Samar Ballav Bhoi

Action Inspirational

4.5  

Samar Ballav Bhoi

Action Inspirational

ଅଶାନ୍ତି

ଅଶାନ୍ତି

2 mins
181



ସବୁବେଳେ ଗୋଟେ କଟର କଟର, ଶହେ ଷାଠିଏ ଖାଇଲା ଭଳିଆ ମୁହଁ । ସାପ ଭଳିଆ ଫଁ ଫଁ ମୁହଁ, କେବେ ଟିକିଏ ଶାନ୍ତି ନାହିଁ । ଯେତେବେଳେ ଦେଖିଲୁ ପେଟଫୁଲା ଓ ବାତମାରି ପରି ଅଶାନ୍ତି ଝଡ । ବାହାଘରର ବୋଧେ ଚଉଦ ବର୍ଷ ବିତିଗଲାଣି, ପ୍ରଥମ ପାଂଚ ବର୍ଷ ଭଲରେ ସମୟଟା କଟିଲା, ତାପରେ ତ ସବୁ କଥାରେ ଚାବୁକ ପ୍ରହାର, ନାଲି ଆଖି, ଛି ଛାକର। କି ବେକାର ଲୋକଟା, କାହିଁକି ବାହାହେଲି କେଜାଣି ? ଡାକ୍ତର ଇଞ୍ଜିନିୟର ବର ମିଳୁଥିଲା ସେତେବେଳେ, ବାହା ହୋଇଥିଲେ ଭଲ ହୋଇଥାନ୍ତା। କି ଚାକିରିଟେ କରିଥିଲ ଯେ କରୋନା ତାକୁ ଛଡ଼ାଇ ନେଲା, ଏବେତ ପୁରା ବେକାର । ଘରେ ବସି ଦୁଇଓଳି ଫୁଲ ଦମରେ ଖାଦ୍ୟ ଖାଉଛ, ଟିକିଏ ହେଲେ ବି ଚିନ୍ତାଦକ ନାହିଁ । ତମକୁ ଟିକିଏ ଲାଜ ସରମ ଅଛି ନା ନାହିଁ ?

ଆରେ କହୁ କହୁ ବହୁତ କିଛି କହିଗଲଣି, ତମର ତ ଭାରି ସାହସ । ଆଛା ମିନା ତମେ ନିଜକୁ କ'ଣ ଭାବୁଛ କି ? ତମ ଭାଇ ବି ତ ବେକାର ବସିଛି, ସିଏ ଏବେ ଘରେ ବସି ଖାଲି ଖାଉଛି । ତାଙ୍କୁ ତ କେହି କିଛି କହୁନାହିଁ, ମୋତେ ଖାଲି କହିବା ଶିଖିଛ। କରୋନା ଖାଲି ମୋ ଚାକିରି ଛଡ଼ାଇ ନେଇ ନାହିଁ, ସାରା ବିଶ୍ବରେ ଅର୍ଥନୀତିକୁ ସମୁଦ୍ରକୁ ଫିଙ୍ଗି ଦେଇଛି । ସାରା ବିଶ୍ବ ତାର ସଂକ୍ରମଣରେ ଜୁଝି ହେଉଛି । କରୋନାକୁ ନେଇ ସମସ୍ତେ ଭୟଭୀତ । ସାରା ବିଶ୍ବ ଏବେ ଚିନ୍ତାରେ, ଏବେ କରୋନା ଭୁତାଣୁ ଯୋଗୁ କେହି କାହାକୁ ଛୁଇଁବାକୁ ଚାହୁଁ ନାହାନ୍ତ । ସମୟ ଖରାପ ଚାଲିଛି, ସମସ୍ତେ ଘରେ ରହି କାର୍ଯ୍ୟ କରୁଛନ୍ତି । କାଲି ଯେତେବେଳେ ମୁଁ ରୋଜଗାର କରୁଥିଲି ସେତେବେଳେ ତ କିଛି ପାଟିରୁ ଭାଷା ବାହରୁ ନଥିଲା । ଏବେ ବହୁତ କଥା କହୁଛ, ତମେ ମୋ ସହ ଘରୋଇ ଯୁଦ୍ଧ କଲେ କ'ଣ ହେବ । କେମିତି ବଂଚିବା ସେକଥା କୁହ! ମୋ ଉପରେ କଟର କଟର ହେଲେ ହବନି । ଆମକୁ ଚିନ୍ତା କରିବାକୁ ପଡ଼ିବ । ଉପାୟ ଖୋଜିବାକୁ ପଡ଼ିବ, ଭଗବାନ ହାତ ଗୋଡ଼ ଦେଇଛନ୍ତି, କିଛି ତ ଗୋଟେ କରି ହେବ । ଚାକିରି ନହେଲେ ନାହିଁ...., ମୋତେ ଟିକେ ଶାନ୍ତିରେ ବଂଚିବା କୁ ଦିଅ, ମୁଁ କ'ଣ କରି ପାରିବି ଅପେକ୍ଷା କର, ଧୈର୍ଯ୍ୟ ଧର.......! 


Rate this content
Log in

Similar oriya story from Action