Pratap Chandra Mishra

Comedy Tragedy

4  

Pratap Chandra Mishra

Comedy Tragedy

ଭଙ୍ଗା ହୃଦୟ

ଭଙ୍ଗା ହୃଦୟ

4 mins
188


ସଂକୀର୍ଣ୍ଣ ରାସ୍ତା ଦେଇ ରାତି ଏଗାର ବାଜି ଲାଣି ବିନାୟକ ଦୋହଲି ଦୋହଲି ଆସୁଛି। ମଦ୍ୟପ ନୁହେଁ ସେ। ମଦ ପାନ କରିବା ବା ଅନ୍ୟ କିଛି ମନ୍ଦ ନିଶା ଅଭ୍ୟାସ ତାର ନାହିଁ।କିନ୍ତୁ ଭାରାକ୍ରାନ୍ତ ହୋଇ ଆସୁଛି।ମହାମାରୀ କଟକଣା ସତ୍ୱେ ସେ ଡର ହୀନ। ରାସ୍ତା ରେ ପୋଲିସ୍ ର ଭୟ କୁ ବେଖାତିର କରି ଚାଲିଛି। ଏତିକି ବେଳେ ଅଭୟ ଦେଖା ହେଲା। ବିନାୟକ କୁ ହାତ ଟାଣି ତା ଘରକୁ ଡାକିଲା। ଦୁହେଁ ଅନ୍ତରଙ୍ଗ ବନ୍ଧୁ। ବିନାୟକ ଘରକୁ ଫୋନ କରି ଆଜି ରାତି ଏଠାରେ ରହିବାକୁ ଅନୁମତି ନେଲା। ବିନାୟକ ବି ସହମତ ପ୍ରକାଶ କରି ସେଠି ରହିବାକୁ ସ୍ଥିର କଲା।

ରାତ୍ରି ଭୋଜନ ସରିବା ପରେ ଅଭୟ ଏମିତି ଅବସ୍ଥା ର କାରଣ ପଚାରିଲା। ବିନାୟକ ତା କାହାଣୀ କହିବାକୁ ଲାଗିଲା।


ବିନାୟକ ସବୁ ଦିନେ ସକାଳେ ପାର୍କ କୁ ପ୍ରାତଃ ଭ୍ରମଣ ରେ ଯାଏ। କୁସ୍ତି ଦୌଡ଼ ଯାହା ପାରିଲା ସାରି , ନିତ୍ୟ କର୍ମ ଓ ସକାଳ ଲଘୁ ଭୋଜନ ସାରି ଅଫିସ କୁ ଯାଏ।

ଏଇ କିଛି ଦିନ ହେବ ସେ ଫାଲଗୁନି କୁ ତା ସାଙ୍ଗ ଯମୁନା ସହ ପ୍ରାତଃ ଭ୍ରମଣ ରେ ଭେଟ ହୋଇଥିଲା।ଫାଲଗୁନିି ଯମୁନା ଘର ପଡିଶା ରେ ରହେ। ଫାଲଗୁନି ରହୁଛି ତା ଦାଦା ଙ୍କ ଘରେ। ଦାଦା ଓ ଖୁଡି ଦୁହେଁ ଚାକିରୀ କରନ୍ତି। ସେମାନଙ୍କର ଛୋଟ ପୁଅ ଟେ ଅଛି। ଯାହା ଫାଲଗୁନୀ ର ଦାଇତ୍ୱରେ ଦେଇ ସେମାନେ ନିଜ କର୍ମ କ୍ଷେତ୍ର କୁ ଯାଆନ୍ତି। ଫାଲଗୁନି ର ବାପା ଗରିବ ଶ୍ରେଣୀ ର ଅଟନ୍ତି। ଝିଅ ର ପାଠ ପଢା ଖର୍ଚ୍ଚ ବହନ କରିପାରିଲେ ନାହିଁ। ତେଣୁ ଭାଇ ପାଖକୁ ଝିଅ କୁ ଛାଡି ଛନ୍ତି। ଛୁଆ ର ଦେଖା ଚାହାଁ କରିବ ଓ ସେଠାରେ କଲେଜ ରେ ପାଠ ପଢ଼ିବ। ସକାଳୁ ଖୁଡି ତାଙ୍କ ଛୁଆ ପାଇଁ ଓ ଅଫିସ ପାଇଁ ସବୁ ପ୍ରସ୍ତୁତ କରିଦିଅନ୍ତି। ଫାଲଗୁନି ପ୍ରାତଃ ରୁ ଉଠି ଯମୁନା ସହ ସେହି ପାର୍କ କୁ ଯାଏ। ଦାଦା ଖୁଡି ଅଫିସ ଗଲା ପରେ ଛୁଆ ଓ ଘର ର ଦାଇତ୍ୱ ଫାଳଗୁନୀ ଉପରେ ଦୁହେଁ ସନ୍ଧ୍ୟାରେ ଫେରିବା ପର୍ଯ୍ୟନ୍ତ।

ସେହି ପାର୍କରେ ବିନାୟକ ଫାଲ୍ଗୁନୀକୁ ଦେଖି ତା ପ୍ରତି ଆକର୍ଷିତ। ଧିରେ ଧିରେ ବିନାୟକ ମନେ ମନେ ତାର ଦୁର୍ବଳତା ଫାଲଗୁନି ପ୍ରତି ସାବ୍ୟସ୍ତ କରିବା ଆରମ୍ଭ କରି ଦେଇଛି। ନମ୍ର ପାଲଗୁନୀ ସ୍ମିତ ହାସ୍ୟ ଦେଇ ଯମୁନା ସାଥିରେ ଫେରି ଆସେ। ଏଭଳି ସ୍ତିତି ଆଗକୁ ଯାଇ ବିନାୟକ ଫାଳଗୁନି କୁ ଗୋଲାପ ପ୍ରଦାନ କଲାଣି। ଫାଲଗୁନି ମଧ୍ୟ ଗ୍ରହଣ କରି ନେଉଛି। କିନ୍ତୁ ନା ବିନାୟକ ତା ମନ କଥା କହୁଛି, ନା ସରଳ ଫାଲଗୁନି ବିନାୟକ ର ଅସଲ କଥା କୁ ସଠିକ୍ ବୁଝୁଛି।

ତେବେ ବିନାୟକ ମନେ ମନେ ବିବାହ ପ୍ରସ୍ତାବ ନେଇ ଫାଲଗୁନି ର ଦାଦା ଙ୍କ ଘରକୁ ଯିବା ପାଇଁ ସ୍ଥିର କରିଛି। ଫାଲଗୁନି ଓ ଯମୁନା କୁ ଇଶାରା ରେ କହିଥିବା ଭାଷା ଦୁହେଁ ବୁଝା ଅବୁଝା ହୋଇ ସ୍ମିତ ହସ ଦେଇ ଘରକୁ ଫେରି ଆସନ୍ତି।

ପ୍ରେମ ଏକ ତରଫା ଏହା ଆଉ ଅଛପା ନାହିଁ।କିନ୍ତୁ ବିନାୟକ ବି କୌଣସି ମନ୍ଦ ଉଦ୍ଦେଶ୍ୟ ର ପିଲା ନୁହଁ। ହଠାତ୍ ବିନାୟକ କୁ ଅଫିସ କାମରେ ଶାଖା କାର୍ଯ୍ୟାଳୟ କୁ ଦୁଇ ମାସ ପାଇଁ ବଦଳି କରାଗଲା। ବିନାୟକ ସେଠାରୁ ଚାଲିଗଲା। ଅସହ୍ୟ ଯନ୍ତ୍ରଣା ରେ କୁହୁଳୁ ଥିଲା ବିନାୟକ। ଯୋଗାଯୋଗ ପାଇଁ କିଛି ନମ୍ୱର୍ ବି ନାହିଁ। ଏପଟେ ଯମୁନା ଓ ଫାଲଗୁନି ବିନାୟକ କୁ ନ ଦେଖି ସନ୍ଦିହାନ ଅବସ୍ଥା। ଫାଲଗୁନି ଯମୁନା କୁ ପଚାରି ସାରିଲାଣି ବିନାୟକ ବିଷୟରେ। କିନ୍ତୁ ଫାଲ୍ଗୁନୀ ମନ ଅବସ୍ଥା ଦେଖି ଯମୁନା ଚୁଗୁଲୀ କରିବାକୁ ପଛାଉନାହିଁ।ହେଲେ ଫାଲଗୁନି ସେ କଥା କୁ ଗୁରୁତ୍ଵ ନ ଦେଇ ଏଡାଇ ଯାଏ। ତିନିମାସ ପରେ ବିନାୟକ ଫେରି ଆସିଲା। ପାଗଳ ପରି ହୋଇ ସେ ପ୍ରାତଃ ପାର୍କ କୁ ଧାଇଁଲା । କିନ୍ତୁ ଯମୁନା ଓ ଫାଲଗୁନି କୁ ଆଉ ଦେଖିଲା ନାହିଁ।ବ୍ୟତିବ୍ୟସ୍ତ ହୋଇ ଫାଲଗୁନି ଘରକୁ ଯିବାକୁ ମନସ୍ଥ କଲା। କିନ୍ତୁ ସାହାସ ଯୁଟାଇ ନ ପାରି ଅଫିସ କୁ ଯିବା ସ୍ଥିର କଲା। ସନ୍ଧ୍ୟାକୁ ଆସି କଣ ହୋଇଛି ବୁଝି ନେବ ସ୍ଥିର କଲା। ଯେହେତୁ ସେ ଏବେ ଏବେ ଫେରିଛି ବାହାରୁ ଘରକୁ ନ ଯାଇ, ବିନାୟକ ନିକଟ ରେଷ୍ଟୁରାଣ୍ଟ ରେ ମଧ୍ୟାହ୍ନ ଭୋଜନ କରିବାକୁ ଚାହିଁଲା। ସେଠାରେ ବସିଥିବା ଟେବୁଲ୍ ରୁ ସାମ୍ନା ଆଇନା ରେ କାହାର ଚିହ୍ନା ମୁହଁ ର ପ୍ରତିବିମ୍ବ ତା ନଜର ରେ ପଡିଲା। ସେଇ ଚିହ୍ନା ଚେହେରା କୁ ମନେ ପକାଇଥିଲା ଏବଂ ଜାଣିପାରିଥିଲା ମଥାରେ ସିନ୍ଦୂର,ହାତରେ ଶଙ୍ଖା, ପିନ୍ଧି ଥିବା ଚେହେରା ଭିତରେ ଫାଲଗୁନୀ ମୁହଁ ଅଟେ।ଖିଲ ଖିଲ ହୋଇ ହସୁ ଥିବା ତରୁଣ ଯୁବକ ଫାଲ୍ଗୁନି ର ସ୍ଵାମୀ ଅଟେ, ଜାଣିବାକୁ ଆଉ କିଛି ସଂଶୟ ନଥିଲା।

ବିନାୟକ ର ହୋସ ଉଡ଼ିଗଲା। କିଛି ଭାବିବା ଆଗରୁ ମଧ୍ୟାହ୍ନ ଭୋଜନ୍ ଥାଳି ଟେବୁଲ୍ ରେ ଥୁଆ ହୋଇଥିଲା । ଏତିକି ବେଳେ ଯମୁନା ପଛ ପଟୁ ବିନାୟକ ର ପିଠି ରେ ହାତ ମାରି କହିଲା ,ଆରେ ବିନାୟକ ଭାଇ ତମେ!

ଏତେ ଦିନ ଧରି କୁଆଡେ ଚାଲିଗଲ? ଫାଲଗୁନି ର ବିବାହ ହୋଇଗଲା ।ତୁମକୁ ନିମନ୍ତ୍ରଣ ଦେବା ପାଇଁ ବହୁତ୍ ଖୋଜିଲୁ। ପାଇଲୁ ନାହିଁ। ଫାଲଗୁନି ର ବାପା ଭଲ ପ୍ରସ୍ତାବ ଦେଖି ହଠାତ୍ ତାର ବାହାଘର କରାଇ ଦେଲେ। ଆଜି ରାତି କୁ ସେ ଦୁହେଁ ବେଙ୍ଗଲୋର ଚାଲିଯିବେ। ସେଥିପାଇଁ ଆଜି ଲଂଚ ପାଇଁ ଏହି ରେଷ୍ଟୁରାଣ୍ଟ କୁ ଆସିଛନ୍ତି। ଆସ ତୁମକୁ ଦେଖି ଫାଲଗୁନି ଡକାଇ ପଠାଇଛି। ମିଶି କି ଲଂଚ କରିବା ।


ବିନାୟକ ର ଛାତିରେ ଗରମ ତେଲ ଢାଳି ହେଲା ପରି ଅନୁଭବ ହେଉଥିଲା। କୋହ ଭରା କଣ୍ଠ ରେ ଯମୁନା ସହ ଖାଇ ବସିଥିବା ଟେବୁଲ୍ ରୁ ଉଠି ଫାଲଗୁନି ର ବିବାହ ଓ ଦାମ୍ପତ୍ୟ ଜୀବନ ର ଶୁଭ ମନାସି ଯଥା ସମ୍ଭବ ଶୀଘ୍ର ସେଠାରୁ କେମିତି ଫେରି ଆସିବ ସେ ବାଟ ଖୋଜୁଥିଲା। ରେଷ୍ଟୁରାଣ୍ଟ ରେ ଖାଦ୍ୟ ର ଵିଲ୍ ଜମା କରିବା ବାହାନା ରେ ଫାଲଗୁନି ଟେବୁଲ୍ ପାଖରୁ ଆସିଯାଇଥିଲା। ନବ ବିବାହିତ ଦମ୍ପତ୍ତି ,ଯମୁନା ଓ ନିଜର ଖାଇବା ବିଲ୍ ପୈଠ କରି ଫେରୁଥିବା ବେଳେ ଯମୁନା ପୁଣି ବିନାୟକ ର ପଥ ରୋଧ କରିଥିଲା ଫେରି ବା ପାଇଁ ।କିନ୍ତୁ ବିନାୟକ ଲୁହ ଭରା କଣ୍ଠ ରେ ଯମୁନା କୁ କହିଥିଲା ,ମୁଁ ଦେଇଥିବା ଗୋଲାପ ଆଜି ପାଖୁଡ଼ା ପାଖୁଡ଼ା ହୋଇ କୁଆଡେ ହଜି ଯାଇଛି ଯମୁନା।ମଣିଷ ନିଜ କର୍ମ ବିବେକ,ହୃଦୟ ର କଥା ନ ମାନି ଅବହେଳା କଲେ ଜୀବନ ସାରା ପସ୍ତାଇବା ଛଡା ଅନ୍ୟ କିଛି ବାଟ ମିଳେନା। ମୁଁ ହୃଦୟରେ ସ୍ଥାନ ଦେଇଥିବା ସୁନା ହରିଣୀ କୁ କିଏ ମୋଠାରୁ ଛଡ଼ାଇ ନେଇଚ୍ଛି।ତେଣୁ ମୁଁ ଭଲ ପାଉଥିବା ମଣିଷ ର ଶୁଭ ଚିନ୍ତା ରେ ଆଉ ପଛକୁ ଫେରିବା ସମ୍ଭବ ନୁହେଁ। କହି ଯମୁନା ଠାରୁ ବିଦାୟ ନେଇଥିଲା। 


ଉକ୍ତ ରାତ୍ରିରେ ଅଭୟକୁ ବିନାୟକ ସବୁ ଗୋଟି ଗୋଟି କରି ବାଖାଣୁ ଥାଏ। ଆଗାମୀ ଭବିଷ୍ୟତ ଜୀବନ ର ଲକ୍ଷ୍ୟ କଣ ହେବ ସେବିଷୟରେ ଅଭୟ, ଭଙ୍ଗା ହୃଦୟ ବିନାୟକ କୁ ସାନ୍ତ୍ଵନା ଦେଉଥାଏ। ଅନବରତ ବିନାୟକ, ଲୁହ ଚାପି ବାକୁ ଚେଷ୍ଟିତ କିନ୍ତୁ ଅନ୍ତର ର କୋହ ଆଗ୍ନେୟଗିରି ଭଳି ଲୁହ ହୋଇ ବହିଯାଉ ଥାଏ। ସକାଳ ହେବା ସୂଚନା କାକ ଦେଇ ସାରିଥାଏ।ଅଭୟ ସାନ୍ତ୍ଵନା ଦେବାରେ ଅବହେଳା ନ କରି ବାରମ୍ବାର ନୂଆଁ ଲକ୍ଷ୍ୟ ପାଇଁ ପ୍ରବର୍ତାଉଥିଲା। ପୁଣି ଜୀବନ ଜୀବିକା ସଜାଗ୍ରତ ପନ୍ଥା ପାଇଁ ସଜବାଜ ହେବାକୁ ମନସ୍ଥ କରି ନୂଆ ସକାଳ କୁ ସ୍ବାଗତ କରିବାକୁ ଉଦ୍ୟତ ହେଉଥିଲେ ଦୁହେଁ ବିନାୟକ ଓ ଅଭୟ।


Rate this content
Log in

Similar oriya story from Comedy