Sunanda Mohanty

Fantasy Thriller Others

3  

Sunanda Mohanty

Fantasy Thriller Others

ବାଦଶାହା

ବାଦଶାହା

3 mins
114


ପାର ଯେବେ ପଚାରିଲା ମାଆ ବାବୁଟିକେ ପିଆ ପିଇ କରନ୍ତି କି? ଚମକି ପଡିଲେ ଅରୁଣିତା. ମନେ ମନେ ସ୍ବାମୀ ଦିପେନଙ୍କ ଚରିତ୍ର ସଂହାର କରି ଭାବୁଥିଲେ ସୋମନାଥ ବ୍ରତ କରିଥିବାରୁ ସେ ଦର୍ଶନ କରିବାକୁ ଶିବ ମନ୍ଦିର ଯାଇଥିଲେ. ଗଲାବେଳେ ପାରକୁ କହି ଦେଇଥିଲେ ବାବୁ ଶୋଇଛନ୍ତି, ଉଠିଲେ ଚା ଜଳଖିଆ ଦେଇଦେଇଥିବୁ. ମୁଁ ଫେରୁ ଫେରୁ ଡେରି ହେଇପାରେ.ଯଦି ପାରିବୁ ବାବୁଙ୍କ ପାଇଁ ଚିକେନ ବିରିଆନି ଟିକେ କରିଦେଇଥିବୁ. ମସଲା ବଟା, ଚିକେନ କଷା, ପନିର,ଗାଜର, ବିଟ ସବୁ ସଜାଡି ରଖିଛି ଖାଲି ପିଆଜ ଲାଲ ହୋଇଗଲା ପରେ ମସଲା ପକାଇବୁ ନଚେତ କହିବେ କଞ୍ଚା ମସଲା. ଏତେ ସବୁ କହିଯାଇଥିବା କାମ ଠିକ ଠିକ କରିଦେଇ ନିଜ ସ୍ୱାମୀ ପାଇଁ ମଧ୍ୟ ନେଇଯାଇଥିଲା ପାର. ଦିପେନ ମଧ୍ୟ କିଛି ଅଭିଯୋଗ କରିନଥିଲେ ତେବେ ପାର ଏମିତି ପଚାରିବାର କାରଣ କଣ ହୋଇପାରେ ଭାବି ପାରୁନଥିଲେ ଅରୁଣିତା. ପାର ସେମିତିକା ନୁହେଁ. ଭାରି ପତିବ୍ରତା, ସତୀ ସାବିତ୍ରୀ ସେ. ସ୍ୱାମୀ ତାର ଟ୍ରାକ୍ଟର ଚଲାଏ. ଟ୍ରାକ୍ଟର ଚଲାଉ ଚଲାଉ ତା ଘର ପାଖଘର ବିଧବା ଭାଉଜକୁ ସନ୍ଧ୍ୟା ହୋଇଯିବାରୁ, ନେଇଆସିଥିଲା ଗାଁକୁ ଯେ ପାର ତିନିଦିନ ଯାଏଁ ଋଷି କଥା ହେଇନଥିଲା ତା ସ୍ୱାମୀ ସହ. ଖାଲି କଣ ସେତିକି ସ୍ୱାମୀର ପ୍ରେମ ଭୁତ ଛଡ଼ାଇବାକୁ ମାସେ ବ୍ରତ ରଖି ଆମିଷ ଛାଡୁ ଛାଡୁ ସ୍ୱାମୀର ମଙ୍ଗଳ ମନାସି ଆମିଷ ଛୁଇଁଲାନି ଆଉ ସେବେଠୁ. ଆମିଷ ଛୁଉଁ ନଥିବା ପାର କିନ୍ତୁ ଦିପେନଙ୍କ ବାରମାସୀ ଆମିଷ ତରକାରୀରୁ ନିଜ ସ୍ୱାମୀ ପାଇଁ ଘେନିଯାଏ ନିଶ୍ଚୟ. ତେଣୁ ପାର ଉପରେ ଅଖଣ୍ଡ ବିଶ୍ୱାସ ଅରୁଣିମାଙ୍କର ।

     ପାର ଦେଖିବାକୁ ସୁନ୍ଦର ନହେଲେ ବି ଅସୁନ୍ଦର ନୁହେଁ. ଗରୀବ ଘର ହେଲେ ବି ବିଧାତା ଖଞ୍ଜିଦେଇଛନ୍ତି ଉଚ୍ଚ ଶ୍ୟାମଳ ରଙ୍ଗ ସାଙ୍ଗକୁ ପୁରିଲା ପୁରିଲା ଦେହ. ତେବେ ଦିପେନଙ୍କ ଆଡୁ?? ଆଉ କିଛି ଭାବି ପାରୁନଥିଲେ ଅରୁଣିମା, ଭାବିବାକୁ ନଚାହିଁ ବି ସନ୍ଦେହ ଆସୁଥିଲା, ଯେମିତି ବେଳେ ବେଳେ ଦିପେନଙ୍କ ଆଲିଙ୍ଗନାବଦ୍ଧ ହୋଇ ଡରିଯାଇଥାନ୍ତି ଅରୁଣିମା. ଆଶ୍ଚର୍ଯ୍ୟ ହୁଅନ୍ତି ଦିପେନ ତାଙ୍କ ହାତ ଦୁଇଟିରେ କଣ ଖୋଜନ୍ତି ଅରୁଣିମା??ତାଙ୍କ ହାତ ତ ନୁହେଁ ପାପୁଲି ଦୁଇଟି ଦେଖି ଭିତସ୍ତ୍ରତା କାହିଁକି ଅରୁଣିମା??ପିଲାଦିନୁ ସେଇ ହାତ ପାପୁଲି ଦୁଇଟି ଦେଖି ଜେଜେମା କହେ ମୋ କହ୍ନେଇ ହାତ ତ ଜେଜେ କହନ୍ତି ଆରେ ମୋ ନାତି ପାପୁଲି ଦିଟା ଦେଖିଲ, କେତେ ସୁନ୍ଦର. ଶ୍ରମ ଓ କର୍ମ ସାଙ୍ଗକୁ ହାତ ପାପୁଲିରେ ସୁନ୍ଦର ଭାଗ୍ୟ ସାଙ୍ଗକୁ ସୁନ୍ଦର ଶୁଶିଳା ପତ୍ନୀ ଓ ପୁତ୍ର କନ୍ୟା ଧରି ଆସିଛି ମୋ ନାତିଆ. ଜେଜେମା ମୁଚୁକୁନ୍ଦିଆ ହସ ହସୁ ଥିଲା ବେଳେ ଦିପେନଙ୍କ ବାପା କହନ୍ତି ମୋ ଚାନ୍ଦୁଆ ବଡ଼ ଅଫିସର ହେବ କି ନାହିଁ କହିଲ ବାପା?ଜେଜେ ହସି ହସି କହନ୍ତି ଆରେ ଅଫିସର ହେବ ସତ ହେଲେ ନାତୁଣୀ ବୋହୁର ଗୋଲାମ ହେବ କି ବାଦଶାହା ହେବ ଦେଖ. ତାଙ୍କ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲସିତ ହୋଇ ବୋଉ ତାଙ୍କ ହାତ ପାପୁଲି ଦିଇଟାକୁ ଚୁମା ଦେଇ ଦେଇ କହନ୍ତି ମୋ ଫାରେକ୍ସ ଖିଆ ହାତ. ଆଉ ସେଇ ପାପୁଲି ଦୁଇଟାକୁ ଏମିତି ଆଶ୍ଚର୍ଯ୍ୟ ଆଖିରେ ଚାହିଁ ଭୁତ ଦେଖିଲା ଭଳି ଚମକି ପଡନ୍ତି କାହିଁକି ଅରୁଣିମା??

   ପାର ସେଦିନ ଖୁବ ଡେରିରେ ଆସିଲା କିନ୍ତୁ ଦ୍ଵିଧା ବଦଳରେ ଖୁସି ଜଣାପଡୁଥିଲା ଖୁବ. ବାସି କାମ ଦାମ ଆଗ୍ରହରେ ସାରୁ ସାରୁ ଚୁପସେ ଅରୁଣିମାଙ୍କୁ କହୁଥିଲା ମାଆ ଜାଣିଛ!ମୋ ବର ଆଉ ମଦ ପିଉନି?? ଚୁପ ରହି ଆଁ କରି ଚାହିଁଛ କଣ ଯେ? କେମିତି ଛଡେଇଲି ପଚାରୁନ. ଏଇ ନିଅ କହି ପାର ଯେବେ କାନିରେ ବାନ୍ଧିଥିବା କଣ ବିଭୁତି ଭଳି ସହିତ ଫୁଲ ପତର ମିଶା ଗୁଣ୍ଡ କିଛି ଦଉଥିଲା ପାପୁଲି ବଢ଼ାଇ ଘୁଞ୍ଚିଗଲେ ଅରୁଣିମା, ନାଇଁ ନାଇଁ କହି. ପାର ଦେଖିଲା ବିଚିତ୍ର ମୁଦ୍ରାରେ ଅରୁଣିମା ଚାହିଁ ରହିଛନ୍ତି ପାରର ପାପୁଲିକୁ. ପାର କହିଲା ଡ଼ରିଲ କି ମାଆ? ସତ କହୁଛି ମାଆ ଏ ମନ୍ତୁରା ଔଷଧ ଯଦି ବାବୁଙ୍କୁ ଦେବ ସେ ଆଉ କେବେ ମଦ ଛୁଇବେନି. ମଦ ତ ଦିପେନ ପିଅନ୍ତି ନାହିଁ?? ପିଅନ୍ତି ନାହିଁ!ପାର ପୁଣି କହୁଥିଲା ମାଆ ତୁମେ ଯେବେ ସେଦିନ ମତେ ବାବୁଙ୍କ ଦାଇତ୍ୱ ଦେଇ ଯାଇଥିଲ ମନ୍ଦିର, ବାବୁ ପରା ତାଙ୍କ ପାପୁଲି ଦୁଇଟି ଦେଖାଇ ମତେ କହୁଥିଲେ ଦେଖିଲୁ ପାର, ମୋ ପାପୁଲି କଣ ଏତେ ଅସୁନ୍ଦର?? ମାଆ ମୁଁ ସେଇଦିନ ଜାଣିଲି ବାବୁ ଏମିତି ଶୁଅନ୍ତି କାହିଁକି ଘଣ୍ଟା ଘଣ୍ଟା ଆଉ ସେ ନାଲି ପାଣି ପିଇଲେ ପରା ଏମିତି ଉଦ୍ଭଟ କଥା ସବୁ ମଣିଷ ମୁଣ୍ଡକୁ ଜୁଟିବ. ନିଅ ରଖ କହି ଆଗେଇ ଆସୁଥିଲା ପାର ପାପୁଲି ବଢ଼େଇ ବିଭୁତି ଭଳି ଔଷଧ ଦେବାକୁ. ଘୁଞ୍ଚି ଘୁଞ୍ଚି ଯାଉଥିଲେ ଅରୁଣିମା କହିଲେ ବାସ ତୋ ପାପୁଲି ଦୂରକୁ ନେଲୁ. ଅତୀତରେ ପଢିଥିବା ପାପୁଲି ଭୁତ ଦେଖାଯାଉଥିଲା ଅରୁଣିମାକୁ ପାର ହାତରେ.ଯେମିତି ଦେଖାଯାଏ ଦିପେନଙ୍କ ହାତ ବେଳ ଅବେଳରେ ତ ଛାଟିପିଟି ହୋଇ ଖସି ଆସନ୍ତି ଅରୁଣିମା ତାଙ୍କ ବାହୁବନ୍ଧନରୁ. ଏତେ କଥା ଜାଣିନଥିବା, ବୁଝିନଥିବା ପାର କିନ୍ତୁ କହୁଥାଏ ମଲା ଏଇ ପାପୁଲିରେ ତୁମର ଓ ତୁମ ଘରର ଯାବତୀୟ କାମ କରିଆସୁଛି ଏଯାଏଁ ଆଉ ପାପୁଲି ପଛରେ ବାବୁଙ୍କ ଭଳି ତୁମେ କେବେଠୁ ପଡ଼ିଛ ମାଆ?ଅରୁଣିମା ପାର ହାବୁଡ଼ରୁ ଖସିଯାଇ କହୁଥିଲେ ହଉ ହଉ ଠାକୁର ଘରେ ରଖିଦେ ବିଭୁତି.ଏଣିକି ଶପଥ କରିଥିଲେ ଅରୁଣିମା ଆଉ କେବେ ଭୁତ ସିରିଏଲ ଦେଖିବେ ନାହିଁ କି ଅତୀତରେ ପଢିଥିବା ପାପୁଲି ଭୁତ କଥା ମନେପକାଇବେ ନାହିଁ କେବେ.ଗୁରୁ ଶ୍ରେଷ୍ଠ ସ୍ୱାମୀଙ୍କ ପାପୁଲି ଦୁଇଟି ମୁଣ୍ଡରେ ରଖି ମାଗିନେବେ ସୁନ୍ଦର ପାପୁଲି ଦୁଇଟାରେ ଆଶୀର୍ବାଦ ଦିଅନା ଥରେ ସଧବା ସିନ୍ଦୁର ନାଇ ପାଖେ ପାଖେ ରହିବାକୁ ଜୀବନ ସାରା ।

    



Rate this content
Log in

Similar oriya story from Fantasy