Bhagirathi Mohanty

Romance Classics Fantasy

3  

Bhagirathi Mohanty

Romance Classics Fantasy

ବାବୁଲା ବାର ବୁଲା

ବାବୁଲା ବାର ବୁଲା

4 mins
605



 ଜେଲ୍ ର ଉଚ୍ଚ କାନ୍ଥ ର ଛାଇ ପଡି ଅଧା ରାସ୍ତାକୁ ବୈଶାଖ ର ଖରା ଦାଉରୁ ରକ୍ଷା କରୁଥିଲା ବାବୁଲା କୁ। ଦୁଇ ହାତରେ ଧରିଥିବା ବ୍ୟାଗ୍ ଦୁଇଟିକୁ ତଳେ ଥୋଇ ଦେଇ , କାନ୍ଥ କୁ ଆଉଜି , ଥାନ ଅଥାନ ନମାନି ତଳେ ବସିପଡ଼ି ଆଙ୍ଗୁଳିକୁ ବନସୀ କଣ୍ଟା ପରି ବଙ୍କେଇ ଦେଇ ଝାଳ 

ନିଗାଡି ଦେଲା ସେ ।

।ଭୀଷଣ ଶୋଷ । ପାଣି ମିଳୁନି । ପାଣି ପିଇବତ ଦଶଟଙ୍କିଆ ବିଶ୍ଲେରି ଵୋତଲ୍ କିଣ ;ଥଣ୍ଡା ପାଇବ , ଶୋଷ ମରିବ । ପଇଡ ! ନା ସେ ଗଛକୁ ଚଢି ପାରିବ ନା ପକେଟ୍ ର ପଇସା ଅଛି ? ହଁ ଅଛି , କିନ୍ତୁ ମାଲିକାଣୀ କୁ ହିସାବ ଦେବାକୁ ପଡ଼ିବ । ଗୋଟିଏ ଟଙ୍କା ବି ସେଥିରୁ ମାରି ପାରିବନି ।

   ସେ ଚାରିଆଡ଼କୁ ଚାହିଁଲା । ଜେଲ୍ ଫାଟକ ଆଗରେ ଵନ୍ଧୁକଧାରୀ ଗାର୍ଡ । ତା ପାଖରେ ପହଞ୍ଚି ତାକୁ ସାଲୁଟ୍ ମାରିଲା । 

  ସେ ବଡ଼ ବଡ଼ ଆଖିରେ ତାକୁ ଚାହିଁ ପଚାରିଲା,"ତୁ କିଏ?" 

   "ପାଣି ।"

   "ତୋ ନାଁ ପାଣି ?"

   "ନା,ଶୋଷ ଲାଗୁଛି " 

  "ତୋ ଆଗରେ ପାଣି, ପଇଡ "।

  "ପଇସା ନାହିଁ ।"

  "ତା'ହେଲେ ଶୋଷ ରେ ମର୍ "।

"ତମେ ଦିଅ_ପାଣି :ତମ ବୋତଲରୁ" ।କହୁ କହୁ ବୋତଲ୍ ଟା ତା ହାତରୁ ଝିଙ୍କି ନେଇ ଘଟ ଘଟ ପିଇ ଗଲା । 

"ଏତେ ସାହସ ! ଚୋରଟା କିରେ ?ଦେଖିବୁ ଜେଲ୍ ରେ ଠୁଙ୍କି ଦେବି ।"

   "ଭଲ ଜାଗା "

 "କୋଉଟା ?"

 "ଜେଲ୍"।

" କେମିତି ଜାଣିଲୁ !"

"ଜେଲ୍ ରୁ ସଜା ପାଇଁ ମୁକୁଳି ଆସିଥିବା ଗୁଣ୍ଡା , ବଦମାସଙ୍କ ଠାରୁ ଶୁଣିଛି । ସେମାନେ ଏବେ ପସ୍ତଉ ଛନ୍ତି । ଖାଇବାକୁ ଗଣ୍ଡେ, ପିନ୍ଧିବାକୁ ଖଣ୍ଡେ ପାଉ ନାହାଁନ୍ତି । ପୁଣିଥରେ ଜେଲ୍ କୁ ଫେରି ଆସିବାକୁ ଚାହୁଁଛନ୍ତି । 

  ମୁଁ ପଚାରିଲି," ଜେଲ୍ ନାଁ ଶୁଣି ସମସ୍ତେ ଡରନ୍ତି , ତୁମେ ଫେରିଯିବାକୁ ଚାହୁଁଛ , ସେଠି ଏମିତି କ'ଣ ଅଛି କି ?"

,"କ'ଣ ନାହିଁ କହ ; ସକାଳେ ଟିଫିନ୍ ଆଉ ତାହା । ଦିପହରେ ଭାତ, ତରକାରୀ ;କୋଉ ଦିନ ଚିକେନ୍_ ମଟନ୍ । ହେଲତ୍ ଚେକ୍ ଅପ୍ । ଟିଭି ଦେଖତ ରେଡିଓ ଶୁଣ । ଚୋରା ବେପାର କରି ପାରିଲେ ହାତ ଚିକ୍କଣ ହେବ । ଗଞ୍ଜେଇ, ମଦ, ଚରସ୍ ଯାହା ଦରକାର ମିଳିଯିବ । ମୋର ଜେଲ୍ ଦରକାର । ମତେ ଭିତର କୁ ନେଇ ଯାଅ ।"

    ଲାଠିଟାରେ ଦିପାହାର ପକେଇ ସେ କହିଲା," ଆବେ ତୁ ଏଡେ ବଦମାସ୍ । ଭିତର କୁ ନେବାଟା ଯଦି ମୋ ହାତରେ ଥାନ୍ତା ଏଇ ସାଙ୍ଗେ ସାଙ୍ଗେ ତତେ ଅନ୍ଦର୍ କରି ଦିଅନ୍ତି । ଯା ଏଠୁ ।"

ବାବୁଲା ଛୋଟେଇ ଛୋଟେଇ ଆଗୁକୁ ଯାଉ ଯାଉ ଭାବୁଥିଲା କ'ଣ କଲେ ଭିତରକୁ ଯିବ _ଚୋରି, ନାରୀ , ମଡ଼ର୍ର ନା ଆଉ କି ଉପାୟ ଅଛି । ଏମିତି ତ କେତେ ଡକେଇତି, ରାହାଜାନୀ , ରେପ୍, ସ୍ତ୍ରୀଲୋକ ଙ୍କ ଠାରୁ ସୁନାଚେନ୍ ଝାମ୍ପିନେବା, ଯୁବତୀ ମାନଙ୍କ ଅବାଧ ଯୌନ କାରବାର, ଆହୁରି ଅନେକ ଅପରାଧ କରି ଖସି ଯାଉଛନ୍ତି ଅପରାଧୀ ମାନେ ପ୍ରମାଣ ଅଭାବରୁ ; ପୁଲିସ ପକେଟ୍ ଗରମ କରି ଦେଇ ।କଥା ନ ଲମ୍ବେଇ ସେ ଫେରିଲା ।


      ଆପାର୍ଟମେଂଟ ର ଦଶମହଲା ଉପରକୁ ଲିଫ୍ଟ ରେ ଯାଇ କଲିଙ୍ଗ ବେଲ୍ ଟିପିଦେବା ବେଳକୁ , ଡୋର୍ ଖୋଲିଲା ଜଣେ ଭୟଙ୍କର ଚେହେରା ର ଲୋକ । ଏ ଲୋକ କୁ ସେ କେବେ ବି ଦେଖିନି! ସେ ଚଟ୍ ଚଟ୍ ପରିବା ସଉଦା ନେଇ ଭିତର କୁ ପଶି ଗଲାବେଳେ ମାଲିକାଣୀ ଦୁଇଟି ଗିଲାସ ଓ ମଦ ବୋତଲ୍ ନେଇ ଡ୍ରଇଂ ରୁମ୍ କୁ ଆସିଲେ । ସଉଦା ପରିବା ଯଥା ସ୍ଥାନରେ ରଖିଦେଇ ସେ କାନ ଡେରି ଶୁଣିଲା ସେମାନଙ୍କ କଥା। 

  "ଧ, ଠିକ୍ ଜାଗାରେ ପହଞ୍ଚି ଗଲା ତ "

ଗୋଟିଏ ସିପ୍ ଗଳାଧକରଣ କରୁ କରୁ ଦାଢିଆ ଟା କହିଲା," ଏଥର ପାରେଇ ଦେଇଛି। ଖଣ୍ଡଗିରି ଅଞ୍ଚଳରେ ଭ ଭଲ ଚାଲିଛି ।"

   "ଧରା ପଡିବା ଆଗରୁ ତାକୁ ଶେଷ କରି ଦେଉଛ ତ ?" 

   " ହଁ ।"

ବାବୁଲା ବୁଝିପାରିଲା ନି ଏ ଧ କ'ଣ ! ଏହାର ଅର୍ଥ ? ମାଲିକାଣୀ ର ଏ ଗୁଣ୍ଡା ସହିତ ସମ୍ପର୍କ କ'ଣ !

   ତା ପରଦିନ ଜେଲ୍ ପାଖ ମାର୍କେଟ ଯିବାବେଳେ ପୂର୍ବ ର ସେ ଗାର୍ଡ ଗେଟ୍ ସମ୍ଭାଳୁ ଥିଲା ।ତା କାନ ପାଖରେ ମୁହଁ ଗେଞ୍ଜି ପଚାରିଲା ,"ଧ" କ'ଣ ?"

 "ଏଥର ଜେଲ୍ ଯିବୁ " 

ଖୁସିରେ ତରଳି ଆସୁଥିବା ବାବୁଲା କହିଲା,"ଭଲ କଥା । ମୁଁ ସେଇୟା ଚାହୁଁଥିଲି । ମତେ ଆଗ କୁହ 'ଧ' ର ମାନେ ?"

  ଲମ୍ବା ଗାର୍ଡ ଟା ତା' କାନ ରେ କହିବା ପାଇଁ ତଳ କୁ ଝୁଲି ପଡ଼ିଲା । "ଏଇଟା ଧଳା ଜହର, ବ୍ରାଉନ୍ ସୁଗର୍ ର କୋଡ଼ ୱାଡ଼ । ତୁ କ'ଣ ଏ କାରବାର ରେ ସମ୍ପୃକ୍ତ । ସତ କହ " "ତୁମ ରାଣ । ମୋ ମାଲିକାଣୀ ......"

   " ଏ କାରବାର କରେ ?"

 କ'ଣ କରିବ ସେ , ଜାଣେନି , କହିଲେ ସେ କ'ଣ ତାହା ମାନିବ ?ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲେ । ତା'ର ଇଚ୍ଛା ପୂରଣ ହେବନି । ମାଲିକାଣୀ କୁ ପୁଲିସ ଧରିବ । ଛେଚିବ । ଝଡେଇବ ତାଙ୍କ ପାଖରୁ ନହେଲେ ତାଙ୍କ ଆଗରୁ ସେ ଜେଲ୍ ଚାଲିଯିବେ । ତାକୁ ଗଣ୍ଡେ ଖାଇବାକୁ ଦେବ କିଏ ? 

   ସେ ଟିକେ ଭାବି କହିଲା, "ମତେ କଥା ଦିଅ ତାଙ୍କୁ ପଛେ ମତେ ଆଗ ଜେଲ୍ ପଠେଇ ଦେବ "

  "ଠିକ୍ ଅଛି। ତୁ ତୋ ମାଲିକାଣୀ ର ମତି ଗତି ଲକ୍ଷ୍ୟ କର ; କିଏ ଆସୁଛି ଯାଉଛି ତା'ର ଖବର ରଖ । ପୁଲିସ୍ ଫୋର୍ସ ଘେରାଉ କରିବା ବେଳେ ତୁ ଖସି ଯିବାକୁ ଚେଷ୍ଟା କରି ଧରା ପଡ଼ିବୁ । ତୁ ବି ଜେଲ୍ ଯିବୁ । କେତେ ଦିନ ଦେଖ ଭିତର ଟା କେମିତି ଲାଗୁଛି । ଭଲ ନ ଲାଗିଲେ ତତେ ଖଲାସ କରିଦିଆଯିବ । ପୁରସ୍କାର ମିଳିବ । "

   ଗାର୍ଡ ପରାମର୍ଶ ଅନୁଯାୟୀ ସେ ସବୁ କଲା । ଧରା ପଡିଲେ ମାଲିକାଣୀ ଆଉ ବାବୁଲା । ଜେଲ୍ ରେ ରହିଲେ । 

   କିଛିଦିନ ରହିବା ପରେ ବାବୁଲା ଅନୁଭବ କଲା ଏ ଜାଗା ଭଲ ନୁହେଁ ।ନିଜ ନିଜ ଭିତରେ ମାର୍ ଫିଟ୍ ଦଜ୍ଞା ହାଙ୍ଗାମା ସବୁବେଳେ । ସର୍ଚ୍ଚ ଅପରେସନ୍ ଜାରି ରହିଛି । ଜେଲର୍ କୁ ନୟାନ୍ତ କରି ଛାଡୁଛନ୍ତି ।

  ସେ ଅଣନିଃଶ୍ବାସୀ ହୋଇ ପଡ଼ି ଗେଟ୍ ଡିଉଟି ରେ ଥିବା ତା'ର ସେଇ ଚିହ୍ନା ଗାର୍ଡ କୁ ଖବର ଦେଲା ତାକୁ ଏଇ ଅନ୍ଧାରୀ କୋଠରୀ ରୁ ମୁକ୍ତି ଦେବାପାଇଁ । ସେଇ ନିରୀହ କିଶୋର ପାଇଁ ସେ ସେ ପ୍ରାଣାନ୍ତକ ଉଦ୍ୟମ କଲା । ଅବଶେଷ ରେ ତାକୁ ପ୍ରଶଂସା ପତ୍ର ମିଳିବା ସଙ୍ଗେ ସଙ୍ଗେ , ଜେଲ୍ ରେ ରେ ସ୍ଥାୟୀ ଚାକିରି ମିଳିଲା ; ଖାଦ୍ୟ ଯୋଗାଣ ବିଭାଗ ରେ । ବାବୁଲା ବାରବୁଲା ବହୁତ ଖୁସିରେ ରହିଲା । ସେଇ ଗାର୍ଡ ଟି ଅନ୍ୟ ଏକ ଜେଲ୍ କୁ ବଦଳି ହୋଇଗଲେ ବି ତାକୁ ସେ ଭୁଲି ପାରି ନଥିଲା ।



Rate this content
Log in

Similar oriya story from Romance