Pratap Chandra Mishra

Inspirational

3  

Pratap Chandra Mishra

Inspirational

ବନ୍ଧୁତା ବନାମ ମକର

ବନ୍ଧୁତା ବନାମ ମକର

8 mins
112



ଅନିରୁଦ୍ଧ ବାବୁ ସରକାରୀ ଚାକିରୀରୁ ଅବସର ନେଲା ପରେ ଗାଆଁ ଘରକୁ ଫେରି ଆସିଛନ୍ତି। ଗତିମୁକ୍ତି ପୂର୍ ଗାଆଁରେ ତାଙ୍କର ବାଲ୍ୟ ଓ କିଶୋର ଅତିବାହିତ ହୋଇଛି।ଗାଆଁ ମାଟିର ମମତା ଓ ସେଠି ବସବାସ କରୁଥିବା ଜ୍ଞାନ୍ତି ସଜନ ଓ ଗାଆଁ ଲୋକଙ୍କ ସ୍ନେହ ଡୋରିରେ ବନ୍ଧା ହୋଇଯାଇଛନ୍ତି। ବାହାରେ ଚାକିରୀ ଜୀବନ କଟାଇଲେ। କିନ୍ତୁ ପ୍ରତି ବର୍ଷ ସେ ମକରକୁ ନିଶ୍ଚୟ ଗାଆଁକୁ ଆସନ୍ତି। ବନ୍ଧୁ ପରିଜନ ଙ୍କୁ ଭେଟନ୍ତି। ହସ ମଜା ଓ ଆନନ୍ଦ ଶାନ୍ତି ପାଈ ପୁଣି ଫେରନ୍ତି କର୍ମ ସ୍ଥଳକୁ।

ଚାକିରୀ ଜୀବନ ସାରିବା ସହ ଜଞ୍ଜାଳ ମୁକ୍ତ ବି ହୋଇଯାଇଛନ୍ତି। ପୁଅ ଓ ଝିଅ ଙ୍କୁ ସାଧ୍ୟ ମୁତାବକ ଥଇଥାନ କରି ସ୍ୱାବଲମ୍ବୀ କରାଇ ପାରିଛନ୍ତି। ଜେଜେ ହେବାର ପାଞ୍ଚ ବର୍ଷର ଅଭିଜ୍ଞତା ବି ସାଉଁଟି ସାରିଲେଣି। କିନ୍ତୁ ସଙ୍ଘର୍ଷ ମୟ ଜୀବନରେ ଦୁଃସାଧ୍ୟ ଘଟଣା ମାନ ବେଳେ ବେଳେ ମାନସ ମନ୍ଥନ କରିବାକୁ ଯାଇ ବାଟ ଓଗାଳି ଦିଏ। ପୁଣି ନିଜକୁ ନିଜେ ସେ ସମ୍ଭାଳି ନେଇ ଜୀବନର ବର୍ତ୍ତମାନ ପରିସ୍ଥିତିକୁ ଫେରି ଆସନ୍ତି।


ଏଥର କଥା ନିଆରା ।ସେ ଚାକିରୀ କଟକଣାରୁ ମୁକ୍ତ। ଗାଆଁକୁ ସପତ୍ନିକ ମକର ସଂକ୍ରାନ୍ତିକୁ ନିଜ ପୈତୃକ ଘରକୁ ଆସି ବାର ମୋହ ନିଆରା। ବନ୍ଧନ ମୁକ୍ତ ଜୀବନ ପୁଣି ଅବସର , ଜୀବନକୁ ଆହୁରି ଚଳ ଚଞ୍ଚଳ କରାଇବା ସହ ଅତ୍ୟନ୍ତ ଚାପ ବିହୀନ ହୋଇଯାଇଛନ୍ତି।

ଗାଆଁକୁ ଅନିରୁଦ୍ଧ ବାବୁ ଆସିବେ ବୋଲି ଗାଆଁର ଲୋକ ମାନେ ବାରମ୍ବାର ଫୋନ୍ କରୁଛନ୍ତି। ବାହାରିଲେ କି ନାହିଁ? କେତେବେଳେ ପହଞ୍ଚିବେ ? ଇତ୍ୟାଦି ବ୍ୟାକୁଳତାରେ ସେ ବିମୋହିତ। ଗାଆଁରେ ତାଙ୍କର ସ୍ୱତନ୍ତ୍ରତା ଏଥିପାଇଁ, ଅନିରୁଧ ବାବୁ ଗାଆଁ ଲୋକଙ୍କ ଭଲମନ୍ଦ ଓ ସୁଖ ଦୁଃଖରେ ପ୍ରତି ମୁହୁର୍ତ୍ତରେ ସାଥେ ସାଥେରହିଥିଲେ। କାହାର ଦୁଃଖ ଯନ୍ତ୍ରଣା କଥା ଶୁଣିଲେ ଯଥା ଶକ୍ତି ସାହାଯ୍ୟ କରି ବିପଦରୁ ମୁକ୍ତି ଦେବା ପାଇଁ ପ୍ରୟାସ କରିଥିଲେ। ଯୁବକ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲେ। ଏବଂକୁନିକୁନି ପିଲା ମାନଙ୍କ ପାଇଁ ସ୍ନେହର ଜେଜେ ପାଲଟି ଯାଇ ଥିଲେ। ତେଣୁ ମକର ଉତ୍ସବକୁ ଅନିରୁଦ୍ଧ ବାବୁ ଜଣେ ଆଦର୍ଶ ପ୍ରତିଭା ଓ ଉଦାର ମଣିଷ ଅଟନ୍ତି ।


ତେବେ ନିର୍ଦ୍ଧାରିତ ସମୟରେ ସେ ଗାଆଁରେ ପହଁଚିଗଲେ। ଗାଆଁ ଲୋକେତାଙ୍କୁ ପାଛୋଟି ନେଲେ। ପହଞ୍ଚିବା ପର ଦିନ ମକର ସଂକ୍ରାନ୍ତି ଉତ୍ସବ ପାଳନ ହେବ। ସବୁବ୍ୟବସ୍ଥା ଗାଆଁର ଯୁବକ ମାନେ କରିବାକୁ ଲାଗିପଡିଛନ୍ତି। ଉତ୍ସାହର ସହ ଭାଇଚାରା ନେଇ।ସମସ୍ତେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ଥ। ଅନିରୁଦ୍ଧ ବାବୁ ଆଜି ବିଶ୍ରାମ ନେବେ। ସକାଳୁ ଉଠି ଯୋଜନା ମୁତାବକ କାର୍ଯ୍ୟରେ ସହଯୋଗ କରିବାକୁ ସ୍ଥିର ହୋଇଛି। ସାଥିରେ ସେ ତାଙ୍କର ଅବଦୁଲ ଚା ଚା ଙ୍କୁ ବି ଆଣିଛନ୍ତି।ଅବଦୁଲ ଅଙ୍କଲ ତାଙ୍କ ପାଇଁ ଭଗବାନ। ଅନିରୁଦ୍ଧ ବାବୁ ହିନ୍ଦୁ କିନ୍ତୁ ଅବଦୁଲ ଅଙ୍କଲ ମୁସଲମାନ ହେବା ସତ୍ବେ ତାଙ୍କ ତତ୍ବାବଧାନରେ ସେ ଆଜି ମଣିଷ ହୋଇଛନ୍ତି। ତାଙ୍କର ଭବିଷ୍ୟତ ଗଢ଼ିବାରେ ଅବଦୁଲ ଅଙ୍କଲ ସର୍ବେସର୍ବା। କାରଣ ବିଗତ ଦିନରେ ସେହି ଗ୍ରାମରେ ଅନିରୁଦ୍ଧ ବାବୁ ଙ୍କ ପରିବାର ସାମ୍ନାରେ ଅବଦୁଲ ଅଙ୍କଲ ଙ୍କ ପରିବାର ବି ବାସ କରୁଥିଲେ।ଅନିରୁଦ୍ଧଙ୍କ ବାପା ଓ ମାଆ ଅବଦୁଲ ଅଙ୍କଲଙ୍କ ପରିବାର ସହ ଘନିଷ୍ଟ ବନ୍ଧୁତାର ବନ୍ଧନରେ ବାନ୍ଧି ହୋଇଯାଇଥିଲେ।


ଅନିରୁଦ୍ଧ ବାବୁ ସାତ ବର୍ଷ ବୟସର ଥିଲା ବେଳେ , ଏଭଳି ମକର ସଂକ୍ରାନ୍ତି ଭଳି ପବିତ୍ର ଭାଇ ଚାରା ,ସ୍ନେହ , ବନ୍ଧୁ ମିଳନର ଦିନରେ ଅନିରୁଦ୍ଧ ବାବୁ ଙ୍କ ପରିବାର ଘର ଘର ବୁଲି ମକର ଚାଉଳ ଖୁଆଉଥିଲେ। ଅବଦୁଲ ବାବୁ ବି ଅନିରୁଦ୍ଧ ବାବୁ ଙ୍କ ପରିବାର ସହ ମିଶି ଉତ୍ସବ ଉପଭୋଗ କରୁଥିଲେ। ଜାତିରେ ମୁସଲମାନ କିନ୍ତୁ ହିନ୍ଦୁରୀତି ନୀତିକୁ ସେ ବେଶ୍ ସମ୍ମାନ ଦେଉଥିଲେ। ଅନିରୁଦ୍ଧ ବାବୁ ଙ୍କ ପରିବାର ବି ହିନ୍ଦୁ ହେଲେବି ଅବଦୁଲ ବାବୁ ଙ୍କ ସବୁରୀତି ନୀତିକୁ ସମ୍ମାନ ଦେଉଥିଲେ।କାରଣ ଦୁହେଁ ନିଜ ନିଜ କ୍ଷେତ୍ରରେ ପ୍ରଭାବୀ ଥିଲେ ଓ ଜ୍ଞାନୀ ବୋଲି ପରିଗଣିତ ହୋଇଥିଲେ।ସେହି ପବିତ୍ର ଉତ୍ସବରେ ଗାଁ ବସ୍ତିରେ ହଠାତ୍ ନିଆଁ ଲାଗିଗଲା।ପୁରୁଣା ଘର ଝାଟି ମାଟି ଗରିବ ଙ୍କ ସାହା।ଉତ୍ସବ ସମୟରେ ବିପତ୍ତିକୁ ଦୂର କରିବାକୁ ଯାଇ ଅନିରୁଦ୍ଧ ବାବୁ ଙ୍କ ବାପା ମକର ଚାଉଳ ବିତରଣ ଛାଡି ନିଆଁ ଲିଭାଇବାକୁ ଗାଆଁର ସାଙ୍ଗ ସାଥି ନେଇଦୌଡ଼ିଲେ।ଅଗ୍ନିଶମ ଗାଡ଼ି ଆସିବା ପୂର୍ବରୁ ସାଧ୍ୟ ମତେ ଛେଳି, ଗାଈ, ମଣିଷ ସାମାନ ପତ୍ର ଇତ୍ୟାଦି ଯାହାକୁ ପାଇଲେ ନିଆଁରେ ପସି ଉଦ୍ଧାର କଲେ। କିନ୍ତୁ ଅଚାନକ ସେ ପ୍ରବଳ ନିଆଁର କବଳରେ ଆସି ଯାଇ ପ୍ରାଣ ହରାଇ ଥିଲେ। ସେହି ଦୁଃଖରେ ଅନିରୁଦ୍ଧ ବାବୁ ଙ୍କ ମା ବି ଦେହତ୍ୟାଗ କରିଦେଲେ।ଅନିରୁଦ୍ଧ ବାବୁ ମା ,ବାପା ଛେଉଣ୍ଡ ହୋଇଯାଇଥିଲା ବେଳେ ଅବଦୁଲ ଅଙ୍କଲ ଅନିରୁଦ୍ଧ ବାବୁ ଙ୍କୁ ନିଜ ପରିବାରର ସଦସ୍ୟ ଭାବେ ଗ୍ରହଣ କରି ତାଙ୍କ ଛୁଆ ଙ୍କ ସହ ପାଳିପୋଷି ମଣିଷ କରାଇଥିଲେ।

 

ତେଣୁ ଅନିରୁଦ୍ଧ ବାବୁ, ବାପା ଓ ଅଙ୍କଲ ଙ୍କ ଆଦର୍ଶରେ ଅନୁପ୍ରାଣିତ। ଅନ୍ୟକୁ ନିଜର କରିବା କୌଶଳ ଛୋଟ ବେଳୁ ବାପା ଶିଖାଇ ଦେଇଛନ୍ତି। ସେଇ ମର୍ମକୁ ସ୍ତ୍ରୀ ଙ୍କୁ ବେଳେବେଳେକୁହନ୍ତି।ବନ୍ଧୁତା ଓ ବନ୍ଧନ କାହାଣୀ ଓ ତା ଅନ୍ତରାଳ ର ମର୍ମ ଯାହାକୁହନ୍ତି , ବନ୍ଧୁତାର ବନ୍ଧନରେ ବାନ୍ଧି ହୋଇ। ବନ୍ଧୁତାରମୋହ କହିବାକୁ ଗଲେ ଦୁହେଁ କଥା ହେବାର ଟିପ୍ପଣୀ ଅନିରୁଦ୍ଧ ବାବୁ ପିଲା ବେଳେ ଅଙ୍କଲ ଓବାପା ଙ୍କ ଠାରୁ ଶୁଣି ଯାହା ମନେରଖିଥିଲେ ବେଳେ ବେଳେ ସେରୋମନ୍ଥନ କରନ୍ତି ଓ ବନ୍ଧୁତା ବୋଲି କଣ ଓ କାହିଁକି ଏହା ହୋଇଥାଏ ବଡ଼ ହେଲା ପରେ ଅବଦୁଲ ଅଙ୍କଲ ଙ୍କ ମୁଖ ନିସୃତ ବାଣୀକୁ ଶୁଣି କାର୍ଯ୍ୟରେ କରି ଦେଖାଇଛନ୍ତି।ଅନିରୁଦ୍ଧ ବାବୁ ବନ୍ଧୁତା ବୋଲିକୁହନ୍ତି, ଦୁଇ ବା ଅଧିକ ଲୋକଙ୍କ ମଧ୍ୟରେ ଥିବା ସ୍ନେହ ଏକ ସମ୍ପର୍କ।


ଏହାର ଲକ୍ଷଣ ଏମିତି ହୋଇଥାଏ ଯଥା, ସ୍ନେହ, ସହାନୁଭୂତି, ସମ୍ବେଦନତା,ସାଧୁତା, ନିଃସ୍ୱାର୍ଥରତା, ପାରସ୍ପରିକ ବୁଝାମଣା,କରୁଣା,ଓ ପରସ୍ପରର ଉପସ୍ଥିତିରେ ଆନନ୍ଦ ଅନୁଭବ,ବିଶ୍ୱାସ ଏବଂ ଏକ ହୋଇଯିବା କ୍ଷମତା, ଭାବନା ପ୍ରକାଶ କରିବା,ସାଙ୍ଗ ଠାରୁରାୟ ପାଇବାର ବିନା ଡରରେ ଭୁଲ କରିବା ପ୍ରଭୁତି ଥାଏ।ଯଦି ଓ ସେପରି କୌଣସି ବ୍ୟବହାରିକ ସୀମା ନଥାଏ ଯାହା ଉପରେ ନିର୍ଭର କରି ଲୋକ ମାନେ ବନ୍ଧୁତା କରିବେ ତଥାପି ଏକ ସମାନ ପରିବେଶ ଜୀବିକା କିମ୍ବା ଆଗ୍ରହ ଉପରେ ମୁଖ୍ୟତଃ ପରିବେଷିତ ହୋଇଥାଏ।


 ଅନିରୁଦ୍ଧ ବାବୁ ମନେ ପକାଇ ଆରିଷ୍ଟୋଟଲ ଙ୍କ ବାଣୀକୁ ବନ୍ଧୁତ୍ୱ ପୂର୍ଣ୍ଣ ପରିବେଶରେ ଜାଗୃତି ପାଇଁକୁହନ୍ତି, ଯଥା ଆରିଷ୍ଟୋଟଲ ଙ୍କ ମତରେ ବନ୍ଧୁତା ହେଉଛି ଏକ ଚମତ୍କାର ମଣିଷ ନିଜ ବନ୍ଧୁ ସହ ସେପରି ଜଡ଼ିତ ହୁଏ ଯେପରି ନିଜ ସହ କାରଣ ଏକ ବନ୍ଧୁ ନିଜର ପ୍ରତିରୂପ ଏକ ସେଥିପାଇଁ ସେ ଯେଉଁ ଭଳି ଭାବେ ନିଜକୁ ତିଆରି କରିବ,ସେପରି ଭାବେ ନିଜେ ବନ୍ଧୁତାକୁ ବି ବାରି ପାରିବ । ଅନିରୁଦ୍ଧ ବାବୁ ଯେହେତୁ ହିନ୍ଦୁ ଓ ମୁସଲମାନ ଉଭୟ ପରମ୍ପରାକୁ ପାଥେୟ କରି ଜୀବନ ଗଢ଼ିଛନ୍ତି ତେଣୁ ବନ୍ଧୁତାର ପରିଭାଷା ମୁସଲିମ୍ ଙ୍କ ଅନୁସାରେ ବି ବେଶ୍ ଜ୍ଞାତ, ସେ ସଭା ସମାବେଶରେ କଥା ପ୍ରସଙ୍ଗରେ ବନ୍ଧୁତା ବିଷୟରେ ମୁସଲମାନ ସସ୍କୃତି ବିଷୟରେ ବନ୍ଧୁତା ପ୍ରସଙ୍ଗ ନେଇକୁହନ୍ତି ଯଥା ସେମାନେ ବନ୍ଧୁତାକୁ ସଙ୍ଗତି ବା ଅସାବ ବୋଲିକୁହନ୍ତି।ଏହି ବିଷୟକୁ ଗୁରୁତ୍ଵ ଭାବେ ନିଆଯାଏ।


ବନ୍ଧୁର କେତେକ ଗୁରୁତ୍ଵ ପୂର୍ଣ୍ଣ ଯୋଗଦାନକୁ ଇସଲାମିକ ମିଡ଼ିଆରେ ପ୍ରସାରିତ ବି କରାଯାଏ।ଯେପରିକି ସଠିକ୍ ମଣିଷ କିମ୍ବା(ସାଲିଃ) , ଯେ ଭଲ ମଣିଷ(ହାଲାଲ)ଓ ଖରାପ ମଣିଷକୁ ହାରାମ ମଧ୍ୟରେ ପାର୍ଥକ୍ୟ ଜାଣିପାରିବ।ଏବଂ ଅନ୍ୟ ବିଷୟରେ ଜାଣିବାକୁ ଗୁରୁତ୍ଵ ପୂର୍ଣ୍ଣ ବୋଲି ଧରାଯାଏ।ଭୁଲ ପାଇଁ କ୍ଷମା କରିବା ଓ ବନ୍ଧୁତା ମଧ୍ୟରେ ବିଶ୍ୱସନିୟତାରକ୍ଷା କରିବାକୁ ଗୁରୁତ୍ଵ ଦିଆ ଯାଇ ଥାଏ।ଦୁଇ ଜଣ ମଣିଷ ଙ୍କ ଭିତରେ ଥିବା ସମାନତାକୁ ଅଲ୍ଲହା ପାଇଁ ଭଲ ପାଇବା ବୋଲି ବିବେଚନା କରାଯାଇଥାଏ। ସେଥିପାଇଁ ଅବଦୁଲ ବାବୁ ଙ୍କ ମହନୀୟତାର ଯଶ ଯୋଗୁଁ ଅନାଥ ଅନିରୁଦ୍ଧ ଆଜି ମଣିଷ ହୋଇ ଦୁନିଆରେ କାୟା ବିସ୍ତାର କରିଛନ୍ତି ବୋଲି ସେକୁହନ୍ତି। ଜେଜେ ସାଜି ଥିବା ଅନିରୁଦ୍ଧ ବାବୁ ଦିନର ପ୍ରଥମାର୍ଦ୍ଧରେ ଅପରାହ୍ନ ପର୍ଯ୍ୟନ୍ତ ବିରାମ ନେଉଥାନ୍ତି। ଉତ୍ସବ ମାହୋଲ। ସନ୍ଧ୍ୟା ଘନେଇ ଆସୁଥାଏ। ମକର ସମୟ। ଧିରେ ଧିରେ ସନ୍ଧ୍ୟା ବି ଆକାଶ ବକ୍ଷରେ ଥିବା ଜ୍ୱଳନ୍ତ ବହ୍ନି ସଦୃଶ ସୂର୍ଯ୍ୟ ଙ୍କୁ ଅନ୍ଧକାରର କାୟା ତଳେ ହଜାଇ ଶୀତଳ , କାକରକୁ ପ୍ରଶ୍ରୟ ଦେଉଥାଏ।କୁନିକୁନି ପିଲା ମାନେ ଆଇ ମା, ଜେଜେ, ବା ଜେଜେ ମା ଙ୍କ ପଣତ ତଳେରେଜେଇ,କମ୍ବଳ ଉହାଡରେ ଶୀତ ଦାଉରୁ ବାର୍ତ୍ତିବା ସହ କାହାଣୀ ଶୁଣିବାକୁ ଆଗ୍ରହ ପ୍ରକାଶ କରୁଥିଲେ। ଅନିରୁଦ୍ଧ ବାବୁ ଙ୍କ ଲୋକପ୍ରିୟତା ଓ ମେଳ।ପି ସ୍ଵଭାବ ସେହିକୁନିକୁନିଛୁଆ ଙ୍କୁ ଆକର୍ଷଣ କରୁଥିଲା। ତାଙ୍କ ପ୍ରାଙ୍ଗଣରେ ଛୁଆ ମାନେରୁଣ୍ଡ ହୋଇଯାଇଥିଲେ କାହାଣୀ ଶୁଣିବା ପାଇଁ। ଅନିରୁଦ୍ଧ ବାବୁ ବି ଛୁଆ ଙ୍କ ସହ ମିଶି ଛୁଆ ହୋଇଯାଇ ଥିଲେ ସେ କାହାଣୀ ବଦଳରେ ଆଗାମୀ କାଲିର ଉସ୍ଛବ ସମ୍ପର୍କରେ କହିବେ ବୋଲି ଜଣାଇଥିଲେ। ଆଗାମୀ କାଲି ମକର ସଂକ୍ରାନ୍ତି ପାଳନ ହେବ। ଆମ ଗାଁର ମୁଖ୍ୟ ପର୍ବ। ତେଣୁ ମକର ମେଳା ନାଆଁରେ ଗାଆଁର ଦଣ୍ଡକାଳି ମନ୍ଦିରରେ ପୂଜା ବିଧି ଓ ଭାଇଚାରାର ମହୋତ୍ସବ ଆୟୋଜନ ହେବ।କୁନି ଛୁଆ ଙ୍କ ଭିତରୁ ଜଣେ ପଚାରିଲା ଜେଜେ ଏହା କଣ ଓ କାହିଁକି ହୁଏ?


ଅନିରୁଦ୍ଧ ବାବୁ ପ୍ରାଞ୍ଜଳ ଭାବରେ ବୁଝାଇବା କହିଗଲେ। 

ସୂର୍ଯ୍ୟ ଏହି ଦିବସ ଠାରୁ ଉତ୍ତରାୟଣ ହୁଅନ୍ତି।ଧନୁରାଶିରୁ ବାହାରି ମକରରାଶିରେ ପ୍ରବେଶ ହୁଅନ୍ତି।ଏହି ଦିନ ଦେବତା ମାନଙ୍କର ଦିବସ ହୁଏ । ଦକ୍ଷିଣା ୟନ ହୁଏରାତି।ସୂର୍ଯ୍ୟ ଦେବତା ନିଜର ପୁଅ ଶନି ଦେବତା ଙ୍କୁ ଦେଖା କରିବାକୁ ଯାଆନ୍ତି। ଶନି ଦେବତା ମକରରାଶି ଙ୍କ ସ୍ଵାମୀ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପିତା ପୁତ୍ର ଙ୍କ ପଡେ ନାହିଁ। ତେଣୁ ସୂର୍ଯ୍ୟ ଦେବତା ଶନି ଙ୍କ ମାନ ଭଞ୍ଜନ କରିବା ପାଇଁ ଏହି ଦିବସରେ ଚଳନ୍ତି। ତେଣୁ ଏହି ମକରକୁ ପିତା ପୁତ୍ର ଙ୍କ ଦିନ ବୋଲିକୁହାଯାଏ।ଭଗବାନ ବିଷ୍ଣୁ ମଧୁକୈଟଭକୁ ଯୁଦ୍ଧରେ ପରାସ୍ତ କରି ମନ୍ଦର ପର୍ବତକୁ ଥୋଇ ପାତାଳକୁପଠାଇ ଥିଲେ ଏହି ଦିନ ତେଣୁ ତାଙ୍କୁ ମଧୁସୂଦନ ବୋଲିକୁହାଯାଏ।ମହାରାଜା ଭଗିରଥ ନିଜର ପୂର୍ବଜ ଙ୍କ ଆତ୍ମା ଉଦ୍ଧାର କରିବା ପାଇଁ ମାତା ଗଙ୍ଗା ଙ୍କୁ ପୃଥିବୀ ବକ୍ଷକୁ ଆଣିଥିଲେ।ମାତା ସାଗରରେ ଏହି ପୁଣ୍ୟ ତିଥିରେ ମିଶି ଥିଲେ।ତେଣୁ ଏହି ଦିନ ଗଙ୍ଗା ସାଗର ମେଳା ଅନୁଷ୍ଠିତ ହୁଏ।ମା ଦୁର୍ଗା ମହିଷାସୁରକୁ ବଧ କରି ବା ପାଇଁ ଏହି ମକର ଦିନ ପୃଥିବୀରେ ପାଦ ଦେଇଥିଲେ।ପିତାମହ ଭୀଷ୍ମ ନିଜ ଇଚ୍ଛା ମୁତାବକ ଉତ୍ତରାୟଣ ଦିନ ଜାଣି ଏହି ସମୟରେ ସ୍ୱଇଛାରେ ଶରୀର ତ୍ୟାଗ କରିଥିଲେ।ଉତ୍ତରାୟଣରେ ଦେହତ୍ୟାଗ କରିବା ଆତ୍ମା ସ୍ବର୍ଗ ପ୍ରାପ୍ତି ହୁଏ ବୋଲି ବିଶ୍ବାସ ଅଛି।ଏହି ଦିନ ସୂର୍ଯ୍ୟ ସଂକ୍ରମଣ ଦିନ ବୋଲିକୁହାଯାଏ।ଅର୍ଥାତ୍ ଗୋଟିଏ ସ୍ଥାନରୁ ଅନ୍ୟତ୍ର ଚଳନ କରିବା ବା ଜଣେ ଅନ୍ୟ ଜଣକୁ ଭେଟିବା,ମିତ୍ରତା ସ୍ଥାପନ କରିବା, ସୁଭେଶ୍ଚା ଜଣାଇବା ଦ୍ଵାରା ଭାଇଚାରା ସମ୍ପର୍କ ମଜବୁତ ହୁଏ। ପୁଣି କେତେକ ନିର୍ଦ୍ଧିଷ୍ଟ କାର୍ଯ୍ୟ କରିବାକୁ ଏହି ମକର ସମୟରେ ବାରଣ କରାଯାଇଛି ଯେମିତି,ଫସଲ କାଟିବା, ହଳ କରିବା,ସ୍ତ୍ରୀ ସହ ମୈଥୁନ କରିବା,ଆମିଷ ଭକ୍ଷଣ କରିବା ଇତ୍ୟାଦି।

ଅନିରୁଦ୍ଧ ବାବୁ ପିଲା ଙ୍କୁ ବୁଝାଇଥିଲେ ମକର ସଂକ୍ରାନ୍ତି ଠାରୁ ଦିନ ବଡ଼ ହେବା ଆରମ୍ଭ କରିଥାଏ।ଏହି ପବିତ୍ର ଦିନରେ ସବୁ ମାଙ୍ଗଳିକ କାମ ଯଥା, ବିବାହ, ଘର ପ୍ରତିଷ୍ଠା, ନୂତନ ସମ୍ପର୍କ ସ୍ଥାପନ ଭଳି କାମ କରିବା ଶ୍ରେୟସ୍କର ବୋଲି ଜଣାଯାଏ।


ହିନ୍ଦୁରୀତି ଅନୁସାରେ ମକର ପାଳନ ବେଶ୍ ଧୁମ୍ ଧାମରେ ପାଳିତ ହୁଏ। ଅମଳ ହୋଇଥିବା ନୂଆ ଧାନରୁ ଅରୁଆ ଚାଉଳ, ଆଖୁ,ଗୁଡ଼,ଛେନା,ନଡ଼ିଆ ,ଘିଅ,କଦଳୀ ଓ କ୍ଷୀର ଗୋଳାଇ ସୁମିଷ୍ଟ ଭୋଗ ପ୍ରସ୍ତୁତି କରି ଗୃହ ଦେବତା ତଥା ଧାନ ଖଳାରେ ପୂଜା କରାଯାଏ। ଏହାକୁ ମକର ଚାଉଳ ନାମରେ ନାମିତ କରାଯାଇଥାଏ।


ଆଦିବାସୀ ବହୁଳ ଓଡ଼ିଶାରେ ଆଦିବାସୀ ଙ୍କ ପ୍ରଧାନ କୃଷି ଭିତ୍ତିକ ପର୍ବ ଅଟେ ମକର। ସେମାନଙ୍କ ଭାଷାରେ ଟୁସୁ ପର୍ବ ନାମରେ ପ୍ରସିଦ୍ଧ । ଏ ଦିନ ଗୋଷ୍ଠୀ ବଦ୍ଧ ହୋଇ ଆଦି ବାସି ମାନେ ନାଚ,ଗୀତ, ମଜ୍ଜା କରନ୍ତି। ତାଙ୍କର ଗୀତକୁ ଟୁସୁ ଗୀତ ବୋଲିକୁହନ୍ତି।ଦକ୍ଷିଣ ଭାରତୀୟ ମାନେ ତିନି ଦିନ ଧରି ମକରକୁ ପାଳନ୍ତି। ଏହି ପର୍ବକୁ ପୋଙ୍ଗଲ ନାମରେ ପାଳନ କରନ୍ତି। 


ଆମ ଓଡ଼ିଶାର ବଡ଼ ଠାକୁର ବି ଏହି ପୂଜାରୁ ବାଦ୍ ଯାଆନ୍ତି ନାହିଁ। ମକର ସଂକ୍ରାନ୍ତି ସକାଳୁ ମଙ୍ଗଳ ଆଳତି,ଅବକାଶ ନୀତି,କର୍ପୁର ଲାଗି ହୋଇ ଗଲା ପରେ ଶ୍ରୀ ଜୀଉ ଙ୍କ ବେଶ ବସିଥାଏ। ତାପରେ ଗୋପାଳ ବଲଭ,ସକାଳ ଧୂପ,ପରେ ମଇଲମ , ମହାସ୍ନାନ,ସର୍ବ।ଙ୍ଗଲାଗି ନୁଁଆଁ ଲୁଗା, ମାଳରୂପ ଲାଗି ହେବା ପରେ ଅଳଙ୍କାର ଲାଗି ହୁଏ। ଘଣ୍ଟ, ଛତା,କାହାଳୀ ପଟୁଆର ସହ ତଳିଛୁ ଓ ପ୍ରଧାନି ହାତ ପୈଠ ହୋଇରୋଷ ଘର ଠାରୁରୋଷଣୀ ଛାତକୁ ଆସିଥାଏ।ଭୋଗ ଟେରା ଓ ଦିଗପାଳ ବଳି ହୋଇଥାଏ।ଭୋଗ ବାଢିବା ପାଇଁ ଧୋପଖାଳ ହୋଇ ଟେରା ବନ୍ଧା ଯାଇଥାଏ।ଏ ଭିତରେ ମକର ଚାଉଳ ପ୍ରସ୍ତୁତି ହୋଇ ହାଣ୍ଡିକୁଡୁଆରେ ସଜା ଯାଏ।


ନଡ଼ିଆ,ଘିଅ,ମିଠା,ମସଲା,ଦୁଗ୍ଧ ସର ମାନ ସହ ଅଧିବାସରେରଖାଯାଇଥିବା ପୂର୍ବ ଦିନରୁ ଶୁଦ୍ଧ ପୂତ ଚାଉଳ ମିଶାଇ ମକର ଚାଉଳ ପ୍ରସ୍ତୁତି କରାଯାଇଥାଏ।ଏହାକୁ ପତ୍ରି ବଡୁ ମାନେ ବାଘ ମୁହାଁ ହୋଇ ଘଣ୍ଟ, ଛତା,କାହାଳୀ ସହ ତଳିଛୁ ଙ୍କୁ ନେଇ ମନ୍ଦିରକୁ ତିନି ଥର ପ୍ରଦଖିଣ କରନ୍ତି।ପରେ ପନ୍ତି ବାଢ଼ି ଥାନ୍ତି । ମହଭୋଗରେ ଦୁଗ୍ଧ, ଗୁଡ଼ିଆ, ଶାକର ଦେଇ ବଡ଼ ଦେଉଳ ଚାରି ପଟେ ଏକ ଥର ପରିକ୍ରମା କରନ୍ତି।ମହାସୁଆର ଙ୍କ ଜିମ୍ମାରେ ଛାମୁ ଙ୍କ ଠାରେ ବାଢ଼ନ୍ତି।ହଡ଼ପ ଘର ଠାରୁ ଘଣ୍ଟ, ଛତା,କାହାଳୀ ପଟୁଆରରେ ମନ୍ଦିର ଭିତରକୁ ମହାସୁଆର ନେଇ ମୁଦିରସ୍ତ ସେବକ ଙ୍କୁ ଦେଇଦିଅନ୍ତି।ପ୍ରସାଦ ଲାଗି କରିବା ପରେ ତିନିଠାକୁର ତିନି ବାଡ଼ରେ ପୂଜା ପଣ୍ଡା ପଞ୍ଚଉପଚାର ମଣୋହି କରନ୍ତି। ମକର ଚାଉଳର ଭୋଗ, ବନ୍ଧୁତା ଓ ସ୍ନେହର ପ୍ରତୀକ ଭାବେ ଖୁଆ ଖୋଇ ହୋଇ ଖୁସି ବଣ୍ଟନ କରନ୍ତି। ଉପସ୍ଥିତ ପିଲା ଓ ପ୍ରାଙ୍ଗଣରେ ଥିବା ସମସ୍ତ ଜନ ନ ଙ୍କୁ ଅନିରୁଦ୍ଧ ବାବୁ ଏହାର ପ୍ରଚଳନ ବିଷୟରେ ପୁରାଣରୁ ଉଧୃତ କରି କହୁଥିଲେ , ସ୍କନ୍ଦ ପୁରାଣ , ବିଷ୍ଣୁ ଖଣ୍ଡରେ ଉଲ୍ଲେଖ ଅଛି ,ମହର୍ଷି କଶ୍ୟପ ପୂର୍ବ କଳ୍ପ (ବ୍ରହ୍ମା ଙ୍କ ଏକ ଦିନ , ମନୁଷ୍ୟ ଗଣନାରେ ୪୩୨ କୋଟି ବର୍ଷ)ରେ ମହାପ୍ରଭୁ ଜଗନ୍ନାଥ ଙ୍କ ପ୍ରୀତି ନିମନ୍ତେ ଶ୍ରୀ ମନ୍ଦିରରେ ଏହି ମହୋତ୍ସବ ପାଳନ କରିଥିଲେ।ଏହି ନୀତି ସମ୍ପାଦନ ସମୟରେ ଘଣ୍ଟ, ଛତା,କାହାଳୀର ମହାର୍ଘ୍ୟ ପଟୁଆରରେ ହଜାର ହଜାର ଭକ୍ତ ମନ୍ଦିର ପ୍ରଦଖିଣ କରନ୍ତି।ବିଶେଷ ଭାବରେ ଜଗମୋହନରେ ଅର୍ପିତ ଅମୃତଗମ ମକର ଚାଉଳ (ମକର କୈବଲ୍ୟ) ବା ମକର ଭୋଗ ଲାଭ କରିବା ନିମନ୍ତେ ଭକ୍ତ ଙ୍କ ପ୍ରବଳ ଭିଡ ଥାଏ। ଏହି ନୀତି ପାଳନ ଦିନ ନିଷ୍ଠାପର ଭାବେ ଯିଏ ଶ୍ରୀ ମନ୍ଦିରରେ ଉପସ୍ଥିତରହି ପ୍ରଭୁ ଙ୍କ ନୀତିରେ ନିଯୋଗ ହୋଇ , ଶ୍ରୀ ଜିଉ ଙ୍କ ଦର୍ଶନ କରି ମକର ଭୋଗ ପାଆନ୍ତି, ସେମାନେ ମହା ପୁଣ୍ୟ ଅର୍ଜନ କରିଥିବା ବର୍ଣ୍ଣନା ଅଛି ବୋଲି ଅଭିହିତ କଲେ।  


ଅନିରୁଦ୍ଧ ବାବୁ ଗପିବାରେ ବ୍ୟସ୍ତ। ଛୁଆ ଓ ବଡ଼ ଯେଉଁ ମାନେ ଉପସ୍ଥିତ ନିଶ୍ଚଳ ଭାବେ ନିର୍ବିକାର ହୋଇ ବନ୍ଧୁତ୍ୱ ଓ ମକରର ମହତ୍ତ୍ଵ ଶୁଣିବାରେ ନିମଗ୍ନ। 


ରାତି ବହୁତ୍ ହୋଇଯାଇଥିଲା। ଅବଦୁଲ ଅଙ୍କଲ ସଂଧ୍ୟା ବେଳରୁ ଗାଆଁ ପରିବେଶକୁ ଦେଖି ବା ଓ ସାଙ୍ଗ ସାଥି ଙ୍କୁ ଭେଟିବା ପାଇଁ ବାହାରକୁ ଯାଇ ଥିଲେ। ସେ ଘର ଭିତରକୁ ପଶି ଆସି ଥିଲେ। ଅନିରୁଦ୍ଧ ବାବୁ ଅଙ୍କଲ ଙ୍କୁ ଦେଖି ସମ୍ମାନର ସହ ବସିବା ଆସନରୁ ଉଠି ପଡିଲେ। ସେଠାରେ ଥିବା ସମସ୍ତ ଙ୍କୁ କହିଥିଲେ ହେଇ ଦେଖ ମୋ ମକର ଅଙ୍କଲ ଆସିଗଲେ। ଆଗାମୀ କାଲି ମକର ପାଳନ ହେବାକୁ ଥିବା ତିଥି। ସେଭଳି ତିଥିରେ ମୋ ବାପା ଓ ଅବଦୁଲ ଅଙ୍କଲ ପବିତ୍ର ମକର ଚାଉଳ ଖୁଆ ଖୋଈ ହୋଇ ମକର ବସିଥିଲେ। ମତେ ମଣିଷ କରିବା ସେହି ଦେବତା ପୁରୁଷ ଏହି ବାଦାନ୍ୟ ବ୍ୟକ୍ତି ହିଁ ଅଟନ୍ତି। ଅଙ୍କଲ ଫେରି ଆସିଥିବା ଜାଣି ଅନିରୁଦ୍ଧ ବାବୁ ଙ୍କ ସ୍ତ୍ରୀ ଅଗଣାକୁ ଆସିରାତ୍ରି ଭୋଜନ ପାଇଁ ପାଛୋଟି ନେଇଥିଲେ। ଶୀତ ବଢିବା ସାଙ୍ଗକୁରାତି ବି ବହୁତ୍ ହୋଇଯାଇଥିଲା। ଅନିରୁଦ୍ଧ ବାବୁ ପାଖ ପଡୋଶୀ ଛୁଆ ମାନଙ୍କୁ ବନ୍ଧୁତା ଓ ମକର କାହାଣୀର ପ୍ରତ୍ୟକ୍ଷ ତତ୍ତ୍ଵ ଜାଣିବାକୁ ଆସନ୍ତା କାଲି ମକର ଚାଉଳ ବଣ୍ଟନ କରି ନୂତନ ସାଙ୍ଗ ମାନକୁ ମିଶିବାକୁ ଉପଦେଶ ଦେଇ ଆଜିର ଗଳ୍ପ ସମ୍ମିଳନୀ ଏଇଠି ବିରାମ ଦେବାକୁ କହୁଥିଲେ। ଛୁଆ ମାନେ ଆଗ୍ରହର ସହ ତତ୍ତ୍ଵ ଭିତ୍ତିକ କଥା ଶୁଣି ସକାଳୁ ଦଣ୍ଡ ମନ୍ଦିରରେ ଉତ୍ସବକୁ ଉପଭୋଗ କରିବେ ବୋଲି କହି ବିଦାୟ ନେଇ ଥିଲେ। ଅବଦୁଲ ଅଙ୍କଲ ଓ ଅନିରୁଦ୍ଧ ବାବୁରାତ୍ରି ଭୋଜନ ସାଙ୍ଗକୁ ପୁରା ଦିନର ଯାତ୍ରା ଜନିତ 

କ୍ଳାନ୍ତ ଦୁରାଇବା ପାଇଁ ଶୟନ କକ୍ଷକୁ ଯିବା ବେଳେ , ଆଗାମୀ କାଲିର ମକର ସମ୍ମିଳନୀର କାର୍ଯ୍ୟ ଧାରା ସାରଣୀ ବିଷୟରେ ଗାଆଁ ଯୁବ କ୍ଲବ୍ର ସମ୍ପାଦକ ଫୋନ୍ କରି ଜଣାଉଥଲେ । ଅବଦୁଲ ଅଙ୍କଲ ଅନିରୁଦ୍ଧକୁ କଥା ଶୀଘ୍ର ସାରି ଶୋଇବାକୁ ନିର୍ଦ୍ଦେଶ ଦେଇ ଶୟନ ପାଇଁ ଚାଲି ଯାଇ ଥିଲେ।


Rate this content
Log in

Similar oriya story from Inspirational