Satyabati Swain

Tragedy

4  

Satyabati Swain

Tragedy

ଭିଡରେ ଦିନେ

ଭିଡରେ ଦିନେ

4 mins
327


ରାସ୍ତାରେ ପ୍ରବଳ ଭିଡ଼। ଭିଡ଼ ଭିତରୁ ଶୁଭୁଥାଏ ଏଁ ଏଁ କାନ୍ଦ।


ଆହା ଚୁ ଚୁ ଶୁଭୁଥାଏ ସଭିଙ୍କ ତୁଣ୍ଡରୁ। ବୋଧ ହୁଏ କାହାର ମର୍ମନ୍ତୁଦ ଆକ୍ସିଡେଣ୍ଟ ହୋଇଛି।


ଗହଳି ଠେଲି ଦେଖିବାକୁ ଚାହିଁଲି କିଏ ସେ ।


ଯାହାକୁ ଦେଖିଲି ମୋ ଆଖି ଖୋସି ହୋଇଗଲା। ସ୍ତ୍ରୀ ଓ ପୁରୁଷ ଦୁହେଁ ଶେଷ ନିଦ୍ରାରେ ଶୋଇ ଯାଇଛନ୍ତି କି କଣ।ଚିତ୍ ହୋଇ ପଡିଛି ମାଆ।ମୁହଁ ମାଡି ପଡିଛନ୍ତି ପୁରୁଷ ଜଣକ। ସେମାନଙ୍କ ମଝିରେ ଗୋଡ଼ ହାତ ବାଡେଇ ଖେଳୁଛି ଶିଶୁଟିଏ। କେତେବେଳେ ସେମାନଙ୍କ ଛାତିକୁ ଚଢି ଯାଉଛି ତ କେତେବେଳେ ମାଆ ଛାତି ଦରାଣ୍ଡି ପକେଇ କ୍ଷୀର ଖାଇବାକୁ ଚେଷ୍ଟା କରି ଚାଲିଛି । ବେକ ପଟୁ ମାଆ ଡ୍ରେସ ଭିତରେ ହାତ ପୁରେଇ ବିମଳ ହସ ଟିଏ ହସି ଦେଉଛି। ଏଥର ସେ ପେଟେଇବା ଛାଡି ବସିଲା। ହେବକି କଣ ସାତ ଆଠ ମାସର ଶିଶୁ। ପୁଣି କାନ୍ଦ କାନ୍ଦ କରୁଥାଏ ମୁହଁ। କେବଳ ଏଁ ଏଁ ମା ମା ବା ବା ହେଇଥାଏ।କଥା କହି ଶିଖିନି। ସେମାନଙ୍କ ହାତ ଟାଣୁଥାଏ। ତା ଆଖି ନାକ ମକଚି ନାଲି କରି ସାରିଲାଣି।


  ଏତେ ଲୋକ ଗହଳି କେହି ଛୁଆଟିକୁ ଉଠାଉ ନାହାନ୍ତି ! ଅପେକ୍ଷା ପୋଲିସକୁ।


    ଭିଡ଼ ଠେଲି ପିଲାଟିକୁ ଉଠେଇ ଆଣିବାକୁ ଗଲି ତ କେହି ଜଣେ ବୟସ୍କ ବ୍ୟକ୍ତି ମୋ ହାତ ଟାଣି ଧରି କହିଲେ, ରୁହନ୍ତୁ ମାମ୍ ପୋଲିସ ଆସୁଥିବ। ବେଳ କାଳ ଭଲ ନାହିଁ ।ପୋଲିସ ଆସିବା ପୂର୍ବରୁ କିଛି କଲେ ଅସୁବିଧାରେ ପଡିବେ।


  ତା ବୋଲି ପିଲାଟି କାନ୍ଦୁଥିବ ଆଉ ଆମେ ପୋଲିସକୁ ଅପେକ୍ଷା କରିଥିବା। ପ୍ଲିଜ଼ ଛାଡ଼ନ୍ତୁ ପିଲାଟିକୁ ଆଣେ। ଠିକ୍ ଏତିକି ବେଳକୁ ପୋଲିସ ଗାଡି ଆସିଗଲା।


  ସାର୍ ପିଲାଟିକୁ ମୋତେ ଦିଅନ୍ତୁ ତ ।ବିଚରା କାନ୍ଦୁଛି କେତେବେଳୁ। ଏମିତି କଣ ନିୟମ କାନୁନ ହୋଇଛି ଯେ ଲୋକେ ଆହତ ବ୍ୟକ୍ତିଙ୍କୁ ସାହାଯ୍ୟ କରିବାକୁ ଡରୁଛନ୍ତି ?ନ ଡରେଇ ବରଂ ପ୍ରୋତ୍ସାହିତ କରି ପୁରସ୍କୃତ କଲେ ଅନେକ ଜୀବନ ଅବେଳେ ଯିବା ପରିବର୍ତ୍ତେ ବଞ୍ଚି ଯାଆନ୍ତା। ମୋ କଥା ନ ଶୁଣି ପୋଲିସ ତା କାମରେ ଲାଗି ପଡିଲେ। ପ୍ରଥମେ ଓଲଟେଇଲେ ପୁରୁଷଟିକୁ।


ଚମକି ପଡି ପଛକୁ ଠେଲି ହୋଇ ଗଲି। ଏତ ...ୟଶ।


 ହାଲୋ


ହଁ କୁହନ୍ତୁ।


ଆପଣ ଆରୁଷି ମାମ୍ ?


ହଁ।


ମୁଁ । ଆପଣଙ୍କ ବକ୍ତବ୍ୟ ଏକ ରେଡିଓ କାର୍ଯ୍ୟକ୍ରମରୁ ଶୁଣି ମୁଗ୍ଧ ହୋଇଥିଲି।


ଆଚ୍ଛା। ଏବେ କି କାମ ମୋ ପାଖରେ ଅଛି କି ?


ଆଜ୍ଞା।


କି କାମ ?


ଆପଣଙ୍କୁ ଶୁଣିବାକୁ ଖୁବ୍ ଇଚ୍ଛା ହେଲା।


  ପାଗଳ କହି ଫୋନ୍ ଅଫ୍ କରିଦେଲି। କିନ୍ତୁ ଆଶ୍ଚର୍ଯ୍ୟ ମୋତେ ଚକିତ କରି ଦିନେ ହଠାତ୍ ସେ ପହଞ୍ଚିଗଲା ଆମ ଅଫିସରେ ?


  ମାମ୍ କେହି ଆପଣଙ୍କୁ ଦେଖା କରିବାକୁ ଚାହାନ୍ତି।କହିଲେ ଅଫିସ ସିକୁରୀଟି ଗାର୍ଡ ଅରୁଣ।


 ଏବେ ତ ମୁଁ ଏକ ଅର୍ଜେଣ୍ଟ ଭରଚୁଆଲ୍ ମିଟିଙ୍ଗରେ ଅଛି ।କୁହ ଏକ ଘଣ୍ଟା ପରେ ଦେଖା ହେବ। ହଁ ଅଫିସ ରିଲେଟେଡ଼ କାମ ଥିଲେ ହିଁ କେବଳ ମୋ ଚ୍ୟାମ୍ବରକୁ ଛାଡିବ। ଆଜି ଗୁଡ଼େ ୱାର୍କ ଲୋଡ଼ ଅଛି । ନାଁ ,ଆଡ୍ରେସ କଣ ପାଇଁ ଆସିଛନ୍ତି ବୁଝିକି ଛାଡିବ ଅରୁଣ।


ଓକେ ମାମ୍।


  ଏକ ଘଣ୍ଟା ପରେ ଜଣେ ବକ୍ତିଙ୍କ ପଛେ ପଛେ ଅରୁଣ ଶୁଣନ୍ତୁ ପ୍ଲିଜ଼ ଶୁଣନ୍ତୁ ପ୍ଲିଜ଼ କହି ପଛେ ପଛେ ଆସୁଥିଲା।ବ୍ୟକ୍ତିଟି କିନ୍ତୁ ଅରୁଣ ହାତକୁ ଛିଞ୍ଚାଡ଼ି ଦ୍ରୁତ ଗତିରେ ପଢ଼ି ପଢି ଆସୁଥିଲେ ସମସ୍ତ ଚ୍ୟାମ୍ବର ନେମ୍ ପ୍ଲେଟ୍ । ମୋତେ ସିଧା ଦିଶୁଥିଲା ଏ ଦୃଶ୍ୟ ଯେହେତୁ ସେମାନେ ଆସୁଥିବା ସାମନା ଚ୍ୟାମ୍ବରଟି ମୋର ଥିଲା ଏବଂ ସେଇ ଆଡ଼କୁ ମୁହଁ କରି ବସିବା ମୋ ସିଟ୍। ଆଗରେ ଆରୁଷି ପଟ୍ଟନାୟକ, ଆସିଷ୍ଟାଣ୍ଡ ଡ଼ାଇରେକ୍ଟର ଡ୍ରେସ ଡିଜାଇନ୍ ଡିପାଟମେଣ୍ଟ ପଢି ଦଉଡି ଆସିଲେ।ଦୈବାତ୍ ପିଅନ ଠିକ୍ ସମୟରେ ଚା ଆଣି ଭିତରକୁ ଆସିଥାଏ ତ ଡୋର ଲକ୍ ହୋଇ ନ ଥିଲା। 


   ଏଇ ମୌକାରେ ବ୍ୟକ୍ତି ଜଣକ ପଶି ଆସିଲେ ମୋ ଚ୍ୟାମ୍ବରକୁ। ପାଞ୍ଚ ମିନିଟ ପ୍ଲିଜ଼ ମାମ୍। ମୋତେ ରୁମରୁ ବାହାର ନ କରି ପାଞ୍ଚ ମିନିଟ ଦିଅନ୍ତୁ । ମୁଁ କୌଣସି ଅସାମାଜିକ ବ୍ୟକ୍ତି ନୁହେଁ । ମୁଁ ବି ଗୋଟିଏ ଭଲ ଜବ୍ ରେ ଅଛି। ପ୍ଲିଜ଼ ପାଞ୍ଚ ମିନିଟ ଦିଅନ୍ତୁ ।


    ଠିକ୍ ଅଛି।ଶୀଘ୍ର କୁହନ୍ତୁ।ଅଫିସ ଆୱାରରେ ମୁଁ ବାହାର ଲୋକ କି ମୋ ବ୍ୟକ୍ତିଗତ କାମ ପାଇଁ ସମୟ ନଷ୍ଟ କରେନି। ମୋଟା ଅଙ୍କର ଦରମା ନେଇ ଖୁସିରେ ଚଳେ କେବଳ ଏଠି ଆଠ ଘଣ୍ଟା ଡିୟୁଟି କରିବି ବୋଲି।


    ମାମ୍ ମୁଁ ୟଶ ସେନ୍। ଆପଣ ଟୋନ୍ ର ଜଣେ ଫ୍ୟାନ। ଯେତେ କାମ ଥାଉ ପଛେ ଯେବେ ଆପଣ ରେଡ଼ିଓରେ ଆସନ୍ତି ମୁଁ ମିସ୍ କରେନି କେବେ। ଚମତ୍କାର ଆପଣଙ୍କ ଟୋନ୍ ର ଯାଦୁ । 


   ଏ ବ୍ୟସ୍ତ ବହୁଳ ଜୀବନରେ କାହା ପାଖେ ସମୟ ଅଛି ନିକିମା ହୋଇ ପ୍ରଶଂସା କରିବାକୁ ଆସିବ ! ଅନ୍ୟ କିଛି ମତଲବ ନାହିଁ ତ ! ତଥାପି ମନଟା ଟିକେ ଖୁସି ହୋଇଗଲା ଯେ ମୋ ଟୋନ୍ ର ଦିବନା ବି ଅଛନ୍ତି।ଅବଶ୍ୟ ମୋ ଟୋନ୍ ର ସ୍ୱତନ୍ତ୍ରତା ଅଛି ବୋଲି ବଡ଼ ବଡ଼ ଗାଳ୍ପିକ କିମ୍ବା କବିଙ୍କର ଗପ କି କବିତା ପଢିବା ପାଇଁ ବିଭିନ୍ନ ଆକାଶବାଣୀ ମୋତେ ଡାକନ୍ତି। ଅବସର ସମୟରେ ମୁଁ ଜଣେ ରେଡ଼ିଓ ଜର୍କୀ।


   ଧନ୍ୟବାଦ ଆପଣଙ୍କୁ। ଜବ୍ କରୁଛନ୍ତି ଅଥଚ ଛୁଟି ନେଇ କେବଳ ମୋତେ ପ୍ରଶଂସା କରିବାକୁ ଆସିବାଟା କେମିତି ଲାଗୁନାହିଁ !!!


     ଠିକ୍ କଥା କହିଲେ ମାମ୍ । ନିଜ ଖୁସି ପାଇଁ ହାପ୍ ଛୁଟିଟିଏ କଦବା କେମିତି ନେଇ ହେବନି ? ସବୁବେଳେ ଅନ୍ୟ ପାଇଁ ଜୀଉଁଥିବା ? ନିଜ ଜୀବନ ଓ ଖୁସି ବୋଲି କିଛି ଅଛି ନା ନାହିଁ ?


    ନିଜ ନିଜର ଏସବୁ ବ୍ୟକ୍ତିଗତ ଜୀଇଁବା ଶୈଳୀ ଆଜ୍ଞା ।ଆପଣଙ୍କ ଏଥର ଆସି ପାରନ୍ତି।


     ୟଶ କିଛି କହିବାକୁ ଚାହୁଁଥିଲେ।ମାତ୍ର ମୋର ଡ୍ରେସ ଯାଞ୍ଚ ତାରିଖ ଆଜିଥିଲା। ମୋ ତନଖି ପରେ ପ୍ୟାକିଙ୍ଗ ହୋଇ ସେଲର ମାନଙ୍କୁ ଦିଆଯିବ।


    ଆପଣଙ୍କ ଫ୍ରି ଟାଇମ୍ କେଉଁଟା ? ଫୋନ୍ କରି ପାରିବି ଆପଣଙ୍କୁ ?

    

   ପଚାରିବେ ନାହିଁ ଆପଣଙ୍କ ଟୋନ୍ ର ଏଡ଼େ ପ୍ରଶଂସକ ମୁଁ କାହିଁକି ?


କାହିଁକି ?


ଫୋନ୍ ରେ କହିବି। ଆପଣ କାମ ପାଇଁ ବ୍ୟସ୍ତ ଅଛନ୍ତି ତ।


     କେଜାଣି ଅପରିଚିତ ହେଲେ ବି ମନା କରି ପାରିଲି ନାହିଁ ଫୋନ୍ କରିବାକୁ।ସ୍ୱତଃ ମୋ ପାଟିରୁ ବାହାରି ପଡ଼ିଲା ରବିବାର ସନ୍ଧ୍ୟା ସାତରୁ ଦଶ ମୋ ଫ୍ରି ଟାଇମ୍ ।


   ଏବଂ ତାପରଠାରୁ ଆଜିକାଲି ମୁଁ ସାତରୁ ଦଶ ଫୋନ୍ କୁ ପାଖରେ ରଖିଥାଏ । କଣ ୟଶ ଫୋନ୍ କୁ ମୋର ଅପେକ୍ଷା ଥାଏ କି ? କିନ୍ତୁ କାହିଁକି ? ପ୍ରଶଂସା ଶୁଣିବାକୁ ମୁଁ ଏତେ ଭୋକିଲା କି ? ମୋର ଅନେକ ପ୍ରଶଂସକ ଅଛନ୍ତି।ୟଶ ସେମାନଙ୍କ ଭିତରୁ ଜଣେ । ହେଇଥିବ କାହିଁକି ମୋ ଟୋନ୍ ଭଲ ପାଏ ବୋଲି କହିଥିଲା କହିବ।ସେଇ କଥା ଜାଣିବାକୁ ମନ ଉତ୍ସୁକ ହେଉଛି କି ? ଏମିତି ବିତିଗଲା ଏଗାର ଦିନ। ଦିନେ ରାତି ଆଠଟାରେ କଲ୍ ଟିଏ ଆସିଲା।


ହାଲୋ ଆରୁଷି ମାମ୍ ୟଶ କହୁଛି।


ହାଇ ୟଶ କୁହ ।


ଆପଣଙ୍କ ଟୋନ୍ ମୋ ଦି ଟୋନ୍ ପରି ମିଠା କିନ୍ତୁ ଭାରି ଭାରି।


ଦି !


ହଁ ଆଉ ସେ କହି ପାରୁ ନାହିଁ।


ଅର୍ଥାତ।


  ଥ୍ରୋଟ୍ କ୍ୟାନ୍ସର। ଲାଷ୍ଟ ଷ୍ଟେଜ୍ । ଟାଟା ମେମୋରିଆଳରେ ଟ୍ରିଟମେଣ୍ଟ୍ ହେଉଛି। ତାରି ପାଖରୁ ଆଜି ଫେରିଲି। ବାବା ମାଆ ସେଠି ଅଛନ୍ତି। ମୁଁ ମୋ ମିସେସ ଓ ଆମର ସାତ ମାସର ପୁଅ ।ଏଇ ଭୁବନେଶ୍ୱର ରେ ମୈତ୍ରୀ ବିହାରେ ଆମ ଘର। ଆପଣଙ୍କ ଟୋନ୍ ମୋ ଦି ର ଅବିକଳ। ସେଥିପାଇଁ ଆପଣଙ୍କ ଟୋନ୍ ଶୁଣିବି ବୋଲି ଜଗି ବସିଥାଏ। ମୋ ଦି ମୋତେ ଖୁବ୍ ଭଲ ପାଏ ମାମ୍। ତାକୁ କ୍ୟାନ୍ସର ହେବା ଶୁଣି ତା ସ୍ବାମୀ ଓ ଶାଶୁଘର ତାକୁ ପଚାରନ୍ତି ନାହିଁ।ଦି ର ଦୁଇଟି ଝିଅ।


   ଓଃ କହି ଦୀର୍ଘଶ୍ବାସ ଟିଏ ବାହାରି ଆସିଲା ମୋର।ଠିକ୍ ଅଛି ଆପଣଙ୍କ ମନ ଯେତେବେଳେ କହିବ ମୋ ପାଖକୁ ଆସି ପାରନ୍ତି ୟଶ।


ଥ୍ୟାଙ୍କ ୟୁ ମାମ୍ ଥ୍ୟାଙ୍କ ୟୁ ।


ମାମ୍ ନୁହେଁ ଦି।


ଦି ଇ ଇ ଇ !


ହୁଁ ୟଶ ।


ମୋ ଭାବନାରେ ବ୍ୟାଘାତ ଦେଲା ପୋଲିସ ପ୍ରଶ୍ନ।କେହି ଜାଣିଛ ଏ ଦୁହିଁକୁ ?


ଥରି ଥରି କହିଲି ହଁ ସାର୍ ଏ ମୋ ଭାଇ।



Rate this content
Log in

Similar oriya story from Tragedy