଇ କହିଲେ" ଛି ଏମିତି ପିଲାଙ୍କ ପରି କାନ୍ଦୁଛ କଣ୍ ପାଇଁ ?

ପିଲାଙ୍କ ଉପରେ ଲୁହ ପଡିବ ଯେ ?

ଅତନୁ ଭାବୁଥିଲେ ,ଧନ୍ୟରେ ମାଆ ତୁମେ ,ଏବେବି ତୁମେ ତୁମ ପିଲାର ଚିନ୍ତାରେ ଅଛ ।

ସାନ ପୁଅକୁ କହିବାରୁ ସେ କହିଲା ସମୟ ନାହିଁ ମୋର।

ତୁମେ ତ ଜାଣିଛ ମୋର କାମ କେମିତିକା ।

ଝିଅ କହିଲା ତୁମ ଜ୍ୱାଇଁ ଟୁରରେ ଯାଇଛନ୍ତି । ତା ପରେ ଏତେବାଟ ଯିବା ଆସିବାରେ କେତେ ଖର୍ଚ୍ଚ ।

ଅତନୁ ଭାବୁଥିଲେ ଯୋଉ ବାପ ମାଆ ଲୁହ, ଲହୁ ପିଇ ଏମାନଙ୍କୁ ମଣିଷ କଲେ ବିନା କିଛି ହିସାବରେ ସେମାନେ ଆଜି ହିସାବ କରୁଛନ୍ତି ?

ଧନ୍ୟରେ ଉପର ବାଲା…

ଅତନୁ ଆଉ କାହାକୁ ଫୋନ କଲେନାହିଁ ,ବୟସର କ୍ଳାନ୍ତ ଅପରାହ୍ନ ଆସିଛି ସତ୍ୟ ହେଲେ ସେ ଭାଙ୍ଗ ପଡିବେ ନାହିଁ ।

ସ୍ତ୍ରୀଙ୍କ ଚିକିତ୍ସା ଜାରି ରଖିଲେ ଅତନୁ,ନିୟମିତ ଔଷଧ ଖାଇ ଭଲ ହୋଇ ଆସୁଥିବା ଅମିତା ଦିନେ ସ୍ୱମୀଙ୍କୁ କହିଲେ " ଭାରି ଇଛା ହେଉଛି ସେ କୃଷ୍ଣଚୂଡା ତଳେ ତୁମ କୋଳରେ ମୁଣ୍ଡରଖି ଟିକିଏ ଶାନ୍ତିରେ ଶୋଇବାକୁ " ।

ହେଲେ ଅତନୁ ଜାଣି ନଥିଲେ ସେହି ଶୋଇବା ଅମିତାଙ୍କର

ଶେଷ ନିଦ୍ରା ବୋଲି ।

ସ୍ୱାମୀଙ୍କ କୋଳରେ ମୁଣ୍ଡ ରଖି ସେ ଅନର୍ଗଳ ଗପି ଚାଲି ଥିଲେ।

କୋଉ ଯିନିଷ କୋଉଠି ଅଛି କଣ କେତେବେଳେ ଖାଇବ

ଇତ୍ୟାଦି ଇତ୍ୟାଦି ।

ଶେଷରେ କହିଲେ ହେଇ ଶୁଣ ମୋର ଯଦି କିଛି ହୋଇଯାଏ

ତୁମେ ଯମାରୁ ଏକା ରହିବନି ।

ଏତେ ବଡ ଘର ଏଠାରେ ବୃଦ୍ଧାଶ୍ରମ ଟିଏ କରି ଦେବ ଯେ ତୁମେ କାହାକୁ ସାହାରା ଦେବା ସହ ତୁମକୁ ବି କେହି ସାହାରା ଦେବେ ।

ଚମକି ପଡିଲେ ଅତନୁ ।ଅମିତା ଏମିତି କଣ୍ କହୁଛନ୍ତି ।

ନିରୀହ ଆଖିରେ ଚାହିଁଲେ ସ୍ତ୍ରୀ ଅମିତା ମୁହଁକୁ ।

ଅମିତା ସ୍ୱାମୀଙ୍କ ଗାଲରେ ଆଉଁଶି ଦେଲା ବେଳେ ଶିଥିଳ ହୋଇ ତଳକୁ ଖସି ପଡିଲା ଅମିତା ଙ୍କ ହାତ ।

ଛୋଟ ପିଲାଙ୍କ ଭଳି କାନ୍ଦି ଉଠିଲେ ଅତନୁ ବେ ସାହାରା ହୋଇ।।

ତଥାପି ସେ ଭାଙ୍ଗି ପଡିଲେ ନାହିଁ ।

ନିଜେ ମୁଖାଗ୍ନି ଦେଇ ସତ୍କାର କଲେ ସ୍ତ୍ରୀ ର ଶବ।

ସେଠାରେ ଏବେ ବିରାଟ ବୃଦ୍ଧା ଶ୍ରମ।

କୃଷ୍ଣଚୂଡା ହସରେ ସେ ଦେଖନ୍ତି ଅମିତାଙ୍କର ହସ ।

ଥକିଯାଇଥିବା ଶରୀର ଟିକୁ ବେଳେ ବେଳେ ଲୋଟେଇ ଦିଅନ୍ତି ଏହି କୃଷ୍ଣଚୂଡା ମୂଳରେ ।

ପିଲାମାନେ ଏବେବି ଜାଣି ନଥିବେ ମାଆ ତାଙ୍କର ଜୀବିତ କି ମୃତ।

ଖିଲି ଖିଲି ହୋଇ ମନକୁ ମନ ହସି ଉଠିଲେ ଅତନୁ ।

ସନାତନ ବାବୁ ଆସି ଅତନୁ ଙ୍କ କାନ୍ଧରେ ହାତ ପକେଇ କହିଲେ କଣ୍ ବନ୍ଧୁ ବୟସର ଅପରାହ୍ନରେ ବି ଆଜି ଯୌବନ ର ହସ !

ଅତନୁ କହିଲେ ଯୋଉ ପର୍ଯ୍ୟନ୍ତ ଆତ୍ମ ବିଶ୍ୱାସ ଅଛି ସେ ପର୍ଯ୍ୟନ୍ତ ଯୋଶ୍ ଅଛି ବନ୍ଧୁ ।

ସେ ଯୋଶ୍ ଆଗରେ ବୟସର ଅପରାହ୍ନ ବି ହାର୍ ମାନି ଯିବ 

ଦୁଇ ବନ୍ଧୁ ହସି ଉଠିଲl l



Rate this content
Log in

Similar oriya story from Abstract