Sunanda Mohanty

Abstract Drama Tragedy

4  

Sunanda Mohanty

Abstract Drama Tragedy

ବୋଉ

ବୋଉ

2 mins
741


  ଦୁଇହଜାର ଏକୋଇଶି ମସିହା ର ଯାତ୍ରା ଥିଲା ବୋଉ ପାଖକୁ, ଆଉ କବାଟ ଖୋଲି ମତେ ଦେଖି ଯେତିକି ବିଭୋର ହେଲା ବୋଉ, ମୋ ସହ ମୋ ଶାଶୁଙ୍କୁ ଦେଖି ସେତିକି ଚମତ୍କୃତ ହେଲା ମୋ ବୋଉ, ଆଉ ଠିକ ଠିକ ଅତିଥି ଚର୍ଚ୍ଚା କଲା ପରେ ମୁଁ ଯେବେ କହିଲି ବୋଉ, ମୁଁ ସରକାରୀ ଚାକିରୀ ପାଇଯାଇଛି, ତ ବୋଉ ଧଡ଼ପଡ଼ ହୋଇ ଠାକୁର ଘରକୁ ଯାଇ ମୁଣ୍ଡିଆ ମାରି, ବାଡିରୁ ତୋଳି ରଖିଥିବା କଦଳୀ କାକୁଡି, ସପେଟା, ପିଜୁଳି ଭୋଗ ଲାଗାଇ ଆମକୁ ଖାଇବାକୁ ଦେଇଥିଲା, ଆମ ଆସିବା କାରଣ କେବେଳ ମୋ ଚାକିରୀ ବିଷୟରେ ଜଣାଇବା ନୁହେଁ ବରଂ, ମୋ ଶାଶୁମାଆ, ବୋଉ କୁ ପୁଣି ମୋ ଘରକୁ ଫେରାଇ ନେବାକୁ ଚାଁହୁଥିଲେ l

   ବୋଉ କୁ କିଛି ଦିନ ପାଇଁ ମୋ ପାଖକୁ ନେଇଯାଇଥିଲି, ତା ଏକାକୀତ୍ୱ ର ସାହାରା ବନିବା ପାଇଁ, ଆଉ ସେତେବେଳେ ମୋର ଗୋଟିଏ ଛୋଟ କାଟିଆ ଦୁର୍ଘଟଣା ହେଇଗଲା, ତ ମୋ ସାଙ୍ଗ ସାଥିମାନେ, ସେକଥା ଶୁଣି, ଢେର ସାରା ସେଓ, ଅଙ୍ଗୁର, କମଳା ଆଦି ଫଳ ସହିତ ହରଲିକ୍ସ ଇତ୍ୟାଦି ଧରି ଆସିଥିଲେ, ମତେ ଦେଖିବାକୁ, ଆଉ ସେସବୁ ସୁମିତ ଯେବେ ତାଙ୍କ ବୋଉଙ୍କୁ ଖାଇବାକୁ ଦେଇ, ହରଲିକ୍ସ ପିଆଉଥିଲେ, କାହିଁକି କେଜାଣି ମୋ ବୋଉ କିଛି ନଭାବିଲେ ମଧ୍ୟ, ମତେ ବେଶୀ ଖରାପ ଲାଗୁଥିଲା. ବାହାଘର ସମୟରେ ଠିକଠାକ ଯୌତୁକ ଦିଆଯାଇନଥିଲା ସତ ହେଲେ ଜୋଇଁଙ୍କୁ ମର୍ଯ୍ୟାଦା ରେ ଉଣା କରିନଥିଲା ବୋଉ, ଆଉ ସ୍ନେହ ବି କରୁଥିଲା ଖୁବ କିନ୍ତୁ ମୋ ପାଖକୁ ବୋଉକୁ ନେଇଯିବା ପରେ ମୋ ବୋଉ ମୋର କେବଳ, ଆଉ ସୁମିତଙ୍କ ବୋଉ ଯେପରି ଘରର ସବୁକିଛି ବୋଲି, ମୁଁହ ରେ ନକହି କାମ ରେ ଦେଖାଇଦେଉଥିଲେ ସୁମିତ, ତ ମୁଁ ଯେତିକି କଥା ହୁଏ ମୋ ବୋଉ ସହ, ମୁଁ ଖାଏ ତା ସହ ସାଙ୍ଗ ହୋଇ, ସୁମିତ ପଦେ ବି କେବେ ବୋଉକୁ କିଛି କୁହନ୍ତିନି ର କାରଣ ଖୋଜି ପାଉନଥିବା ବେଳେ, ସେଦିନ ମୁଁ ଓ ମୋ ସ୍ୱାମୀ ବାହାରେ ଥିବା ବେଳେ, ଶାଶୂଙ୍କର ବ୍ଲଡ଼ ପ୍ରେସର ବାହାରି ଯାଇଥିଲା ଆଉ ମୋ ବୋଉର ଉପଚାର ଯୋଗୁଁ ଶାଶୁ ସେଦିନ ବଂଚିଯାଇଥିଲେ, ତ ତା ପରଠୁ ସୁମିତ ମୋ ବୋଉ ସହ ଟିକେ କଥାବାର୍ତ୍ତା କରିଥିଲେ ସତ, ହେଲେ କଣ ହେଲା କେଜାଣି ମୋ ବୋଉର ଏକାଯିଦ ସେ ଗାଁ କୁ ଫେରିଯିବ, ଆସିଲା ବେଳେ ମୋ ଶାଶୁଙ୍କ ଦେହ ପା ର ଯତ୍ନ ନେବାକୁ ମତେ ତାଗିଦା କରି ବୋଉ ଚାଲିଆସିଥିଲା ତ ମୋ ତଣ୍ଟିରେ ମାଛକଣ୍ଟା ଲାଗିଯାଇଥିବାର ଭଳି ଅନୁଭବ କରିଥିଲେ ବି, ସୁମିତଙ୍କର, ପ୍ରତିକ୍ରିୟା ବିହୀନ ଆଚରଣ ରେ ମୋ ଆଖିରୁ ଲୁହ ପରିବର୍ତ୍ତେ ଲହୁ ଝରୁଥିଲା l

   ଆଜି ମୋ ଚାକିରୀ ପାଇବା ଖବରରେ ବୋଉ ଯେତିକି ଖୁସି ହେଲା, ମୋ ସହ ଯିବାକୁ ସେତିକି ଅନିଛୁକ ହୋଇ ମତେ ମୋ ଶାଶୁଙ୍କ ଭଲ ମନ୍ଦ ବୁଝି, ଚଳିବାକୁ ଉପଦେଶ ଦେଇ,ଏ ଭିତରେ ନିଜ ହାତରେ ଗଢ଼ିଥିବା ବଗିଚାରେ ଫଳି ଥିବା ଢେର ସାରା ଦେଶୀ କଦଳୀ, ଶେପଟା, ପିଜୁଳି, ଆଉ ପାଚିଲା ଅମୃତଭଣ୍ଡା, ଜୋଇଁଙ୍କ ପାଇଁ ଦେବାକୁ ଭୁଲି ନଥିଲା, ଫେରିବା ପୁର୍ବରୁ ମୋ ଶାଶୁଙ୍କ ମୁଣ୍ଡ କୁଣ୍ଡାଇ ନୂଆ ଶାଢ଼ୀ ପିନ୍ଧାଇ ବିଦାୟ ଦେଇଥିଲା, ଆଉ ମୋ ଲୁହ ପୋଛି ସଂସାର ରେ ସଂସାରୀ ହେବାକୁ ଉପଦେଶ ଦେଇଚାଲିଥିଲା ବେଳେ ମୋ ଆଖି ଲୁହରେ ତା ପଣତ ଭିଜି ସାରିଥିଲା l


Rate this content
Log in

Similar oriya story from Abstract