STORYMIRROR

ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ବିଗୁଲ୍

ବିଗୁଲ୍

1 min
14.1K


ଲଢାଇରେ ଶତ୍ରୁପକ୍ଷର ବିଗୁଲ୍ ବଜାଉଥିବା ଲୋକଟିକୁ ବନ୍ଦିକରି ରାଜାଙ୍କ ପାଖକୁ ଅଣାଗଲା ।

ଯେତେବେଳେ ରାଜା ବିଚାର କରି ସେ ଲୋକକୁ ମୃତ୍ୟୁଦଣ୍ଡର ଆଦେଶ ଦେଲେ ସେତେବେଳେ ସେ ବିଚରା ଲୋକଟି କହିଲା, “ମଣିମା, ମୁଁ ତ ଆଦୌ ଲଢାଇ କରିନାହିଁ । ଏପରିକି ମୁଁ ତ ଅସ୍ତ୍ରଶସ୍ତ୍ର ମଧ୍ୟ କେବେବି ଉଠାଇ ନାହିଁ, ହେଲେ ମୋତେ କାହିଁକି ଏତେ ବଡ ଦଣ୍ଡ ଦିଆଯାଉଛି?”

ଏହା ଶୁଣି ରାଜା କହିଲେ, “ଏ କଥା ସତ ଯେ ତୁମେ ଲଢାଇ କରିନାହଁ, କିନ୍ତୁ ତୁମର ବିଗୁଲ୍ ଶୁଣି ସୈନ୍ୟମାନେ ଉତ୍ସାହିତ ହୋଇ ଯୁଦ୍ଧ କରୁଥିଲେ । ତେଣୁ ତୁମର ଏ ଯୁଦ୍ଧରେ ବହୁତ ହାତ ଥିଲା । କେବଳ ସେଇଥିପାଇଁ ହିଁ ତୁମକୁ ମୃତ୍ୟୁଦଣ୍ଡ ଦିଆଗଲା ।

ଯିଏ ଲଢାଇ କରିବାକୁ ଉତ୍ସାହ ଦିଏ, ସେ ଲଢାଇ କରୁଥିବା ଲୋକଙ୍କଠାରୁ ବି ଯୁଦ୍ଧ ପାଇଁ ଅଧିକ ଦାୟୀ ।


Rate this content
Log in

Similar oriya story from Children