Pratap Chandra Mishra

Romance

3  

Pratap Chandra Mishra

Romance

ବିଦ୍ରୁପ ଦହନ

ବିଦ୍ରୁପ ଦହନ

4 mins
175



ହରିହର ମନ ଦୁଃଖ ରେ ସନ୍ତାପିତ। ସମୁଦ୍ର କୂଳେ ଫିଙ୍ଗା ଖାଲି ମଦ ବୋତଲ ଟିଣ କୁ ଗୋଡ ରେ ଫିଙ୍ଗି ଫିଙ୍ଗି ପ୍ରାୟ ଦେଢ଼ କିଲୋମିଟର ଯାଏଁ ଘୋଷାଡି ଘୋଷାଡି ନେଉଛି। ଦେଖଣାହାରୀ ଯିଏ ବି କିଏ ଦେଖୁଛି ତାର ଅଶାନ୍ତ ମନ ର କୋଳାହଳ କୁ ଠିକ୍ ବାରି ପାରୁଛି। ତେବେ ଏମିତି ଆଗକୁ ଗଲା ପରେ ସେହି ଖାଲି ଟିଣ ଟି ଆଉ ଆଗକୁ ଘୁଞ୍ଚିଲା ନାହିଁ । ସମୁଦ୍ର ର ଜୁଆର ତରଙ୍ଗ ଓ ବାଲୁକା ସହ ମିଶି କିଛି ବସ୍ତୁ ର ଗତି ପଥ ରୋଧ ଯୋଗୁଁ ଆଗକୁ ଗୋଇଠା ପାହର ଖାଇ ଯାଉଥିବା ଶୂନ୍ୟ ଟିଣ ଟି ସତେ ଯେମିତି ଦୁନିଆ କୁ କିଛି ସୂଚାଈବା କୁ ନିର୍ଦ୍ଦେଶ ଦେଉଛି। ବେଳା ଭୂମିରେ ସେ ବସ୍ତୁର ଦରପୋତା ଅଂଶ ସଚଳ ଥିବା ଟିଣକୁ ଅଟକାଇ ଦେଇଛି। ତାର ନିଶ୍ଚଳ ତା ହରିହର କୁ ବି ବିସ୍ମୟ ହେବାକୁ ବାଧ୍ୟ କରି ସେହି ଅଧପୋତା ବସ୍ତୁ ନିକଟରେ ନିର୍ବାକ କରି ଦେଇଛି।

ବାହ୍ୟ ଅଂଶ କୌଣସି ମର ଶରୀର ଭଳି ଲାଗୁଛି। ତା ଉପରେ ଅଶାନ୍ତ ସମୁଦ୍ର ର ଲହରୀ ଭଳି ଭଳି ରୂପରେ ନାଚି ଯାଉଛି। ହରିହର ନିରେଖି ଦେଖୁଛି ।ଧିରେ ଧିରେ ସେ ଜାଣି ପାରୁଛି ଏ ଶବ କୌଣସି ମହିଳା ର ନିଶ୍ଚୟ। ଶବ ଟି ମୁହଁ ମାଡ଼ି ପଡ଼ି ରହିଛି। ହରିହର ବେସ ପୋଷାକ ରୁ ଠିକ୍ ଜାଣି ପାରୁଛି ଏହା ମହିଳା ଙ୍କର ଶବଟିଏ। ହେଲେ ସକାଳୁ ସକାଳୁ ପ୍ରାତଃ ଭ୍ରମଣରେ ଆସିଥିଲା। ଲୋକ ଭିଡ ବିଶେଷ ନାହିଁ ସାଗର କୂଳରେ। ଅଜଣା ମହାମାରୀ ଯୋଗୁଁ ସବୁ ନୀରବ। ସେ କ'ଣ କରିବ ଭାବିବା ପୂର୍ବରୁ ସାଗର ତଟ ଥାନା ଉପରେ ତାର ଦୃଷ୍ଟି ପଡିଲା। ସେଠି କୁ ଯାଇ ଖବର ଦେଲା ପରେ ତଟ ରକ୍ଷକ ଗୁଇନ୍ଦା ଆସି ଶବ କୁ ବାହାର କରି ବ୍ୟବଚ୍ଛେଦ ପାଇଁ ବନ୍ଦୋବସ୍ତ କଲେ। ଏବଂ ସେ ଶବ ଟି କିଏ ତାର ଅନୁସନ୍ଧାନ କରିବାକୁ ଲାଗିଲେ। ହରିହର ଖବର ଦେଇ ପୋଲିସ କୁ ଘର କୁ ଫେରି ଆସିଥିଲା। ପରବର୍ତ୍ତୀ ଦି ନ ଟେଲିଭିଜନ ରେ ସବୁ ଜାଣିବାକୁ ପାଇଲା।ସେହି ଶବ ଟି ର ପ୍ରକୃତ ନାମ ସୋଭନା। ସେ ନିକଟ ଗାଆଁ ର କଲେଜ୍ ପଢୁଆ ଝିଅ। ସମୁଦ୍ର କୂଳ ପାଖକୁ କୋଚିଙ୍ଗ ସେଣ୍ଟର୍। ରେଳ ବିଭାଗ ରେ ଚାକିରି କରିବ ବୋଲି ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ପଢିବାକୁ ଆସେ। ହେଲେ ଏ ପଢା ଭିତରେ ସେ କେତେବେଳେ ହରିହର କୁ ଭଲ ପାଇ ବସିଥିଲା ,ସେକଥା ସେ ବି ଜାଣି ନ ଥିଲା। ହରିହର ଇଞ୍ଜିନିୟର ଗ୍ରଜୁଏଟ। ଚାକିରୀ ପାଇଁ ସିଏ ବି ସେହି କୋଚିଙ୍ଗ ସେଣ୍ଟର କୁ ଆସେ। ଦୁହେଁ। ସେଇଠି ଦେଖାସାକ୍ଷାତ ହୋଇଥିଲେ। ଏବଂ ପରସ୍ପର ଭଲ ପାଇ ବସିଥିଲେ। ସୋଭନା ଥିଲା ନୀଚ ଜାତି ର ଝିଅ। ହରିହର ଉଚ୍ଚ ଜାତି ସମ୍ପନ୍ନ। ଦୁହିଁଙ୍କର ଭିତରେ ଜାତି ପ୍ରଥା ର କୌଣସି ଭେଦଭାବ ନ ଥିଲା ।କିନ୍ତୁ ହରିହର ଘରେ କଡା ଥିଲେ ଏ ଭଳି ଜାତି ସଂସ୍କୃତି ଓ ପରମ୍ପରା ର ଭାବ ନେଇ। ଶୋଭନା ବି ହରିହର କୁ ସଚେତନ କରାଇ ଥିଲା,ଉଚ୍ଚ ଜାତିର ଗୋଷ୍ଟି ତୁମକୁ ପ୍ରଶ୍ରୟ ଦେବେ ନାହିଁ। ତେଣୁ ଭୁଲିବାକୁ ହେବ ନତୁବା ଉଭୟେ ବିବାହ ବନ୍ଧନରେ ଆବଦ୍ଧ ହେବା।ହରିହର ପ୍ରତିଶ୍ରୁତି ସହ ଭରସା ଦେଇଥିଲା ଶୋଭାନା କୁ। କିନ୍ତୁ ବିଧାନ କିଛି ଅଲଗା ଥିଲା। ଶୋଭନା ର ଘରେ ଏକଥା ଜାଣି ପାରିଥିଲେ। ହରିହର କୁ ତା ଘରକୁ ଯାଇ ଧମକ ଦେଇ ଆସିଥିଲେ , ଭୁଲିବାକୁ ଶୋଭନାକୁ। ଅନ୍ୟଥା ପରିଣାମ ଭୋଗ କରିବାକୁ ହେବ ବୋଲି ବୁଝାଇ ଥିଲେ। ବିଚଳିତ ହରିହର ଦେଇଥିବା ପ୍ରତିଶ୍ରୁତି ଓ ଶୋଭନା ର ପରିବାର ର ଧମକ ସାଗର ଭଳି ଢେର୍ ଅଶାନ୍ତ ହୋଇ କ'ଣ କରିବ ଅଡ଼ୁଆ ସୂତା ର ଖିଅ ଖୋଜିବା କୁ ବେଳା ଭୂମିରେ ଛଟ ପଟ ହେଉଛି। ଏକଥା ସୋଭନା ଜାଣି ପାରିଥିଲା। ତା ଘର ଲୋକଙ୍କୁ ବହୁତ୍ ବୁଝାଇଥିଲା। ଦୁହେଁ ଦୁହିଁଙ୍କୁ ବହୁତ୍ ଭଲ ପାଆନ୍ତି। ଅତି ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। କୌଣସି ମନ୍ଦ ଅନିଷ୍ଟ କରିବାକୁ ବାରଣ କରୁଥିଲା ସୋଭନା।କିନ୍ତୁ ଫଳ ଓଲଟା। ଭବିଷ୍ୟତ ର ଅନିଶ୍ଚିତତା ଓ ଜାତି ପ୍ରଥା ର ଦ୍ୱାହି ଦେଇ ପରିବାର ଙ୍କ ଅସହ ଯୋଗ ସୋଭନା କୁ ଅତ୍ୟନ୍ତ ବିଚଳିତ କରିଦେଇଥିଲା। ତେଣୁ ସେ ନିଜକୁ ନିଜେ ହିଁ ସମସ୍ତ ବିଷୟର ଅଶାନ୍ତ ଭାବି ଅଧ ରାତିରୁ ଘରୁ ବାହାରି ସ୍ୱାର୍ଥ ପର ଦୁନିଆ ରୁ ନିଶ୍ଚିହ୍ନ ହେବାକୁ ନିଷ୍ପତ୍ତି ନେଇ ଥିଲା। ମନର କ୍ଷୋଭ ଜାତିର ପ୍ରହାର ରେ ସମୁଦ୍ର ଗର୍ଭକୁ ଠେଲି ଦେଇ ଥିଲା। ପ୍ରାଣ ପ୍ରିୟ ପ୍ରିୟତମର ସୁରକ୍ଷା ଓ ପିତ୍ରାଳୟ ର ଚିନ୍ତା ରେ ଅଲୋଡା ଅଶାନ୍ତ ରୁ ସଭିଙ୍କୁ ରକ୍ଷା କରିବା ପାଇଁ ଜୀବନ ଝାସ ଦେବା ଶ୍ରେୟସ୍କର ଭାବି ଥିଲା। ତେଣୁ ଅଜଣା ଶବ ସେହି ସୋଭନା ର ବୋଲି ଆଉ ଅଛପା ରହି ନ ଥିଲା। ଏବଂ ହରିହର କୁ ହିଁ ସର୍ବ ପ୍ରଥମେ ଦୁନିଆ ବୁକୁରେ ସାଗର ବେଳା ରେ ଟାଣି ନେଇ ଅଟକାଇଥିଲା। ଟେଲିଭିଜନ ରେ ଏ ସବୁ ରହସ୍ୟ ଉନ୍ମୋଚନ ଜାଣି ହରିହର ଆଉ ଥୟ ଧରି ରହି ପାରିନଥିଲା। ତା ନିଜ ର ପ୍ରାଣ ପ୍ରିୟା କୁ ନିକଟରେ ପାଇ ସୁଦ୍ଧା ଅଜଣା ଭାବି ଛାଡି ଦେଇଥିବା ଗ୍ଲାନି ରେ ନିଜକୁ ଧିକ୍କାର କରୁଥିଲା। ମିଛ ଆଳ ରେ ଶୋଭନା ର ଘର ଲୋକେ ହରିହର ନାଆଁ ରେ ପ୍ରତିଶୋଧ ପରାୟଣ ହୋଇ ଏତଲା ଦେଇଥିଲେ। ହରି ହର ତା ହୃଦୟ ର ସାଥି କୁ ଭେଟି ବାକୁ ଥାନା କୁ ଅଗ୍ରସର ହେଉଥିଲା ବେଳକୁ ,ଥାନା ରୁ ପୋଲିସ ମାନେ ହରିହର କୁ ଖୋଜି ନେବାକୁ ଆସୁ ଥିଲେ। ହରି ହର ଅତି ସରାଗ ରେ ସେମାନଙ୍କ ସହ ଥାନା କୁ ଯିବା କୁ ଉଦ୍ୟତ ହେଉଥିଲା। କାରଣ ସୋଭନା ର ମର ଶରୀର ପ୍ରତୀକ୍ଷା ରେ ଥିଲା ହରିହର ପାଇଁ। ଥାନା ବାବୁ ଙ୍କୁ ନେହୁରା ହେଉଥିଲା ହରିହର ଟିକେ ଶେଷ ଦର୍ଶନ କରିବାକୁ ସୋଭନା ର। ହେଲେ ଥାନା ବାବୁ ,ହରିହର କୁ ଅପରାଧୀ ନଜର ରେ ଥାନା ହାଜତ୍ ରେ ଅକଥନୀୟ ପ୍ରହାର କରିଚାଲିଥିଲେ।ପ୍ରତ୍ୟେକ ପ୍ରହାର ସୋଭ ନା ର ବଳିଦାନ କୁ ମନେ ପକାଇଥିଲା ବେଳେ , ମ୍ରି ୟ ମାଣ ହରିହର ଆଠାଣିଆ ମାଡ଼ରେ ମରଣ କୁ ଯେମିତି ସ୍ଵାଗତ କରୁଥିଲା। ତାକୁ ସୋଭନା ଦୂର ରୁ ଥାଇ ହାତ ଠାରୁ ଥିବା ଅନୁଭବ କରୁଥିଲା। ସେ କହୁଥିବା ଅନୁଭବ କରୁଥାଏ ଯେମିତି ଏଇଠି ଜାତି ବର୍ଣ୍ଣ ର କୌଣସି ଭେଦ ନାହିଁ । କେବଳ ଶାଶ୍ଵତ ପ୍ରେମ ହିଁ ଚିର ସର୍ବସ୍ବ। ତେଣୁ ଫେରିଆସ ବୋଲି ଡାକୁଥାଏ ସୋଭନା ହରିହର କୁ। ଅଜସ୍ର ମାଡ଼ ଓ ଲାଞ୍ଚ ଖିଆ ଥାନା ବାବୁ ଙ୍କ ମିଛ ବାହାନା ରେ ହରିହର କୁ ପିଟିଥିଲେ। ହରିହର କୁ ଆଉ ପୋଲିସ ପ୍ରହାର କାଟି ନ ଥିଲା। କାରଣ ସେ ବି ଶୋଭନା ପାଖକୁ ସେହି ହାଜତ ରେ ହିଁ ପହଞ୍ଚି ଯାଇଥିଲା। 


ମିଡିଆ ବାଲା ଦୁଇ ପ୍ରେମୀ ଙ୍କ ପ୍ରେମ କାହାଣୀ କୁ ନେଇ ତା ଭିନ୍ନ ଗଳ୍ପ ଉଦାହରଣ ମାନ ଦେଇ ଟି ଆର୍ ପି ରେଟ ବଢ଼ାଉଥିଲେ ।


Rate this content
Log in

Similar oriya story from Romance