Pratap Chandra Mishra

Tragedy

3  

Pratap Chandra Mishra

Tragedy

ଅତୀତ ଜୀବନ

ଅତୀତ ଜୀବନ

3 mins
247



ମଦନ ସମୁଦ୍ର କୂଳରେ ଦିଗ ବଳୟକୁ ଅପଲକ ନୟନରେ ଚାହିଁ ରହିଛି । ଜୁଆର ପାଣି କେତେବେଳେ ଆସି ବାଡେଇ ଦେଇ ଯାଉଛି ତ କେତେ ବେଳେ ତାଚ୍ଛଲ୍ୟ କରି ଦୂରେଇ ଯାଉଛି ତାକୁ । ହେଲେ ନିଶ୍ଚଳ ମଦନ ଅବାକ୍ ହୋଇ ସେଠାରେ ବସି ବିଗତ ଦିନର ଅଙ୍ଗେ ନିଭାଇଥିବା ମୁହୂର୍ତ୍ତଗୁଡ଼ାକ ଅନୁଭବ କରି ବସିଛି । ଅଭୁଲା ସ୍ମୃତିଗୁଡ଼ାକ ସମୁଦ୍ରର ଜୁଆର ଭଳି ହୃଦୟ ଭିତରୁ ମନ ଦ୍ଵାରରେ ବାରମ୍ବାର ଆଘାତ ଦେଇ ଆସୁଛି । ଭୁଲିବାକୁ ଯେତେ ଚେଷ୍ଟା କଲେ ବି ସେ ଘଟଣା ଲୁଚୁନାହିଁ ।  

ମଦନର ଠିକ୍ ମନେ ଅଛି ସେ ଦିନ, ରଶ୍ମିର ଜନ୍ମ ଦିନ ଥାଏ । ସନ୍ଧ୍ୟାରେ ପାର୍ଟି ରଖା ଯାଇଛି । ମଦନ ଅଫିସରୁ ଆସିଲେ ସେଲିବ୍ରେଶନ ହେବ । ରଶ୍ମିକୁ ସ୍ତ୍ରୀ ରୂପେ ପାଇ ମଦନ ବେଶ୍ ଖୁସି । ତାର ଦେଖା ଶୁଣା ପାଇଁ ରଶ୍ମି ନିଜ ଜୀବନକୁ ସତେ ଯେମିତି ମଦନ ଗୋଡ଼ ତଳେ ସମର୍ପି ଦେଇଛି । ମଦନ ବି ରଶ୍ମିକୁ ଖୁବ୍ ଭଲ ପାଉଛି । ଉଭୟେ ପରସ୍ପର ବିଶ୍ୱାସ ଓ ସ୍ନେହ ଡୋରୀରେ ସାଂସାରିକ ଜୀବନ ହସ ଖୁସିରେ ଅତିବାହିତ କରୁଥାଆନ୍ତି । 

ଜନ୍ମଦିନ ପାଳନ ହେବା ଖୁସିରେ ମଦନ, ରଶ୍ମି ପାଇଁ ତା ପସନ୍ଦର ଆଇସକ୍ରିମ ଓ ନୀଳପଥର ବସା ସୁନା ମୁଦି ଉପହାର ଦେବ ବୋଲି ନିଷ୍ପତ୍ତି ନେଇଛି । ଉତ୍ଫୁଲିତ ମଦନ ଶୀଘ୍ର ଅଫିସରୁ ଆସି ଯୋଗ ଦେଵ କହି ଯାଇଛି ରଶ୍ମି କୁ । ଯୋଜନା ଅନୁସାରେ ସବୁ କିଛି ଠିକ୍ ଚାଲିଛି । ଖରା ବେଳେ ମଦନ ରଶ୍ମିକୁ ଫୋନ୍ କଲା । ଉତ୍ତର କିଛି ଆସିଲା ନାହିଁ । ମଦନ ବ୍ୟସ୍ଥ ହୋଇ ବାରମ୍ୱାର ଫୋନ୍ କରି ନିରାଶ । ସେ ନିଜ ମନକୁ ବୁଝାଇ ଦେଇଛି । ରଶ୍ମି ସନ୍ଧ୍ୟା, ପ୍ରୋଗ୍ରାମ ପାଇଁ ଘର ସାଜ ସଜାରେ ବ୍ୟସ୍ଥ୍ ଥିବ । ଆଉ ସ୍ଵଳ୍ପ ସମୟରେ ତ ମଦନ ଫେରିଯିବ । ତେଣୁ ଅଫିସ କାମ ସାରି ଯିବା ଭାବି କାମ ସାରି ମନକୁ କଷ୍ଟ ହେଲେବି ବୁଝାଇ ନେଇଛି ମଦନ ।  

ମଦନ ଉଛାହ ଭରା ମନରେ ଗିଫ୍ଟ ନେଇ ଘରକୁ ଫେରିଲା । କିନ୍ତୁ ସେ କଳ୍ପନା କରିଥିବା ସ୍ୱପ୍ନ ଆଉ ସାକାର ହୋଇ ନଥିଲା । 

ଘର ସାମ୍ନାରେ ଲୋକ ରୁଣ୍ଡ ହୋଇଥିଲେ । ଘର ଭିତରେ ରଶ୍ମି ଓ ଏକ ଅଜଣା ଯୁବକର ଜଡ଼ ଦେହ ଦୁଇଟି ବେଡ୍ ରୁମରେ ପଡ଼ିରହିଥିଲା । 

କିଛି ବୁଝିବା ଆଗରୁ ମଦନର ମୋବାଇଲକୁ ଏକ କଲ୍ ଆସିଥିଲା । ମୋବାଇଲ ରିଙ୍ଗ ହେଉଛି, କିନ୍ତୁ ମଦନର ହାତ ଯାଉନି ଫୋନ୍ ଉଠାଇବାକୁ । ତଥାପି ଅଭ୍ୟାସ ଗତ ଯୋଗୁଁ ରିଙ୍ଗ ହେଲେ ଫୋନ୍ ଉଠାଇବା ଶୈଳୀରେ ହାତ ମୋବାଇଲ ପାଖକୁ ଯାଇଛି । ଏବଂ ଫୋନ୍ ରିସଭ କରିବା ବଦଳରେ ରଶ୍ମି ପଠାଇଥିବା ଭଏସ ମେସେଜ ଉପରେ ନଜର ପଡିଗଲା । ଆଗରୁ ମଦନ ଦେଖି ନଥିଲା କାରଣ ରଶ୍ମି ଫୋନ୍ ନ ଉଠାଇବାରୁ ସେ କାମରେ ବ୍ୟସ୍ତ ହୋଇ ମୋବାଇଲ ପ୍ରତି ଧ୍ୟାନ ଦେଇନଥିଲା ।  

ଏବେ ଯେତେବେଳେ ସେହି ମେସେଜ ଦେଖିଲା ମଦନ ତାକୁ ଶୁଣିବାକୁ ଯାଇ, ମଦନ ଜାଣିଲା, ଯାହା ରଶ୍ମି କହୁଥିଲା :-

କ୍ଷମା କରିବ ମଦନ, ବହୁତ୍ କିଛି ଭାବିଲା ପରେ ମୁଁ ଏ ଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହେଲି । କାରଣ, ଝିଅରୁ ବୋହୂ ହେବାର ସୌଭାଗ୍ୟ ତୁମେ ଦେଇଦେଲ । ଭଲ ପାଇବାରେ ବି କିଛି ଉଣା କରିନ । କିନ୍ତୁ ଗୋଟେ ନାରୀ ପୂର୍ଣ୍ଣାଙ୍ଗ ପ୍ରାପ୍ତ ହେବା ପାଇଁ ମାଆ ହେବା ଦରକାର, ସେଇ ଆବଶ୍ୟକ ତୁମ ବ୍ୟସ୍ତ ବହୁଳ ଜୀବନରେ ତୁମେ ଭୁଲି ଯାଉଥିଲ । ମନର କୋହ ଓ ବ୍ୟଥାକୁ ତୁମେ ବୁଝିବା ଆଗରୁ ରାମ ଜାନି ଯିଏ କି ସାମ୍ନା କଲୋନୀର ହୋଲ ସେଲ କିରାଣୀ ଦୋକାନର ମାଲିକ ସଉଦା ଆଣିବା ଭିତରେ ମୋତେ ନିଜର କରିବେ ବୋଲି ପ୍ରତିଶ୍ରୁତି ଦେଇ ଥିଲେ । ଏବଂ ମୁଁ ମଧ୍ୟ କାମନା ଚରିତାର୍ଥ କରିବାକୁ ଯାଇ ସେ ମାଲିକ ରାମ ଜାନିକୁ ତୁମ ଅଯାଣତରେ ମନ ଦେଇ ସାରିଥିଲି । ବର୍ତ୍ତମାନ ମୁଁ ମାଆ ହେବାର ସୌଭାଗ୍ୟ ପ୍ରାପ୍ତ । କିନ୍ତୁ ଯେତେବେଳେ ଏ କଥା ରାମ୍ ଜାନିକୁ କହିଲି ସେ ମୋତେ ପ୍ରତ୍ୟାଖ୍ୟାନ କରି ଏ ବୋଝ ନେଇପାରିବ ନାହିଁ କହି ମୋତେ ଧୋକା ଦେଲା । ତୁମ ପରି ଦେବତା ମୋ ପାଇଁ ସାତ ଜନ୍ମରେ ମିଳିବକୁ ନାହିଁ ଜାଣିନି କିନ୍ତୁ ତୁମ ବିଶ୍ୱାସରେ ବିଷ ଭରି ତୁମକୁ ଅପଦସ୍ତ କରିବାକୁ ନ ଚାହିଁ ସେ ଧୋକା ବାଜ୍ ରାମ୍ ଜାନି ମୋର ସର୍ବସ୍ୱ ଲୁଟି ନାଶ କରିଥିବା ଯୋଗୁଁ ତାକୁ ବିଷ ପିଆଇ ମୁଁ ବି ବିଷ ପାନ କରି ଆତ୍ମହତ୍ୟା କରିଛି । ମୋର ଭୁଲ କ୍ଷମା ଯୋଗ୍ୟ ନୁହଁ । ଏ ମରଣ ପାଇଁ ମୁଁ ନିଜେ ଦାୟୀ । କ୍ଷମା କରିବ ବୋଲି ଆଶା ଓ ମୋ ପରେ ପୁଣି ବିବାହ କରି ସଂସାର ଆଗକୁ ନେଇ ସୁଖରେ ରହିବ ଓ ଭୁଲର ପୁନରାବୃତ୍ତି କରିବ ନାହିଁ । 

ମଦନ ଏହା ଶୁଣି ନିରୂପାୟ ଓ ସେ ଅଞ୍ଚଳରେ ଏ ଘଟଣା ପ୍ରଘଟ ହୋଇ ପୋଲିସ ଆସିଗଲାଣି । ଶବ ଜବତ କରି ଘରୁ ବାହାରକୁ ନେଇଗଲା ବେଳକୁ ସାହି ପଡିଶା ଲୋକ ମାନେ ମଦନକୁ ସଚେତ କରିବା ପାଇଁ ମୁହଁରେ ପାଣି ଛାଟୁଥିଲେ । 

ସମୁଦ୍ର ବାଲିରେ ବସିଥିବା ମଦନ ମୁହଁରେ ପୁଣି ଜୁଆର ବାଡେଇ ଦେଇଗଲା । ମଦନ ସଚେତ ହୋଇ ସେ ଦିନ ପଡୋଶୀ ସଚେତ କଲା ଭଳି ଅନୁଭବ କରୁଥିଲା । 

ରାତ୍ର ଅନ୍ଧାର କେତେବେଳେ ହୋଇଯାଇ ଥିଲା ସେ ଜାଣି ପାରିନଥିଲା । ଘରକୁ ପ୍ରତ୍ୟାବର୍ତ୍ତନ କରି ବା ବାଟରେ ପୁନଃ ବିବାହ ତା ମନରେ ଅନେକ ପ୍ରଶ୍ନ ଉଠାଇଥିଲା ଯାହା ସମାଧାନ ମାର୍ଗ ବହୁତ୍ ଜଟିଳ ମଦନ ପାଇଁ ଜୀବନ ଆଗରେ ଜୁଆର ଲହରୀ ଭଳି ଢେଉ ଖେଳି ଯାଉଥିଲା...... । 



Rate this content
Log in

Similar oriya story from Tragedy