ଭ୍ରମଣ
ଭ୍ରମଣ
ସବୁଥର କୁଆଡେ ଯିବା ପୁର୍ବରୁ ଜିନିଷ ପତ୍ର ସଜାଡି ନିଏ ଦଶ ପନ୍ଦର ଦିନ ଆଗରୁ ଆଉ ଏଥର ଖଟିଆ ଲାଗି ହୋଇଥିଲେ ବି ମୋ ସାଙ୍ଗରେ ନେଇଯିବାକୁ କିଛି ନଥିଲା ତଥାପି ପିଲାଦିନେ, ମୁଁ ପାଇଥିବା ଦୁଇଟି ସାର୍ଟିଫିକେଟର, ବନ୍ଧେଇ ଫୋଟୋ ଦୁଇଟି ବାହାଘର ପରେ ମତେ ବୋଉ ଦେଇଦେଇଥିଲା, ଗୋଟିଏ ମତେ ମୋ ପୂଜ୍ୟ ଗୁରୁ ଶ୍ରୀମା ଓ ଅରବିନ୍ଦଙ୍କର ଫୋଟ ଥାଇ ଲେଖାଟିଏ, "ବାକ୍ୟନୁହେଁ କର୍ମ ", ଆଉ ଗୋଟିଏ ମୁଁ ମାଟ୍ରିକ୍ୟୁଲେସନ ପଢ଼ୁଥିବା ବେଳେ, ସ୍କୁଲର ଆନୁଆଲ ଫୁକ୍ସନ ରେ ମିଳିଥିବା ସାର୍ଟିଫିକେଟ, ସେଟା ଥିଲା, "ସମୟାନୁବର୍ତ୍ତିତା", ପାଇଁ, କାରଣ ଆଉ କୋଉଥିରେ ମୁଁ ଭାଗ ନେଇନଥିଲେ ବି ଗୁରୁଜୀ ଗୁରୁମା ମାନେ ସ୍ୱତଃ ସେଇ ସାର୍ଟିଫିକେଟ ଟି ଦେଇଥିବାରୁ ମୁଁ ଖାଲି ଋଣୀ ନୁଁହ ବରଂ ଜୀବନସାରା ସମୟାନୁବର୍ତ୍ତୀ ରହି "ବାକ୍ୟ ନୁହେଁ କର୍ମ" ଉପରେ ବିଶ୍ୱାସ କରି ଜୀବନ ଯୁଦ୍ଧରେ ଜିତି ନପାରିଲେ ବି ହାରିଯାଇନି ବୋଲି ଭାବିଛି ସାମୟିକ ଭାବେ, ମୁଁ ଭଲ ପାଉଥିବା ସେଇ ଦୁଇଟି ମହାର୍ଘ ସାର୍ଟିଫିକେଟକୁ, ମୋ ବାପା ବନ୍ଧେଇ କରି ଆଣିଦେଇ ମୋ ଭିତରେ ଥିବା ଆତ୍ମବିଶ୍ୱାସ କୁ ବି ଦ୍ବିଗୁଣିତ କରିଥିଲେ, ହେଲେ ପରବର୍ତ୍ତୀ ସମୟରେ ଭଲ ଶିକ୍ଷୟିତ୍ରୀଟିଏର କିଛି ସାର୍ଟିଫିକେଟ ସହ ମୁଁ କବି ଓ ଲେଖିକା ହିସାବରେ ସମ୍ମାନିତ ଓ ସମ୍ବର୍ଦ୍ଧିତ ଅନେକ ଅନେକ ବନ୍ଧେଇ ସାର୍ଟିଫିକେଟ ସହ ପୂର୍ବ ସାର୍ଟିଫିକେଟ ଦ୍ବୟର ଅଣହେଳା ମତେ ବାଧେ ଓ ମୁଁ ତାକୁ ଲୁଚାଇ ରଖେ ମୋ ସ୍ୱତନ୍ତ୍ର ଏକାନ୍ତ ପେଡ଼ିରେ, ତ ଏଥର ଭ୍ରମଣ କାଳରେ ସେଇ ଦୁଇଟି ନେବାର ଇଛାକୁ ପୁଅକୁ କହିଥିଲି କଥାରେ ନୁହେଁ ଲେଖା ମାଧ୍ୟମରେ, ଆଉ ଚାଲିଗଲି ହଠାତ ତ ମନେପଡୁନଥିଲା ପୁଅ ସେ ଦୁଇ ବନ୍ଧେଇ ସାର୍ଟିଫିକେଟ ଦେଲା ନା ନାହିଁ l
ମୁଁ ନିଜକୁ ଯୋଉ ଅଜଣା ଜାଗାରେ ଆବିଷ୍କାର କଲି ତାହା ଯମପୁରୀ ବୋଲି ମନେ ହେଲା କାରଣ ଜଣେ କିଏ ଚିତ୍ରଗୁପ୍ତ ବୋଲି ମୋ ପାପ ପୂଣ୍ୟ ର ବିଚାର କରୁଥିଲେ, ଆଉ ମୁଁ କଣ ସବୁ ଭଲ କାମ କରିଛି ର ଉତ୍ତର ରେ ମୁଁ କେବଳ ବାକ୍ୟ ନୁହେଁ କର୍ମ କରିଛି ଆଉ ସମୟାନୁବର୍ତ୍ତୀ ହୋଇ ମୋ ବାପା ତଥା ସ୍ୱାମୀ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇଆସିଛି , ତ ପ୍ରମାଣ ମାଗିଲା ବେଳକୁ, ମୁଁ ଖୋଜିଲି କେତେ, ମୋ ପୁଅ ଦେଇନିକି ସେ ଦୁଇଟି ଭାବି ଆଗକୁ ଚାହିଁଲି, ଧାଡ଼ିର ଆଗରେ ଥିବା ବହୁଲୋକ ଭିତରୁ ଏଇ ଏଇ କରୋନା କାଳରେ ମୃତ୍ୟୁ ବରଣ କରିଥିବା ଚିନ୍ହା ଜଣା ଶିକ୍ଷକ ବନ୍ଧୁ ଜଣେ ଦିଜଣ ଥିଲେ ବି, ଆଉ ମୋ ବିଷୟରେ ଜାଣିଥିଲେ ବି, କେହି ବୁଲି ଚାଁହୁ ନଥିଲେ, କିନ୍ତୁ ବହୁଦୂରରେ ଠିଆ ହୋଇଥିବା ମୋ ମୃତ ବାପା ଦଉଡି ଦଉଡି ପଛକୁ ଆସି ମତେ ସେଇ ବନ୍ଧେଇ ସାର୍ଟିଫିକେଟ ଦ୍ବୟ ଧରାଇ କହିଲେ, ତୋ ପୁଅ ଭୁଲିବ? , ତୋରି ଜୁଇ ରେ ତା ବାପା ହାତରେ ପରା ଏ ଦୁଇଟି ଧରାଇ ଦେଇ କହୁଥିଲା ମମିକୁ ଦିଅ, ସେ ଲେଖି ଯାଇଛି, ତ ଚଟକରି ମୁଁ ଉଠାଇ ଆଣିଲି, ତେଣେ ପ୍ରମାଣ ମାଗୁଥିଲେ ତ ଚିତ୍ରଗୁପ୍ତଙ୍କ ହାତରେ ତାହା ଧରାଇ ବାପା ଆଗକୁ ଆଗକୁ ଚାଲିଯାଉଥିଲେ, ମୁଁ ବାପା ବାପା ଡାକ ଛାଡି ବି ତାଙ୍କୁ ଅଟକାଇ ପାରୁନଥିଲି ତ ଚିତ୍ରଗୁପ୍ତ ମତେ ଚୁପ ରାହିବାକୁ କହୁଥିଲେ ହେଲେ ଜୀବନ ଥିବା ବେଳ ଠୁ ମୃତ୍ୟୁ ପରେ ବି ମୋ ବାପା ମୋ ପାଖେ ପାଖେ ତ, ସହୃଦୟତାଭରା କୃତଜ୍ଞତାରେ, ମୁଁ ପରବର୍ତ୍ତୀ ଦଣ୍ଡକୁ ଅପେକ୍ଷା କରି ରହିଥିଲି l