Alhadini Panigrahi dash Panigrahi dash

Tragedy

4.0  

Alhadini Panigrahi dash Panigrahi dash

Tragedy

ବୃଦ୍ଧା ଶ୍ରମରେ ପୁଅ ଜିଉନ୍ତିଆ

ବୃଦ୍ଧା ଶ୍ରମରେ ପୁଅ ଜିଉନ୍ତିଆ

2 mins
163



"ଆଲୋ କେତକୀ, ଅଶିନ୍ ମାସ୍ ଆଏଲା ନ ,କେଭେ ପୁଅ ଜିଉଁନ୍ତିଆ ପଡୁଛେ ଗା " ଶାନ୍ତି ଦେବୀ ଙ୍କର୍ କଥା ଶୁନି କରି କେତକୀ ଦେବୀ ଙ୍କ ଆଏଖ୍ ବି ଚକ୍ ଚକେଇ ଗଲା ,ହେଲେ ଘଡେକର୍ ଲାଗି । ସାଙ୍ଗେ ସାଙ୍ଗେ ମୁହୁଁ ନେ ଯେନ୍ତା କଲା ବାଦଲ୍ ଟେ ଢାପି ଦେଲା ,ଆଏଖ୍ ଦୁଇଟା ଏହେଦେ ବର୍ଷିମି ବଲୁଛନ୍ କାଏଁ ସତେ । କହେଲେ ,ନାନୀ,ଆର୍ କାଏଁ ଯେ ସୋର୍ ପକଉଛ ଗୋ ,ଆର୍ କାଣା ଘର୍ ଅଛେ କି ପୁଅ ମାନେ ପୁଅ ହେଇକରି ଅଛନ୍ ,ଯେ ଦିନ୍ ବାର୍ ସୋର୍ ପଡବା ହେଲେବି ଇ ଦିନ୍ ଟା ଆଏଲେ ସବୁ ସୋର୍ ପଡି କଲଜା ଫାଟି ଯାଏସି ଗୋ ନାନୀ " । ଶାନ୍ତି ଦେବୀ ବଏଲେ " ହଏଗା କେତକୀ ପୁଅ ଝି ସିନେ ବଦଲି ଗଲେ ଗା ,ମା ମନ୍ ପରେ ,ପୁଅ ଜିଉଁତିଆ ଦିନ ପେଟକେ ପାଏନ୍ ଯିବା କାଏଁ କହତ । ଏତେ ବରଷ୍ ହେଲାନ ଏକାନେ ରହେଲାନ ,ମୁଇଁ ତ ତତେ କେନସି ପୁଜିଉଁତିଆ ଥି ପାଏନ୍ ପିବାର୍ ନୁହେଁ ଦେଖେ । ପୂଜା ସାମାନ୍ ନାଇଁ ହେଲେ କାଏଁ ହେଲା, ଇ ବଗିଚା ନୁ ଦୁବ୍ ତୁଲି କରି ଶହେଆଠ୍ ଟା ଲେଖା ଇ ପାଖର୍ ମନ୍ଦିର୍ ନ ହେଲେ ଚଢେଇ ଦେମା ,ପୁଅ ମାନକର୍ ଲାଗି । ସେମାନେ ଖୁସି ଥି ରହୁନ୍ ତ । ପୁଅ କେ ନାଇଁ ବନ୍ଦାଲେ ନାଇଁ ,ଉହୁଲେଇ ତ ଦେମା ,ମନ୍ ଭିତରେ ଭାବମା ପୁଅ କେ ବନ୍ଦଉଛୁ ବଲି ।"ଦୁହେଁ କାନ୍ଦି ପକାଲା ବେଲକେ ବୃଦ୍ଧାଶ୍ରମ ର୍ ମାଲି ତାକର୍ କଥା ଶୁନିକରି ଭାବୁଥିଲା ,ଇ ମା ମାନେ କାର୍ ଲାଗି ,ଇ ବଏସେ ବି ନିର୍ଜଲା ଉପାସ୍ କରୁଛନ୍ । ସେ ପୁଅ ମାନକର୍ ଲାଗିତ ଯେନ୍ ମାନେ ବୁଝା ଭାବିକରି ଆନିକରି ଇ ବୃଦ୍ଧାଶ୍ରମ ନେ ପକେଇ ଦେଇଛନ୍ ସେ ମଲା କି ଗଲା ଡୁଙ୍ଗି ନାଇଁ ଦେଖବାର୍ ।

ଧଏନ୍ ରେ ମା ମନ୍ ,ତାର୍ ହାତ୍ ଦୁଇଟା ମା ର୍ ସନମାନ୍ ଥି ଜୁଡି ହେଇଗଲା ଆପେ ଆପେ ।


Rate this content
Log in

Similar oriya story from Tragedy