Manju Rath

Others

3  

Manju Rath

Others

ଭାବରେ ଭଗବାନ

ଭାବରେ ଭଗବାନ

1 min
222


ମୋ ଭାବନା ଏବଂ ମୋ ଭଗବାନ ବେଳେ ବେଳେ 

ସ୍ୱପ୍ନରେ ସାକ୍ଷାତ ହୋଇଯାନ୍ତି 

ମୁଁ ଭାବବିହ୍ୱଳ ହୋଇ କାନ୍ଦି ପକାଏ ଜୀବନର 

ଦୁଃଖ ସୁଖ କୁ ଅଜାଡି ଦିଏ ତାଙ୍କ ପାଦ ତଳେ 

ମୁଁ ହୃଦୟରୁ ଜଣାଏ ହେ ଭଗବାନ ଯାହା ବି ଦେଉଛ 

ମୋତେ ଧୈର୍ଯ୍ୟର ସହ ପରୀକ୍ଷାରେ ଉପସ୍ଥିତି କରାଅ 

ଯେମିତି ତୁମ ନାମ ରହୁ ସଦା ମୋ ଜିହ୍ୱାରେ 

ତୁମେ ମୋ ବନ୍ଧୁ ତୁମେ ମୋ ମାତା ପିତା 

ତୁମ ବିନା ମୋ ଜୀବନ ନୁହେଁ ଗତିଶୀଳ 

ମୋ ଭାବର ସମ୍ପର୍କ ରହୁ ସଦା ତୁମ ପାଖେ 

ତୁମ ସାଗରରୁ ବୁନ୍ଦାଏ ପାଣି ମୋ ଶୋଷର ତୃଷା 

ମେଣ୍ଟି ଯାଉ ପ୍ରଭୁ 

ତୁମ ପ୍ରେମରୁ ଝରୁଥାଉ ମୋ ପାଇଁ ଆଶୀର୍ବାଦ ଉପହାର 

ମୁଁ ଅଣୁ ମାତ୍ର ପ୍ରଭୁ ତୁମ ବିଶାଳ ହୃଦୟ ନେଇ 

କରିଦିଅ ମୋତେ କ୍ଷମା  

ମୋ ଜାଣ ଅଜାଣତରେ କାହା ପ୍ରତି ନ ରହୁ 

ମନରେ ଆବିଳତା 

ଏତିକି ମାଗୁଣି ମୋର ତୁମେ ମୋ ଭାବର 

ପ୍ରେମ ଭକ୍ତିରେ ସଦା ବିଦ୍ୟମାନ ରୁହ ପ୍ରଭୁ 



Rate this content
Log in