Disambar Meher

Inspirational

4.8  

Disambar Meher

Inspirational

ଭୁଜନି ଗଲେ ଡେବ୍ରି ଅଛ

ଭୁଜନି ଗଲେ ଡେବ୍ରି ଅଛ

3 mins
507


 ହଙ୍ଗେରି ଦେଶନେ କରୋଲି ନାଁ ନେ ଗୁଟେ ପିସ୍ତଲ୍ ସୁଟର୍ ଥିଲା । ସେ ହଙ୍ଗେରି ଦେଶର୍ ସେନାବାହିନୀ ନେ ଚାକ୍ରି କରୁଥିଲା । ଦେଶର୍ ସବୁ ନେହନାଲ୍ ଚାମ୍ପିଆନ୍ ସିପ୍ ନେ ଭାଗ୍ ନେଇକରି ଏକ୍ ନମର୍ ହେଉଥିଲା । କରୋଲିର୍ ଗୁଟେ ସପନ୍ ଥିଲା ତାର୍ ସୁଟିଙ୍ଗ୍ ହାତକେ ପୁରଥିର୍ ଏକ୍ ନମର୍ ସୁଟିଙ୍ଗ୍ ହାତ଼ ବନାବାର୍ । ବର୍ଷେ ପତେ ତାର୍ ହାତ଼ କେ ବଲବାନ୍ କରବାକେ ଟ୍ରେନିଙ୍ଗ କଲା । ଦିନ୍ ରାଏତ୍ ଗୁଟେ କରି ଦେଲା ବେଷ୍ଟ ସୁଟିଙ୍ଗ୍ ହାତ୍ ବନାବାର୍ ଲାଗି । ସବୁ ଲୋକ୍ ଜାନିଥିଲେ କରୋଲି ଏକା ୧୯୪୦ ଅଲୋମ୍ପିକ ନେ ଜିତବା ବୋଲି । ସେ ଭିଁ ଗୁଟେ ସପନ୍ ଦେଖୁଥିଲା ପୁରଥିନେ ତାର୍ ହାତ଼କେ ଏକ୍ ନମର୍ କରବାର୍ ।

୧୯୩୮ ମସିହାର୍ ଗୁଟେ ଘଟ୍ନା ଜେତେବେଲେ ସେନା ମାନକର୍ ଟ୍ରେନିଙ୍ଗ ଚାଲୁଥାଏ । ସେ ସମିଆଁ ନେ ଟିଫିନ୍ ବମ୍ କରୋଲିର୍ ଭୁଜନି ହାତେ ଫୁଟିକଲା ଆର୍ ହାତ୍ ଛିଡିଗଲା । କରୋଲିକେ ହଙ୍ଗ୍ରେରି ସେନା ନୁ ବାହାର୍ କରି ଦେଲେ। ତାର୍ କେଡେ ବଡ୍ ସପନ୍ ଧୁଇଲ୍ ମାଏଟ୍ ହେଇଗଲା। ସପନ୍ କେ ସତ୍ କର୍ମୀ ବୋଲି କେତେ ଭାବିଦେଖେ ଆଏଁଖ୍ ନୁ ଲୁହୁ ନିଥ୍ରି ଜାଉଥାଏ । ଆଏଁଖ୍ ର ଲୁହୁ ପୁଛବାକେ ତାର୍ ଡେବ୍ରି ହାତ୍ ଆଏଁଖ୍ ପାସକେ ପଲେଇ ଆସ୍ଲା । ସେ ସମିଆଁ ନେ କରୋଲି ଚମକି ଗଲା ଆର୍ ଡେବ୍ରି ହାତ୍ କଥା ସୋର୍ କଲା । ସେ ସପନ୍ କେ ସତ୍ କରି ପାର୍ମୀ ବୋଲି ଫେର୍ ଆସା କର୍ଲା ଆର୍ ଛାତିନେ ଦମ୍ ରଖିକରି ଡେବ୍ରି ହାତେ ପିସ୍ତଲ୍ କେ ଉଠେଇ ଦେଖ୍ଲା ମାତର୍ ହେ ହାତେ ବଲ୍ ନେଇ କରି ପାରୁଥାଇ ।

ଫେର୍ କେତେ ଦିନ୍ ଉତାରୁ ହସପତାଲକେ ଗଲା ଡେବ୍ରି ହାତର୍ ଲାଗି ଡାକ୍ଟର୍ କେ ଦେଖାଲା ଆର୍ ଡେବ୍ରି ହାତେ ପିସ୍ତଲ୍ ଧରି ସୁଟିଙ୍ଗ ଟ୍ରେନିଙ୍ଗ ମୁଲ୍ କରିଦେଲା ଆର୍ ସେ ହାତେ ଭି ସବୁ ଜିନିସ୍ କେ ଆଏଁଖ୍ ସନେ ମିଶେଇ କରି ବନ୍ଧୁକର କର୍ ଗୁଲି ନେ ସୁଟ୍ କରି ପାରୁଥିଲା ମାତର୍ ଗୁଟେ ହାତ଼ ଗଲା ପଛେ ଅଲଗା ହାତେ ସୁଟ୍ କରି ପାରବାର୍ କଥା କିହେ ନାଇଁ ଜାନିଥାଇ ।

୧୯୩୯ ନେ ହଙ୍ଗେରି ନେ ଗୁଟେ ନେସନାଲ୍ ଚାମ୍ପିଅନ ସିପ୍ ହେଇଥିଲା ଦେଶର୍ ଭିନ୍ ଭିନ୍ ଇଲାକାନୁ କେତେ ବଛା ବଛା ସୁଟର୍ ହେନ ଆସିଥିଲେ ସଭେଁ କରୋଲି କେ ଦେଖିକରି ଖୁସ୍ ହେଇଥିଲେ କାଏଁ ଜେ କି କରୋଲି ଗୁଟେ ପୁର୍ନା ଆର୍ ପୁରଖା ଖେଲାଲି ଆର୍ ସେ ଇନକେ ଆମକେ ତହଁକ୍ ଦେବାକେ ଆସିଛନ୍ । ମାତର୍ କରୋଲି ତାର୍ ଡେବ୍ରି ହାତେ ପିସ୍ତଲ୍ ଧର୍ଲା ଆର୍ କିରଲେଇ କରି କହେଲା ସଭେଁ ରେଡି ହୁଏ ମୁଇଁ ଭି ଭାଗ୍ ନେମି- ଇଟା ସୁନି କରି ସଭେଁ ଛନେକ୍ କାବା ହେଇଗଲେ । ସଭେଁ ତାକର୍ ଦୁହି ହାତେ ପିସ୍ତଲ୍ ସୁଟିଙ୍ଗ୍ କରାବକେ ହାତେ ପିସ୍ତଲ ଧର୍ଲେ । ମାତର୍ କରୋଲି ତାର୍ ଆଶା ବିଶ୍ୱାସ ଆର୍ ପରିଶ୍ରମ୍ ଲାଗି ସେ ଚମ୍ପିୟାନ ସିପ୍ ରେ ଏକ୍ ନମର୍ ହେଲା ଆର୍ ଦେଖେଇ ଦେଲା ତାର୍ ଗୁଟେ ହାତର୍ କମାଲ୍ । ଫେର୍ ଭି ସେ ଜୀବନ୍ ନେ ସପନ୍ ଦେଖବାର୍ ବନ୍ଦ ନେଇକରି ତାର୍ ଜୀବନର୍ ବଡ଼ ସପନ୍ ଅଲମ୍ପିକ୍ । ସବୁ ବେଲେ ମାର୍ ଗୁଟେ ନଜର୍ ପୁରଥିନେ ତାର୍ ଡେବ୍ରି ହାତକେ ପେହେଚାନ୍ ଦେବାର୍ ଦିନ୍ ରାଏତ୍ ଏକ୍ କରି ଲାଗି ପଡୁଥିଲା ଅଭ୍ୟାସନେ । ୧୯୪୦ ଅଲମ୍ପିକ ଲାଗି ସବୁ ଅଭ୍ୟାସ କରିସାରିଥିଲା ମାତର୍ ବିଶ୍ବଯୁଦ୍ଧ୍ ଲାଗି ବନ୍ଦ ହେଇଗଲା ଖୁବ୍ ଦୁଖ୍ ମନା ହେଲା ତାର୍ ସପନ୍ ବରଫ୍ ମେତାର୍ ତରଲି ଜାଉଥିଲା ଫେରଭି ସେ ସପନ୍ କେ ସତ୍ କରବାର୍ ଲାଗି ଲାଗି ପର୍ଲା ୧୯୪୪ ମସିହାର୍ ଅଲମ୍ପିକ ଥି । ସେଟା ଭି ଫେର୍ ବିଶ୍ଵଯୁଦ୍ଧ ଲାଗି ବନ୍ଦ ହେଇଗଲା । କେରୋଲିର୍ ପଞ୍ଜରା ହାଡ଼ ଭାଙ୍ଗିଗଲା ବାଗିର୍ ଲାଗ୍ଲା ।

ବୟସ୍ ବଢବାର୍ ସନେ ସନେ ଜୁଆନ୍ ପିଲାମାନେ ଆସ୍ଲେ ମାତର୍ କରୋଲି କେଭେ ପଚ୍ ଘୁଚା ନେଇଁ ଦେଇ । ଅଁଟା ଭିଡି ବସ୍ଲା ସବକର୍ ସନେ ଲଢେଇ କରବାର୍ ଲାଗି । ୧୯୪୮ ମସିହା ଅଲମ୍ପିକ୍ ନେ କରୋଲିକେ ୩୮ ବଛର୍ ହେଇଥିଲାନା । ମୁଡର୍ ବାଲ୍ ଝରି ଜାଇଥିଲା। ଫେର୍ ଭି ଛାତି ନେ ଦମ୍ କରିକରି ସେ ତାର୍ ଡେବ୍ରି ହାତେ ପିସ୍ତଲ୍ ଧରଲା । ଅଲମ୍ପିକ୍ ନେ ସବୁ ଦେଶର୍ ସୁଟର୍ କେ ପଛେ ପକେଇକରି ସୁନାର ପଦକ୍ ପାଏଲା । ଫେର୍ ୧୯୫୨ ମସିହା ଅଲମ୍ପିକ୍ ନେ ଭି ସୁନା ପଦକ୍ ଜିତିକରି ପୁରଥିକେ ତାର୍ ଡ୍ରେବି ହାତର୍ କମାଲ୍ ଦେଖେଇ ଦେଲା । ଆଶା ବିଶ୍ୱାସ ଆର୍ ପରିଶ୍ରମ୍ ବଲେ ଦୁଇ ଥର୍ ଅଲମ୍ପିକ୍ ନେ ସୁନା ପଦକ୍ ପେଇକରି ପୁରଥିନେ ତାର୍ ନାଁ ଲେଖି ଦେଇଗଲା ।



Rate this content
Log in

Similar oriya story from Inspirational