Siddhartha Tripathy

Abstract Romance Tragedy

3  

Siddhartha Tripathy

Abstract Romance Tragedy

ଅଶାଳୀନ

ଅଶାଳୀନ

5 mins
223



ଅଶାଳୀନ ! ବିବିଧ ଅର୍ଥ ବହନକାରୀ ଛୋଟିଆ ଶବ୍ଦଟିଏ। ମନ୍ତବ୍ୟ ଅଶାଳୀନ ହୋଇପାରେ , କିନ୍ତୁ ପ୍ରେମ ! ପ୍ରେମ ଅଶାଳୀନ କେମିତି ? ଯୁବାବସ୍ଥାର ଉଦ୍ଦାମତାରେ ମଣିଷ ବିପଥଗାମୀ ହୋଇ ପ୍ରେମ ନାମରେ ଶାରୀରିକ ସମ୍ପର୍କକୁ ପ୍ରାଧାନ୍ୟ ଦିଏ ଓ ସେଇଠି ସରିଯାଏ ପ୍ରେମ। ଯୌନକ୍ଷୁଧା ନିବାରଣ ପାଇଁ ଯୁବକ ଯୁବତୀ କରି ବସନ୍ତି ସହବାସ। ବହୁତ କ୍ଷେତ୍ରରେ ପରିଣତି ଅବାଞ୍ଛିତ ମାତୃତ୍ଵ। ସେଇ ବିଷ ଜ୍ୱାଳାରେ ଆତ୍ମହତ୍ୟା କରେ ରମଣୀ। ତାହା ଅଶାଳୀନ, ପ୍ରେମ ନୁହେଁ କାମ ବା ଯୌନ ସମ୍ଭୋଗ।

ଯୁବତୀଟି ହଠାତ୍ ଆକର୍ଷିତ ହୁଏ ନାହିଁ, କିନ୍ତୁ ଦଶଦିନର ପ୍ରେମପରେ ଯୁବକ ଆରମ୍ଭ କରେ ଅଶାଳୀନ ଆଚରଣ। ପ୍ରତିରୋଧ କରନ୍ତି କିଛି ଯୁବତୀ ଓ ସରିଯାଏ ପ୍ରେମ। ଆଉ କିଛି କ୍ଷେତ୍ରରେ ଚାଲାକ ଯୁବକ ଧିରେ ଧିରେ ଯୁବତୀସହ ରଖେ ଶାରୀରିକ ସମ୍ପର୍କ।


କାହାଣୀକୁ ପ୍ରଵେଶ କରିବା ।


ଏ ସବ୍ୟା ! ତମେ ଏତେ ଅନ୍ତବସ୍ତ୍ର କାହିଁକି ପିନ୍ଧୁଛ । ଏଇ ଦେଖୁନ ଘଣ୍ଟାଏ ମିଳନ ସମୟରୁ ତାକୁ ଖୋଲିବାକୁ ମୋତେ କୋଡିଏମିନିଟ ଚାଲିଯାଏ। ତମେ ତ ଜାଣିଛ, ମୁଁ ଆସିବି ଆଉ ଏତେ ସବୁ ପିନ୍ଧ କାହିଁକି ? କହୁଥିଲା ସୁରେନ୍ଦ୍ର। ଲାଜେଇ ଯାଇ କହୁଥିଲା ସବ୍ୟା,


' ଧେତ୍ ତମେ ବି ନା ଅଧିକ ହେଉଛ। '


ସବ୍ୟାର ସମଗ୍ର ଉଲଗ୍ନ ଶରୀରରେ ହସ୍ତ ସଞ୍ଚାଳନ କରୁଥିଲା ସୁରେନ୍ଦ୍ର। ଅନ୍ଧାରରେ ସବ୍ୟାର ହସ ଦେଖି ପାରୁନଥିଲେ ବି ମନେମନେ ତା ଖୁସି ଓ ଉତ୍ତେଜନାକୁ ମାପି ପାରୁଥିଲା ସୁରେନ୍ଦ୍ର।


ସବ୍ୟା କହିଲା, ଏ ସୁରେନ୍ଦ୍ର ! ମନେଅଛି ଆମ ପ୍ରଥମ ସାକ୍ଷାତ। ଆମ ସର୍ତ୍ତ ଥିଲା ବାହାଘର ପର୍ଯ୍ୟନ୍ତ କାମୋତ୍ତେଜନା ପ୍ରଶମିତ କରି ଆମେ କେବଳ ପ୍ରେମ କରିବା,ଯାହା କି ଅନାବିଳ ଅନାସକ୍ତ।


କିନ୍ତୁ କିଛିମାସର ପ୍ରେମ ସମ୍ପର୍କ ପରେ ଆମ ଶାରୀରିକ ମିଳନ। କିଛି ନଶୁଣି ଶରୀରସାରା ଚୁମ୍ବନ କରି ଚାଲୁଥିଲା ସୁରେନ୍ଦ୍ର।


ଆରେ ଝିଅ ! ତୁ କ'ଣ ସତରେ ମୋତେ ଏତେ ଭଲପାଉ ? ମୋତେ ଚୁମ୍ବନ କରି ଭିଡ଼ି ଧରିଛୁ ଯେ ମୁଁ କ'ଣ କେଉଁଆଡେ ଚାଲିଯାଉଛି ?


ପ୍ରକୃତିସ୍ଥ ହୋଇ ଚମକି ଉଠିଲା ସଵ୍ୟା। ଆରେ ! ସେ କ'ଣ ସ୍ୱପ୍ନ ଦେଖୁଥିଲା ? ଏ ସୁରେନ୍ଦ୍ର , ଥରେ ଦେଖ ତମ ପ୍ରେମପାଗଳିନି ସବ୍ୟାକୁ।


ଇନ୍ଦିରାଗାନ୍ଧୀ ପାର୍କ। ଖଚାଖଚ ଭିଡ଼ ଯୁବକ ଯୁବତୀଙ୍କର। ସବ୍ୟା କୋଳରେ ଶୋଇଥିଲା ସୁରେନ୍ଦ୍ର। ସେପଟ ଦେଇ କୌଣସି ପ୍ରୌଢ଼ ଯାତାୟାତ କଲେ କୁହନ୍ତି , ଏ ବୁଢ଼ା !

ଏ ବୟସରେ ପାର୍କରେ କାହିଁକି ? ଯା ରାମ ନାମ ଜପିବୁ। ଖିଲି ଖିଲି ହୋଇ ହସନ୍ତି ଦୁହେଁ।


ମିଳନର ମାତ୍ରା ବଢ଼ିବାରେ ଲାଗିଲା। ଦୁହିଁଙ୍କ ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ନଥିଲା। ପ୍ରେମର ବହ୍ନି କଲେଜରୁ ଆରମ୍ଭ ହୋଇ ଦୁହିଙ୍କ ମନ ଅରଣ୍ୟରେ ହୁତୁହୁତୁ ହୋଇ ଜଳୁଥିଲା ଓ ତାର ଜ୍ଵଳନରେ ଶାରିରୀକ ସମ୍ପର୍କ ଗଢ଼ି ଉଠିଥିଲା। ତାର ମାତ୍ରା ଏତେ ଅଧିକ ଥିଲା ଯେ , ସୁରେନ୍ଦ୍ର ସବ୍ୟା କୋଳରେ ଶୋଇ କହୁଥିଲା, ଏ ସଵ୍ୟା !


ତମେ ମୋ ଜୀବନର ପ୍ରଥମ ପ୍ରେମ। ତମେ ମୋ ଜୀବନର ପ୍ରଥମ ନାରୀ। ଶୁଣିଛି, ପୁରୁଷ ଜୀବନରେ ପ୍ରଥମ ନାରୀର ସ୍ମୃତି; ନାରୀ ଜୀବନରେ ପ୍ରଥମ ପ୍ରେମର ସ୍ପର୍ଶ ଅବଶିଷ୍ଟ ଜୀବନରେ କୌଣସିଦିନ ବାସି ହୁଏ ନାହିଁ। ବହାରେ କାହାରିକୁ ସେ ଶୀତଳ ବହ୍ନିର ଶିଖା ଦେଖାନଗଲେ ମଧ୍ଯ ଭିତରେ ଅଗ୍ନିକାଣ୍ଡ ସୃଷ୍ଟିକରେ। ତମ ଦେହର କେଉଁ ଅଂଶକୁ କିପରି ଭାବରେ ଛୁଇଁଲେ ତମ ଦୁଇ ନୟନ ମୁଦ୍ରିତ ହୋଇଯାଏ ସେକଥା ମୁଁ ନିଜେ ଆଖି ବନ୍ଦ କରି କହି ଦେଇପାରେ।


ଲାଜେଇ ଯିବା ବଦଳରେ ଯୁବତୀ ସବ୍ୟା ଜାବୁଡ଼ି ଧରିଥିଲା ସୁରେନ୍ଦ୍ରକୁ ।ଆଧୁନିକତା ! ଉଗ୍ର ଆଧୁନିକତା!

ପ୍ରେମ ଓ କାମର ବୋଝନେଇ ଘରକୁ ଫେରେ ସବ୍ୟା। ଥକିଯାଇ ଶୋଇରୁହେ। ମାଆ କୁହନ୍ତି, ଝିଅ ଲୋ , କୁଟାଖଣ୍ଡକ ଦିଖଣ୍ଡ କରୁନୁ କାଲି ସକାଳୁ ଶାଶୁଘରକୁ ଗଲେ କେମିତି କରିବୁ ? ଗର୍ବରେ ସବ୍ୟା କୁହେ, ମୁଁ ଭଲ ପଢୁଛି ବଡ଼ ଚାକିରିଆ ନିଶ୍ଚୟ ବାହା ହେବି। ନିଜର ଉନ୍ନତି ସହ ଘରର ଉନ୍ନତି ହେବ ତୁ ଚିନ୍ତା କରନି। ନିରୁତ୍ତର ହୋଇଯାଆନ୍ତି ମାଆ। ସବୁ ସେଇ କାଳିଆ ଠାକୁରର ଇଛା।


ଶିବଙ୍କ ବେଲପତ୍ର ଖଣ୍ଡିଆ ହୋଇପାରେ କିନ୍ତୁ ସବ୍ୟା ସୁରେନ୍ଦ୍ରର ମିଳନ ନିଶ୍ଚିତ। କଥାବାର୍ତ୍ତା, ଆଚାର ବ୍ୟବହାରର ଶାଳିନତା ହରେଇ ଥିଲେ ଦୁହେଁ। ଭଲ ପାଠ ପଢୁଥିବାରୁ ଗର୍ବରେ ଫାଟିପଡୁଥିଲେ ଦୁହେଁ।


ପଢା ସରିଲା। ଚାକିରୀ ଅନ୍ବେଷଣରେ ଦୁହେଁ ଲାଗି ପଡ଼ିଲେ। ତଥାପି ପ୍ରତ୍ୟହ ମିଳନ ହେଉଥିଲା। ଚୋର ଓ କାମ ଆଶାୟୀ ପ୍ରେମିକ କୌଣସି ଉପାୟରେ କୌଣସି ବି ସ୍ଥାନରେ ନିଜ କାର୍ଯ୍ୟ ହାସଲ କରନ୍ତି।


ଦିନେ ଦୁହେଁ ବାହାରିଲେ କୋଷାଧ୍ୟକ୍ଷ ଚାକିରୀ ପାଇଁ। ସୁନ୍ଦର ବେଶପୋଷକ। ସଵ୍ୟା ମାଆକୁ କହିଲା, ମାଆ ଏତିକି ଶିକ୍ଷାଗତ ଯୋଗ୍ୟତା କୋଷାଧ୍ୟକ୍ଷ ପଦବୀ ପାଇଁ କାହାର ନଥିବ। ମୁଁ ନିଶ୍ଚୟ ଏହି ଚାକିରୀ ପାଇବି।


ମାଆ ପୂଜା ସିନ୍ଦୁର ଲଗେଇବାକୁ ଅଗ୍ରସର ହେବା ସମୟରେ ସବ୍ୟା ଅଟକାଇ କହିଲା, ଏ ସବୁ ଅନ୍ଧବିଶ୍ୱାସ। ତାଛଡ଼ା ସିନ୍ଦୂର ନାଇଲେ ମୁଣ୍ଡରେ ଚିହ୍ନ ହୋଇଯିବ। ଆଶ୍ଚର୍ଯ୍ୟ ହୋଇ ମାଆ କହିଲେ,ଝିଅ ଲୋ ! ଏତେ ଆତ୍ମଗର୍ବ ଠିକ ନୁହେଁ।

ଠାକୁରଙ୍କୁ ବି ମାନୁନୁ।


ରାସ୍ତାରେ ହାତ ଧରାଧରି ହେଇ ଚାଲୁଥିଲେ ସବ୍ୟା ଓ ସୁରେନ୍ଦ୍ର। ରାସ୍ତାରେ .....

ଜଣେ ଅକର୍ମଣ୍ୟ ଆଶାବାଡି ଧରି ଚାଲୁ ଚାଲୁ ଫାଇଲ ତଳେ ପଡ଼ିଗଲା। ସେ କିଛି ପଢ଼ି ପଢ଼ି ଯାଉଥିଲେ। ପଛରୁ ଆସୁଥିଲେ ସବ୍ୟା ଓ ସୁରେନ୍ଦ୍ର। ଅକର୍ମଣ୍ୟ ଜଣକ ଫାଇଲ ଉଠେଇବାରେ ଅସମର୍ଥ ଥିଲେ। ସେ ଅନୁରୋଧ କଲେ ପ୍ରେମୀ ଯୁଗଳଙ୍କୁ। ହସିଦେଇ ସବ୍ୟା ପଚାରିଲା, କ'ଣ ପଢୁଥିଲେ ? ଯୁବକ କହିଲେ ଆଜି କୋଷାଧ୍ୟକ୍ଷ ପଦବୀ ଚୟନ ଅଛି , ତେଣୁ ଟିକେ ପଢ଼ୁଥିଲି।


ସୁରେନ୍ଦ୍ର କହିଲା, ଆବେ ଆମ ଶିକ୍ଷାଗତ ଯୋଗ୍ୟତା ଦେଖିଲେ ତୋ ଆଖି ଟେରା ହେଇଯିବ। କାହିଁକି ଯିବୁ ସେଠାକୁ ? ଭାବିନେ ଆମେ ସେ ଚାକିରୀ ପାଇସାରିଛୁ। ସବ୍ୟା ସେ ଫାଇଲ ଆଉ ଟିକେ ଦୂରକୁ ଠେଲିଦେଲା ଓ ସୁରେନ୍ଦ୍ର ସେ ଯୁବକଙ୍କୁ ଧକ୍କା ଦେଇ ତଳେ ଗଡ଼େଇ ଦେଲା। ତା ଚାରିପଟେ ଘୁରି ଦୃଢ଼ ଆଲିଙ୍ଗନ କରି ଅଟ୍ଟହାସ୍ୟ କରିବା ସହ ଅଶ୍ଳୀଳ ଇଙ୍ଗିତ କରୁଥିଲେ ଦୁହେଁ।


ତାପରେ ସୁରେନ୍ଦ୍ର ଈଶାରା କଲା ବୁଦା ଆଡ଼କୁ। ସେଇଠି କାମବାସନା ଚରିତାର୍ଥ କଲେ ଦୁହେଁ। ଯୁବକ ଜଣକ ଅସହାୟ ହୋଇ ପଡ଼ି ରହିବା ସହ ଯୁବକ ଯୁବତୀଙ୍କ ଅଶାଳୀନ ଆଚରଣ ଦେଖୁଥିଲେ।


ଆଖି ସାମ୍ନାରେ ଯୌନକ୍ରୀଡ଼ା । ଏହା କ'ଣ ଆଧୁନିକତା ? ଏହା କ'ଣ ସୁସ୍ଥ ପରମ୍ପରା ?


ପୁଣି ସବ୍ୟା ଓ ସୁରେନ୍ଦ୍ର ପହଞ୍ଚିଗଲେ ସେଇ ଯୁବକପାଖରେ । ସବ୍ୟା କହିଲା, ଆବେ ଲଙ୍ଗଡା , ଆମେ ଛୁଆ ଜନ୍ମ କରି ଆସିଲୁଣି, ତୁ ଏଇଠି ପଡିଛୁ ? ସୁରେନ୍ଦ୍ର କହିଲା, ଚାଲ ସବ୍ୟା ! ଏ ଛୋଟା ପହଞ୍ଚିଲା ବେଳକୁ ଆମର ଚୟନ ସମାପ୍ତ ହୋଇସାରିଥିବ।


ଅକର୍ମଣ୍ୟ ଯୁବକ କହିଲେ, ଏ ବାବୁ ! ଏତେ ଗର୍ବ ଠିକ୍ ନୁହେଁ। ତମ ବାପାମାଆ ଅଛନ୍ତି ନା ତମେ ଜାରଜ ଜାଣିନି। ଜାରଜ ହେଲେବି ଏତେ ନିମ୍ନଗାମୀ ହୋଇପାରିବ ନାହିଁ। ଖରାଟାରେ ଯୌନକ୍ଷୁଧା ମେଣ୍ଟେଇବାକୁ ବୁଦା ଭିତରେ .....।

ପଶୁ ଆଉ ମନୁଷ୍ୟର ଫରକ କ'ଣ ?


ସଵ୍ୟା କହିଲା, ଶଳା ବହୁତ ଭାଷଣ ଦେଉଛି, ଆମ ଶରୀର, ଆମ ମନ, ଆମ ପ୍ରେମ ତୁ କିଏ ବେ ନୀତିବାଣୀ ଦେବାକୁ ?

ସୁରେନ୍ଦ୍ର ନାତଟିଏ ମାରିଲା, ତାପରେ କହିଲା ଚାଲ ସବ୍ୟା ଯିବା।

ଚାଲିଗଲେ ଦୁହେଁ। 


ସେପଟେ ଆଉ ଜଣେ ଯୁବକ ଆସୁଥିଲେ। ଅକର୍ମଣ୍ୟ ବ୍ୟକ୍ତିଙ୍କ ସହାୟତା କରି ଉଠେଇଲା। ଆପଣଙ୍କ ଏ କି ଅବସ୍ଥା ପଚାରିଲା। ଯୁବକ ଜଣକ ସବ୍ୟା ଓ ସୁରେନ୍ଦ୍ର ବିଷୟ ବର୍ଣ୍ଣନା କଲେ। ଅକର୍ମଣ୍ୟ ଯୁବକ ପଚରିଲେ, ଆପଣଙ୍କ ନାଆଁ କ'ଣ ଓ କେଉଁଆଡେ ଯାଉଛନ୍ତି ?


ଯୁବକ କହିଲେ, ମୋ ନାଆଁ ରବି। ମୁଁ କୋଷାଧ୍ୟକ୍ଷ ପଦବୀ ପାଇଁ ଯାଉଛି। ଅକର୍ମଣ୍ୟ ବ୍ୟକ୍ତି ଜଣକ କହିଲେ ମୁଁ ବି।

ମିଶିକି ଚାଲିଲେ ଦୁହେଁ।

ପହଞ୍ଚିଗଲେ କମ୍ପାନୀ ଫାଟକ ସାମ୍ନାରେ। ସେ ଦୁହେଁ ବି ବାହାରେ ଥିଲେ। ସବ୍ୟା ଝଗଡ଼ା କରୁଥିଲା ଚୌକିଦାର ସହ। ଦୁହିଁଙ୍କୁ ଦେଖି କହିଲା, ଆସିଗଲେ ଲଙ୍ଗଡା କୋଷାଧ୍ୟକ୍ଷ।


ରବି କହିଲେ, ମ୍ୟାଡମ୍, ଆପଣ ଏମିତି କାହାର ଅପମାନ କରିବା ଅଧିକାର ନାହିଁ। ସୁରେନ୍ଦ୍ର ଚୌକିଦାରକୁ କହିଲା, ଆବେ ! ଘଣ୍ଟାଏ ହେଲା ବାହାରେ ଠିଆ କରିଛୁ। ଆମ ଚାକିରୀ ନିଶ୍ଚିତ। ଏ ଛୋଟଲୋକ ଗୁଡାକଠୁ ଆମ ଯୋଗ୍ୟତା ଅଧିକ। ଚାକିରୀ ପାଇଲା ପରେ ସଲାମ୍ କରି କରି ତୋ ହାତ ଥକିଯିବ।


କିଛିସମୟ ପରେ .......


ଚୌକିଦାର ଭିତରୁ ଅନୁମତି ପାଇ ଭିତରକୁ ସବ୍ୟା ଓ ସୁରେନ୍ଦ୍ରକୁ ଛାଡ଼ିଲା। ସେମାନେ ଭିତରେ ଅଭ୍ୟର୍ଥନା କକ୍ଷରେ ବସିଗଲେ। କିଛି ସମୟ ପରେ ରବିର ପାଳି ପଡ଼ିଲା। ରବି ଚୌକିଦାରକୁ କହିଲା, ଏ ବାବୁ ଚାଲିବା କଷ୍ଟ। ତମେ ୟାଙ୍କୁ ନେଇ ଭିତରକୁ ଆସିବ। ମୁଁ ଆସୁଛି ଭାଇ କହି ଭିତରକୁ ଚାଲିଗଲା ରବି।


କିଛି ସମୟ ପରେ ...


ଘୋଷଣା ହେଲା, ରବି ଚାକିରୀ ପାଇଛି। ଚମକି ଉଠିଲେ ସବ୍ୟା ଓ ସୁରେନ୍ଦ୍ର। ପାଟି କରି ଉଠିଲେ, ତମ ମାଲିକଙ୍କୁ ଡାକ। ସେ ଚୟନ କେମିତି ହେଲେ ? ପରୀକ୍ଷା ତ ହୋଇନାହିଁ।


ଭିତରୁ ଜଣେ ସୁଦର୍ଶନ ଯୁବକ ଆସୁଥିଲେ। ସଵ୍ୟା କହିଲା ଆରେ , ଏ ତ ସେଇ ଲଙ୍ଗଡା।

ବ୍ୟକ୍ତି କହିଲେ, ତମକୁ ମୁଁ ପରୀକ୍ଷା ନେଇସାରିଛି। ତମର ଖାଲି ଡିଗ୍ରୀ ଥିଲେ କ'ଣ ହେବ ମାନବିକତା ନାହିଁ। ବହାରିଯାଅ । ମନେରଖ କୌଣସି ବ୍ୟକ୍ତିର ଅସହାୟତାର ମଜାକ ଉଡେଇବା ଅପରାଧ।


ବାହାରକୁ ବାହାରିଲା ପରେ ସୁରେନ୍ଦ୍ର କହିଲା , ସବ୍ୟା ତମାଯୋଗୁ ମୋର ଚାକିରୀ ହେଲା ନାହିଁ। ଏଣିକି ତମ ରାସ୍ତା ଅଲଗା, ମୋ ରାସ୍ତା ଅଲଗା। କାନ୍ଦୁଥିଲା ସବ୍ୟା, କ'ଣ କରିବ କୁଆଡେ଼ ଯିବ ? 

କ୍ଷଣିକ ଉତ୍ତେଜନାରେ କରିଥିବା ଭୁଲ୍ ଏମିତି କେତେ ଝିଅଙ୍କ ଜୀବନ ନଷ୍ଟ କରିଦିଏ। ବେଳହୁଁ ସାବଧାନ ହେବା ଆବଶ୍ୟକ ।


    


Rate this content
Log in

Similar oriya story from Abstract