kamal kumar dash

Inspirational

2  

kamal kumar dash

Inspirational

ବୋଉର ମୁହଁ

ବୋଉର ମୁହଁ

1 min
63


ରମେଶ ବାବୁ ବାହାରିଥିଲେ ତାଙ୍କ ପୁଅ ରାକେଶ ପାଇଁ ବୋହୁ ଦେଖିବାକୁ | ରାକେଶ ଇଂଜିନିୟରିଂ ପଢା ପରେ ୬ ବର୍ଷ ହେବ ଚାକିରୀ କଲାଣି ହେଲେ ତାର କେହି ବାନ୍ଧବୀ ନଥିଲେ, ତେଣୁ ରମେଶ ବାବୁ ଓ ତାଙ୍କ ସ୍ତ୍ରୀ ତା ପାଇଁ ବୋହୁ ଖୋଜୁଥିଲେ | କରୋନା ଯୋଗୁ ରାକେଶ ଘରୁ କାମ କରୁଥଲା | ବାପା ମାଆ ଓ ପୁଅ ପୁରୀରୁ ବାହାରିଥିଲେ ଭୁବନେଶ୍ୱର ଝିଅ ଦେଖି ଜଣେ ଦୂର ସମ୍ପର୍କୀୟ ବନ୍ଧୁଙ୍କ ଘରକୁ | ଆଗରୁ ଫୋନ ଯୋଗେ କଥାବାର୍ତ୍ତା ଓ ଜାତକ ଦେଖା ହୋଇଥିଲା | ବନ୍ଧୁଙ୍କ ଘରେ ପହଞ୍ଚିବା ପରେ ସାମାନ୍ୟ କଥାବାର୍ତ୍ତା ଓ ଜଳ ପାନ ପରେ ବନ୍ଧୁଙ୍କ ଝିଅଟି ଆସି ତାଙ୍କ ଆଗରେ ବସିଲା | ପାରିବାରିକ ମହଲରେ କଥାବାର୍ତ୍ତା ବଢି ଚାଲିଲା | ନିଜ ନିଜର ଘର , ଚାକିରୀ ଓ ବନ୍ଧୁ ବାନ୍ଧବଙ୍କ କଥା ପଡିଲା | ୨ ଘଣ୍ଟା କଥାବାର୍ତ୍ତା ପରେ ରମେଶ ବାବୁଙ୍କ ପରିବାର ବନ୍ଧୁଙ୍କ ଠାରୁ ବିଦାୟ ନେଇ ବାହାରିଲେ ନିଜ ଘର କୁ | ଝିଅ ଟି ଆସି ତାଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଲା | ବାଟରେ କିଏ କିଛି କହିବା ଆଗରୁ ରମେଶ ବାବୁ କହିଲେ ମତେ ଝିଅଟି ପୁରା ପସନ୍ଦ ତାର ହବ ଭାବ ଚାଲି ଚଳଣି ଓ ମୁହଁର ଗଠନ ଖୁବ ସୁନ୍ଦର | ତାଙ୍କ ସ୍ତ୍ରୀ କହିଲେ ତାର ଗୋଲ ମୁହଁଟା ଠିକ ତୁମ ବୋଉଙ୍କ ପରି ତ, ସେଥିପାଇଁ ତୁମକୁ ପସନ୍ଦ ଆସିଗଲା, ହେଲେ ତୁମ ପୁଅକୁ ପଚାର ତାକୁ ପସନ୍ଦ କି ନାହିଁ | ରମେଶ ବାବୁ କହିଲେ ସମସ୍ତଙ୍କୁ ତାଙ୍କ ମାଆର ମୁହଁଟା ଭଲ ଲାଗେ କାରଣ ମାଆ ଭଳି ସ୍ନେହ ଆଦର ଜୀବନରେ ପୁଅକୁ ଆଉ କେଉଁଠୁ ମିଳେନି | ପୁଅ ଚୁପ ଚାପ ବସିଥିଲା କାରଣ ବାପାଙ୍କ କଥା ଉପରେ କଥା କହିବାର ସାହସ ତାର ନଥିଲା | 



Rate this content
Log in

Similar oriya story from Inspirational