jyotsna mayee panda

Tragedy

4  

jyotsna mayee panda

Tragedy

ଭିନ୍ନ ଏକ ସାବିତ୍ରୀ..

ଭିନ୍ନ ଏକ ସାବିତ୍ରୀ..

4 mins
377


ସୁଉଚ୍ଚ ପାହାଡ଼ର ପାଦ ଦେଶରେ ଛୋଟିଆ ଗାଁ ଅମ୍ବାଝରି l ସହର ଠୁ ଖୁବ ଦୂର l ଦି ପାଖରେ ପାହାଡ଼.... ମଝିରେ ସାପ ପରି ଶୋଇରହିଛି କଳା ମିଚି ମିଚି ପିଚୁ ରାସ୍ତା l ପୂର୍ବ ରୁ ଏ ଗାଁ ସହିତ ସେ ସହରି ସଭ୍ୟତା ର କିଛି ସମ୍ପର୍କ ନ ଥିଲା l ଏଠି ଆଦିବାସୀ ସମ୍ପ୍ରଦାୟ ର ଲୋକ ରୁହନ୍ତି l ଖୁବ କମ ଆବଶ୍ୟକତା ଏମାନଙ୍କର l ସେଥିପାଇଁ ଏ ଜଙ୍ଗଲୀ ଜିନିଷ ରେ ହିଁ ନିଜ ଗୁଜୁରାଣ ମେଣ୍ଟାନ୍ତି ଏମାନେ l ହେଲେ ସଭ୍ୟତାର ଉନ୍ନତି କ୍ରମେ ଏ ଗାଁ କୁ ପିଚୁ ରାସ୍ତା ହେଲାଣି l ସହରି ବାବୁ ମାନେ ଏ ଜାଗା କୁ ନିଜ ଅବସର ବିନୋଦନ ପାଇଁ ଆସନ୍ତି l ନିପଟ ମଫସଲି ଭାବି କେତେ ଯୁବତୀ ଙ୍କ ପୁଙ୍ଗଳା ଦେହର ଫୋଟୋ ଉଠେଇ ସୋସିଆଲ ମିଡ଼ିଆରେ ଛାଡ଼ନ୍ତି l କିନ୍ତୁ ଏ ନିରୀହ ଙ୍କୁ ଏହାର ଟେର ବି ଜଣାନାହିଁ l ସୁନ୍ଦର ଝରଣା ରେ ମନଭରି ଗାଧୋଇବା... ବଣରେ ମହୁଲ ଫୁଲ ଗୋଟେଇବା, ଶାଳପତ୍ର ତୋଳିବା, କାଠ ସଂଗ୍ରହ କରିବା କୁ ଏମାନେ ଖୁବ ଭଲ ପାଆନ୍ତି l ପ୍ରକୃତି ମା ସୌନ୍ଦର୍ଯ୍ୟ କୁ ମନ ଭରି ଉପଭୋଗ କରନ୍ତି ଏମାନେ l ମନ ଏମାନଙ୍କ ର ପୁରା ସଦା କାଗଜପରି l

ସାବି ହେଉଛି ଏ ଗାଁ ର ଗୋଟେ ଆଦିବାସୀ ଝିଅ l ବେସି ଗୋରା ନ ହେଲେ ବି ଖୁବ ସୁନ୍ଦର ଚେହେରା ତାର l ତା ସାଙ୍ଗ କୁ ତାର ଭରା ଯୌବନ ଖୁବ ମାନେ ସାବି କୁ l ସାବି ସେ ଗାଁ ର ସୌରୀ କୁ ବାହା ହେଲା l ଖୁବ ଖୁସିରେ ସେମାନଙ୍କ ଛୋଟିଆ ସଂସାର ହସି ଉଠିଲା l ସୌରୀ ର ଆଉ କେହି ନାହିଁ l ନିଜର କହିଲେ ବୁଢ଼ୀ ମା ଟେ l ସୌରୀ ଖୁବ ଭଲ ପାଏ ସାବି କୁ l ଜଙ୍ଗଲ ରେ ଖୁବ ଖୁସି ରେ ସେମାନେ ଘୁରି ବୁଲନ୍ତି ମୁକ୍ତ ବିହଙ୍ଗ ର ମନ ନେଇ l କାରଣ ଏ ଜଙ୍ଗଲ ହିଁ ଜନ୍ମ ଠୁ ମୃତ୍ୟୁ ପର୍ଯନ୍ତ ସୁଖ ଦୁଃଖ ର ସାଥି ଟିଏ ଏମାନଙ୍କ ପାଇଁ.... I ଦିନେ ସାବି ଏକା ମହୁଲ ଗୋଟେଇ ଯାଇଥିଲା l କିଛି ସହରି ବାବୁ ଏ ଜଙ୍ଗଲ କୁ ବୁଲିବାପାଇଁ ଆସିଥିଲେ l ଝରଣା ର ଶୀତଳ ଜଳ ରେ ସାବି ସବୁଦିନ ପରି ଗାଧୋଉଥିଲା l ତା ଅଜାଣତ ରେ ସେ ବାବୁ ମାନେ ତାର ପୁଙ୍ଗୁଳା ଦେହ କୁ ଦେଖି ନିଜ ମୋବlଇଲରେ ରେକଡିଂ କରୁଥିଲେ l ସାବି ଏକଥା କିଛି ସମୟ ପରେ ଜାଣିବାକୁ ପାଇଲା l ସେ ଜୋର ରେ ପାଟି କଲା "ଏ ବାବୁ ମାନେ ତୁମେ କେଭେ ତୁମର୍ ଝି, ବେହେନ୍ ର ଚେହେରା ନଇଁ ଦେଖି କାଏଁ.... ଅଂମୁଁଶିଆ ମାନେ... ମୋର୍ ମରତ କେ ଡ଼ାକଲେ ମାରିଦେବା ସମକୁ..." ସାବି କଥା ଶୁଣି ସମସ୍ତେ ସେଠୁ ଚାଲିଗଲେ l ଏମିତି ଅନେକ ଦିନ ବିତିଗଲା l ଗୋଟେ ବାବୁ ଏ ଜଙ୍ଗଲ ଭିତରେ ଏକ ପର୍ଯଟନ ସ୍ଥଳ ତିଆରି କରିବାକୁ ଆସିଲେ l ଲୋକ ଙ୍କୁ କାମ ଦେଲେ l ଖୁବ ବଡ଼ କୋଠା ହେଲା l ତାରି ଭିତରେ ସ୍ବିମ୍ମିଙ୍ଗ ପୁଲ ଆହୁରି କେତେ କଣ l ସେଇ ବାବୁ ଙ୍କ ପାଖରେ ସୌରୀ କାମ କରେ l ଖୁବ ପଇସା ଦିଅନ୍ତି ଏବେ ସାବି ବି ଖୁବ ଖୁସି ରେ ଅଛି l ଏମିତି କିଛି ଦିନ ବିତିଗଲା l ସୌରୀ ସବୁଦିନ ଏବେ ମଦ ଖାଉଛି l ସାବି କୁ ସବୁଦିନ ବାଡ଼ଉଛି l ମଦ ଖାଇଲେ କହୁଛି... ତୋ ର ଆଉ ଦରକାର ନlଇଁ.... ବାବୁ ମତେ ସବୁ ଦେବେ lଦିନେ ମଦ ଖାଇ ସେ ରାତି ରେ ସାବି କୁ ବାବୁ ପାଖକୁ ଯିବା ପାଇଁ ବାଧ୍ୟ କଲା l ସେ କହିଲା ଏମିତି ବାବୁ ଘର କୁ ଗଲେ ସେ ବହୁତ ପଇସା ଦେବେ l ଆମେ ବଡ଼ ଘର କରିବା..... ଆମ ଛୁଆ ଙ୍କୁ ବଡ଼ ଇସ୍କୁଲ ରେ ପଢ଼େଇ ସହରି ବାବୁ କରିବା l ବାବୁ ଙ୍କ ଅସଲ ରୂପ ସାବି କୁ ଆଉ ଅଜଣା ନ ଥିଲା l ଦିନେ ରାତି ରେ ସୌରୀ ପ୍ରଚୁର ମଦ ଖାଇ ସାବି କୁ ଘୋଷାରି ଘୋଷାରି ବାବୁ ଙ୍କ କୋଠା କୁ ନେଇଗଲା l କିନ୍ତୁ ଏ କଣ ସାବି ଯେଉଁ ବାବୁ ଙ୍କୁ ସେଦିନ ତା ପୁଙ୍ଗୁଳା ଦେହ ର ଫୋଟୋ ନେବା ର ଦେଖିଥିଲା ଏ ସେହି ବାବୁ l ଛି ଛି ଏ ସହରି ଲୋକ ଗୁଡାକ ଏତେ ଖରାପ l ଶେଷରେ ମୋ ମରଦ କୁ ହାତ କରି ମୋ ଇଜ୍ଜତ ରେ ଆଖି ପକେଇଲା l ଗୋଟେ କୋଠରୀ ରେ ବନ୍ଦ କରିଦେଲେ ସାବି କୁ l ପରେ ତା ମରଦ ସହ ପ୍ରଚୁର ମଦ ଖାଇ ତାକୁ ବିକ୍ରି କରିବାକୁ କଥା ହେଉଥିବା ଶୁଣିଲା ସାବି l ବାବୁ ଶାଗୁଣା ପରି ତା ମରଦ ଆଗରେ ଝାମ୍ପି ପଡିଲା l

ସାବି ଜୋର ରେ କହିଲା.... "ତୁ କି ମରଦ ରେ... ମୋ ଇଜ୍ଜତ ବିକ୍ରି କରୁଛୁ... ମୋର ରୂପ ତୁଇ ନlଇଁ ଦେଖି... ଏବେ ଦେଖ୍ ବୁ ":କହି ପାଖରେ ପଡ଼ିଥିବା ଲୁହା ରେ ଦୁହିଁଙ୍କୁ ଦେଲା ପାହାରେ ପାହାରେ... ଚେତାଶୂନ୍ୟ ହୋଇ ପଡିଗଲେ ଦୁହେଁ l ରକ୍ତ ରେ ଭିଜିଗଲା ଚଟାଣ...ରାତି ରେ କାହାକୁ କିଛି ନ କହି ନିଜ ଘର କୁ ଚାଲିଆସିଲା l ସକାଳ ହେବାରୁ ସମସ୍ତେ କୁହା କୁହି ହେଲେ.... କୁଆଡେ ସୌରୀ ଆଉ ବାବୁ ଙ୍କୁ କେହି ଦୁର୍ବୁର୍ତ୍ତ ମାରି ଦେଇଛି l ସାବି କାହାକୁ କିଛି କହିଲା ନି l ସେଇ ଝରଣା କୁ ଯାଇ ସୌରୀ ଦେଇଥିବା ନାଲି କାଚ ତକ ଭାଙ୍ଗିଦେଲା ସେଇ ପଥର ଉପରେ l ଚୁନା ଚୁନା କରି ଫିଙ୍ଗି ଦେଲା ସେଇ ଝରଣା ପାଣି କୁ l ଯେ ଦିନେ ସାବି ପ୍ରେମର ମୂକସାକ୍ଷୀ ଥିଲା l ନିରବ ରେ ଆଖିରୁ ଲୁହ ଝରେଇଲା... ସ୍ୱାମୀ ପାଇଁ ନୁହଁ ସ୍ୱାମୀ ର ବିଶ୍ୱାସଘାତକତା ପାଇଁ...ଲୋକେ କହିଲେ ସାବି ଟା ବିଧବା ହୋଇଗଲା l ଦିନେ ନିଜ ସତୀତ୍ୱ ପାଇଁ ସାବିତ୍ରୀ ଯମ ଦେବତା ଙ୍କ ପାଖରୁ ନିଜ ସ୍ୱାମୀ ଙ୍କୁ ଛଡେଇ ଆଣିଥିଲେ କିନ୍ତୁ ଆଜିର ସାବି ନିଜ ସତୀତ୍ୱ ପାଇଁ ନିଜ ସ୍ୱାମୀ କୁ ଯମ ପାଖକୁ ପଠେଇ ଦେଲା l ସବୁଦିନ ପାଇଁ ସ୍ୱାମୀ ଠୁ ଅଲଗା ହୋଇ ବଂଚିବା ପାଇଁ ଶପଥ କରିନେଲା ଏକ ଭିନ୍ନ ସାବିତ୍ରୀ ହୋଇ l



Rate this content
Log in

Similar oriya story from Tragedy