Satyabati Swain

Children Stories

4.0  

Satyabati Swain

Children Stories

ବୟସ ରଙ୍ଗ

ବୟସ ରଙ୍ଗ

2 mins
361


ପିଲାଦିନେ ଆମ ଘରେ ସବୁ ପର୍ବ ପର୍ବାଣୀ ଅପେକ୍ଷା ସବୁଠୁ ବେଶି ମଜା ହୁଏ ହୋଲିରେ। ବାବା ମାମା ,ଦାଦା ଓ ସାନ ମାମାଙ୍କ କେତେ ଜଣ ସାଙ୍ଗ ହୋଲି ଖେଳିବାକୁ ଆସନ୍ତି ଆମ ଘରକୁ। ଆସନ୍ତି କଣ ସେମାନଙ୍କୁ ଖୁଣ୍ଟିଆ ନିବାସକୁ ହୋଲି ଖେଳିବା ନିମନ୍ତେ ନିମନ୍ତ୍ରଣ କରା ଯାଇଥାଏ।


ମୁଁ ଓ ଦାଦା ପୁଅ ବିଲେ ଭାଇ ବି ସେମାନଙ୍କ ସହ ସାମିଲି ହେଉ।ବିଲେ ଭାଇ ଧୁମ୍ ରଙ୍ଗରେ ଭିଜେ ।ତାକୁ ଭଲ ଲାଗେ ରଙ୍ଗ। ମୁଁ ଚୁପ୍ ଚାପ୍ ବସି ଦେଖେ ଓ ମଜା ନିଏ।


ସକାଳ ଜଳଖିଆ ଭାବେ ସମସ୍ତେ ବିଶୁ ଆମ ରୋଷେଇ ନନାଙ୍କ ପୁରୀ ଆଳୁଦମ ଖାଇ ମଜା ନିଅନ୍ତି । ଏଗାରଟା ବେଳକୁ ଚାଇଁ ପଖାଳ ମୁଠେ ମୁଠେ ମାଛ ଭଜା ,ଫାଳ ପିଆଜ ସହ କଞ୍ଚା ଲଙ୍କା ସମସ୍ତେ ଖାଆନ୍ତି। ଶେଷରେ ତିନିଟା ବେଳକୁ ମଟନ ଭାତ । ହୋଲିର ଖେଳ କମ୍ ଖାଇବା ଅଧିକ ହୁଏ। ପ୍ରତିଦିନ ଖାଦ୍ୟ ଠାରୁ ଟିକେ ଅଲଗା ଖାଦ୍ୟ ଖାଆନ୍ତି ସମସ୍ତେ।ସକାଳ ଜଳଖିଆଠାରୁ ଭାତ ମଟନ ପର୍ଯ୍ୟନ୍ତ ମଝିରେ ମଝିରେ ମଝିରେ କେବଳ ଖେଳ। ରଙ୍ଗରେ ଗାଧାନ୍ତି ସଭିଏଁ।


ଆଉ ମୁଁ ଏ ଦିନ କଣ କରେ ଜାଣନ୍ତି? ମା ଲୋ ଖାଲି ବାନ୍ତି ହୁଏ ମୋର। ଆମିଷ ଗନ୍ଧରେ ମୁଁ ଅଣ ନିଃଶ୍ଵାସୀ ହୋଇପଡେ।ରଙ୍ଗ ଖେଳିବାକୁ ମୋତେ ଆଦୌ ଭଲ ଲାଗେନି। ଆମିଷ ମୁଁ ଖାଏନି।ରଙ୍ଗ ଧାର ଧାରେନି।ପିଲା ଦିନୁ ଏ ଦୁଇଟି ଚିଜ ପ୍ରତି ମୋର ଅନାଗ୍ରହ।


ଅଙ୍କଲ ଓ ଆଣ୍ଟି ମାନଙ୍କ ଭିତରୁ ଯଦି କେହି ମୋ ଦେହରେ ରଙ୍ଗ ଲଗେଇ ଦିଅନ୍ତି ତ ମୁଁ ଭେମା ରଡି କରି କାନ୍ଦେ ।ଏ ଅଭ୍ୟାସଟି ମୋର ବାର ବର୍ଷ ଯାଏ ଥିଲା। ହଠାତ୍ ଦିନେ ମୁଁ ନିଜେ ଗାଢ଼ ନାଲି ରଙ୍ଗରେ ଗାଧୋଇ ପଡିଲି ମୋତେ ଯେତେବେଳେ ତେର ବର୍ଷ ।


ସେଦିନ ମାମାକୁ କାନ୍ଦି କାନ୍ଦି କହିଲି, ଆଜି ତ ହୋଲି ନୁହେଁ କିଏ ମୋତେ ନାଲି ରଙ୍ଗରେ ଏମିତି କଲା ?


ମାମା ମୋତେ କୋଳେଇ ନେଇ କାନ୍ଦି ଦେଇ କହିଲା, ବୟସ ତୋ ସହ ହୋଲି ଖେଳିବା ଆରମ୍ଭ କରିଦେଲା ପିହୁ।


ବିସ୍ମିତ ହୋଇ କହିଲି ବୟସ ! ହୋଲି !! ତାର କଣ ହାତ ଗୋଡ଼ ଅଛି ? ସେ କଣ ମଣିଷ ?


ସେ ମଣିଷ ନୁହେଁ, ମଣିଷଙ୍କ ଈଶ୍ବର।


ମାମା କାଇଁ ସେ ବୟସ ?  ବଦମାସ୍ ସେ କଣ ଜାଣିନି କି ମୁଁ ହୋଲି ଖେଳିବାକୁ ଭଲ ପାଏ ନାହି ! ଏହା କହି ଗୋଡ଼ ବାଡେଇ କାନ୍ଦିବାକୁ ଲାଗିଲି।


ମାମା କହିଲା, ସେ ସମସ୍ତ ଝିଅଙ୍କୁ ବଡ଼ ହେଲେ ଏମିତି ବିନା ଫଗୁଣରେ "ବୟସ ରଙ୍ଗ" ଲଗାଇ ହୋଲି କରିଦିଏ।


ତ ବୟସଟା ବଡ଼ ଦୁଷ୍ଟ ମାମା।


ମାମା କହିଲା, ଏଣିକି ତୋତେ ବି ରଙ୍ଗ ଭଲ ଲାଗିବ ପିହୁ।


ସତେ କି ମାମା !



Rate this content
Log in