Siddhartha Tripathy

Romance Tragedy Inspirational

3  

Siddhartha Tripathy

Romance Tragedy Inspirational

ବଳାତ୍କାର

ବଳାତ୍କାର

5 mins
173


ବଳତ୍କାର ଏକ ମାନସିକ ବିକୃତି। ଅପସଂସ୍କୃତି, ପାଶ୍ଚାତ୍ୟ ସଭ୍ୟତା, ଉଗ୍ରାଧୁନିକତା ବଳାତ୍କାରର ଅନ୍ୟତମ କାରଣ। କ୍ଷଣିକ ଉତ୍ତେଜନାର ବଶବର୍ତ୍ତୀ ହୋଇ ନଷ୍ଟ କରିଦିଅନ୍ତି ନାରୀର ଜୀବନ। ଚିନ୍ତାଧାରାର ପରିବର୍ତ୍ତନ ଦରକାର।


ବୁବୁ ! ଏ ବୁବୁ ! ଛୋଟ ବେଳରୁ ବାପାକୁ ଖାଇଲୁ। କିଛି କାମ ନକରି ଖାଲି ଗାଆଁ ସାରା ଘୁରି ବୁଲୁଛୁ। ପନ୍ଦର ବର୍ଷର ଝିଅ ହେଲୁଣି, ପୁଅ ପିଲା ପରି ପୋଷାକ ପିନ୍ଧି ଗାଆଁ ପାଖ ଜଙ୍ଗଲକୁ ଦୌଡୁଚୁ।


କ'ଣ କରୁଛୁ ସେ ଜଙ୍ଗଲରେ ? ତୋ ନାଆଁରେ ବହୁତ କଥା ଶୁଣୁଛି। ମତେ ଲାଜ ଲାଗୁଛି ତୋ ବେଶ ପୋଷାକ ଦେଖିଲେ। ଆମେ ଗରିବ ଲୋକ। ଆମ ସ୍ୱପ୍ନ ସୀମିତ। ତୁ କାହାଠାରୁ ଏହି ଅର୍ଦ୍ଧନଗ୍ନ ପୋଷାକ ଆଣି ଆଧୁନିକତାର ଡିଣ୍ଡିମ ପିଟୁଛୁ ?


ଵୁବୁ କହିଲା, ଆରେ ମାଆ ବନ୍ଦ କର ତୋ ପ୍ରବଚନ। ତୋ ପରି ଦୁଃଖି ଜୀବନ ମୋର ଅତିବାହିତ କରିବାର ନାହିଁ। ତେଣୁ ତ

ଗାଆଁର ଧନାଢ୍ୟ ତ୍ରିବିକ୍ରମ ସାମନ୍ତରାୟର ମୁଁ ପ୍ରେୟସୀ, ପ୍ରିୟତମା । ମୋର ସ୍ୱପ୍ନ ସୀମିତ ନୁହେଁ। ଯାହା ଚାହିବି ହାସଲ କରିବି।


ମାଆ କହିଲେ, ଝିଅ ଲୋ , ଏତେ ଉଡ଼ିଲେ ପର ଚିଣ୍ଡି ତଳେ ପଡ଼ିବୁ।ମୁହଁମୋଡ଼ି ଚାଲିଗଲା ବୁବୁ । ପ୍ରେମର ପ୍ରବାହରେ ପ୍ରବାହିତ ହେଉଥିଲା ପନ୍ଦରବର୍ଷର ଉଦ୍ଧତଯୌବନା ଯୁବତୀ। ନିଜ ପ୍ରେମକୁ ସାରଙ୍ଗ ପକ୍ଷୀର ପ୍ରେମ ସହ ତୁଳନା କରି ଉତଫୁଲ୍ଲିତ ହୋଇଉଠୁଥିଲା ବୁବୁ ।


ସେତେବେଳେ ଫୋନ ନଥିଲା। ପୂର୍ବନିର୍ଦ୍ଧାରିତ ସମୟରେ ଜଙ୍ଗଲର ବରଗଛ ତଳେ ବସି ଘଣ୍ଟା ଘଣ୍ଟା ଗପୁଥିଲେ ଦୁହେଁ। ସବୁଦିନ ପରି ସେଦିନ ବି ପହଞ୍ଚି ଗଲା ବୁବୁ। ହେଲେ ବ୍ୟତିକ୍ରମ। ପ୍ରତ୍ୟହ ପୂର୍ବରୁ ଆସି ଅପେକ୍ଷା କରିଥାଏ ତ୍ରିବିକ୍ରମ। ହେଲେ ଆଜି ଆସିନଥିଲା।


ଦୂରରୁ ଅସ୍ପଷ୍ଟ ଛାୟା ନଜର ଆସିଲା। ପ୍ରେମିକ ହେଉ ବା ପ୍ରେମିକା, ଅପେକ୍ଷା ବହୁତ କଷ୍ଟ ଦିଏ। ବ୍ୟତିବ୍ୟସ୍ତ କରିପକାଏ। ଖୁସିରେ ବୁବୁର ଆଖି ଉଜ୍ଜ୍ବଳ ହୋଇ ଉଠୁଥିଲା।


ଦୌଡିଯାଇ ପଛପଟୁ ଝୁଲିଗଲା ସେ।

ଛାୟା କହିଲା, ବ୍ୟସ୍ତ କାହିଁକି ହେଉଛୁ ତୋ ପାଇଁ ଆସିଛି ମୁଁ। ଚମକି ଉଠି ଓଲ୍ହେଇଗଲା ବୁବୁ। ଏଇ ତ ଅଚିହ୍ନା କଣ୍ଠ ସ୍ବର। ଅନ୍ଧାରରେ ଛାୟାର ମୁଖମଣ୍ଡଳ ଅସ୍ପଷ୍ଟ ଥିଲା।


ଅର୍ଦ୍ଧଚେତନ ଅବସ୍ଥାରେ ଉଠିଲା ବୁବୁ। ଟିକିଏ ପୂର୍ବରୁ ଦେଖିଥିବା ନିଜ ଶରୀର ବର୍ତ୍ତମାନ କ୍ଷତାକ୍ତ। ପ୍ରବଳ ରକ୍ତସ୍ରାବ। କଷ୍ଟରେ ଛିଣ୍ଡା କପଡ଼ା ପିନ୍ଧି ବାହାରିଲା ଗୃହ ଅଭିମୁଖେ। ଝିଅର ଅବସ୍ଥା ଦେଖି ମାଆର ଆଉ ବୁଝିବା ବାକି ନଥିଲା।

ଏ କ'ଣ ହେଲା ମାଆ ! 

କାନ୍ଦି କାନ୍ଦି ବୁବୁ କହିଲା ମାଆ ଲୋ ! ସାରଙ୍ଗ ପକ୍ଷୀର ପକ୍ଷ କଟିଗଲା।

ସମସ୍ତ ବିଷୟ ବର୍ଣ୍ଣନା କଲା ବୁବୁ । ମାଆ କହିଲେ, ଝିଅ ଲୋ ! ନାରୀର ଚରିତ୍ର ବହୁତ ବଡ। ଏହି ବିଷୟ ବାହାରକୁ ଗଲେ ତୋ ଜୀବନ ବର୍ବାଦ। ଏସବୁ ଭୂଲି ପାଠରେ ମନ ଦେ। ମୁଁ ସାହୁକାର ସାମନ୍ତରାୟ ସାଙ୍ଗରେ କଥା ହେବି। ହଁ ଭରିଲା ବୁବୁ । ମାଆ ସାମନ୍ତରାୟକୁ ସବୁ କଥା କହିଲେ। ସେ କହିଲେ ତ୍ରିବିକ୍ରମ ବାହାରକୁ ପଢିବାକୁ ଗଲା। ତମେ ଏକଥା ବାହାରେ ପ୍ରଘଟ କର ନାହିଁ। ଏମିତିରେ ତମର ଓ ଝିଅର କ୍ଷତି।


ସମୟ ଗଡି ଚାଲିଲା।ଦିନେ ସକାଳେ ପ୍ରବଳ ବାନ୍ତି କଲା ବୁବୁ । ମାଆକୁ କହିଲା, ମାଆ ବାନ୍ତି କାହିଁକି ହେଉଛି ? ରାତିରେ ତ କିଛି ଖାଇନାହିଁ। ମାଆର ଆଉ ବୁଝିବାକୁ ବାକି ନଥିଲା।


ଦୌଡିଗଲା ସାମନ୍ତରାୟ ଘରକୁ। ସେ କହିଲେ ତୁରନ୍ତ ଝିଅକୁ ସହରକୁ ନିଅ। ଛୁଆ ନଷ୍ଟ କରିଦିଅ। ସେଇୟା କଲା ସେ। କିନ୍ତୁ !

ଡ଼ାକ୍ତର କହିଲେ ବର୍ତ୍ତମାନ ସମୟରେ ଛୁଆ ନଷ୍ଟ ସମ୍ଭବ ନୁହେଁ। ଝିଅର ଜୀବନକୁ ବିପଦ। ନିରାଶ ହୋଇ ଫେରିଗଲେ ମାଆ ଝିଅ। କିଛି ବୁଝିପାରୁନଥାଏ ବୁବୁ।


ଧିରେ ଧିରେ ସମୟ ଅତିକ୍ରାନ୍ତ ହେଲା। ପୁତ୍ର ସନ୍ତାନ ଜନ୍ମଦେଲା ବୁବୁ। ସାହୁକାର ସବୁ ଖର୍ଚ୍ଚ ବହନ କରୁଥିଲେ ଓ ମାଆ ଝିଅ ସହରରେ ରହୁଥିଲେ। ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଛୁଆ ଜନ୍ମ ପରେ କେଉଁ ସହରର ଅଜ୍ଞାତ ଦମ୍ପତ୍ତି ଛୁଆଟିକୁ ନେଇଗଲେ। ସବୁ ବ୍ୟବସ୍ଥା କରିଥିଲେ ସାମନ୍ତରାୟ।


କିଛିଦିନ ପରେ ଚିନ୍ତାରେ ବୁବୁର ମାଆ ଆରପାରିକୁ ଚାଲିଗଲେ। ଏକା ହୋଇଗଲା ବୁବୁ । ବଞ୍ଚିବ କେମିତି ?ସହର ହେଉ ଅଥବା ଗାଆଁ ଝିଅଟିଏ ଏକା ରହିଲେ ସମସ୍ତଙ୍କ ନଜର ତା ଉପରେ।


ଏଇ ତ ସହର। ଚେଇଁ ଶୋଇଥାଏ।

ବଡ଼ବଡ଼ିଆ ଭଦ୍ରମୁଖା ରାତିରେ ଉଲଗ୍ନ କରନ୍ତି ଯୁବତୀଙ୍କୁ।ଅଜବ, ଅଦ୍ଭୁତ ସାକ୍ଷାତ।ଅଜବ ସହର ଇଏ।ଶୋଇଥାଏ।କଡଲେଉଟାଏ। ଅଲୋଡା ଯୁବତୀ ପରି ଆଖିଖୋଲି ସ୍ୱପ୍ନ ଦେଖୁଥାଏ।ନିଶାର୍ଦ୍ଧରେ ବିବେକକୁ ହତ୍ୟାକରି,ନାରୀଟିକୁ ଭୁଲୁଣ୍ଠିତାକରି ସକାଳୁ ସକାଳୁ ସୂର୍ଯ୍ୟ ସ୍ନାନ ସାରି ସଜାଡ଼ି ନିଏ ନିଜକୁ। କଇଁଛ ଖୋଳପା ଭିତରେ ପଶିଲା ପରି ପଶିଯାଏ ଭଦ୍ର ଖୋଳପାରେ ! 


ମନ ଜାଣେ ସ୍ୱ।ଦ କେତେ ନିଶାର୍ଦ୍ଧରେ ପକ୍ଷୀ ଶୀକାର ର!! ବିବେକର ବିଶୁଦ୍ଧ ଶରୀର ଜଳିଗଲାପରେ ବାରି ହୂଏ କ୍ଷତି କ'ଣ ?


ପରିସ୍ଥିତି ବାଧ୍ୟ କଲା ବୁବୁକୁ ବେଶ୍ୟା ସାଜିବାକୁ। ପେଟର ଜ୍ଵାଳା ଅସହ୍ୟ।

କେତେ ବ୍ୟକ୍ତିଙ୍କ ଶଯ୍ୟା ସଙ୍ଗିନୀ ସାଜିଲେ ବି ବେଳେ ବେଳେ ସେଇ ଜଙ୍ଗଲର ଲୋମହର୍ଷଣକାରୀ ବଳାତ୍କାର ତା ଅନ୍ତରାତ୍ମାକୁ ଦୋହଲାଇ ଦେଉଥିଲା।


ପଚିଶ ବର୍ଷ ପରେ


ବୁବୁ ବନିସାରିଥିଲା ରାନୁବାଈ । ବାହାରେ ଦଉଡ଼ିଆ ଖଟ, ପାଖରେ ପାନପିକ । ଦୁଇପଟେ ଦୁଇଜଣ ଅଙ୍ଗରକ୍ଷକ। ଆଉ ଗରାଖ ଅନ୍ୱେଷଣର ଆବଶ୍ୟକତା ପଡୁନଥିଲା। ସବୁ ଗଣିକା ପ୍ରତ୍ୟହ ଅମଦାନୀର କିଛି ଅଂଶ ରାନୁବାଈକୁ ଦେଉଥିଲେ।


ବେଶ୍ୟାପଡା ସାମ୍ନାରେ ପାଟି ଶୁଣାଗଲା। ରାନୁବାଈ ବାହାରକୁ ଯାଇ ଦେଖିଲା ପୋଲିସ୍ ଗାଡ଼ି। ମଦ୍ୟପ ଗରାଖକୁ ଟାଣି ଟାଣି ନେଉଛନ୍ତି। ରାନୁବାଈ ଅଟକାଇବାକୁ ଚେଷ୍ଟାକଲା। ବାବୁଜଣକ କହିଲେ, ମୁଁ ଏସ. ପି ଅମିତ୍। ଏଇ ଅପରାଧି। ଆପଣ କିଏ ?


ରାନୁବାଈ କହିଲା, ମୁଁ ଏହି କୋଠିର ମାଲିକାଣୀ। ଅମିତ୍ କହିଲା, ଆପଣଙ୍କୁ ଲାଜ ଲାଗୁନି, ବେଶ୍ୟାପଡ଼ାର ମାଲିକାଣୀ କହିବାକୁ ?

ରାନୁବାଈ କହିଲେ, ବାବୁ ! ବଡ଼ ଅଧିକାରୀ ! ବଡ଼ ଗାଡ଼ିରେ ଚଢ଼ିଛ , ତେଣୁ ବଡ଼ ବଡ଼ କଥା କହୁଛ । କହିପାରିବ ବାବୁ ? ବେଶ୍ୟା ଜଣେ ନାରୀ କାହିଁକି ହୁଏ ?


ଅମିତ୍ କହିଲେ ଅର୍ଥ ଉପାର୍ଜନ ଲାଳସାରେ। ରାନୁବାଈ କହିଲେ, ଭୂଲ !

ବେଶ୍ୟା ବନିବାର କାରଣ ଅନେକ:

ଆର୍ଥିକ ଅନାଟନ,

ପ୍ରତାରିତ,

ବଳାତ୍କାର ।


ଅମିତ୍ କହିଲେ, ମୁଁ ବି ଖୋଜୁଛି ଏହି ସହରର କିଛି ବଳାତ୍କାରଅଭିଯୁକ୍ତଙ୍କୁ , ଯେଉଁମାନେ ଗୋଟିଏ ସରଳ ଗାଉଁଳି ଝିଅକୁ ବହୁତ୍ ବର୍ଷ ତଳେ ବଳାତ୍କାର କରି ଛାଡ଼ିଦେଲେ। ପନ୍ଦରବର୍ଷର ଝିଅଟି ମାଆ ବନିଗଲା। ସେମିତି ଧର୍ଷଣକାରୀଙ୍କୁ ଫାଶୀ ଖୁଣ୍ଟ ନିଶ୍ଚୟ ଦେଖେଇବି।


ଚମକିଉଠିଲେ ରାନୁ। ପଚାରିଲେ, ତମେ ତ ଯୁବକ ଲାଗୁଛ ସେଇ ପନ୍ଦରବର୍ଷର ଝିଅଟି ତମର କ'ଣ ହେବ ? ଅମିତ୍ କହିଲେ, ସେ ମୋ ମାଆ। ସେ ମୋତେ ଜନ୍ମ ଦେଇ ଅନ୍ୟ ହାତକୁ ଟେକି ଦେଇଥିଲେ। ସେମାନେ ମୋତେ ମୋ ଅତୀତ କହିବା ସହ ମୋତେ ମାଆର ପ୍ରତିଶୋଧ ନେବାକୁ ସର୍ବଦା କୁହନ୍ତି।


ରାନୁ ଆଖିରେ ଲୁହ ! ଅମିତ୍ ପଚାରିଲେ, ତମେ କାନ୍ଦୁଛ କାହିଁକି ? ରାନୁ କହିଲେ ସେଇ ଅତୀତ ମନେ ପଡ଼ିଗଲା ।

ଅମିତ୍ ପଚାରିଲେ, " ମାନେ ?"


ରାନୁ କହିଲେ, ମୁଁ ତୋର ସେଇ ଅଭାଗା ମାଆ ! ଅମିତ୍ ଜାବୁଡ଼ି ଧରିଥିଲେ ରାନୁକୁ। ତାପରେ ଗାଡ଼ିରେ ନେଇଗଲେ ନିଜ ଘରକୁ।

ସମସ୍ତ ବୃତ୍ତାନ୍ତ ଶୁଣିଲେ ମାଆଠାରୁ।


କ୍ରୋଧରେ ଥରୁଥିଲେ ଅମିତ୍। ମାଆ ମୁଣ୍ଡରେ ହାତ ରଖି କହିଲେ, ମାଆ ! ପ୍ରତିଜ୍ଞା କରୁଛି ଦୋଷୀକୁ ଦଣ୍ଡ ନିଶ୍ଚୟ ମିଳିବ। ଚାଲ, ଗାଆଁକୁ ଯିବା। ମୁଁ ଯେମିତି କହିବି ସେମିତି କରିବୁ। ମୋ ପରିଚୟ କହିବୁନାହିଁ। 


ମାଆ ପୁଅ ପହଞ୍ଚିଗଲେ ଗାଁ ' ରେ। ଅମିତ୍ ସାମନ୍ତରାୟ ଘରକୁ ଯାଇ ଚାବି ଆଣିଲେ।ରାନୁ ଓରଫ ବୁବୁ ବି ସାଙ୍ଗରେ ଗଲା। ସାମନ୍ତରାୟ କହିଲେ, ଆରେ ବୁବୁ ! କେମିତି ଅଛୁ ? ବାବୁ ! ଠିକ୍ ଅଛି। ଏହି ଛୁଆଟି ମୋତେ ପାଳି ପୋଷି ରଖିଥିଲା। କରୋନା ପାଇଁ କାମ ଧନ୍ଦା ଗଲା। ୟାକୁ ଚାକିରୀ ଦିଅ। ଆମେ ଗାଆଁରେ ରହିବୁ। ଏଇଠି ମୁଁ ଆଖି ବୁଜିବି ।


ସାମନ୍ତରାୟ ଘରେ କାମ କରିବାକୁ ଲାଗିଲା ଅମିତ୍। ବୃଦ୍ଧ ସାମନ୍ତରାୟର ପୁତ୍ର ତ୍ରିବିକ୍ରମ ପ୍ରଚୁର ସୁରା ସାକିରେ ଡୁବି ରହୁଥିଲେ ସାଙ୍ଗମାନଙ୍କ ସହ।


କିଛି ଦିନପରେ


ପୋଲିସ ଗାଡି ପହଞ୍ଚିଲା ଗାଆଁରେ।

ବନ୍ଧା ହେଲେ ତ୍ରିବିକ୍ରମ ଓ ଅନ୍ୟ ଦୁଇସାଙ୍ଗ। ସେଇ ବୁବୁର ବଳାତ୍କାରର ଯୋଜନା କରିଥଲେ ତ୍ରିବିକ୍ରମ। ସମସ୍ତ ତଥ୍ୟ ପ୍ରମାଣ ସଂଗ୍ରହ କରିସାରିଥିଲେ ଅମିତ୍।

ସାହୁକାର ସାମନ୍ତରାୟ ବି ବନ୍ଧାହେଲେ। କାରଣ ଥିଲା ବଳାତ୍କାରଅଭିଯୁକ୍ତଙ୍କୁ ସହଯୋଗ।


ବୁବୁ ଆଖିରେ ଲୁହ। ଅମିତ୍ ପଚାରିଲେ, ମାଆ କାହିଁକି କାନ୍ଦୁଛୁ ? ବୁବୁ କହିଲେ, ବାବୁରେ ! ଏ ଲୁହ ଖୁସିର, ଆନନ୍ଦର, ବିଜୟର।

ବୁବୁ କହିଲେ, ମୋ ପୁଅର ବାହାଘର ଦେଖି ଆଖି ବୁଜିବି।


ଅମିତ୍ କହିଲା , ମାଆ ! ଗୋଟିଏ ଅନୁମତି ଦେବ ? ହଁ କହିଲେ ବୁବୁ।ମାଆଙ୍କୁ ନେଇ ବେଶ୍ୟାପଡ଼ା ଚାଲିଲା ଅମିତ୍। ସେଇଠି ଗୋଟିଏ ଝିଅକୁ ନିଜ ସ୍ତ୍ରୀ ରୁପେ ଗ୍ରହଣ କଲା। ଖୁସିରେ ନାଚୁଥିଲା ବେଶ୍ୟାପଡ଼ା ।ହସୁଥିଲା ସହର, ଖୁସିରେ, ଭରଷାରେ, ଏସ . ପି ଙ୍କ ବଦାନ୍ୟତାରେ।


ସେହି ସମୟରେ

ଫୁଟିଲା ଗୁଳି ଅମିତ୍ କୁ ଲକ୍ଷ୍ୟ କରି। ସାମ୍ନାକୁ ଆସିଗଲେ ବୁବୁ । କୌଣସି ଦଲାଲ ଗୁଳି ଫୁଟେଇଥିଲା। ଟଳି ପଡ଼ିଲେ ବୁବୁ । କହିଲେ, ବାବୁରେ ! ଏହି ଆଧୁନିକ ଯୁଗରେ ଭଲ କାମର ପରିଣାମ ହତ୍ୟା। କିନ୍ତୁ ମୋର ଆଶା ବିଶ୍ବାସ ଓ ଭରଷା ହାରି ଯିବୁନି , ଡରି ଯିବୁନି। ବହୁତ୍ ବୁବୁର ଆଶୀର୍ବାଦ ଓ ଆଶା ତୋ ଉପରେ।



Rate this content
Log in

Similar oriya story from Romance