Amiya Bej

Others

3  

Amiya Bej

Others

✿ ଅଥଚ ବର୍ଷା ✿

✿ ଅଥଚ ବର୍ଷା ✿

2 mins
7.0K


✿   ଅଥଚ ବର୍ଷା   ✿

{୧}

ପ୍ରେମ ହେଉ ଅବା ମିଳନ , ଦୁହିଁକୁ ମାଧ୍ୟମଟେ ଲୋଡା ! ଏକ ନିଷ୍ଠୁର ବର୍ଷା ସଂଜ ବି ମାଧ୍ୟମ ଠୁଁ କିଛି କମ୍ ନୁହଁ !
ସୂଚନାହୀନ ବର୍ଷା , ଆଉ ଅସର୍ତକ ମଣିଷ ଦୁହିଁଙ୍କର ଭେଟ ହୋଇଗଲେ , ବର୍ଷା ଏକ ନିଷ୍ଠୁର ଋତୁ ପାଲଟିଯାଏ ।

ଫର୍ଚ୍ଚା ଆକାଶଟାରେ ଅଚାନକ୍ କଳାହାଣ୍ଡିଆ ମେଘ ଆସି ସବୁଯାକ ଦିନପଣ ଢାଙ୍କିଦେଲା । ପକ୍ଷୀ ସବୁ ଭ୍ରମରେ ପଡି ଫେରି ଆସୁଥିଲେ । 
ସେ' ଫେରିପାରୁ ନଥିଲା । ଭୟ ପାଇ ଘରକୁ ଖବର ଦେଲା । ଏବେ କେଉଁଠି ମୁଣ୍ଡ ଗୁଞ୍ଜିବାକୁ ହେବ ତାକୁ । କାହାର ନିବୁଜ ଦୁଆର , ସୁରକ୍ଷା ଦେବା ଅପେକ୍ଷା ଅଧିକା ଅସହାୟ କରିଦିଏ ! 
ବର୍ଷା ଗୋଟେ ଅସମୟ କୁଣିଆ , ଆସି ଚାଲିଯିବ ଭାବି ସେ ଧାଇଁଗଲା ପାଖ ଝଙ୍କାଳିଆ ବରଗଛ ମୂଳକୁ ।
ଲକ୍ଷେବର୍ଷର ମୁନିଟିଏ ପରି ଅସମ୍ଭବ ପ୍ରତିତ ହେଉଥିବା ଗଛଟି ଉପରେ ଆଉ ଭୟ ନାହିଁ , ବରଂ ପ୍ରେମ ହୋଇଗଲା ତାର । ଗଛ କେବଳ ଗୋଟେ ଆଶ୍ରୟ ନୁହଁ ଏକ ସମ୍ପର୍କ ବି । ତାକୁ ପ୍ରେମ କରିହେବ ।

{୨}

ଅବିରତ , ଅକ୍ଳାନ୍ତବର୍ଷା , ପଣ ଖାଇଥିଲାକି କ'ଣ , ଭିଜାଇବାକୁ ସାରା ପୃଥିବୀକୁ । ନିର୍ଦ୍ଦୟୀ ବର୍ଷା ,  ଗୋଟେ ନହୂଲୀ କିଶୋରୀ ଯେ' କେମିତି ସହିନେବ ଏତେ ଓଦାପଣ ? ଚତୁର୍ଦ୍ଦିଗ ଅନ୍ଧାର ମାଖି ନେଲା ବେଳେ , ଆଶ୍ରୟୀ ଗଛ ବି ଭିଜିଯାଇ ଆରମ୍ଭ କଲା ପ୍ରେମବର୍ଷା । ପତ୍ର ଉହାଡରୁ ଝରୁଥିବା ବର୍ଷା ବିନ୍ଦୁ ପୁରାପୁରି ଆବୋରି ନେଲା ତା' ତନୁମନକୁ । ଏକ ଅଜଣା ମହକରେ ମତୁଆଲା ହୋଇ ସେ ପାଲଟି ଯାଉଥିଲା ଅନୂଢାରୁ ପ୍ରଜାପତିଟିଏ । ନା ଥିଲା ଶଙ୍କା , ନା ଏକ୍ଲାପଣ । ଛମଛମ୍ ହୋଇ ନାଚିବାକୁ ଲାଗିଲା ଏବେ ସେ । ତାକୁ ଦେଖି ବର୍ଷା ବି ନିଷ୍ଠୁର ରୁ ପ୍ରେମିକ ସାଜିଗଲା ।

{୩}

ଏସବୁ ବି ଦେଖୁଥିଲା ଉହାଡରୁ ଆଉ ଯୋଡ଼େ ଅଚିହ୍ନା ଆଖି ! ପୁରାପୁରି ତନ୍ମୟ । ଆଖିରେ ଆଖି ମିଶିଲାରୁ ସତ୍ତା ଫେରିଲା ସତ , କିନ୍ତୁ ବିବଶ ସେ , ପ୍ରଜାପତି ରୁ ମଣିଷତ୍ୱ ଫେରି ପାରୁନଥିଲା ଜମା !

କେବଳ ନିଆଁ ପାଖେ ଘିଅ ନୁହଁ , ଏ ଅକୁଣ୍ଠିତ ବର୍ଷା , ଅନ୍ଧାର ର ରଂଗ , ନହୂଲୀ ବୟସ , ଗଛ ଆଢୁଆଳ , ବାଦଲ ଫଟା ବିଜୁଳି , ଓଦା ଦେହ ମାଟିର ମହକ ଆଦି ସବୁମିଶି ରଚନ୍ତି ସବୁବେଳେ ଷଢଯନ୍ତ୍ର ! ଦେହମନ ତରଳାଇବାକୁ ଏତିକି ଯଥେଷ୍ଟ ।

ଲାଜ ତ ଗୋଟେ ଅଳଙ୍କାର ମାତ୍ର ! ଯାହାକୁ ଧାରଣ କରିନେଲେ , ସମାଜ ଆଖିକୁ ସୁନ୍ଦର  । ସମାଜ ଯେଉଁଠି ଆଢୁଆଳ , ସେଠି ତ ମଣିଷ ପାଲଟିଯାଏ ସମ୍ପୂର୍ଣ୍ଣ ନିଜସ୍ୱ !!!! ସମ୍ପର୍କ ସେତେବେଳେ କେବଳ ପ୍ରାକୃତିକ ।

{୩}

- ବର୍ଷା କମିଗଲାଣି
- ହୁଁ
- ଯିବାକୁ ହେବ
- ହୁଁ
ସବୁ ସମ୍ପର୍କ କୁ ସମୟ ନେଇ ଇଟାବାଲି ଦେଇ ବନାଯିବ , ସେମିତି ମାନେନାହିଁ ! କିଛି ବନିଯାଏ ଏଇମିତି ଆକସ୍ମିକ , ଅବଶୋଶ ରହିତ ! ଅସମ୍ଭବ ବୋଲି କିଛିନାହିଁ । ଖାଲି ଦୁଷ୍ଟ ବର୍ଷାଟିଏ ଲୋଡାଯାହା ।

ଦୂରରୁ ଗାଡ଼ିଟିଏ ଆସୁଥିଲା । ଗଛ ଉହାଡରେ ଛପିଗଲା ଦୁଷ୍ଟ ଭ୍ରମର । 
ବାପା ଗାଡି ରଖି କହୁଥିଲେ -
- ଏଇ ଗଛମୂଳଟାରେ ..? ନେ ପିନ୍ଧିନେ ବର୍ଷାତି ।
ଯାଉଯାଉ ପଛକରି ଚାହିଁଲା ସେ , ସନ୍ତୋଷର ହଳଟିଏ ଆଖିକୁ !
ଧେତ୍ ! ନାଁ ଟା ବି ପଚାରିବାକୁ ଭୂଲିଗଲା ପରା  !!!

ଏବେ ତାକୁ ଇଛାହେଉଥିଲା ଚିଲ୍ଲାଇବାକୁ -

ହଁ ବର୍ଷା ଏକ ନିଷ୍ଠୁର ଋତୁ 
ଏକ ପ୍ରେମ ଋତୁ 
  ଏକ ମିଳନର ଋତୁ
❤❤❤

✿ ଅମିୟ ବେଜ୍ , ଘଟଗାଁ , କେନ୍ଦୁଝର , 9437631719 ✿


Rate this content
Log in