ବୋକା ଲୋକ
ବୋକା ଲୋକ
ଧର୍ମଶାଳା ନିର୍ବାଚନ ମଣ୍ଡଳୀର କଥା।କେତୋଟି ପଞ୍ଚାୟତରେ ଖାଦାନ ଖୋଳି ପଥର ଲୁଟି ନେଉଛନ୍ତି। ଏହିକର୍ଯ୍ୟରେ ସଂପୃକ୍ତ କେତେକପ୍ରଭାବ ଶାଳୀ ନେତ୍ରୁ ସ୍ଥାନୀୟ ବ୍ୟକ୍ତି। ବହୁବର୍ଷ ଧରି କେତେକ ସାମାଜିକ କର୍ମୀ ପ୍ରତିବାଦ କରି ଆସୁଛନ୍ତି। କିନ୍ତୁ ତାହାର ଯଥାର୍ଥ ପ୍ରତିକାର କରାଯାଇନାହିଁ। ସ୍ଥାନୀୟ ତହସିଲଦାର ଓ ଜିଲ୍ଲାପାଳ ଅସମର୍ଥ। କୋର୍ଟ ରେ ବିଚାର ହୋଇ ଖାଦାନ ଖୋଲିବା ବନ୍ଦ କରାଗଲେବି, ଅନ୍ୟ କେତେକ ସ୍ଥାନରେ ଅଦ୍ୟାବଧି ବେଆଇନ କାରବାର ଚାଲିଛି। କ୍ରୋମାଇଟ ବ୍ଲାଷ୍ଟିଂ ହୋଇ ଉନ୍ନତ ମେସିନ ଦ୍ବାରା ଖଣ୍ଡଖଣ୍ଡ କରି ଚଢ଼ା ଦର୍ ରେ ଚୋରା ଚାଲାଣ ହୁଏ। ଏଥିରୁ ମାଫିଆ ମାନଙ୍କୁ ପ୍ରଚୁର ଲାଭ ମିଳେ।
ଦିନେ କୌଣସି ବ୍ୟକ୍ତିଗତ କାମରେ ଡଙ୍କାରି ଦେଇ ଫେରୁଥାଏ। କିଛି ବାଟ ଅତିକ୍ରମ କଳା ପରେ ପାରାଦୀପ ରୁ ଦଇତାରୀ କୁ ସଂଯୋଗ କରୁଥିବା ଜାତୀୟ ରାଜପଥ ଦେଇ ବରଡ଼ା ଛକ ପର୍ଯ୍ୟନ୍ତ ଆସିଲି। ସେଇଠୁ ଏକ ରାସ୍ତା ନାକପୋଲ କୁ ପଡ଼ିଛି। ସେଇ ପଥ ଦେଇ ଆସିଲା ବେଳେ ନିଛାଟିଆ ଖରାବେଳ। ମେ ମାସ। ଦିନ ଗୋଟେ ହେବ। ଗରମ ଝାଞ୍ଜି ଲାଗୁଥାଏ। ରାସ୍ତା କଡ଼ରେ ବି ଗଛ ଟିଏ ନାହିଁ। ଲୋକବାକବି ଯିବାଆସିବା କରୁନାହାନ୍ତି। କିଛି ଦୂରରେ କେତୋଟି ଗାଁ ଯେମିତି ଖରାରେ ଝା ଉଳିଲା ପରି ନଇଁ ପଡିଛି। ଏପରିକି ଚଡେଇ ଟିଏ ଉଡ଼ିଯିବାର୍ ଦେଖୁନାଇ।
ରାସ୍ତା କଡ଼ରେ ଜଣେ ମହିଳା ପଥର ପିଟୁଥିବା ଅବସ୍ଥାରେ ଦେଖିଲି। ବୟସ ପାଖା ପାଖି ମଧ୍ୟମ। ଚିରା ଲୁଗା ଖଣ୍ଡେ ଦେହ ଲୁଚିଛି। ନର୍ଧୁମ୍ ଖରା ବେଳ ଟାରେ ପଥର ଭାଙ୍ଗି ଚାଲିଛି। ଟିକେ ବି ବିରତି ନାହିଁ। ମେସିନ ପରି ହାତୁଡ଼ି ଧରି ପ୍ରହାର ପକେଇ ଚାଲିଛି। ଟିକେ ରହିଗଲି। ଏତେ ଖରା, ଝାଞ୍ଜି ମାରୁଛି, ପାଖରେ ଛାଇ ଦେବାକୁ ଗଛ ଟିଏ ବି ନାହିଁ। ଏହି ମହିଳା ଏପରି ଜୀବନକୁ ବାଜି ଲଗେଇ ପଥର ଭାଙ୍ଗୁଛି।
ତାର ପାଖକୁ ଯିବା ପର୍ଯ୍ୟନ୍ତ ସେ ମତେ ଦେଖିନଥିଲା। ତାର ପାଖକୁ ଯାଇ କହିଲି, କଣ କରୁଛ? ହଠାତ୍ ମୋ ମୁହଁ କୁ ଦୃଷ୍ଟି ଦେଲା। ଠିଆ ହୋଇ ଶାଢ଼ୀ ସଜାଡି ନେଲା। ଦେହରୁ ଗମ୍ ଗମ୍ ଝାଲ ବହି ଯାଉଥାଏ। ମୁହଁରୁ ଶାଢ଼ୀ କାନିଟାରେ ଝାଳ ପୋଛିପକେଇଲା। ମୁଣ୍ଡର କେରିଏ କେଶ ଆଲରା ହୋଇ ପଡ଼ିଥାଏ, ସଜାଡି ନେଲା। ପୁଣି ବସି ଭାଙ୍ଗି ଚାଲିଲା ପଥର। ହୁଏତ ମୋ ପ୍ରଶ୍ନ ର ଉତ୍ତର କାମରେ ଦେଖେଇ ଦେଲା। ମୁଁ ଭାଙ୍ଗୁଛି ପଥର।
ନୈତିକତା ଦୃଷ୍ଟିରୁ ପଥର ଏହି ଖରାବେଳଟାରେ ଭାଙ୍ଗିବାକୁ ମନା କଲି। କିନ୍ତୁ ତା ଜୀବନ ସଂଗ୍ରାମ ପଛର କାହାଣୀ ପଡ଼ିବା ଆବଶ୍ୟକ। କିଛି ପଥର ଭାଙ୍ଗି ତାକୁ ବିକି ପରିବାର ପୋଷଣ ଯୋଗାନ୍ତି। କଠିନରୁ ଆହୁରି କଠିନ କାମ କରିବା ତାଙ୍କ ପାଇଁ ଅଭିଶାପ। ଜୀବନ ଯାଉ ପଛେ ପେଟ ପାଇଁ ଲଢ଼ିବି। ସେ କଣ ଆମ ଠାରୁ ଭିନ୍ନ। ଆମର ତାଙ୍କ ପ୍ରତି କିଛି ଚିନ୍ତା କରିବା ଉଚିତ୍ ନା। ମଣିଷ ଆଉ ମଣିଷ ଭିତରେ ଏତେ ପାଚେରୀ କାହିଁକି?