Lipi Sahoo

Comedy Others

4.0  

Lipi Sahoo

Comedy Others

ଭୁଲାରୋଗ

ଭୁଲାରୋଗ

3 mins
135


ଏଇ ଡହଡହ ଖରାବେଳେ ସିନୁ କୁ କୋଉଠି ଖୋଜିବି , ଭାବି ଭାବି ରାହାସ ବାବୁଙ୍କ ମୁଣ୍ଡ ଘୂରେଇ ପକେଇଲା । କୋଉ ବେଳା ରେ ଘରୁ ବାହାରିଥିଲା ଯେ ମଣିଷ ଆଜି ଏତେ ଅବସ୍ଥା ଭୋଗିଲା । ଦୀର୍ଘ ଚାଲିଶ ବର୍ଷ ଭିତରେ ଏମିତି ଭୂଲ ସେ କେବେ ବି କରି ନଥିଲେ । ବୁଢୀର ଖରାରେ ତଣ୍ଟି ଶୁଖି ଯାଉଥିବ । ଘଡ଼ିକୁ ଅନେଇଲେ ଅଢେଇଟା ବାଜିଲାଣି । କୋଉଠି ଥିବ କ'ଣ କରୁଥିବ ?? ଭୋକ ହେବଣି ତାକୁ । ମୋବାଇଲ୍ ଟା ବି ସାଙ୍ଗରେ ଆଣିନି ଘରେ ଛିଡି କି ଆସିଛି ବୋଧେ ?? ଯେତେ ଲଗେଇଲେ ଖାଲି ରିଙ୍ଗ୍ ହେଉଛି । କେହି ଉଠଉ ନାହାଁନ୍ତି । ଆରେ ହଁ ..... ମନେପଡ଼ିଲା ଆସିଲା ବେଳେ କହିଥିଲା ମୁଁ ଖାଲିଟା ରେ ପର୍ସ ଆଉ ମୋବାଇଲ୍ କାହିଁକି ନେବି ?? ତମେ ତ ସାଙ୍ଗରେ ଅଛ ‌। ଆଜିକାଲି ସବୁ ଭୁଲି ଯାଉଛି । କୋଉଠି ଯଦି ଛାଡ଼ି ଦେବି ହଜିବା ସାର ହେବ । ଏବେ ମୁଁ କ'ଣ କରିବି ?? ସେ ଆଉ ଦୁଇ ତିନି ଜଣ ପରିବା ଦୋକାନୀ କୁ ପଚାରିଲେ ସିନୁଙ୍କ ବିଷୟରେ । ସେମାନେ ବି ସେଇ କଥା କହିଲେ । ଏଇଠି ତ ଠିଆ ହେଇଥିଲେ ମାଁ । ଆପଣ ଏତେ ସମୟ ଯାଏଁ ଆସିଲେନି । ଖରା ଯୋର୍ ରେ ହେଲା ଯେତେବେଳେ ମାଁ ମେନରୋଡ ଆଡ଼େ ଚାଲିଚାଲି ଗଲେ । ତାପରେ ଆମେ ଦେଖିନୁ ।

             ହେ !! ଭଗବାନ ଏବେ କ'ଣ କରିବି ?? ଆଜି ସକାଳେ ହିଁ କହୁଥିଲା , ହେଇଠି !! ତମେ ଅନଲାଇନ୍ ରେ ପରିବା ଆଉ ଗ୍ରୋସରୀ ଜିନିଷ ମଗେଇବା ଶିଖି ଯାଉନ । ଏଇ ବୟସରେ ଧାଁ ଦଉଡ଼ କରିବାକୁ କ'ଣ ଭଲ ଲାଗୁଛି ?? ଯୋଉ ସର୍ବଗିଳା ଖରା ହେଉଛି ନା ସେଇଥିରେ ବାହାରକୁ ଯିବାକୁ ବି ଡର । ତା'ପରେ ବ୍ୟାଗ ବୋହିବା ବି ଗୋଟେ ଜଞାଳ । ବୟସ ବି ବଢିଲାଣି କୋଉ ବୋହି ହେଉଛି ଯେ ?? ତମେ ଅନଲାଇନ୍ ରେ ମଗାଇଲେ ଆଉ କିଛି ଅସୁବିଧା ରହିବନି । ସେଥର ଦେଖୁନ ମାନି ବାଙ୍ଗାଲୋରରେ ଥାଇ ଆମ ପାଇଁ ଅନଲାଇନ୍ ରେ ପରିବା ଆଉ ଗ୍ରୋସରୀ ମଗେଇ ଦେଇଥିଲା । ସବୁ ଘର ଦୁଆରରେ ଆସି ପହଞ୍ଚି ଯାଇଥିଲା । ହେଲେ ବାରଂବାର ତାକୁ କହିବାକୁ ଭଲ ଲାଗୁନି । ସେ ତା ଚାକିରୀ ସମ୍ଭାଳାବ ନା ଆମ ବୁଢ଼ାବୁଢ଼ୀ ଙ୍କ କଥା ବୁଝିବ । ହଉ ଚାଲ ଆଜି ତମ ସହ ମୁଁ ଯିବି । ବ୍ୟାଗ ଧରି ଦେବି ତମେ ସବୁ ବ୍ୟାଗ୍ ଉଠେଇ ପାରିବନି । ହେଲେ ମୁଁ ମୂର୍ଖ ଆଜି କ'ଣ କଲି ତା ସାଙ୍ଗ ରେ ?? ବିଚରା ଅଟୋ ଟେ କରି କି ଘରକୁ ବି ଯାଇ ପାରିବନି । ସେ ପର୍ସ ଆଣିନି ସାଙ୍ଗରେ ।

                ମୋବାଇଲ୍ ପୁଣି ରିଙ୍ଗ ହେଲା ରାହାସ ବାବୁଙ୍କ ର । କିଏ ଗୋଟେ ଅଜଣା ନମ୍ବରରୁ ଦୁଇଥର ଫୋନ୍ କଲାଣି , ମୁଁ କାଟି ଦେଉଛି ସେ ପୁଣି କରି ବିରକ୍ତ କରୁଛି । ଆରେ...ରେ !! ଏଇଟା ସିନୁ କରୁନି ତ କାହା ମୋବାଇଲ୍ ରୁ । ମୁଁ କେତେ ବୋକା କାଟି ଦେଉଛି । ସେ କଲ୍ ରିସିଭ୍ କଲେ ।                

        ସେପଟୁ ହ୍ୟାଲୋ !! ମୁଁ ହାଟ ପାଖ ଥାନାରୁ ଥାନାବାବୁ କହୁଛି । ଆପଣ ରାହାସ ବାବୁ ତ ?? ଏଁ ଥାନାରୁ କ'ଣ ଫୋନ୍ ଆସିଲାଣି । ସିନୁ ର କିଛି ହେଇନି ତ ?? ଗୋଡ଼ ହାତ ଥରିବା ଆରମ୍ଭ କରିଦେଲା ତାଙ୍କର । ଡରିଡରି କହିଲେ ହଁ କହୁଛି । ସେପଟୁ ମ୍ୟାଡାମ୍ , ଆମ ପାଖରେ ଅଛନ୍ତି ଆସି ନେଇ ଯାଆନ୍ତୁ । ଆପଣ ଭଲ ଲୋକ ତ , ସାଙ୍ଗରେ ଆଣି ଭୁଲି କି ଛାଡ଼ି ପଳଉଛନ୍ତି ?? କେତେ ହଇରାଣ ହେଲେଣି ସେ । ଆମେ ଦେଖିଲୁ ବୋଲି ସିନା ଆଣି ଏଠି ବସେଇଲୁ । ଲାଜ ଲାଗିଲା ବହୁତ ରାହାସ ବାବୁ ଙ୍କୁ , ହଉ ମୁଁ ଆସୁଛି କହି ଫୋନ୍ କାଟିଦେଲେ ।

                  ରାହାସ ବାବୁ ଟିକେ ଶାନ୍ତି ରେ ନିଃଶ୍ୱାସ ମାରିଲେ । ମନେ ମନେ ହସିଲେ ବୟସ ବଢିବା ସହ ଏଇ ଭୁଲିବା ରୋଗଟା ବି ବଢ଼ି ବଢ଼ି ଚାଲିଛି । ଦୁହେଁ ମିଶି ସବୁ କିଣାକିଣି କଲେ । ପରିବା ଦୋକାନ ପାଖରେ ସିନୁକୁ ଠିଆ କରେଇ ସେ ଗଲେ ଫଳ କିଣିବାକୁ । କହିଲେ ଏଇଠି ଥାଅ ମୁଁ ଫଳ ଆଣି ଆସୁଛି ତମେ କାଇଁ ଖରାରେ ସେଠିକି ଯିବ । ଫଳ ଦୋକାନ ରୁ ଫଳ କିଣିଲେ ଆଉ ସିଧା ଚାଲିଗଲେ ଗାଡ଼ି ପାଖକୁ । ଖାଲି ସେତିକି ନୁହେଁ , ଗାଡ଼ି ଚଲେଇ ଘରକୁ ସିଧା ପଳେଇଲେ । ଘରେ ତାଲା ଦେଖି ମନେ ପଡ଼ିଲା ଯେ , ଆରେ....ତାଙ୍କ ସହ ସିନୁ ବି ଯାଇଥିଲା । ତାକୁ ହାଟରେ ଛାଡ଼ି ଆସିଛି । ସାଙ୍ଗେ ସାଙ୍ଗେ ଗାଡ଼ି ବୁଲେଇ ଆସି ହାଟରେ ପହଞ୍ଚିଲେ । ଦେଖିଲା ବେଳକୁ ସିନୁ ଗାୟେବ୍ । ମସ୍ତ ଫ୍ୟୁଜ୍ ହେଲି ଆଜି ... । ଭାଗ୍ୟ ଭଲ ନ୍ୟୁଜଫ୍ୟୁଜ୍ ବାଲା ଙ୍କ ହାବୁଡ଼ରେ ପଡ଼ିନି । ନହେଲେ ସାରା ଓଡ଼ିଶାରେ ଚର୍ଚ୍ଚା ର ବିଷୟ ପାଲଟି ଯାଇଥାଆନ୍ତି । 


Rate this content
Log in

Similar oriya story from Comedy