STORYMIRROR

Sunanda Mohanty

Children Stories Thriller Others

4  

Sunanda Mohanty

Children Stories Thriller Others

ବଣି ଚଢ଼େଇ

ବଣି ଚଢ଼େଇ

3 mins
5

ନାତି ବାବା ଜନ୍ମ ପରେ ଅନ୍ୟ ଏକ ବଡ଼ କମ୍ପାନୀରେ ପୁଅ ଅର୍ଥାତ ବାବାର ବାପା ସୁଦିପ ର ଚାକିରୀ ଲାଗିଯିବାରୁ ସମସ୍ତେ ବାପା ମାଆ ଓ ନାତି ସହରକୁ ଚାଲିଯିବା ପରେ ଘରେ ଯୋଉ ଶୁନ୍ୟତା କୁ ସେଇ ଶୁନ୍ୟତା.ସହରରେ ରହିବା ନିଶା ଏଣିକି ଘାରିଥିଲା ସୁଦିପ ଙ୍କୁ. ସାତପୁରୁଷି ବାପା ଜେଜେ ଅମଳର ଗାଁ ଘର ଖଣ୍ଡକ ବିକି ସହରରେ ଗୋଟେ ପ୍ଲଟ କିଣିବାକୁ ଚେଷ୍ଟା କରି କରି ନୟାନ୍ତ ହେଲାପରେ ଆପାର୍ଟମେଣ୍ଟ ଘର କରିବା ନିଷ୍ପତ୍ତିରେ ମନ ବୁଝୁ ନଥିଲା ସ୍ତ୍ରୀଙ୍କର. ଖୋଲା ଅଗଣା, ସୂର୍ଯ୍ୟ କିରଣ,ଖିଲିଖିଲି ପବନ ନଥିଲା ସେ ଥାକ ଥାକିଆ ଘରେ. ସକାଳ ହେଲେ ଜଣା ପଡୁନଥିଲା କି ସନ୍ଧ୍ୟା ହେଲେ ଜଣା ପଡୁନଥିଲା. ଅଧିକାଂଶ ସମୟ ଇଲେକ୍ଟ୍ରିକ ବଲବ ଜଳୁଥିଲା ତ ସ୍ତ୍ରୀ ଲିସା କହୁଥିଲେ ବାପା ସହରରେ ଘର କରିବାକୁ ଏଇଥି ପାଇଁ ମନା କରୁଥିଲେ କି ତାଙ୍କୁ ଏ ଥାକ ଥାକ ଘର ଜମା ସୁବିଧା ହୋଇନଥାନ୍ତା. ଅମୀୟ ପଚାରନ୍ତି କାହିଁକି?ତ ବୁଝେଇଦିଅନ୍ତି ଅମିତା କହନ୍ତି ବାପା ଗାଁରେ କେତେ ଖୋଲା ଜାଗାରେ ଚଳି ଆସିଛନ୍ତି. ଗାଧୁଆ ପାଧୁଆ ନିତ୍ୟକର୍ମଠୁ ଆରମ୍ଭ କରି, ଖୋଲା ଅଗଣାରେ ବସାଉଠା ସାଙ୍ଗକୁ ଗାଁର ବୟସ୍କ ବନ୍ଧୁମାନଙ୍କ ସଙ୍ଗେ ଗପସପ, ଚାସ ଖେଳ ସାଙ୍ଗକୁ ବାଡ଼ି ବଗିଚାରେ ଲଗାଇଥିବା ଫୁଲ, ପରିବା ଓ ଶାଗ ତୋଳା ଇତ୍ୟାଦି କରିବାରେ ଯେଉଁ ଆନନ୍ଦ ପାଆନ୍ତି ତାହା ଏ ଘରେ ପାଇନପାରି ଆହୁରି କଷ୍ଟ ପାଇଥାଆନ୍ତେ. ବୋଉ ମଧ୍ୟ ଖୋଲା ଅଗଣା ନପାଇ, ତୁଳସୀ ଗଛଟିଏ କୋଉଠି ଲଗାଇବି, ସାଇପଡିଶା ନାହିଁ କାହା ସଙ୍ଗେ ଦୁଃଖ ସୁଖ ହେବି କହି ବ୍ୟସ୍ତ ବିବ୍ରତ ହୋଇପଡୁଥାଆନ୍ତେ. ରାଗିଯାଆନ୍ତି ଏସବୁ ଶୁଣି ସୁଦିପ କହନ୍ତି ତା ମାନେ ତୁମେ କହୁଛ ମୋ ବାପା ମାଆ ମୋ ଉପରେ ଅସନ୍ତୁଷ୍ଟ ହୋଇ ସ୍ବର୍ଗାରୋହଣ କରିଛନ୍ତି ନା ସେମାନଙ୍କ ନାମ କହି ତୁମେ ଏ ଘରେ ଶାନ୍ତି ପାଉନ!ଉଦାସ ଦେଖାଯାଆନ୍ତି ଲିସା. ସତକଥା ଲିସା ମଧ୍ୟ ପରୋକ୍ଷରେ ସେୟା ଚାହାଁନ୍ତି କିନ୍ତୁ ଥାକ ଥାକ ଘରର ଉତ୍ତର ପୂର୍ବ କୋଣର ପଞ୍ଚମ ଫ୍ଲାଟର ଘରର ବାଲକୋନୀ ଉପରୁ ଗଛ ଗୁଡିକର ଅଗ୍ର ଭାଗରୁ ପକ୍ଷୀ ଦେଖି ଖୁବ ଖୁସି ହୁଅନ୍ତି. ଏତେ ବଡ଼ ବଡ଼ ବର, ଓସ୍ତ, ନଡ଼ିଆ, ତାଳ ଇତ୍ୟାଦି ଡେଙ୍ଗା ଗଛ ସବୁ ଉପରୁ ପକ୍ଷୀ ଦେଖିବା, ତାଙ୍କ ଗତିବିଧି ଲକ୍ଷ କରିବା, ସ୍ୱର ଅନୁକରଣ କରି ତାଙ୍କ ବସା ଓ ଉଡାଣ ଠାଵ କରିବା ଖୁବ ସହଜ ମନେ କରନ୍ତି. ସେଦିନ କିନ୍ତୁ କଜ୍ଵଳପାତି ଚଢେଇଟି ସବୁଦିନ ପରି ଲଢୁଆ ମନୋବୃତ୍ତିର ନହୋଇ ସାଥି ପକ୍ଷୀଟିକୁ ଚାହିଁ ବୋବାଉ ଥାଏ, ଏତିକି ବେଳେ କୁଆଡୁ ଉଡି ଆସିଲା ଗୃଧ ପକ୍ଷୀ ଓ ଝାମ୍ପ ମାରି କଜ୍ଜଳପାତି ଚଢେଇଟିକୁ ଉଠାଇ ନେବାର ଦୃଶ୍ୟରେ ଶୀହରିତ ହେଲେ ଲିସା. ସନ୍ଧ୍ୟା ଆସି ପୁଣି ସନ୍ଧ୍ୟା ଗଡି ରାତି ଆସିବା ଯାଏଁ ସହସାଥି କଜ୍ଜଳପାତି ପକ୍ଷୀଟି ବୋବେଇ ବୋବେଇ ଖୋଜୁଥିଲା ସାଥି ଚଢେଇଟିକୁ. ରାତ୍ରୀର ପ୍ରହର ବଢିବା ସହ ତା ବୋବାଳି ବନ୍ଦ ହୋଇଯାଇଥିଲା କିନ୍ତୁ ଲିସା ଙ୍କ ଲୁହ ଶୁଖୁନଥିଲା. ସୁଦିପ ଯେତେ ପଚାରିଲେ ମଧ୍ୟ ବାଲକୋନିର ଦ୍ୱାର ଆଉ ଖୋଲା ରହୁନଥିଲା,ଥାକ ଥାକ ଘରର ସେହି ପଞ୍ଚମ ମହଲାର ପୂର୍ବ ଉତ୍ତର କୋଣରେ ଥିବା ସୁଦିପ ଓ ଲିସା ଙ୍କ ଘରଟିରେ.ସେହି କବାଟ ସବୁଦିନ ପାଇଁ ବନ୍ଦ ହୋଇଗଲା ପରେ କେଜାଣି କାହିଁକି ସୁଦିପ କହିଥିଲେ ଚାଲ ଗାଁ କୁ ଫେରିଯିବା. ତଥାପି ବଳି ପଡ଼ିଥିବା ଡିହଟିରେ ଘର ବନେଇ ବଗିଚା କରି ରହିବା.ନୀରବତା ସମ୍ମତିର ଲକ୍ଷଣ ବୋଲି ଭାବିନେଇଥିଲେ ସୁଦିପ କିନ୍ତୁ ଦେଖିଲା ବେଳକୁ ପୁଅ ବାବା ପୂର୍ବ ଓ ଉତ୍ତର କୋଣ ର କବାଟ ଝରକା ମେଲା କରିଦେଇଥିଲା. ଅନେକ ବଣି ଚଢ଼େଇ ସେଠି କଳରବ କରୁଥିଲେ. ବାବା ହାତରୁ ଖୁଦ ଓ ଛତୁଆ ଖାଉଥିଲେ ଓ ସୁଦିପ ଓ ଲିସା ବଣି ଚଢ଼େଇମାନଙ୍କ ଭରା ଭରା ସଂସାର ଦେଖି ବାପା ମାଆ ଙ୍କୁ ମନେପକେଇଲା ବେଳେ ବାବା କହୁଥିଲା ଦେଖୁନ ଏ ବୁଢା ବବିଚଢେଇକୁ.ଏ ପରା ମୋ ଜେଜେ ଆଉ ତାଙ୍କ ଭରା ଭରା ସଂସାର. ଆଉ ଜେଜେ ମାଆ? ଛୋଟି ବଣି ଚଢେଇକୁ ଦେଖେଇ ବାବା କହୁଥିଲା ସେଇ ଛୋଟି ବଣି ପା ମୋ ଜେଜେ ମାଆ. କେତେ କେତେ ସନ୍ତାନ ସନ୍ତତି ପାଳି ତା ଅବସ୍ଥା ଆଜି ଏମିତି. ବାପା ମାଆ ସ୍ତବ୍ଧ ଚକିତ ହୋଇ ଚାହିଁଥିଲେ ପୁଅକୁ. ଭାବୁଥିଲେ ବାବା ଖୁବ ବଡ଼ ହୋଇଗଲାଣି.



Rate this content
Log in