Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Manoj Kumar Panda

Tragedy


2  

Manoj Kumar Panda

Tragedy


ଭଙ୍ଗା ହୃଦୟ

ଭଙ୍ଗା ହୃଦୟ

4 mins 957 4 mins 957

ଏକ ସତ୍ୟ ଘଟଣା ଉପରେ ଆଧାରିତ।

ପ୍ରେମ କେତେବେଳେ କେଉଁଠି କାହା ସହ ହେଇଯାଏ ସେତେବେଳେ ଜାଣି ହୁଏ ନାହିଁ ହେଲେ ଯେବେ ସେ ଧୋକା ଖାଏ ସେତେବେଳେ ପ୍ରେମ କ’ଣ ସେ ବୁଝିଯାଏ ।

ଏକ ଭିନ୍ନ ଧରଣର ପ୍ରେମ କାହାଣୀ । ୨୦୧୦ ମସିହାର କଥା । ମିଲି ନବମରେ ପଢୁଥାଏ ଆଉ ସେ ମାମୁଙ୍କ ଝିଅର ବାହାଘରକୁ କିଛି ଦିନ ପୂର୍ବରୁ ଯାଇଥାଏ। ପିଲାଳିଆମିର ବୟସ ବି ସରି ନଥାଏ । ସେଠିକା ପିଲାଙ୍କ ସହ ମଜ଼ା ମସ୍ତି କରେ । ମାମୁଙ୍କ ଘର ପାଖ ପଡୋଶୀ ପିଲା ରାଜୁ ସହ ବନ୍ଧୁତା ହେଇଯାଏ । ରାଜୁ ସେତେବେଳେ ୨ ପରୀକ୍ଷା ଦେଇଥାଏ ଆଉ ବହୁତ ସମୟ ଧରି ମିଲି ସହ କଥା ବାର୍ତ୍ତା ହସ ମଜ଼ା କରେ । ଧୀରେ ଧୀରେ ରାଜୁକୁ ପ୍ରେମ ହେଇଯାଏ ମିଲି ସହ।

ରାଜୁ- ଗୋଟେ କଥା କହିବି ।

ମିଲି- କୁହ ।

ରାଜୁ- ତମେ ମତେ ପସନ୍ଦ କରନା?

ମିଲି- ମାନେ।

ରାଜୁ- ତମେ ଆଗ କହୁନା।

ମିଲି ହସି ଦେଇ ଚାଲିଯାଏ। ମିଲି ବି ରାଜୁର ମନ କଥା ଜାଣିପାରେ । ରାଜୁ କେମିତି କହିବ କେମିତି କହିବ ବହୁତ ଚିନ୍ତିତରେ ଥାଏ । ଦୁଇ ଜଣ ବାହାଘର ବସି ଦେଖୁଥାନ୍ତି । ରାଜୁ କିଛି ଫୁଲ ଛଡେଇ କିଛି କିଛି ମିଲି ଉପରେ ପକାଉଥାଏ।

ମିଲି- ମୋ ଉପରେ କଣ ପକୋଉଛ ।

ରାଜୁ- ଇଛା ହେଲା ।

ତା ପରେ ରାଜୁ ମିଲି ର ପାଖ ଚେୟାର ରେ ବସେ ଆଉ ତା ମୁଣ୍ଡରୁ ଫୁଲ ସବୁ ଫୁଙ୍କି ଉଡେଇ ଦେଉଥାଏ।

ମିଲି- ତମେ ବାହାଘର ଦେଖୁନ ।କିଛି ଶିଖ ତମର ବି ବାହାଘର ଆଗକୁ ହେବ।

ରାଜୁ- ତମେ ତ ଅଛ ।ସେତେବେଳେ ମତେ ଶିଖେଇଦେବନି।

ଚୁପ ରହିଲ ଯେ ଗୋଟେ କଥା ପଚାରିବି ।

ମିଲି- କୁହ।

ରାଜୁ- ମୁଁ ବି ତୁମକୁ ଏମିତି ବାହା ହେବାକୁ ଚାହୁଁଛି। ଏଇ କିଛି ଦିନ ହେବ ବାସ ମୁଁ ତୁମରି କଥା ହିଁ ଭାବୁଛି i love you।

ମିଲି ପୁଣି ଥରେ ହସିଦେଲା ।

ରାଜୁ- କୁହ ପ୍ଲିଜ଼ ।

ମିଲି- ମୋ ହସରୁ ଜାଣିପାରୁନା ।

ରାଜୁ- ତା ମାନେ ତମେ ହଁ ।

ମିଲି- ମୁଁ ଜାଣିଥିଲି ତମେ ମତେ ଭଲପାଉଥିଲ।

ମୁଁ ଗୋଟେ ଜିନିଷ ମାଗିବି ଦେବ।

ରାଜୁ- ମୋ ମୂଲ୍ୟବାନ ଜିନିଷ ହୃଦୟକୁ ଦେଇ ସରିଲା ପରେ ଆଉ କଣ ନବ କୁହ।

ମିଲି- ମୁଁ ଯିବା ପୂର୍ବରୁ ତୁମର ଗୋଟେ ଫୋଟୋ ଦେବ ।ମୁଁ ବି ତୁମକୁ ବହୁତ ଭଲପାଏ।

ବାହାଘର ସରିବାର କିଛି ଦିନ ପରେ ମିଲି ଯିବା ପୂର୍ବରୁ ରାଜୁ ତାର ଫୋଟୋ ଆଉ ତା ପଛରେ ଫୋନ ନଂ ଲେଖି ଦେଇଥାଏ ।

କିଛି ଦିନ ଭିତରେ ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ନିବିଡ ହେଇଆସେ ।

ଏମିତି କିଛି ମାସ ଗଲା ପରେ । ମିଲିର ବାପା ସବୁର ଖବର ଜାଣିବାକୁ ପାଆନ୍ତି। ମିଲିକୁ ବହୁତ ମାରନ୍ତି ହେଲେ ମିଲି ତଥାପି ରାଜୁକୁ ଲୁଚି ଲୁଚି ଫୋନ କରେ । ପୁଣି ଥରେ ବାପା ମାରନ୍ତି । ହେଲେ ମିଲି ସେ କଷ୍ଟକୁ ଖାତିରି ନକରି ତଥାପି ସେ ରାଜୁକୁ ନିଜ କଷ୍ଟ ବିଷୟରେ କିଛି ବି ସୁନାଉନଥାଏ । ଧୀରେ ଧୀରେ ରାଜୁ ଫୋନ କରିବା କମେଇଦେଲା ।

ରାଜୁ ତାଙ୍କ ଗାଁ ପାଖ ଗୋଟେ ଝିଅ ଅନୁକୁ ଭଲପାଉଥିଲା ଏପଟେ ମିଲି ସହ ବି କଥା ହେଉଥିଲା ସେଥିପାଇଁ ସେ ମିଲିକୁ ବେଶି ସମୟ ଦେଇପାରୁନଥିଲା । ମିଲିର ଦଶମ ପରୀକ୍ଷା ପାଇଁ ସେ ବି ବେଶୀ କଥା ହେଇପାରୁନଥିଲା ।ପରୀକ୍ଷା ଭିତରେ ବି ରାଜୁ ଥରଟିଏ ବି ଫୋନ କଲାନି। ମିଲି ଅପେକ୍ଷା କରିଥାଏ ପରୀକ୍ଷା କେବେ ସାରିବ ଆଉ ସେ ରାଜୁ ସହ କଥା ହେବ।

ପରୀକ୍ଷା ସରିଲା ପରେ। ମିଲି ରାଜୁକୁ ଫୋନ କରେ।ହେଲେ ରାଜୁର ଫୋନ ରାଇଟିଙ୍ଗ ଦେଖାଏ। ମିଲି ଯେତେବେଳେ ବି ଫୋନ କରେ ରାଜୁ କିଛି ନା କିଛି ବାହା କରିଦିଏ ।

ମିଲି- ତମେ କଣ ଏତେ ବେସ୍ତ ଥିଲ ଜେ ଟିକେ ଫୋନ ବି କରିପାରୁନଥିଲା।

ରାଜୁ- ହଁ ଟିକେ ବେସ୍ତ ରହିଯାଇଥିଲି ।ତୁ ବାରମ୍ବାର କଣ ପାଇଁ ଫୋନ କରି ମୋ ମୁଣ୍ଡ ଚାଟୁଛୁ।

ମିଲି(ମନ ଦୁଃଖ ରେ)- ଟିକେ ଇଛା ହେଉଥିଲା କେତେ ଦିନ ହେବ ତୁମ ସହ କଥା ହେଇନଥିଲି । ବହୁତ ମିସ କରୁଥିଲି ଧନ ।

ଏମିତି ରାଜୁ ବାରମ୍ବାର ଚିଡି ଚିଡି ହୁଏ ମିଲି ଉପରେ। ଧୀରେ ଧୀରେ ରାଜୁ କଥା ହେବା ବନ୍ଦ କରିଦେଲା। ତଥାପି ମିଲି ସବୁଦିନ ରାଜୁ ପାଖକୁ ଫୋନ ଲଗେଇ ହେଲେ switch off ଥାଏ ଜାଣି ବି ସେ ମନରେ ପୁଣି କେତେ ଆଶା ବାନ୍ଧି କଲ କରେ ।

ଆଉ ରାତିରେ ତା କଥା ମନେ ପକେଇ କାନ୍ଦେ । ପୁଣି ସକାଳୁ ଉଠି ପାଗିଳି ଙ୍କ ଭଲି ଉଠି ରାଜୁ ପାଖକୁ କେତେ ମନ ଖୁସି ରେ ଫୋନ କରେ ହେଲେ switch off ଶୁଣି ସାରିବା ପରେ ମନ ଦୁଃଖ ହେଇଯାଏ। ମିଲି ମନକୁ ପାପ ଛୁଇଁଲା ଥାଏ କଳେ ରାଜୁର କିଛି ହେଇନି ତ।

ତାଙ୍କ ଗାଁରୁ ଖବର ପାଏ ଯେ ରାଜୁ ଦିଲ୍ଲୀ ଯାଇଛି। ତା ସାଙ୍ଗ ପାଖରୁ ନଂ ଆଣି ସଂଗେ ସଂଗେ କଲ କରେ ରାଜୁ ପାଖକୁ ।

ମିଲି (କାନ୍ଦିକି)- ତମର କଣ ମୋ କଥା ମନେପଡ଼ୁନଥିଲା ।କେମିତି ଅଛ।ରାଜୁ- ମୁଁ ବେସ୍ତ ଥିଲି ଏବେ ବି ଅଛି।

ପରେ କଥା ହେବି ।

ମିଲି- ଶୁଣ ଟିକେ।

ମିଲି ରାଜୁର କଥାରୁ ମିଛ ଜାଣିପାରି ସତ କଣ ଖୋଜୁଥାଏ।

କଣ ପାଇଁ ମୋ ଠୁ ଦୁରେଇ ଯାଉଛନ୍ତି ରାଜୁ ଏ ସବୁ ଜାଣିବା ପାଇଁ ରାଜୁ ମୁଁ ମେସେଜ୍ ରେ ଲେଖିଲା ମୁଁ ବିଷ ଖାଇଦେଇଛି ଶୀଘ୍ର କଲ କରିବାକୁ ଲେଖି ପଠେଇଲା ମେସେଜ୍ । ରାଜୁ ମେସେଜ୍ ପଢି ସଂଗେ ସଂଗେ କଲ କଲା।

ରାଜୁ- ପାଗଳ ହେଇଗଲାଣି ନା କଣ । ବିଷ କଣ ପାଇଁ ପିଇଲ।

ମିଲି(କାନ୍ଦିକି)- ନା ମୁଁ ପିଇନି ହେଲେ ତମେ ମତେ ସତ କୁହ । ମୋ ଠୁ କଣ ପାଇଁ ଦୁରେଇ ଯାଉଛ।

ରାଜୁ- ମୁଁ ଆଉ ଜଣକୁ ଭଲପାଉଛି ।

ମିଲି ଏ କଥା ଶୁଣି ସାରିବା ପରେ ଫୋନ ହାତରୁ ଗାଳିପଡିଲା ।ଆଉ ସେ ବିଶ୍ୱାସ କରିପାରିଲା ନାହିଁ କି ତା ମୁଣ୍ଡ ରେ କିଛି ପଶିଲା ନାହିଁ ଶେଷରେ ପାଖରେ ବ୍ଲେଡ ପାଇଲା ଆଉ ହାତକୁ କାଟିଦେଲା । ତା ପରେ ତା ସାଙ୍ଗ ମାନେ ଡାକ୍ତରଙ୍କ ପାଖକୁ ନେଇଗଲେ ।

ରାଲି - ତୁ କଣ ପାଇଁ ଏମିତି ହେଉଛୁ । ସେ କଣ କହିଲା ଜେ ତୁ ହାତ କାଟି ଦେଲୁ । ରହ ମୁଁ ତାକୁ କଲ କରି ପଚାରେ।

ମିଲି- (କାନ୍ଦିକି) ନା ଥାଉ କଲ କାଟିଦେ ।ସେ ମତେ ଆଉ ଭଲପାଉନାହାନ୍ତି ।ଆଉ କୋଉ ଝିଅକୁ ଭଲପାଉଛନ୍ତି ।ହେଲେ ବୋଧ ହୁଏ ଏବେ ବି ଟିକେ ସେ ମତେ ଭଲପାଉଛନ୍ତି । ତୁ ମୋ ହାତ କାଟିବା କଥା କହିବୁନି । ନହେଲେ ସେ କଷ୍ଟ ପାଇବେ ।

ଧୀରେ ଧୀରେ ମିଲି ଭଲ ହେଇଗଲା । ହେଲେ ହୃଦୟର ଯନ୍ତ୍ରଣାକୁ କେମିତି ଭଲ କରିବ। ମନେ ମନେ ରାଜୁକୁ ବହୁତ ଝୁରୁ ଥାଏ ଆଉ କାନ୍ଦୁଥାଏ । ତଥାପି ସେ ନିଜକୁ ଧୀରେ ଧୀରେ ସମ୍ଭାଳିବାକୁ ଲାଗିଲା । କିଛି ଦିନ ପରେ ରାଜୁର କଲ ଆସିଲା ।

ମିଲି- ହାଲୋ।

ରାଜୁ କାନ୍ଦୁ ଥିବାର ଶୁଣାଗଲା । କ’ଣ ହେଇଛି କାନ୍ଦୁଛ କାହିଁକି । ମିଲି ବି ନିଜର କୋହକୁ ସମ୍ଭାଳି ପାରୁନଥାଏ । ଯିଏ ଯାହାକୁ ନିଜର ଭାବୁଥାଏ ତା ଆଖିରେ ଲୁହ ଦେଖିଲେ ଆପେ ଆପେ ୟା’ ଆଖିରେ ଲୁହ ଆସିଯାଏ ।

Part 2 - ମୁଁ ଆଜି କାଲି ଭିତରେ ପୋଷ୍ଟ କରିବି ।ବେସ୍ତ ହେବନି ।

ଭଲ ଲାଗିଥିଲେ ନିଶ୍ଚୟ ସେୟାର କରିବେ ମୋର ଆଶା ।

ମନୋଜ କୁମାର ପଣ୍ଡା

ଅଡା,ବାଲେଶ୍ବର

ଫୋନ-9340045335


Rate this content
Log in

More oriya story from Manoj Kumar Panda

Similar oriya story from Tragedy