Sangita Mishra Satapathy

Action Others

3  

Sangita Mishra Satapathy

Action Others

ଭିନ୍ନ ସଂପର୍କ

ଭିନ୍ନ ସଂପର୍କ

1 min
195



ପ୍ରିୟା ମଧ୍ୟବିତ୍ତ ପରିବାରର ଝିଅଟିଏ।ଦୁଇ ଭାଇ, ଦୁଇ ଭଉଣୀ, ବାପା ମାଆଙ୍କୁ ନେଇ ପରିବାର।ବାପା ବେସରକାରୀ ସଂସ୍ଥା ରେ କାମ କରନ୍ତି। ସ୍ବଳ୍ପ ଦରମାରେ ଭାଇ ଭଉଣୀ ଙ୍କ ପାଠପଢା, ଯାନିଯାତରା ,ପରବ ପୁନିଅ, ବନ୍ଧୁ ବାନ୍ଧବ ସହ ପରିବାର ଚଳାଇବା କଷ୍ଟ ହୋଇପଡେ। ଘରର ବଡ ଝିଅ ଭାବେ ପ୍ରିୟାର ଦାୟିତ୍ବ ଅଧିକ। ଗ୍ରାଜୁଏସନ୍ ସରିଲା ପରେ ସୁଦୂର ରାଉରକେଲା ରେ ବେସରକାରୀ ସ୍କୁଲରେ ଯୋଗଦେଲା।ପଡୋଶୀଙ୍କ ସଂପାଦକୀୟଙ୍କ ଘରେ ଭଡା ନେଇ ରହିଲା।ନୂଆଜାଗା ନୂଆ ପରିବେଶ ତା ଭଳି ଗାଁ ରେ ବଢିଥିବା ଝିଅକୁ ଖାପ ଖୁଆଇ ଚଳିବାରେ ନୂଆ ନୂଆ ଖୁବ୍ କଷ୍ଟ ହେଉଥିଲା ମାତ୍ର ପରିବାର ତଥା ଭାଇଭଉଣୀଙ୍କ ଭବିଷ୍ୟତ ପାଇଁ ସେ ଚୁପ୍‌ଚାପ୍ ସେଠି କାମ କରିବା ଛଡା ଅନ୍ୟ ଉପାୟ ନ ଥିଲା।ଅବଶ୍ୟ ଘରବାଲା ମଉସା ମାଉସୀ ଖୁବ୍ ସ୍ନେହି।ପ୍ରିୟାକୁ ଝିଅ ଭଳି ଦେଖନ୍ତି। କେବେକେବେ ପ୍ରିୟା ସ୍କୁଲରୁ ଫେରିଲା ବେଳକୁ ଖାଇବା ଆଣି ଦେଇଯାଆନ୍ତି।ଏମିତି ସମୟ ଗଡିଚାଲିଥାଏ।

    ଥରେ ସନ୍ଧ୍ୟାରେ ମାଉସୀଙ୍କ ଘରୁ ପ୍ରିୟାଅଚିହ୍ନା ସ୍ବର ଶୁଣିଲା। ଯିଏ କି ପ୍ରିୟାର କର୍ତ୍ତବ୍ୟ ନିଷ୍ଠା ,ଦାୟିତ୍ୱବୋଧ,ଓ ତାର ସରଳତାର ପ୍ରଶଂସା କରୁଥିଲେ। ଅଚିହ୍ନା ଅଜଣା ସୌମ୍ଯକାନ୍ତ ଯୁବକ ଠାରୁ ନିଜର ପ୍ରଶଂସା ଶୁଣି ପୁଲକିତ ହେଲା ସେ ତା ମନରେ ଖେଳିଗଲା ଶିହରଣ। ପରେ ଜାଣିବାକୁ ପାଇଲା ସେ ଯୁବକର ନାଁ ଶାଶ୍ବତ। ସେ ମାଉସୀଙ୍କ ଦୂର ସଂପର୍କୀୟ ପୁତୁରା।ସମ୍ବଲପୁରରେ ଚାକିରି କରେ।ପ୍ରିୟା ସ୍କୁଲର ପ୍ରିନ୍ସପାଲ ଶାଶ୍ବତର ସାଙ୍ଗ। ଶାଶ୍ବତର ବାଙ୍ଗାଲୋରରେ ଚାକିରି ହୋଇଯାଇଛି। ସମ୍ବଲପୁର ଛାଡିଯିବ ବୋଲି ସୌଜନ୍ଯତା ଦୃଷ୍ଟିରୁ ମଉସା ମାଉସୀଙ୍କୁ ଦେଖା କରିବାକୁ ଆସିଥିଲା।ଏତିକି ପରିଚୟରେ ପ୍ରିୟା ମନରେ ତିଆରି ହୋଇଥିଲା ଭିନ୍ନ ଆବେଗ।

        ୟା ଭିତରେ ବହୁତବର୍ଷ ବିତିଗଲାଣି ପ୍ରିୟା ଶିକ୍ଷା ସହାୟିକା ଭାବେ ଗାଁ ପାଖ ସ୍କୁଲ୍ରେ କାର୍ଯ୍ୟରତ।ଏବେ ବି ତା ମନରେ ଉଙ୍କିମାରେ ସେଦିନ ସଂଧ୍ୟାରେ ଶାଶ୍ବତ ଠାରୁ ଶୁଣିଥିବା ସେଇ କେଇପଦ କଥା।ଏବେ ନା ତା ପାଖରେ ଅଛି ଶାଶ୍ବତ ନା ତାର ଠିକଣା କି ଫୋନ୍ ନମ୍ବର। ଏବେ ବି ମନ ଖୋଜେ ଦେଖା ହୋଇଯାଆନ୍ତା କି ଶାଶ୍ବତ!ତିଆରି ହୋଇଯାଆନ୍ତା ଭିନ୍ନ ଏକ ସଂପର୍କ। ସେ ସଂପର୍କ ଆଜିକାଲିର ତଥାକଥିତ ବୟଫ୍ରେଣ୍ଡ କି ଗାର୍ଲଫ୍ରେଣ୍ଡ କି ପ୍ରେମିକ ପ୍ରେମିକାର ନୁହେଁ। ସେ ସଂପର୍କ ହୋଇଯାଆନ୍ତା ଏକ ଭିନ୍ନ ସମ୍ପର୍କ।


Rate this content
Log in

Similar oriya story from Action