Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Satyabati Swain

Tragedy


3  

Satyabati Swain

Tragedy


ବିଶ୍ୱାସଘାତକତା

ବିଶ୍ୱାସଘାତକତା

2 mins 157 2 mins 157


ଏମିତି ବିଶ୍ୱାସଘାତକତା !! ପୁଣି ଦେହ ରକ୍ଷୀ ହୋଇ ଏତେ ବଡ଼ କାର୍ଯ୍ୟ କରି ପାରିଲେ ! ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା ରାଜ୍ୟସାରା ଗଳି କନ୍ଦି ଘୁରି ବୁଲୁଥିଲା।


ଧୂଳି ମାଟି ,ଗଛ ପତର ଓ ପ୍ରତ୍ୟେକ ପ୍ରଜା କେବଳ ଲୁହ ନିଗାଡୁଥିଲେ। ସାରା ରାଜ୍ୟ ଶୋକର ଛାୟା ଓ ହାହାକାର କରୁଥିଲା।କଣ ହେଲା! ଏତେ ବଡ଼ ରାଜ୍ୟ ରାଜା ଶୁନ୍ୟ ହୋଇଗଲା !! ଏବେ କଣ ହେବ ପ୍ରଜାମାନଙ୍କର ! ଅରାଜକତା, ଲୁଟ୍, ଡକାୟତି ଏଣିକି ଉଛନ୍ନ କରିଦେବ ପ୍ରଜାମାନଙ୍କ ଜୀବନ।


ମନ୍ତ୍ରୀ ପରିଷଦ ମାନେ ମୁଣ୍ଡରେ ହାତ ଦେଲେ।ଜଣେ ପ୍ରଜାବତ୍ସଳ ରାଜାଙ୍କର ଏପରି ଦୁଃଖଦ ପରିସମାପ୍ତି ହେବ କେହି କଣ କଳ୍ପନା  କରିଥିଲେ ! ଶେଷରେ ଅତି ବିଶ୍ୱସ୍ତ ଦେହ ରକ୍ଷୀ ରାଜାଙ୍କୁ ଗୁଳି କରି ମାରିଦେଲେ ? 


କେହି କେହି କହିଲେ ଅତିରୁ ଇତି ହୁଏ।ରାଜା ଦେହ ରକ୍ଷୀଙ୍କୁ ମନମାନୀ କରିବାକୁ ଦେଉଥିଲେ କାହିଁକି ? ଅନ୍ଧ ଭାବେ ବିଶ୍ୱାସ ବି କରୁଥିଲେ।ମନ୍ତ୍ରୀ ପରିଷଦଙ୍କ ପରାମର୍ଶ ଗ୍ରହଣ ନ କରି ସେ ଦେହ ରକ୍ଷୀ ଦୁଇଟାଙ୍କୁ ଅତି ମାତ୍ରାରେ ବିଶ୍ୱାସ ରାଜାଙ୍କର କାଳ ହେଲା।ନିଜ ବୁଦ୍ଧି ବିବେକ ଖଟେଇ ଆମ ରାଜା ପ୍ରଜା ମାନଙ୍କ ଅତି ପ୍ରିୟ ଭାଜନ ହୋଇଥିଲେ।ମାତ୍ର ଏ ନୂଆ ରକ୍ଷୀ ନୁଯୁକ୍ତ ହେଲା ଦିନୁ ରାଜାଙ୍କ କାନରେ କଣ ଫୁଙ୍କିଲେ ଯେ ରାଜା ଆସ୍ତେ ଆସ୍ତେ ନିଜ ବୁଦ୍ଧି,ବିବେକ ହଜେଇ ସେଇମାନଙ୍କ କଥାରେ ବସ୍ ଉଠ୍ ହେଲେ।ଫଳତ ଆଖିରେ ଦେଖୁଛ।


ଆଉ କେତେ ଜଣ ରାଜ କର୍ମଚାରୀ ଫୁସ୍ ଫୁସ୍ କଥା ହେଉଥିଲେ। ପ୍ରକୃତ ଦୋଷୀ ଦେହରକ୍ଷୀ ନୁହଁନ୍ତି ?


ଆଉ !!


ସେଇ ଯେଉଁ ସାନ ରାଣୀ ଯାହାକୁ ରାଜା ନିମିଷେ ନ ଦେଖିଲେ ବାଉଳା ପ୍ରକୃତ ଦୋଷୀ ସିଏ।


କେମିତି !!


ବୁଢା ବୟସରେ ରାଜା ଯୁବତୀ ଝିଅକୁ କଣ ଦେହ ସୁଖ ଦେଇ ପାରନ୍ତେ ! ନା ନହୁଲି ବୟସୀ ତୃପ୍ତ ହୋଇ ପାରନ୍ତା ! ଏଣୁ ନିତି ନିଦ ବଟିକା ଦେଇ ଏ ଦୁଇ ଦେହ ରକ୍ଷୀଙ୍କ ସହ ରାଣୀ ଅବୈଧ୍ୟ ସମ୍ପର୍କ ରଖନ୍ତି। ଦିନେ ରାଜା କାହିଁକି ନିଶା ଖାଇଲା ପରି ଶୋଉଛନ୍ତି ଭାବି ହେଲେ।କଣ କାରଣ ହୋଇ ପାରେ ! ଆଗରୁ ତ ସେ ଏମିତି କାଠ ଗଡ଼ ପରି ଶୋଉ ନଥିଲେ। କାରଣ ଖୋଜି ଏଇ ନିଷ୍କର୍ଷରେ ପହଞ୍ଚିଲେ କି ଶୋଇବା ପୂର୍ବରୁ ସାନ ରାଣୀ ତାଙ୍କୁ କ୍ଷୀର ଗିଲାସେ ନିତି ପିଆନ୍ତି।ଜାଣି ଜାଣି ଦିନେ ଲୁଚେଇ କ୍ଷୀର ଗ୍ଲାସ ଢାଳି ଦେଲେ ଓ ପିଇବାର ଅଭିନୟ କରି ଶୋଇପଡିଲେ। ତାପରେ ଦୁଇ ରକ୍ଷୀ ଜଣକ ପରେ ଜଣେ ଆସି ରାଜାଙ୍କ ଉପସ୍ଥିତିରେ କେଳି ଆରମ୍ଭ କଲେ।ରାଜା କି ଆଉ ସମ୍ଭାଳି ହୁଅନ୍ତେ।ସାଙ୍ଗେ ସାଙ୍ଗେ ଦୁଇ ରକ୍ଷୀଙ୍କୁ ଚାକିରୀ ବରଖାସ୍ତ କଲେ।


ସେଇ ରାଗରେ ପରା ରାଜା ପ୍ରାତଃ ଭ୍ରମଣ କରିବାକୁ ବାହାରିଲା ବେଳେ ଦୁଇ ରକ୍ଷୀ ରାଜାଙ୍କୁ  ଗୁଳି କରି ମାରିଦେଲେ।


ଓଃ କଥାଟି ଯାଇ ଏଠି !! ଘର ଢ଼ିଙ୍କି କୁମ୍ଭୀର।ଜାଣିଲ ଭାଇ ବୁଢା ବୟସରେ ଯୁବତୀ ଝିଅକୁ ରସିଲେ ଶେଷଟି ହିଁ ଏମିତି ହୁଏ।ରାଜା ହେଲ ବୋଲି ନିଜ ଝିଅଠାରୁ ସାନ ବୟସର ଝିଅକୁ ବାହା ହେବ ! 


ଆରେ ହେ ଚାଲ ଚାଲ ଆମେ ଚକୁଳି ଖାଇବା ଲୋକ ବିନ୍ଧ କାଇଁ ଗଣିବା।କିଏ ଯଦି ଶୁଣିଦିଏ ଆମ ପ୍ରାଣ ସଂକଟରେ ପଡିବ। 


ଯୁଗ ହୋଇଛି ସେଇଆ ହୋ ଯାହାକୁ ବିଶ୍ବାସ କରିବ ସେଇ ପରା ବିଷ ଦେବ!!




Rate this content
Log in

More oriya story from Satyabati Swain

Similar oriya story from Tragedy