Barsha rani Nanda

Fantasy

4.0  

Barsha rani Nanda

Fantasy

ଭାକୁର ଝୋଳ

ଭାକୁର ଝୋଳ

3 mins
214


ଭାତ ଓ ଭାକୁର ମାଛ ଝୋଳ କହିଲେ ମୋ ପାଟିରୁ ଲାଳ ଗଡ଼େ।ଏଇ ଲାଳ ଗଡିବା କଥା ଶୁଣିଲେ ବୋଉ କୁହେ କ'ଣ ଛୁଆ ଭଳିଆ ହେଉଛୁ।ଭାକୁର ମାଛକୁ ମସଲାଦିଆ ଝୋଳ ହେଉ ବା ଆମ୍ବୁଲ ଦିଆ ରାଇ ହେଉ ମୋର ସାଙ୍ଗେ ସାଙ୍ଗେ ଥାଳିଟେ ଭାତ ଗଳିଯାଏ। ମୁଁ ଭାକୁର ମାଛ ଭଲପାଏ ବୋଲି ବାପା ସବୁବେଳେ ଭାକୁର ମାଛ ଆଣନ୍ତି।ବାପା ସବୁବେଳେ କୁହନ୍ତି ଝିଅ ମୋର ଖାଇଥାଉ ସାବିତ୍ରୀ ବାହାଘର ପରେ ଆଉ କ'ଣ ସବୁବେଳେ ଆମ ଘରକୁ ଆସି ତୁମ ହାତରନ୍ଧା ଖାଇ ପାରିବ।ବୋଉ ସବୁବେଳେ ମତେ ପେଟ ପାଖ ମାଛଟି ଦିଏ।ମୁଣ୍ଡ କି ଲାଞ୍ଜ ଖଣ୍ଡଟି ଖାଇବା ପାଇଁ ମତେ ଜମା ବି ଭଲ ଲାଗେନି । ବେଳେ ବେଳେ ଭାବେ ସବୁବେଳେ ମୁଁ ମଝି ଖଣ୍ଡକୁ ଖାଇବା ପାଇଁ ଅଳି କରୁଛି ବାପା,ବୋଉ,ଭାଇ ଯାହା ହେଲେ ବି ସେମାନେ କାମ ଚଳେଇ ଦେଉଛନ୍ତି। କେବେ କିଛି କୁହନ୍ତିନି ମଧ୍ୟ। ବାହାଘର ପରେ ଝିଅଟି ନିଜ ଇଚ୍ଛାକୁ ଭୁଲିଯାଏ। ମୋର ମଧ୍ୟ ଆଉ ଇଛା ବୋଲି କିଛି ନାହିଁ।ଉତ୍ତମ ଗୃହିଣୀର କର୍ତ୍ତବ୍ୟ ତୁଲଉଛି ମୁଁ।ଶାଶୁ, ଶ୍ଵଶୁର, ନଣନ୍ଦ, ସ୍ବାମୀ, ଛୋଟ ପୁଅକୁ ନେଇ ମୋର ସଂସାର।ସବୁ ପ୍ରକାରର ମାଛ ଆସେ ଘରକୁ ନିଜେ କାଟେ ,ତାକୁ ବହୁତ ଯତ୍ନରେ ରାନ୍ଧେ ସମସ୍ତେ ଯେମିତି ଖୁସିରେ ଖାଇବେ। ସେମାନେ ଖୁସିରେ ଖାଇଲେ ମୁଁ ମଧ୍ୟ ଖୁସି ହୁଏ। ଯେତେବେଳେ ଝିଅ ଥିଲି ରନ୍ଧା ସରିଲେ ସବୁ ବାଢ଼ି ସାରି ବୋଉ ଡାକଦିଏ ଖାଇବା ପାଇଁ ।ସିଧା ଆସି ଖାଇବା ଥାଳି ପାଖରେ ବସିଯାଏ। ସେଥିରେ ବି ମାଛ କଣ୍ଟା ବାଛି ଖାଇବା ପାଇଁ ମତେ ବହୁତ କଷ୍ଟ ଲାଗେ। ଏବେ କିନ୍ତୁ ନିଜେ ସବୁ କରିବା ପାଇଁ ବାଧ୍ୟ। ସେଥିରେ ବି ମୁଁ ଖାଇଲା ବେଳକୁ କେବେ ଲାଞ୍ଜ ଖଣ୍ଡ ଟିକିଏ ତ କେବେ ଝୋଳ ଟିକିଏ ଆଳୁ ଖଣ୍ଡେ ଥାଏ। ରାନ୍ଧିବା ବେଳେ ହିଁ ମୋର ସେଇ ବାସ୍ନାରେ ପେଟ ପୂରି ଯାଇଥାଏ ଆଉ ଖାଇବି କ'ଣ। କେବେ କେବେ ଯଦି ମନେପଡେ ଘର କଥା ମାଛ ରାନ୍ଧିବା ବେଳେ ମୁଁ ଆଳୁ ଗୋଟିଏ ପକେଇ ଦେଇଥାଏ ଶେଷରେ ଝୋଳ ଟିକିଏ ଆଳୁ ଖଣ୍ଡିଏ ହେଲେ ବି ମୋର ହେଇଯାଏ।କେହି କେବେ ଦେଖନ୍ତିନି ମଧ୍ୟ ମୋ ଭାଗରେ ଅଛି ନା ନାହିଁ। କେହି କେବେ ପଚାରନ୍ତିନି ମଧ୍ୟ ମୁଁ କେତେବେଳେ ଖାଇବି।ଦିନେ ଦିନେ ସମସ୍ତେ ଖାଇ ସାରିବା ପରେ ରୋଷେଇ ଘରକୁ ଆସି ମାଛ ରନ୍ଧା କଡ଼େଇକୁ ଦେଖି ବୋଉ କଥା ମନେ ପକେଇ ବହୁତ କାନ୍ଦେ। ବାପାଙ୍କର ସେଇ କଥା ମନେପଡେ ମୋ ଝିଅ ଖାଇଥାଉ ସାବିତ୍ରୀ ବାହାଘର ପରେ ତୁମ ହାତରନ୍ଧା ସେ ଆଉ କଣ ଖାଇବା ପାଇଁ ପାଇବ। ମୁଁ ଭଲପାଏ ମୁଁ ଖାଇବି ବୋଲି ପେଟ ଖଣ୍ଡ ମାଛ ଆମ ଘରେ କେହି ବି ଖାଇବା ପାଇଁ ଇଛା କରନ୍ତିନି।ମୋ ପୁଅ ଜନ୍ମ ହେବାର ଥାଏ ମତେ ବହୁତ ଇଛା ହେଉଥିଲା ବୋଉ ହାତର ଭାକୁର ମାଛ ଝୋଳ ଟିକିଏ ଖାଇବା ପାଇଁ କିନ୍ତୁ ଭାଗ୍ୟରେ ନଥିଲା ମିଳିବକୁଆଡୁ।ସମୟ ଗଡି ଚାଲିଲା ମୁଁ ବାପ ଘରକୁ ଯାଇ ପାରିଲିନି ଖାଲି କାନ୍ଦୁଥାଏ ମନେ ପକେଇକି ତା ଛଡା ଅନ୍ୟ ଉପାୟ ନଥାଏ।ପୁଅ ହେବା କେତେଦିନ ପରେ ବାପା ଆସି ଜୋର୍ ଜବରଦସ୍ତ୍ କରି ମତେ ଘରକୁ ନେଇ ଗଲେ। ବୋଉ ମୋ ପସନ୍ଦ ର ମାଛ ଝୋଳ,ରାଇ, ଭଜା ,ମାଛକୁ ବହୁତ ପ୍ରକାରର ରାନ୍ଧି ଖୁଆଇଲା। ମୁଁ ଶାନ୍ତି ରେ ଖାଇଥିଲି ଭାକୁର ମାଛ ଝୋଳ।ଘରେ କେହି ଜାଣି ନାହାନ୍ତି ଯେ ମୁଁ ଶାନ୍ତି ରେ ଗଣ୍ଡାଏ ଖାଇ ପାରୁନି।ବୋଉ କହୁଛି ମୋ ଝିଅ ର ପିଲାଳିଆମି ଏ ଯାଏ ଯାଇନି। ଏତେ ସବୁ କଥା ଜାଣିଲେ ମୋ ବୋଉ କାନ୍ଦି ଥାଆନ୍ତା କାହିଁକି ବା କହିବି ଏସବୁ। ଗୋଟିଏ ସଂସାର ଦାୟିତ୍ଵ ତୁଲଉଛି ,ସବୁ ସହିବାକୁ ତ ପଡ଼ିବ।

ପୁଣି ମୋର ଶାଶୁଘର ଫେରିବାର ସମୟ ଆସିଲା।ଫେରିଲି ଶାଶୁ ଘରକୁ। ଯେମିତି ଚାଲିଥିଲା ମୋ ଜୀବନ ଶୈଳୀ ପୁଣି ସେମିତି ଚାଲିଲା।ଦିନେ ମୋ ସ୍ବାମୀ ଘରେ ଥାଆନ୍ତି ସେଦିନ ତାଙ୍କର କିଛି କାମ ନଥାଏ।ମାଛ ଆଣିଲେ ଶୀଘ୍ର ରାନ୍ଧ ଭୋକ କଲାଣି କହିଲେ। ମୁଁ ତରବର ହୋଇ ମାଛ ରାନ୍ଧିଲି ସମସ୍ତଙ୍କ ପାଇଁ ଖାଇବା ବାଢିଦେଲି। ସମସ୍ତେ ଖାଇ ସାରିବା ପରେ ମୋର ଖାଇବା ବାଢିଲି। ସେଦିନ ମୋ ଭାଗରେ ଆଳୁ ଖଣ୍ଡେ ଆଉ ଟିକିଏ ଝୋଳ ଥାଏ। ଖାଇବା ଆରମ୍ଭ କଲି ଠିକ୍ ସେତେବେଳେ ସ୍ବାମୀ ଆସି ପହଞ୍ଚିଲେ। ଏତେ ବେଳ ଯାଏ କ'ଣ କରୁଥିଲ ଖାଇନ ଏ ଯାଏ? ପଛରେ ଖାଉଛ ମାନେ ନିଶ୍ଚୟ କିଛି ଭଲ ଜିନିଷ ରଖିଛ ତୁମ ପାଇଁ।ତୁମ ସାଙ୍ଗରେ ଆଜି ଆଉ ଟିକିଏ ଖାଇବି କହି ବସି ପଡିଲେ। ମୁଁ ନାହିଁ କହୁଥାଏ ଜବରଦସ୍ତି ବସିଲେ ଦେଖିଲା ବେଳକୁ ମୁଁ ଟିକିଏ ଝୋଳ ସାଙ୍ଗେ ଖାଉଛି। କାନ୍ଦି ପକେଇଲେ ସିଏ ।କ'ଣ ଇଏ ଆମ ପାଇଁ ଖଣ୍ଡ ମାଛ ଆଉ ତୁମ ଭାଗରେ ଝୋଳ ତମେ କାହିଁକି ଆଜି ଯାଏଁ କିଛି କହୁ ନଥିଲ ହେଁ।ତୁମର ଏଇ ଦୁଃଖ ଦେଖିବି ବୋଲି ମୁଁ ତୁମକୁ ବାହା ହେଇଥିଲି।ତୁମେ ନିଶ୍ଚୟ ସବୁ ବେଳେ ଏମିତି ଖାଉଛ ମତେ କେବେ କିଛି କହିନ ଆଜି ଯାଏଁ। ମୁଁ କାମରେ ବ୍ୟସ୍ତ ରହୁଛି ବୋଲି ଏତେ ସବୁ ହଉଛି ।

ହଉ ଠିକ୍ ଅଛି କହି କାନ୍ଦି କାନ୍ଦି ଚାଲିଗଲେ ରୁମ୍ କୁ । ତା ପର ଦିନ ଭାକୁର ମାଛ ଆଣି ନିଜେ ରାନ୍ଧିଲେ ପ୍ରଥମେ ମତେ ଖୁଆଇ ଦେଲେ। ଆଜିଠୁ ତମେ ବି ଆମ ସାଙ୍ଗରେ ମିଶିକି ଖାଇବ ସମସ୍ତଙ୍କ ପାଇଁ ସମାନ ଭାଗରେ ବାଢିବ ହେଲା।ତାପରେ ଆମ ଘରକୁ ଯେବେ ବି ମାଛ ଆସିଛି ଅଧିକା ଆସେ ସମସ୍ତଙ୍କୁ ବାଢ଼ିବା ପରେ ବି ଆହୁରି ବଳେ।ବେଳେ ବେଳେ ମୋ ସ୍ବାମୀ ଖାସ୍ ମୋ ପାଇଁ ନିଜେ ମାଛ ରାଇ କରନ୍ତି ଆଉ ମୁଁ ତାଙ୍କୁ ସାହାଯ୍ୟ କରେ।

 



Rate this content
Log in

Similar oriya story from Fantasy