ଭାଇ ଭଉଣୀ
ଭାଇ ଭଉଣୀ
ବର୍ଷା, ତା ସାଙ୍ଗକୁ ବନ୍ୟା ଜଳବନ୍ଦୀ ହୋଇ ଲୋକମାନେ ପୋକ ମାଛିଠୁ ହୀନ ହୋଇ ଦାରୁଣ ଦୁଃଖ କଷ୍ଟ ଓ ଯନ୍ତ୍ରଣା ଭୋଗୁଛନ୍ତି। ଘରେ ଘରେ କିଛି ନାହିଁ ତ ସୁବଳର ମନେ ପଡିଗଲା, ସତ୍ୟସାଇ ଆଜି ସ୍କୁଲରେ ସାର ମୋତେ ପ୍ରଶ୍ନ ନପଚାରନ୍ତେ କି, ମୁଁ ସାହାଡ଼ା ଗଛ ମୂଳେ ପଇସା ପୋତି ଦେବି, ତୁମେ ନେଇଯିବ। ପୁଣି କେବେ ବାପା ମାର୍କ ସିଟ ପାଇଁ ଦେଖିବାକୁ ସ୍କୁଲ ନଯାଆନ୍ତେ କି, ତ କେବେ ଟିଉସନ ସାର ନ ଆସନ୍ତେକି, ଏମିତି କାମନା ଗୁଡ଼ିର ସଫଳ ରୂପାୟନରେ, ସେ ଯାଇ ବର୍ଷାରେ ଓଡ଼ା ହୋଇ ଟଙ୍କିକିଆ ସବୁ ଯୋଗାଡ କରି ଆଣିବା ବେଳକୁ କେବେ କେବେ ଟଙ୍କା ଦେଇ କିଣିଥିବା ଅଣ୍ଡା ଚକୋଲେଟ୍ ଗୁଡ଼ିକ ରଖିଥିବା ଜାଗାରୁ ଛୋଟ ଭଉଣୀ ନେଇ ଖାଇ, ତା ଭିତରୁ ବାହାରୁଥିବା ପାନମଧୁରୀ ତାକୁ ଦେଇ କହୁଛି ଭାଈ ନେ ଖା।
ସୁବଳ ମୁଣ୍ଡକୁ ପିତ୍ତ ଚଢ଼ିଗଲା। ନିସ୍ତୁକ ପିଟିଲା ଭଉଣୀକୁ, ତ ଦୁହିଁଙ୍କୁ ଜ୍ଵର। ମାଆ କାନ୍ଦି କାନ୍ଦି ତମ୍ବୁ ଭିତରେ , ବର୍ଷା ସାଂଗକୁ ବନ୍ୟା ପାଣି ଘେରରେ ମଧ୍ୟ ଦୁହିଁଙ୍କୁ ସୋରିଷ ତେଲ ଓ ରସୁଣ ଫୁଟେଇ ରାତିସାରା ଘସୁଥାନ୍ତି। ସୁବଳ ଜରରେ ବିଳିବିଳାଉ ଥାଏ, ମୋ ସୁନା ଭଉଣୀ ତତେ ଏତେ ମାରିଲି ସାମାନ୍ୟ ଅଣ୍ଡାକୃତି ଚକୋଲେଟ୍ ପାଇଁ, କି ଭାଇ ମୁଁ ତୋର। ମାଆ ବିକଳରେ ମାଆ ଦୁର୍ଗା ଓ ଗଣେଶଙ୍କୁ ପ୍ରାର୍ଥନା କରୁଥାନ୍ତି।
ପାଣି ଛାଡିବା ଦେଖି ସୁବଳ ସତ୍ୟସାଇ ଙ୍କୁ ପୁଣି ଡାକିଲା, ପ୍ରଭୁ ମତେ ଭଲ କରିଦେଲ, ମୋ ଭଉଣୀକୁ ଭଲ କରିଦିଅ ପ୍ରଭୁ, ସବୁ ପଇସା ତୁମକୁ ଦେଇଦେବି। ଆମ ବାଡିପଟ ଆମ୍ବ ଗଛ ମୂଳେ ପୋତିଦେବି ତୁମେ ଆସି ନେଇଯିବ। ଏତେଦିନ ଯାଏଁ ନେଇନଥିଲେ କାହିଁକି ପ୍ରଭୂ ! ପଇସା ମୋର ଦରକାର ନାହିଁ ଭଉଣୀ ଦରକାର, କହି ପଇସାତକ ପୋତି ଘରେ ପହଞ୍ଚିଲା ବେଳକୁ ଆମ୍ବୁଲାନ୍ସରେ ଭଉଣୀକୁ ନିଆଗଲାଣି ହସ୍ପିଟାଲ। ସେଠିକୁ ବି ଦୌଡିଲା ସୁବଳ। ଡାକ୍ତର ବାବୁଙ୍କ ଗୋଡ଼ ଧରି ନେହୁରା ହେଲା। ପ୍ରଭୁଙ୍କୁ ଡାକିଲା। ସକାଳୁ ସକାଳୁ ଭଉଣୀ ଆଖି ଖୋଲି ଡାକିଲା ଭାଇ, ତ ସୁବଳ ଆନନ୍ଦରେ ଚିତ୍କାର କଲା ଜୟ ପ୍ରଭୁ ସାଇନାଥଙ୍କର ଜୟ।